Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଭିଡ ମୁକାବିଲା, କେବଳ ଅନ୍ଧାରରେ ବାଡି ବୁଲାଇବା ଛଡା ଆମର ବିକଳ୍ପ କିଛି ଅଛି କି?
ବିଶେଷ ଖବର

କୋଭିଡ ମୁକାବିଲା, କେବଳ ଅନ୍ଧାରରେ ବାଡି ବୁଲାଇବା ଛଡା ଆମର ବିକଳ୍ପ କିଛି ଅଛି କି?

July 10, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କରୋନା ମୁକାବିଲା ଲାଗି ବିଭିନ୍ନ ସମୟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ, ଭାରତ ସରକାର, ବିଭିନ୍ନ ରାଜ୍ୟ ସରକାର ଏବଂ ଜନସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଯେଉଁ ପରି ଭାବରେ ପ୍ରତି ସପ୍ତାହ ରେ ନୂଆ ରଣନୀତି ବଦଳାଉଛନ୍ତି ଓ ନୂଆ ନୂଆ ତତ୍ତ୍ୱ ଦେଉଛନ୍ତି, ସେଥିରେ ଆମର ଏକମାତ୍ର ସିନେମା କଥା ମନେ ପଡୁଛି। ପ୍ରାୟ ବର୍ଷୈ ତଳେ ଗୋଟେ ସିନେମା ଥିଲା “ଅନ୍ଧାଧୁନ”। ଏହି ସିନେମାର ନାୟକ ଅନ୍ଧ ନୁହେଁ, ହେଲେ ସେ ବିଭିନ୍ନ ବାଧ୍ୟ ବାଧକତାରେ ଅନ୍ଧ ହେବାର ଅଭିନୟ କରୁଛି। ପୁରା ସିନେମାରେ ଆପଣ ବାରମ୍ବାର ଜାଣି ପାରୁ ନଥିବେ ଯେ କାହାଣୀ ଟି ସତରେ କେଉଁ ଆଡ଼କୁ ଯାଉଛି। ଆଜି ବାସ୍ତବରେ ଭାରତରେ କରୋନା ମୁକାବିଲା ର ସ୍ଥିତି ସେହି “ଅନ୍ଧାଧୁନ”ର କାହାଣୀ ପରି ଚାଲିଛି। ପ୍ରଥମ ରୁ କୁହାଗଲା, ଘରୁ ବାହାରିଲେ, ଆପଣଙ୍କୁ କରୋନା ଭୂତାଣୁ ମାଡି ବସିବ। ଆପଣଙ୍କୁ କରୋନା ଧରିଲାମାନେ ଆପଣ ଅସ୍ପୃଶ୍ୟ ଓ ସମାଜ ସହ ଆପଣଙ୍କ ସମ୍ପର୍କ ରହିବା ଏକ ଅପରାଧ। ଏବେ କୁହାଯାଉଛି, ଏହା ସାଧାରଣ ଜ୍ବର ଭଳି। ଘରେ ରହି ଏହାର ଚିକିତ୍ସା କରିହେବ। ତାପରେ ପୁଣି କଥା ବଦଳିଲା। ପ୍ରଥମେ ଆମକୁ ବାରମ୍ବାର କୁହାଗଲା ଯେ କାଶ, ଛିଙ୍କ ଓ କଥା ହେବା ବେଳେ ଯେଉଁ ବିନ୍ଦୁ ଶରୀରରୁ ନିର୍ଗତ ହୁଏ ସେଥିରେ କରୋନା ସଂକ୍ରମଣ ବ୍ୟାପୁଛି। ଏବେ କୁହା ହେଉଛି, ନା ଏହା ସ୍ଥିର ବାୟୁରେ ମଧ୍ୟ ଦୀର୍ଘ ସମୟ ରହୁଛି। ତେଣୁ ବାୟୁ ଦ୍ଵାରା ସଂକ୍ରମଣ ସମ୍ଭବ।  ତେବେ ଯେଉଁମାନେ ଜନସ୍ବାସ୍ଥ୍ୟ କୁ ନେଇ ଭଲ ଗବେଷଣା କରିଛନ୍ତି, ସେମାନେ ମୂଳରୁ କହୁଥିଲେ ଯେ, ଯେଉଁ ମାନଙ୍କ ଦେହରେ ଅନ୍ୟାନ୍ୟ ଜୀବନନାଶକ ରୋଗ ନାହିଁ, ସେମାନଙ୍କ ପାଇଁ ଏହା ଘାତକ ନୁହେଁ।

ତେବେ ଏ କଥା ସତ ଯେ କରୋନା ଭୂତାଣୁ ର ଗୁଣ, ଲକ୍ଷଣ ଓ ସଙ୍କ୍ରମଣକୁ ନେଇ ପୂଥିବୀର ଡାକ୍ତର ଓ ବୈଜ୍ଞାନିକମାନେ ସଠିକ ସିଦ୍ଧାନ୍ତ ରେ ପହଞ୍ଚି ନାହାନ୍ତି। ଆମେରିକାର ସବୁଠୁ ଅଭିଜ୍ଞ ଜନ ସ୍ବାସ୍ଥ୍ୟ ବିଶେଷଜ୍ଞ ଡ଼ାକ୍ତର ଆନ୍ଥୋନୀ ଫୌସି ସେଥିଲାଗି ଆମେରିକା ର ଲୋକ ପ୍ରତିନିଧି ସଭାକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ କହଥିଲେ ଯେ, ଏ ରୋଗ ବିଷୟରେ ବହୂତ କ ଥା ମୋତେ ଜଣା ନାହିଁ।ଜଣା ନଥିବା ଏକ ରୋଗର ନିରାକରଣ ଏକ ଆହ୍ବାନ ନିଶ୍ଚୟ। ଗତ ଦୁଇ ଶହ ଦିନ ଭିତରେ ଦୁଇ ଶହ ନୂଆ ତତ୍ତ୍ଵ କରୋନାକୁ ନେଇ ଆସିଛି ଓ ଯାଇଛି। ଏଥିରେ ବିଭିନ୍ନ ଦେଶର ସରକାର ବାଉଳା ହୋଇଛନ୍ତି। ହାଇଡ୍ରୋକ୍ସି-କ୍ଳୋରୋକୁଇନ ଖାଇବା ନା ଖାଇବା ନାହିଁ, ମୁଖା ଲଗାଇବା ନା ଲଗାଇବା ନାହିଁ, ଲକ ଡାଉନ ରହିବ ନା କୋହଳ ହେବ, ବହୁ ଲୋକ ଆକ୍ରାନ୍ତ ହେବା ଭଲ ନା ଖରାପ, ଏମିତି ବହୁ ଦ୍ଵନ୍ଦ୍ଵ ଏହାକୁ ନେଇ ଚାଲିଛି ଓ ଆଗକୁ ଚାଲିବ ମଧ୍ୟ। ତେବେ ଏହି ଦ୍ଵନ୍ଦ୍ଵ ଯୋଗୁଁ ମାନବୀୟ ଜୀବନ ଓ ପୃଥିବୀର ଅର୍ଥନୀତି ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହେଉଛି। ଆଗକୁ ଭୋକ ଦାରିଦ୍ର୍ୟର ଭୟଙ୍କର ଭବିଷ୍ୟତ ଆଡକୁ ଆମେ ଟାଣି ହୋଇ ଯାଉଛୁ। ଏକ ବଡ ମାନବୀୟ ସଙ୍କଟକୁ ଟାଳିବାକୁ ହେଲେ ଆମକୁ ଏହି ଦ୍ଵନ୍ଦ୍ଵରୁ ତୁରନ୍ତ ମୁକୁଳିବାକୁ ପଡିବ।

କରୋନା ସଂକ୍ରମଣ ରୋକିବାକୁ ମଝିରେ ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିଷେଧକ ଏକ ବିଶେଷ ଆବଶ୍ୟକତା ବୋଲି କୁହା ଗଲା। ଏବେ ପ୍ରସିଦ୍ଧ ଚିକିତ୍ସା ବିଜ୍ଞାନର ପତ୍ରିକା “ଲାଂସେଟ” ହର୍ଡ ଇମ୍ୟୁନିଟି ସମ୍ଭବ ନୁହେଁ ବୋଲି କହିଛି।  ପ୍ରତିଷେଧକ ଟୀକା ବାହାରିବା ଆଗରୁ ମହାମାରୀକୁ ରୋକିବା ଲାଗି ଏହା ମଧ୍ୟ ଏକ ବାଟ ବୋଲି ଯେଉଁ ବିଶେଷଜ୍ଞମାନେ କହୁଥିଲେ, ସେମାନେ ଏବେ ମତ ବଦଳାଇଦେଲେଣି। ପ୍ରାୟ ମାସେ ତଳେ ଓଡିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ମଧ୍ୟ ସେକଥା କହିଥିଲେ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଲେ ଆରୋଗ୍ୟ ଲାଭକାରୀଙ୍କ ସଂଖ୍ୟା ମଧ୍ୟ ବଢିବ। ସେହିପରି କୋଭିଡ-୧୯ ଭୂତାଣୁ ପ୍ରାୟ ୯୫% ଲୋକଙ୍କୁ ହାଲୁକା ଭାବରେ ଆକ୍ରାନ୍ତ କରୁଛି। ସର୍ବାଧିକ ରୋଗୀଙ୍କ ଦେହରେ କୌଣସି ଲକ୍ଷଣ ମଧ୍ୟ ଜଣା ପଡୁନାହିଁ। ତେଣୁ ସେମାନେ ଅଳ୍ପ ସମୟରେ ଆରୋଗ୍ୟ ଲାଭ କରୁଛନ୍ତି। ଯେତେ ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିବେ ସେମାନେ ଗୋଷ୍ଠୀଗତ ଭାବରେ ଏକ ପ୍ରକାର “ହର୍ଡ ଇମ୍ୟୁନିଟି” ତିଆରି କରିବେ। ଏହା ବ୍ୟାପକ ସଂକ୍ରମଣ ରୋକିବାରେ ସହାୟକ ହେବ। ତେବେ ବିନା ପ୍ରତିଷେଧକ ଟୀକାରେ ହର୍ଡ ଇମ୍ୟୁନିଟି ସମ୍ଭବ ନୁହେଁ।

ଆଜି ପର୍ୟନ୍ତ ଲକ ଡାଉନ ର ଆବଶ୍ୟକତା କଣ ଓ କେତେ ବର୍ଷ ଧରି ମାନବ ସଭ୍ୟତା ଲକ ଡାଉନରେ ରହି ପାରିବ, ତାର ଉତ୍ତର କାହା ପାଖରେ ନାହିଁ? ପ୍ରଥମ ପର୍ୟାୟ ଲକ ଡାଉନ ପରେ ଭାରତରେ ଏହାର  ଆବଶ୍ୟକତା ନଥିଲା ବୋଲି ବହୁ ବିଶେଷଜ୍ଞ କହି ସାରିଥିଲେ। ଲକ ଡାଉନ କେବଳ ସଂକ୍ରମଣ କୁ ମନ୍ଥର କରିପାରିବ। ଲକ ଡାଉନ ମାଧ୍ୟମରେ କୋଭିଡ-୧୯ ର ନିର୍ମୂଳନ ସମ୍ଭବ ନୁହେଁ। ପ୍ରଥମ ସ୍ତରରେ ଆମର ଡାକ୍ତରଖାନା ଓ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ଆମ ପାଖରେ ନଥିଲା। ସେହି ପ୍ରଥମ ତିନି ସପ୍ତାହରେ ବ୍ୟାପକ ପରୀକ୍ଷା ଓ ନୂଆ ଡାକ୍ତରଖାନା ର ପ୍ରସ୍ତୁତି ଆମେ କରିସାରି ହର୍ଡ ଇମ୍ୟୁନିଟି କଥା ଚିନ୍ତା କରିବା ଉଚିତ ହୋଇଥାନ୍ତା। ଏବେ ଦେଶରେ ପ୍ରତିଦିନ ୨୫ ହଜାରରୁ ରୁ ଅଧିକ ସଂକ୍ରମିତ ବଢୁଥିବା ବେଳେ ଆମେ ଲକ ଡାଉନ କୁ ଖୋଲୁଛେ ଏବଂ ହର୍ଡ ଇମ୍ୟୁନିଟି କୁ ଏକ ଆବଶ୍ୟକତା ବୋଲି ଗ୍ରହଣ କରୁଛେ। ତେବେ ହର୍ଡ ଇମ୍ୟୁନିଟି କାମ ଦେବନି ବୋଲି କହିଲା ପରେ ଏବେ ଆମେ କଣ କରିବା? ଆମେ କଣ ମାସ ମାସ ଧରି ଏମିତି ଅନ୍ଧାରରେ ବାଡି ବୁଲେଇ ଚାଲିଥିବା?

Share. Facebook Twitter LinkedIn Email WhatsApp Copy Link

Related Posts

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

July 1, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

June 30, 2026
Latest News

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା, ୧୪ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ

July 2, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

July 2, 2026

ତାରାତାରିଣୀ ପୀଠ ନିକଟ ହୋଟେଲ ରୁ ଯୁବକର ଶବ ଉଦ୍ଧାର

July 2, 2026

ଦିଅରଙ୍କ ଆକ୍ରମଣରେ ଭାଉଜଙ୍କ ମୃତ୍ୟୁ, ପୁଅ ଗୁରୁତର

July 2, 2026

ଖୋର୍ଦ୍ଧାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ; ଘୋଷଯାତ୍ରା ପୂର୍ବରୁ କଡ଼ା ଯାଞ୍ଚ ଓ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ

July 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.