Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବଦଳୁଛି ଚୀନର ସ୍ବର, କହିଲା ଭାରତ ଶତ୍ରୁ ନୁହେଁ ବରଂ ଅଂଶୀଦାର ରାଷ୍ଟ୍ର
ଅନ୍ତରାଷ୍ଟ୍ରୀୟ

ବଦଳୁଛି ଚୀନର ସ୍ବର, କହିଲା ଭାରତ ଶତ୍ରୁ ନୁହେଁ ବରଂ ଅଂଶୀଦାର ରାଷ୍ଟ୍ର

July 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା LACରୁ ଭାରତ ଓ ଚୀନ୍ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବେ। ସୀମା ବିବାଦର ଆପୋସ ସମାଧାନ କରାଯିବ ବୋଲି ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ପରେ ଏବେ ବଦଳିବାରେ ଲାଗିଛି ଚୀନର ମତିଗତି। ଅନ୍ତର୍ଜାତୀୟ ଚାପ ହେଉ, ଭାରତର ବାଣିଜ୍ୟିକ କଟକଣା ହେଉ ବା ଭାରତ ସହିତ ଆମେରିକା, ବ୍ରିଟେନ, ଜାପାନ ଭଳି ଏକାଧିକ ଶକ୍ତିଶାଳୀ ରାଷ୍ଟ୍ର ହାତ ମିଳାଇବା ହେଉ ଏପରି ଏକାଧିକ କାରଣ ରହିଛି, ଯେଉଁଥିପାଇଁ ଚୀନ ହୁଏତ ତାର ସ୍ବର ନରମ କରିବାରେ ଲାଗିଛି।

ବିଳମ୍ବରେ ହେଲେ ବି ଚୀନ୍‌ର ଚେତା ପଶିଛି। ରାଷ୍ଟ୍ରଦୂତ ସନ୍‌ ୱେଡଙ୍ଗ୍‌ଙ୍କ ଜରିଆରେ ଭାରତକୁ ଏକ ନୂଆ ବାର୍ତ୍ତା ଦେଇଛି ଚୀନ୍। ଚୀନ୍‌ କହିଛି ଭାରତ ଶତ୍ରୁ ନୁହେଁ ବରଂ ତାର ଅଂଶୀଦାର ରାଷ୍ଟ୍ର। ସନ୍‌ ୱେଡଙ୍ଗ୍‌ କହିଛନ୍ତି, ବିବାଦ ନୁହେଁ, ଭାରତ ଏବଂ ଚୀନ୍‌ ମଧ୍ୟରେ ଶାନ୍ତି ଆବଶ୍ୟକ। ଭାରତ ଏବଂ ଚୀନ୍‌ ମଧ୍ୟରେ ସୀମ ବିବାଦ ବହୁ ବର୍ଷ ହେଲା ଲାଗି ରହିଛି। କଥାବାର୍ତ୍ତା ଜରିଆରେ ଏହର ସମାଧାନ ପାଇଁ ବାଟ ନବାହାରିବା ଯାଏଁ ଉଭୟ ଦେଶ ବିଦାଦୀୟ ସୀମା ନିକଟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଉଚିତ୍‌।

ଗଲୱାନ ସଂଘର୍ଷ ପରେ ବିଭିନ୍ନ ମହଲରେ ଚୀନ୍‌ ସହ ଆର୍ଥିକ ଏବଂ ବାଣିଜ୍ୟିକ ସମ୍ପର୍କ ଚ୍ଛିନ୍ନ ପାଇଁ କୁହାଯାଉଛି। ଭାରତରେ ମେଡ୍‌ ଇନ୍‌ ଚାଇନା ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ ଦିଆଯାଉଛି। ଏଭଳି ପଦକ୍ଷେପରେ ହୁଏତ ଚୀନର ଚିନ୍ତା ବଢାଇଥାଇ ପାରେ। ଯେଉଁଥିପାଇଁ ଚୀନ୍ ରାଷ୍ଟ୍ରଦୂତ ସନ୍‌ ୱେଡଙ୍ଗ୍‌ ଏବେ ଭାରତକୁ ଶତ୍ରୁ ନୁହେଁ ବରଂ ଅଂଶୀଦାର ରାଷ୍ଟ୍ର ବୋଲି କହିଛନ୍ତି। ଚୀନ୍‌ର ଉଦ୍ୟୋଗ ଏବଂ ଭାରତୀୟ ଗ୍ରାହକଙ୍କ ପାଇଁ ଆଦୌ ଠିକ୍‌ ହେବନାହିଁ ବୋଲି ସେ କହିଛନ୍ତି।

ପୂର୍ବ ଲଦାଖ୍‌ର ୩ଟି ଅଂଚଳରୁ ଚୀନ୍‌ ସେନା ପ୍ରତ୍ୟାହାର ପରେ ସନ୍‌ ଏଭଳି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି। ଗତ ଜୁଲାଇ ୫ ତାରିଖରେ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଡୋଭାଲ୍‌ ଏବଂ ଚୀନ୍‌ ବିଦେଶ ମନ୍ତ୍ରୀ ୱାଙ୍ଗ୍ ଜି କଥାବାର୍ତ୍ତା ହୋଇ ଊଭୟ ପକ୍ଷ ଯୋଗାଯୋଗ ସୁଦୃଢ଼ କରିବେ ବୋଲି ରାଜି ହୋଇଥିଲେ। ତେବେ ଜୁନ୍‌ ୧୫ ତାରିଖରେ ଗଲ୍‌ୱାନ୍‌ ଘାଟିର ସଂଘର୍ଷ ଘଟଣା କେହି ଚାହିଁନଥିଲେ ବୋଲି ସେ କହିଛନ୍ତି। (ଏଜେନସି)

ଭାରତ-ଚୀନ୍
Share. Facebook Twitter LinkedIn Email WhatsApp Copy Link

Related Posts

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026
Latest News

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.