Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମୁକାବିଲା ପାଇଁ ନିୟମରେ କୋହଳ, ଲକ୍ଷଣ ନଥିଲେ ଘରେ ରହି ଚିକିତ୍ସା ପାଇଁ ମିଳିବ ଅନୁମତି
ଆଜିର ଖବର

କରୋନା ମୁକାବିଲା ପାଇଁ ନିୟମରେ କୋହଳ, ଲକ୍ଷଣ ନଥିଲେ ଘରେ ରହି ଚିକିତ୍ସା ପାଇଁ ମିଳିବ ଅନୁମତି

July 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, କୋଭିଡ-19 ପରିଚାଳନା ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଏଣିକି ହୋମ୍ ଆଇସୋଲେସନରେ ରଖିବା ପାଇଁ ଅନୁମତି ଦିଆଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରିବର୍ତ୍ତିତ ନିୟମ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ସେ କହିଛନ୍ତି ସହରାଞ୍ଚଳରେ ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବ। ଲକ୍ଷଣ ନଥାଇ ପଜିଟିଭ ଚିହ୍ନଟ ହେଲେ ଘରେ ରହି ରୋଗୀ ଚିକିତ୍ସିତ ହୋଇପାରିବେ। ହେଲେ ଘରେ ରହି ଚିକିତ୍ସିତ ହେବାକୁ ହେଲେ କିଛିଟା ସର୍ତ୍ତ ପୂରଣ କରିବାକୁ ପଡିବ। ସମସ୍ତ 114 ପୌରାଞ୍ଚଳ, ଜିଲ୍ଲା ମୁଖ୍ୟାଳୟରେ ହୋମ୍ ଆଇସୋଲେସନକୁ ଅନୁମତି ମିଳିବ। ଏଥସହିତ ସମସ୍ତ ଉପଖଣ୍ଡ ଓ ବ୍ଲକ ମୁଖ୍ୟାଳୟ ରୋଗୀଙ୍କୁ ମଧ୍ୟ ହୋମ୍ ଆଇସୋଲେସନର ସୁବିଧା ମିଳିବ। ହେଲେ ହୋମ୍ ଆଇସୋଲେସନ ସୁବିଧା ଥିଲେ ହିଁ ଘରେ ରହି ଚିକିତ୍ସା ଅନୁମତି ମିଳିବ।

ହୋମ ଆଇସୋଲେସନରେ ରହୁଥିବା ରୋଗୀ ପାଇଁ ଜଣେ ଘର ଲୋକ ରହିବେ। ଘରର ସଂପୃକ୍ତ ସାବାଳକ ବ୍ୟକ୍ତି ସରକାର ଓ ରୋଗୀ ମଧ୍ୟରେ ସେତୁ ସାଜିବେ। ସେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀର ସମସ୍ତ କଥା ବୁଝିବେ। ହୋମ ଆଇସୋଲେସନ ରୋଗୀ ପାଇଁ ସମସ୍ତ ଚିକିତ୍ସା ସରକାର ଯୋଗାଇ ଦେବେ। ପିପିଇ କିଟ୍ ଠାରୁ ଔଷଧ ପର୍ଯ୍ୟନ୍ତ ସବୁ କିଛି ରାଜ୍ୟ ସରକାର ଯୋଗାଇ ଦେବେ।

ଏମିତିକି ଖାଦ୍ୟ ଭତ୍ତା ମଧ୍ୟ ସରକାର ଯୋଗାଇ ଦେବେ ବୋଲି ମୁଖ୍ୟ ସଚିବ କହିଛନ୍ତି। ହେଲେ କିଛି ବିଶେଷ ପ୍ରଚାରର ଲୋକଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବ ନାହିଁ। ଏଚଆଇଭି ରୋଗୀ,ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତି, କ୍ୟାନସର, ହୃଦରୋଗୀ, ବୟସ୍କ ଓ ବିଶେଷ ରୋଗ ଥିବା ବ୍ୟକ୍ତିଙ୍କୁ ଏହି ଅନୁମତି ମିଳିବନି ବୋଲି ମୁଖ୍ୟ ସଚିବ କହିଛନ୍ତି।

ସେ କହିଛନ୍ତି,ଏବେ ରାଜ୍ୟର 80 ପ୍ରତିଶତ ରୋଗୀ ଲକ୍ଷଣହୀନ ହୋଇଥିବା ଜଣାପଡ଼ିଛି। ସେହି କାରଣରୁ ଲକ୍ଷଣହୀନ ରୋଗୀଙ୍କୁ କ୍ରିଟିକାଲ କେୟାର ସୁବିଧା ଦେବା ଦରକାର ନାହିଁ। ଗୁରୁତର ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଏପରି ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।

କୌଣସି ସଂସ୍ଥା ଚାହିଁଲେ ନିଜ କର୍ମଚାରୀଙ୍କ ପାଇଁ କୋଭିଡ କେୟାର ହୋମ କରିପାରିବେ। 10ରୁ 20 ଜଣ ରୋଗୀଙ୍କ ପାଇଁ କେୟାର ହୋମ୍ କରିବାକୁ ଅନୁମତି ଦିଆଯିବ। ବିଭିନ୍ନ ସଂସ୍ଥା, ଅନୁଷ୍ଠାନ, ଧର୍ମୀୟ ଅନୁଷ୍ଠାନ ଓ ବଡ ସଂସ୍ଥା ମାନଙ୍କୁ କୋଭିଡ କେୟାର ସେଣ୍ଟର ପାଇଁ ଅନୁମତି ଦିଆଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି।

କୋଭିଡ ପରିଚାଳନା ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026
Latest News

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.