Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ଭୟ, ଆମକୁ ଅସଭ୍ୟ, ଅସାମାଜିକ ଓ ଅମଣିଷ କରି ଚାଲିଛି!!
ବିଶେଷ ଖବର

କରୋନା ଭୟ, ଆମକୁ ଅସଭ୍ୟ, ଅସାମାଜିକ ଓ ଅମଣିଷ କରି ଚାଲିଛି!!

July 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜି ଯେତେବେଳେ ଏକ ଭୟଙ୍କର ବିପଦକୁ ଆମେ ସାମ୍ନା କରୁଛେ, ସେତେବେଳେ ସେହି ବିପଦରୁ ରକ୍ଷା ପାଇବାକୁ ଆମକୁ ଏକମାତ୍ର ଔଷଧ ଭାବରେ ସାମାଜିକ ଦୂରତାର ଚିଠା ଧରେଇ ଦିଆ ଯାଇଛି। ସ୍ପର୍ଶ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମିତ ହେଉଥିବାରୁ ଏବେ ପରଷ୍ପରଠାରୁ ଦୂରତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି। ତେବେ ଶାରୀରିକ ଦୂରତାକୁ ଆମେ ସାମାଜିକ ଦୂରତା ବୋଲି କହୁଛେ କାହିଁକି? ଏହି ତଥାକଥିତ ସାମାଜିକ ଦୂରତାକୁ କଡାକଡି ଭାବରେ ଲାଗୁ କରିବାକୁ ଯାଇ ଆମ ଭିତରେ କ୍ରମଶଃ କେବଳ ସାମାଜିକ ଖାଇ ତିଆରି ହେଉଛି ତାହା ନୁହେଁ, ଏହା ଆମକୁ ଅନେକାଂଶରେ ଅମଣିଷ ଓ ଅସଭ୍ୟ କରି ଦେଉଛି। ସାମାଜିକ ଦୂରତା ପାଇଁ ଲକ ଡାଉନ ପାଳନ କରିବା ସମୟରେ ମାନବିକତାର ଛୋଟ ଛୋଟ ଦିଗ ପ୍ରତି ଆମେ ଯେଉଁ ଅବହେଳା କରିଛୁ, ସେଥିଲାଗି ଆମକୁ ଏକ ସମାଜ ଭାବରେ ଢେର ମୂଲ୍ୟ ଦେବାକୁ ପଡୁଛି।

ଏବେ ପ୍ରତିଦିନ କେଉଁଠି ନା କେଉଁଠି ଆମେ ଦେଖୁଛୁ ମାରି ଯାଇଥିବା ଲୋକର ଆତ୍ମୀୟ ସ୍ଵଜନମାନେ ଶବ ଛୁଇଁବାକୁ ପ୍ରସ୍ତୁତ ନୁହନ୍ତି। କେଉଁଠି ଅଟୋ ରେ ଶବ ବୁହା ହେଉଛି ତ ଆଉ କେଉଁଠି ଟାଣି ଟାଣି ଶବ ଦାହ କରିବାକୁ ଲୋକେ ବାଧ୍ୟ ହେଉଛନ୍ତି। ଲାଗୁଛି, ଏହି ସମୟରେ ମୃତ୍ୟୁ ବୋଧହୁଏ ସବୁଠୁ ବଡ ଅପରାଧ। ଯିଏ ମାରି ଯାଉଛି, ତାକୁ ସନ୍ଦେହର ଆଖିରେ, ଆଶଙ୍କାର ଚାହାଣୀରେ ଦେଖିବା ଆମର ଅଭ୍ଯାସ ପାଲଟି ଗଲାଣି।

ଲକ ଡାଉନ ସମୟରେ ଆମେ ଗୋଟେ କଥା ଭୁଲିଗଲୁ ଯେ, ଆମ ସମାଜରେ ସାଧାରଣ ମୃତ୍ୟୁ ମଧ୍ୟ ଘଟିଥାଏ। ଲକ ଡାଉନ ସମୟରେ କେହି ଜଣେ ଯଦି ମୃତ୍ୟୁ ବରଣ କରନ୍ତି, ତାହେଲେ ତାଙ୍କ ପରିବାର ଲୋକ ଅନ୍ତିମ ଯାତ୍ରାରେ ସାମିଲ ହେବାର ସୁଯୋଗ ଅନେକ ଜାଗାରେ ପାଇ ନାହାନ୍ତି। ସାଧାରଣ ଭାରତୀୟ ପାଇଁ ନିଜ ପରିବାର ଓ ପ୍ରିୟଜନଙ୍କ ମୃତ୍ୟୁ କୁ ଅଣଦେଖା କରି ରହିଯିବା ସହଜ କଥା ନୁହେଁ। ଲକ ଡାଉନ ସମୟରେ ଦୈନନ୍ଦିନ ମୃତ୍ୟୁକୁ ଏକ ମାନବୀୟ ବିଚାର ଭାବେ ଆମେ ଆଦୌ ଗ୍ରହଣ କରିନାହୁଁ। ଜନଗଣନାର ଏକ ତଥ୍ୟ ଅନୁଯାୟୀ ପ୍ରତି ଦିନ ଭାରତରେ ହାରାହାରି ୨୬,୭୦୩ ବ୍ୟକ୍ତି ମୃତ୍ୟୁ ବରଣ କରନ୍ତି। ସେଥିରୁ ଅର୍ଦ୍ଧାଧିକ ଲୋକଙ୍କର ପରିବାର ଓ ପରିଜନ ବାହାରେ ରହନ୍ତି। ପ୍ରିୟ ଲୋକଙ୍କ ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ  ନିକଟ ସମ୍ପର୍କୀୟଙ୍କୁ ଏଥିପାଇଁ ଅନୁମତି ଦେବା ତଥା ଏଥିଲାଗି ସୁଯୋଗ ସୃଷ୍ଟି ନ କରିବା, ଆମର ସଂବେଦନା ବିଷୟରେ ଅନେକ କଥା କହୁଛି! ଏବେ ସାଧାରଣ ମୃତ୍ୟୁ ମଧ୍ୟ ଅସାଧାରଣ ହୋଇ ପଡିଛି। ଯିଏ ବି ମରୁଛି, ତାକୁ ଛୁଇଁଲେ କରୋନା ଭୂତାଣୁ ମାଡିଆସିବ ବୋଲି ଆମର ଧାରଣା ସୃଷ୍ଟି ହୋଇଛି।

କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସ୍ଥିତି ଆହୁରି ଗମ୍ଭୀର। କରୋନା ପୀଡିତ ବ୍ୟକ୍ତିଙ୍କ ଦାହ ସଂସ୍କାର ଲାଗି ସରକାରଙ୍କର ନିର୍ଦ୍ଦିଷ୍ଟ ଗାଇଡ ଲାଇନ ରହିଥିବା ସତ୍ତ୍ୱେ ଅନେକ ମୃତକଙ୍କୁ ଶ୍ମଶାନ ଓ କବରଖାନାରେ ଜାଗା ଦେବାକୁ ଲୋକ ବିରୋଧ କରୁଛନ୍ତି। ଶବ ପୋଡିଲେ ବା ପୋତିଦେଲେ କରୋନା ଭୂତାଣୁ ସଂକ୍ରମିତ ହେବାର କୌଣସି ସମ୍ଭାବନା ନାହିଁ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରି ସାରିଛନ୍ତି। ତା ସତ୍ତ୍ୱେ ଶବଦାହ ପାଇଁ ଅନେକ ସମସ୍ୟା ଉପୁଜୁଥିବାର ଖବର ମିଳୁଛି। କରୋନା ସଂକ୍ରମଣର ପ୍ରାଥମିକ ସମୟରେ ମେଘାଳୟରେ ଜଣେ ଲୋକପ୍ରିୟ ଡାକ୍ତରଙ୍କର ଶବଦାହ କରାଇ ନଦେବାକୁ ସେଠାରେ ଏକ ପ୍ରକାର ଆଂଦୋଳନ ଆରମ୍ଭ ହୋଇଥିଲା। କରୋନା ପୀଡିତଙ୍କ ପ୍ରତି ଆମର ଅହେତୁକ ଭୟ ଆମକୁ ଅଧିକରୁ ଅଧିକ ଅମଣିଷ କରି ଦେଉଛି। ଏ କଥା ଆମର ସରକାର ବୁଝିବା ଦରକାର। ସଂକ୍ରମଣ ରୋକିବାକୁ ଯାଇ ବିଧି ବ୍ୟବସ୍ଥାକୁ ଅମାନବୀୟ କରିଦେବା ଆଦୌ ଉଚିତ ହେବନାଇଁ।

ଏ ସମ୍ପର୍କରେ କିଛି ଅମାନବୀୟ ଖବର କଥା ଆମେ ଉଲ୍ଲେଖ କରିବୁ।ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ରାସ୍ତାରେ ଅଂଶୁଘାତ କାରଣରୁ ପ୍ରାଣ ହରାଇଲେ। ତାଙ୍କୁ କେହି ପାଣି ଟୋପେ ଦେଲେ ସେ ବଞ୍ଚି ଯାଇଥାନ୍ତେ। ସେତକ ମାନବିକତା କାହା ମନକୁ ଆସିଲା ନାହିଁ। ଲୋକଟି ମରିଗଲା ପରେ ତାଙ୍କୁ ମଇଳା ସଫା କରୁଥିବା ଗାଡିରେ ଉଠେଇ ଫୋପାଡି ଦିଆଗଲା। ସେମିତି ଗଞ୍ଜାମ ଜିଲ୍ଲାରେ ଜଣେ ଅଙ୍ଗନବାଡି କର୍ମୀ ମୃତ୍ୟୁ ବରଣ କଲେ। ତାଙ୍କ ଶବକୁ କେହି ନ ଛୁଇଁବାରୁ ତାଙ୍କ ପରିବାରର ଦୁଇଜଣ ମହିଳା ସଦସ୍ୟା ଶବକୁ ଭିଡି ଭିଡି ନେଇ ପୋତି ପକାଇଲେ। ଗୁଜରାଟରେ ଅନେକ ଅଭିଯୋଗ ଏମିତି ଆସିଛି। ଅନେକ ସମୟରେ ମୃତ ବ୍ୟକ୍ତିଙ୍କ ଚେହେରା ଦେଖିବାର ସୁଯୋଗ ସମ୍ପର୍କୀୟମାନଙ୍କୁ ଦିଆଯାଉନାଇଁ। ହାଇଦ୍ରାବାଦରେ ଭେଣ୍ଟିଲେଟର କାଢି ନେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଖବର ମଧ୍ୟ ଚର୍ଚ୍ଚାରେ ରହିଥିଲା। ଏମିତି ଅନେକ ମୃତ୍ୟୁ ଓ ତା ପରେ ଅମାନବୀୟ ଆଚରଣର ଖବର ଆମେ ସବୁଦିନ ପଢୁଛୁ।

ଏହା ଆମର ମାନବୀୟ ଚରିତ୍ର ଉପରେ ପ୍ରଶ୍ନ ଚିହ୍ନ ଲଗାଉ ନାହିଁ  କି?

ସାମାଜିକ ଦୂରତା ଆଳରେ ସମାଜକୁ ଅଧିକ ଅମାନବୀୟ ଓ ଅସଭ୍ୟ ହେବାର ନିୟମ ଆମକୁ ପୁଣିଥରେ ମଧ୍ୟଯୁଗୀୟ ବର୍ବରତା ଆଡକୁ ନେଇ ଯାଉନି ତ !!!

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.