Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ ଡାଉନର ଲେଉଟାଣି , ପୂର୍ବରୁ କିଛି ହୋଇନି, ଆଗକୁ ମଧ୍ୟ କିଛି ହେବାର ନାହିଁ!!    
ବିଶେଷ ଖବର

ଲକ ଡାଉନର ଲେଉଟାଣି , ପୂର୍ବରୁ କିଛି ହୋଇନି, ଆଗକୁ ମଧ୍ୟ କିଛି ହେବାର ନାହିଁ!!    

July 18, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଶା ସରକାର ପୁଣିଥରେ ରାଜ୍ୟର ତିନି ପ୍ରମୁଖ ମହାନଗରୀ କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ଗଞ୍ଜାମ, ଖୁର୍ଦ୍ଧା, କଟକ ଓ ଯାଜପୁର ଜିଲାକୁ ଆସନ୍ତା ଦୁଇ ସପ୍ତାହ ଯାଏ ଲକ ଡାଉନ ଘୋଷଣା କରିଛନ୍ତି। ଲକ ଡାଉନ ଘୋଷଣା ପୂର୍ବରୁ ସ୍ଵାଭାବିକ ଭାବରେ ସରକାରୀ ଅଧିକାରୀମାନେ ଯାହା କହିଛନ୍ତି, ତାହା ଗତ ଚାରିମାସ ହେଲା ଆମେ ଶୁଣି ଆସୁଛୁ। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି, ହେଲେ ସେଥିସହିତ ଦେଶରେ “ଅନଲକ” ପ୍ରକ୍ରିୟା ମଧ୍ୟ ଅବ୍ଯାହତ ରହିଛି। ଜୁନ ଓ ଜୁଲାଇ ମାସରେ ସାରା ଦେଶରେ “ଅନଲକ” ପ୍ରକ୍ରିୟା ଚାଲିଥିବା ବେଳେ ଓଡିଶା ସରକାର ଏହି ଦୁଇ ମାସ ଏକ ପ୍ରକାର ମନମୁଖି ଶୈଳୀ ରେ ୧୦ ଟି ଜିଲ୍ଲାକୁ ୧୨ ଦିନ ପୂରା ଶତ ଡାଉନ କରି ରଖିଥିଲେ। ପ୍ରବାସୀ ଶ୍ରମିକଙ୍କ ଆସିବା ପରେ ସେମାନଙ୍କର ସଠିକ ପରୀକ୍ଷା ନ କରିବା, ସଙ୍ଗରୋଧ ବ୍ୟବସ୍ଥାର ଦୁରୁପଯୋଗ କରିବା ଏବଂ ମାତ୍ରାଧିକ ଆତ୍ମବିଶ୍ଵାସ କାରଣରୁ ଜୁଲାଇ ମାସରେ ଓଡିଶାର କରୋନା ସ୍ଥିତି ବିଗିଡି ଯାଇଛି। ଏହାର ମୁକାବିଲା କରିବାକୁ ପୁଣି ଲକ ଡାଉନକୁ ରାଜ୍ୟ ସରକାର ନିଜର ଏକମାତ୍ର ଆଶ୍ରୟ ବୋଲି ଭାବିଛନ୍ତି।

ଆମେରିକା ଓ ୟୁରୋପୀୟ ଦେଶ ଗୁଡିକ କରୋନା ଭୂତାଣୁ ଦ୍ଵାରା ସର୍ବାଧିକ ଆକ୍ରାନ୍ତ ହୋଇଥିଲେ ମଧ୍ୟ, ସେମାନେ ଏବେ କ୍ରମଶଃ ଲକ ଡାଉନକୁ ଉଠାଇବା ଆରମ୍ଭ କରିଛନ୍ତି। ଆମେରିକା ସବୁଠୁ ଅଧିକ ଆକ୍ରାନ୍ତ ଦେଶ ଭାବରେ ୩୭ ଲକ୍ଷ କରୋନା ପୀଡିତ ଓ ପ୍ରାୟ ୧ ଲକ୍ଷ ୪୧ ହଜାର ମୃତ ଲୋକଙ୍କ ସଙ୍କଟ ସତ୍ତ୍ୱେ ଆମେରିକାର ବିଭିନ୍ନ ରାଜ୍ୟ ଏବେ ଲକ ଡାଉନ ହଟାଇବା ଆରମ୍ଭ କରିଛନ୍ତି। ଆମେରିକାର ସଙ୍ଘୀୟ ବ୍ୟବସ୍ଥାରେ ଜାତୀୟ ଲକ ଡାଉନ ଘୋଷଣା କରିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପକ୍ଷରେ ସମ୍ଭବ ନଥିଲା। ଅବଶ୍ୟ ସେ ନିଜେ ଲକ ଡାଉନର ସମର୍ଥକ ନଥିଲେ। ଗତ କିଛିମାସ ଭିତରେ ରାଷ୍ଟ୍ରପତି ଟ୍ରମ୍ଫ ଓ ତାଙ୍କର ସମର୍ଥକ ତଥା ତାଙ୍କ ବିରୋଧୀମାନେ ଲକ ଡାଉନ ଉଠାଇବା ଦାବୀରେ ଧାରଣା, ପ୍ରଦର୍ଶନ ଓ ଆନ୍ଦୋଳନ ଚଳାଇଛନ୍ତି। ତେବେ କରୋନା ସଂକ୍ରମଣର ବ୍ୟାପକତା ଯୋଗୁଁ ଅନେକ ରାଜ୍ୟ ରାଷ୍ଟ୍ରପତି ଟ୍ରମ୍ଫଙ୍କର ଏ ପ୍ରସ୍ତାବ ମାନିବାକୁ ପ୍ରସ୍ତୁତ ନାହାନ୍ତି।  ତେବେ ସମୟ କ୍ରମେ ଲକ ଡାଉନ ଆମେରିକାର ବିଭିନ୍ନ ରାଜ୍ୟରେ କୋହଳ ହେଉଛି।

କରୋନା ଦ୍ଵାରା ସର୍ବାଧିକ ପୀଡିତ ଇଟାଲି ଓ ସ୍ପେନ ମଧ୍ୟ ଲକ ଡାଉନ ଉଠାଇବାର ପ୍ରକ୍ରିୟା ଆରମ୍ଭ କଲେଣି। ଚୀନ ନିଜ ଦେଶରେ ପ୍ରଥମେ ଲକ ଡାଉନକୁ ସ୍ଥାନୀୟ ସ୍ତରରେ ସୀମିତ ରଖିଥିଲା ଓ ଏହାର ସୁଫଳ ମଧ୍ୟ ପାଇଥିଲା। ଏସିଆର ଦେଶ ଗୁଡିକ ସବୁ କ୍ଷେତ୍ରରେ ଲକ ଡାଉନକୁ ସୀମିତ ଏବଂ ହଟ ସ୍ପଟ କୈନ୍ଦ୍ରିକ ରଖିଛନ୍ତି। ଲକ ଡାଉନ ସମୟରେ ବ୍ୟାପକ ପରୀକ୍ଷା କରିବା ସହିତ କୁଆରେଣ୍ଟାଇନ ନିୟମକୁ ଲାଗୁ କରିଛନ୍ତି। ଏସିଆରେ କେବଳ ଭାରତ ସବୁଠୁ ଅଧିକ ସମୟ ଲକ ଡାଉନ ଲାଗୁ କରିଛି ଓ ଏହାକୁ ଅଧିକ କଡାକଡି ଲାଗୁ କରୁଛି। ତେବେ ଲକ ଡାଉନ ସତ୍ତ୍ୱେ ପୂରା ଏସିଆର ୫୬% କରୋନା ଆକ୍ରାନ୍ତ ଏବେ କେବଳ ଭାରତରୁ ବାହାରୁଛନ୍ତି। ସରକାରୀ ଅଧିକାରୀମାନେ ଲକ ଡାଉନ କୁ ଯେତେ ବିଜ୍ଞାନ ସମ୍ମତ ଓ ସଂକ୍ରମଣ ରୋକିବାର ଏକମାତ୍ର ପନ୍ଥା ବୋଲି କହିଲେ ମଧ୍ୟ, ଆମ ରାଜ୍ୟରେ ଏହାର କୌଣସି ପ୍ରଭାବ ପଡିନାହିଁ କିମ୍ବା ଆଗକୁ ପଡିବାର ସମ୍ଭାବନା ଦିଶୁନାହିଁ।

ସାରା ପୃଥିବୀ ଏବେ କରୋନା ସହିତ କେମିତି ବଞ୍ଚିହେବ ଓ ଅର୍ଥନୀତିକୁ ମଧ୍ୟ କେମିତି ବଞ୍ଚାଇ ହେବ, ସେ ବାଟ ଖୋଜୁଛି।ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ବିଭିନ୍ନ ଭାଷଣରେ ସେ କଥାର ଆଭାସ ମଧ୍ୟ ଦେଇଥିଲେ। “ବଚନା ଭି ହୈ, ଆଗେ ବଢନା ଭି ହୈ”। ତେବେ ଅନଲକ-୧ ଓ ୨ ବେଳକୁ ଓଡିଶା ନିଜକୁ ତାଲାବନ୍ଦ କରି ରଖିବା ପରେ ଏବେ ରାଜ୍ୟର ପ୍ରମୁଖ ବ୍ୟବସାୟ କେନ୍ଦ୍ରଗୁଡ଼ିକୁ ତାଲା ପକାଇ ରଖିଛି। ଏହାର ପରିଣାମ ଆଗକୁ ଯଥେଷ୍ଟ  ମହଙ୍ଗା ସାବ୍ୟସ୍ତ ହେବ। ଏବେ ଅର୍ଥନୀତିକୁ ଆମେ ବଞ୍ଚାଇବାର ବାଟ ଖୋଜିବା ନା ଏକ ଦୀର୍ଘକାଳୀନ ଅର୍ଥନୈତିକ ଆତ୍ମହତ୍ୟାର ବାଟ ବାଛିବା, ତାହା ହିଁ ବଡ ପ୍ରଶ୍ନ। ଲକ ଡାଉନ ଖୋଲିବା ବା ଆଗକୁ ବଢାଇବା ଉପରେ ଅର୍ଥନୀତି ଆଜି ଆଉ ନିର୍ଭର କରୁନାହିଁ। ଏବେ ଆଇସିୟୁ ରେ ଥିବା ଅର୍ଥନୀତି ଓ ରାଜ୍ୟର ଆର୍ଥିକ ପରିଚାଳନାକୁ ଜୀବନ ଦେଇ ହେବ କି ନାହିଁ, ତାହା ହିଁ ପ୍ରଶ୍ନ।

ପୂର୍ବର ଲକ ଡାଉନ ସମୟରେ ଆମର ଉତ୍କଟ ଦାରିଦ୍ର୍ୟ ଓ ଅସହାୟତାର ଚିତ୍ର ଅଧିକ ସ୍ପଷ୍ଟ ହୋଇଛି।ରାଜ୍ୟ ସରକାର ବିଜ୍ଞାପନ ଜରିଆରେ ଆମକୁ ଯାହା ଦେଖାଉଛନ୍ତି, ସେଥିରେ ମିଛର ପରିମାଣ ବହୁ ଅଧିକ। ଗଞ୍ଜାମ ଓ ଖୁର୍ଦ୍ଧା ଜିଲାରେ ସଂକ୍ରମଣ ବ୍ୟାପକ ହେବାର କାରଣ ଲୋକ ନୁହନ୍ତି। ଖୋଦ ରାଜ୍ୟ ସରକାର ପ୍ରବାସୀ ଶ୍ରମିକ ଓ ପ୍ରବାସୀ ଓଡିଆଙ୍କ ଫେରନ୍ତା ଗସ୍ତର ସଠିକ ପରିଚାଳନା କରିବାରେ ବିଫଳ ହୋଇଛନ୍ତି। ସରକାରୀ ବିଫଳତା ର ଦଣ୍ଡ ଏବେ ସାଧାରଣ ଲୋକେ ଭୋଗୁଛନ୍ତି। ରୋଗର ଭୟ ଓ ଜୀବିକା ସଂପୂର୍ଣ୍ଣ ଧ୍ଵଂସ ହୋଇଯିବାର ମଝି ଦରିଆରେ ଏବେ ସାଧାରଣ ଲୋକ ଅତ୍ୟନ୍ତ ଅସହାୟ। ଚାରିମାସ ଧରି ଓଡିଶା ସରକାର ଆମକୁ କେବଳ ପ୍ରବଚନ ଶୁଣାଉଛନ୍ତି, ହେଲେ ସଂକ୍ରମଣ ରୋକିବାରେ ସରକାରଙ୍କର କୌଣସି ଉଦ୍ୟମ ସଫଳ ହେଉନାହିଁ। “ଲକ ଡାଉନ” କୁ କରୋନା ସଂକ୍ରମଣ ରୋକିବାର ଏକ ମାର୍ଗ ଭାବେ ବିବେଚନା ନ କରି ଏହାକୁ ଆଉ ଏକ “ମଣିଷ ସଙ୍କଟ” ରେ ଆମର ସରକାର ଜାଣିଶୁଣି ରୂପାନ୍ତରିତ କରିଚାଲିଛନ୍ତି।

ଆଜି ଲକ ଡାଉନ ଆମ ସମୟର ଦୁର୍ଭାଗ୍ୟ ପାଲଟି ଯାଇଛି।ଆଜି ପ୍ରତ୍ଯେକ ଓଡିଶାବାସୀ ଓଡିଶା ସରକାରଙ୍କ ଲକ ଡାଉନ ପରୀକ୍ଷାରେ “ଗିନିଆଁ ପିଗ” ଭଳି ପଡିରହିବାକୁ ବାଧ୍ୟ। ଏଠି ପ୍ରତିଦିନ ପୋଲିସ ଓ ସରକାରୀ ବାବୁ ଆମର “ମାଇଁ ବାପ”।

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.