Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ଗଡ଼ର ହୃଦୟଥରା କାହାଣୀ: ଦୁଃଖ ଶୁଣିବାକୁ କିଏ ନାହିଁ, ଲୁହ ପୋଛିବ କିଏ?
ବିଶେଷ ଖବର

କରୋନା ଗଡ଼ର ହୃଦୟଥରା କାହାଣୀ: ଦୁଃଖ ଶୁଣିବାକୁ କିଏ ନାହିଁ, ଲୁହ ପୋଛିବ କିଏ?

July 20, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ଜଟିଳ ଓ ଭୟଙ୍କର ରୂପ ଧାରଣ କରୁଛି । ସେଠାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ରୂପେ ଭୁଷୁଡି ଗଲାଣି । ମଣିଷମାନଙ୍କ ଜୀବନ ପୋକ ମାଛି ପରି ଝଡ଼ି ପଡ଼ୁଥିବା ବେଳେ ସ୍ୱାସ୍ଥ୍ୟସେବାରୁ ବଂଚିତ ଲୋକଙ୍କ ଜୀବନର ଆର୍ତ୍ତନାଦ ଶୁଣିବାକୁ ସତେ ଯେପରି କେହିନାହାନ୍ତି । କରୋନାର ବିକଟାଳ ସ୍ୱରରେ ସମଗ୍ର ଗଂଜାମର ଛାତି ଥରି ଉଠୁଥିବା ବେଳେ ପ୍ରଶାସନର ଦୁର୍ବଳ ବ୍ୟବସ୍ଥାର ଗୋଟିଏ ଗୋଟିଏ ରୁଗଣ୍ ଚିତ୍ର ବୟାନ କରୁଛି ଗଂଜାମ ଜିଲ୍ଲାର ସ୍ଥିତି କେତେ ସଂଗୀନ ।

ଦକ୍ଷିଣ ଓଡ଼ିଶାର ବଡ଼ ମେଡ଼ିକାଲ୍ ଏମ୍‌କେସଜିର ଭିତର କୋଠାର ଅଭାବନୀୟ ଚିତ୍ର ଆଜି ଆମେ କେଡ଼େ ଭୟଙ୍କର ସମୟ ଦେଇ ଗତି କରୁଛୁ ତାହା ବୟାନ କରୁଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଗଂଜାମ ଜିଲ୍ଲାରେ ମାଳ ମାଳ ବାବୁ  ଓ ହଜାର ହଜାର ସ୍ୱାସ୍ଥ୍ୟକର୍ମୀ ଡ଼ାକ୍ତର ଦିନରାତି କାହା ପାଇଁ ଖଟୁଛନ୍ତି ? ଏଠାରେ ପ୍ରାୟ ପ୍ରତ୍ୟେକ ଦିନ  ରୋଗୀଙ୍କ ମୃତ୍ୟୁ ହେଉଛି । ତାହା ପୁଣି କରୋନାରେ ନଚେତ୍‌ ଅମ୍ଳଜାନ ଅଭାବରେ। ଏଥିପାଇଁ ଦାୟୀ କିଏ ?

ସରକାର ଗଞ୍ଜାମ ଜିଲ୍ଲାକୁ ଅଧିକ ପ୍ରାଥମିକତା ଦେଇ ବାହାର ଜିଲ୍ଲାର 5 ଜଣ ପ୍ରାଶାସନିକ ଅଧିକାରୀଙ୍କ ସମେତ 32 ଜଣ ଓଆରଏସ୍‌ ଅଫିସର, 130 ଜଣ ଡାକ୍ତରଙ୍କୁ ପଠାଇଛନ୍ତି । କିନ୍ତୁ ସେଠାରେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । କରୋନା ଯୋଦ୍ଧାମାନେ କରୋନାରେ ଆକ୍ରାନ୍ତ ହେବା ପରେ ସେଠାକାର ସ୍ଥିତି ଭୟଙ୍କର ହୋଇଛି । ପରିସ୍ଥିତିକୁ ଦେଖି ବ୍ୟବସ୍ଥା କରିବା ଏବେ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହୋଇପଡିଛି ।

ବଡ ମେଡ଼ିକାଲରେ ରୋଗୀଙ୍କ ମୃତଦେହ ପଡିରହିଥିବା ବେଳେ ଏଠାରେ ଶବ ଉଠାଇବାକୁ କେହି ନାହିଁ । ଅଧିକାଂଶ ମୃତ୍ୟୁର କାରଣ ପୁଣି ଅସ୍ପଷ୍ଟ ରହୁଛି ।  ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ବିସ୍ଫୋରକ ସ୍ଥିତି ଧାରଣ କରିଥିଲେ ସୁଦ୍ଧା ବହୁ ରୋଗୀଙ୍କ ମୃତ୍ୟୁ ହେବା ପରେ ମଧ୍ୟ ସେମାନଙ୍କର କରୋନା ଟେଷ୍ଟ  କରା ନ ଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ହେଉଛି । ମୃତଦେହ ଗୁଡିକ କରୋନା ସଂକ୍ରମଣର ବାହକ ସାଜିଥିବା ବେଳେ ଜିଲ୍ଲାର ପ୍ରତ୍ୟେକ ଶ୍ମଶାନ ହିଁ ଗଞ୍ଜାମ ଜିଲ୍ଲାର ପ୍ରକୃତ ସ୍ବାସ୍ଥ୍ୟବସ୍ଥାର ଚିତ୍ର ପ୍ରଦାନ କରୁଛି ।

ଏପରି ଏକ ଦୁର୍ଭାଗ୍ୟପୂର୍ଣ୍ଣ ସମୟରେ ଜିଲ୍ଲାର ଏପରି ଅଭାବନୀୟ ଚିତ୍ରକୁ ମଧ୍ୟ ଗଣମାଧ୍ୟମ ସାମ୍ନାକୁ ଆଣିପାରୁନାହିଁ । କିନ୍ତୁ ଗଞ୍ଜାମ ଜିଲ୍ଲାର ତଥାକଥିତ ଚିତ୍ର ଅସଲ ଚିତ୍ରଠାରୁ କିଛି ଭିନ୍ନ ବର୍ଣ୍ଣନା କରୁଛି । ଜିଲ୍ଲାରେ କରୋନାର ଚିତ୍ରଠୁ ଭୟଙ୍କର ରୂପ ଧାରଣ କରିଛି ହାକିମ୍ ବାବୁ ଓ ନେତାମାନଙ୍କର ଆଚରଣ, ବିଚାର ଓ ତାଙ୍କ ପ୍ରଯୋଜିତ ବ୍ୟବସ୍ଥା। ଯେଉଁ ଡ଼ାକ୍ତରମାନଙ୍କୁ ନେଇ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଡ଼ାକ୍ତର ହୋମ୍ କ୍ୱାରେଣ୍ଟାଇନ୍‌ରେ। ଅନ୍‌ଲାଇନ୍ ସ୍ୱାସ୍ଥ୍ୟସେବା ଏବେ କେବଳ ନାମକୁ ମାତ୍ର । କାରଣ ଏଠାରେ ଅଧିକାଂଶ ରୋଗୀ ଅନଲାଇନ୍‌ ସେବାର ଅର୍ଥ ବି ବୁଝିନାହାନ୍ତି ।

ଅପରପକ୍ଷରେ ଏଠାକାର କୋଭିଡ଼୍ ହସ୍‌ପିଟାଲ୍‌ର ଅବ୍ୟବସ୍ଥା ମଧ୍ୟ କାହାକୁ ଅଗୋଚର ନାହିଁ । ବ୍ରହ୍ମପୁର ତଥା ଗଂଜାମକୁ ରାଜଧାନୀ ବାରଣ କରିବା ପରେ ଯେଉଁ ଅସନ୍ତୋଷ ଦାନା ବାନ୍ଧିଥିଲା ତା’ର କ୍ଷୋଭ ଦିନକୁ ଦିନ ଉଗ୍ର  ରୂପ ଧାରଣ କରୁଛି । କୋଭିଡ଼୍ ହସ୍‌ପିଟାଲ୍‌ରେ ସେବା ଠିକ୍ ନାହିଁ । ପ୍ରଶାସନ କେବଳ ଟ୍ୱିଟର ହେଣ୍ଡଲ ଖେଳରେ ମତୁଆଲା ହୋଇଛି। ଏଠାରେ ରୋଗୀକୁ ସ୍ୱାସ୍ଥ୍ୟସେବା ନାହିଁ କି ଔଷଧ ନାହିଁ । ଡ଼ାକ୍ତରମାନେ ଲକ୍ଷାଧିକ ଟଙ୍କାର କୋଭିଡ଼୍ ଯୋଦ୍ଧା ମାନ୍ୟତା ପାଇଥିଲେ ବି ସେମାନଙ୍କୁ ଆଜି ଜୀବନ ଭୟ ଘାରିଛି । ପୋଲିସ୍ ବାବୁମାନଙ୍କ ଅବସ୍ଥା ମଧ୍ୟ ଶୋଚନୀୟ । ଏସବୁ ଭିତରେ କରୋନାର ଗଡ଼ ଗଂଜାମର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟୟ ଚିତ୍ର ପାଇଁ ସରକାର ମୁଖ୍ୟତଃ ଦାୟୀ ନ ରହିବେ କାହିଁକି ବୋଲି ପ୍ରଶ୍ନ ଉଠୁଛି । ଆଜିର ସମୟରେ ଗଞ୍ଜାମ ଜିଲ୍ଲାର କରୋନା ହଟସ୍ପଟ ହେବା ସହିତ ଦିନକୁ ଦିନକୁ ଚିନ୍ତା ବଢାଇ ଚାଲିଛି । ଏଠାରେ ସାଧାରଣ ଜନତା କେବଳ ଈଶ୍ବରଙ୍କୁ ଡାକି ଘରେ ରହିବା ଛଡା ତାଙ୍କ ପାଖରେ ଆଉ କୌଣସି ଉପାୟ ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

July 1, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

June 30, 2026
Latest News

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

July 2, 2026

ତାରାତାରିଣୀ ପୀଠ ନିକଟ ହୋଟେଲ ରୁ ଯୁବକର ଶବ ଉଦ୍ଧାର

July 2, 2026

ଦିଅରଙ୍କ ଆକ୍ରମଣରେ ଭାଉଜଙ୍କ ମୃତ୍ୟୁ, ପୁଅ ଗୁରୁତର

July 2, 2026

ଖୋର୍ଦ୍ଧାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ; ଘୋଷଯାତ୍ରା ପୂର୍ବରୁ କଡ଼ା ଯାଞ୍ଚ ଓ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ

July 1, 2026

ଭିବି-ଜି ରାମ୍ ଜି ଅଧିନିୟମ ଅଧୀନରେ ନୂଆ ମଜୁରୀ ହାର ଘୋଷଣା; ସର୍ବନିମ୍ନ ଦୈନିକ ମଜୁରୀ ୩୦୦ ଟଙ୍କା

July 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.