Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ଗଡ଼ର ହୃଦୟଥରା କାହାଣୀ: ଦୁଃଖ ଶୁଣିବାକୁ କିଏ ନାହିଁ, ଲୁହ ପୋଛିବ କିଏ?
ବିଶେଷ ଖବର

କରୋନା ଗଡ଼ର ହୃଦୟଥରା କାହାଣୀ: ଦୁଃଖ ଶୁଣିବାକୁ କିଏ ନାହିଁ, ଲୁହ ପୋଛିବ କିଏ?

July 20, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ଜଟିଳ ଓ ଭୟଙ୍କର ରୂପ ଧାରଣ କରୁଛି । ସେଠାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ରୂପେ ଭୁଷୁଡି ଗଲାଣି । ମଣିଷମାନଙ୍କ ଜୀବନ ପୋକ ମାଛି ପରି ଝଡ଼ି ପଡ଼ୁଥିବା ବେଳେ ସ୍ୱାସ୍ଥ୍ୟସେବାରୁ ବଂଚିତ ଲୋକଙ୍କ ଜୀବନର ଆର୍ତ୍ତନାଦ ଶୁଣିବାକୁ ସତେ ଯେପରି କେହିନାହାନ୍ତି । କରୋନାର ବିକଟାଳ ସ୍ୱରରେ ସମଗ୍ର ଗଂଜାମର ଛାତି ଥରି ଉଠୁଥିବା ବେଳେ ପ୍ରଶାସନର ଦୁର୍ବଳ ବ୍ୟବସ୍ଥାର ଗୋଟିଏ ଗୋଟିଏ ରୁଗଣ୍ ଚିତ୍ର ବୟାନ କରୁଛି ଗଂଜାମ ଜିଲ୍ଲାର ସ୍ଥିତି କେତେ ସଂଗୀନ ।

ଦକ୍ଷିଣ ଓଡ଼ିଶାର ବଡ଼ ମେଡ଼ିକାଲ୍ ଏମ୍‌କେସଜିର ଭିତର କୋଠାର ଅଭାବନୀୟ ଚିତ୍ର ଆଜି ଆମେ କେଡ଼େ ଭୟଙ୍କର ସମୟ ଦେଇ ଗତି କରୁଛୁ ତାହା ବୟାନ କରୁଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଗଂଜାମ ଜିଲ୍ଲାରେ ମାଳ ମାଳ ବାବୁ  ଓ ହଜାର ହଜାର ସ୍ୱାସ୍ଥ୍ୟକର୍ମୀ ଡ଼ାକ୍ତର ଦିନରାତି କାହା ପାଇଁ ଖଟୁଛନ୍ତି ? ଏଠାରେ ପ୍ରାୟ ପ୍ରତ୍ୟେକ ଦିନ  ରୋଗୀଙ୍କ ମୃତ୍ୟୁ ହେଉଛି । ତାହା ପୁଣି କରୋନାରେ ନଚେତ୍‌ ଅମ୍ଳଜାନ ଅଭାବରେ। ଏଥିପାଇଁ ଦାୟୀ କିଏ ?

ସରକାର ଗଞ୍ଜାମ ଜିଲ୍ଲାକୁ ଅଧିକ ପ୍ରାଥମିକତା ଦେଇ ବାହାର ଜିଲ୍ଲାର 5 ଜଣ ପ୍ରାଶାସନିକ ଅଧିକାରୀଙ୍କ ସମେତ 32 ଜଣ ଓଆରଏସ୍‌ ଅଫିସର, 130 ଜଣ ଡାକ୍ତରଙ୍କୁ ପଠାଇଛନ୍ତି । କିନ୍ତୁ ସେଠାରେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । କରୋନା ଯୋଦ୍ଧାମାନେ କରୋନାରେ ଆକ୍ରାନ୍ତ ହେବା ପରେ ସେଠାକାର ସ୍ଥିତି ଭୟଙ୍କର ହୋଇଛି । ପରିସ୍ଥିତିକୁ ଦେଖି ବ୍ୟବସ୍ଥା କରିବା ଏବେ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହୋଇପଡିଛି ।

ବଡ ମେଡ଼ିକାଲରେ ରୋଗୀଙ୍କ ମୃତଦେହ ପଡିରହିଥିବା ବେଳେ ଏଠାରେ ଶବ ଉଠାଇବାକୁ କେହି ନାହିଁ । ଅଧିକାଂଶ ମୃତ୍ୟୁର କାରଣ ପୁଣି ଅସ୍ପଷ୍ଟ ରହୁଛି ।  ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ବିସ୍ଫୋରକ ସ୍ଥିତି ଧାରଣ କରିଥିଲେ ସୁଦ୍ଧା ବହୁ ରୋଗୀଙ୍କ ମୃତ୍ୟୁ ହେବା ପରେ ମଧ୍ୟ ସେମାନଙ୍କର କରୋନା ଟେଷ୍ଟ  କରା ନ ଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ହେଉଛି । ମୃତଦେହ ଗୁଡିକ କରୋନା ସଂକ୍ରମଣର ବାହକ ସାଜିଥିବା ବେଳେ ଜିଲ୍ଲାର ପ୍ରତ୍ୟେକ ଶ୍ମଶାନ ହିଁ ଗଞ୍ଜାମ ଜିଲ୍ଲାର ପ୍ରକୃତ ସ୍ବାସ୍ଥ୍ୟବସ୍ଥାର ଚିତ୍ର ପ୍ରଦାନ କରୁଛି ।

ଏପରି ଏକ ଦୁର୍ଭାଗ୍ୟପୂର୍ଣ୍ଣ ସମୟରେ ଜିଲ୍ଲାର ଏପରି ଅଭାବନୀୟ ଚିତ୍ରକୁ ମଧ୍ୟ ଗଣମାଧ୍ୟମ ସାମ୍ନାକୁ ଆଣିପାରୁନାହିଁ । କିନ୍ତୁ ଗଞ୍ଜାମ ଜିଲ୍ଲାର ତଥାକଥିତ ଚିତ୍ର ଅସଲ ଚିତ୍ରଠାରୁ କିଛି ଭିନ୍ନ ବର୍ଣ୍ଣନା କରୁଛି । ଜିଲ୍ଲାରେ କରୋନାର ଚିତ୍ରଠୁ ଭୟଙ୍କର ରୂପ ଧାରଣ କରିଛି ହାକିମ୍ ବାବୁ ଓ ନେତାମାନଙ୍କର ଆଚରଣ, ବିଚାର ଓ ତାଙ୍କ ପ୍ରଯୋଜିତ ବ୍ୟବସ୍ଥା। ଯେଉଁ ଡ଼ାକ୍ତରମାନଙ୍କୁ ନେଇ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଡ଼ାକ୍ତର ହୋମ୍ କ୍ୱାରେଣ୍ଟାଇନ୍‌ରେ। ଅନ୍‌ଲାଇନ୍ ସ୍ୱାସ୍ଥ୍ୟସେବା ଏବେ କେବଳ ନାମକୁ ମାତ୍ର । କାରଣ ଏଠାରେ ଅଧିକାଂଶ ରୋଗୀ ଅନଲାଇନ୍‌ ସେବାର ଅର୍ଥ ବି ବୁଝିନାହାନ୍ତି ।

ଅପରପକ୍ଷରେ ଏଠାକାର କୋଭିଡ଼୍ ହସ୍‌ପିଟାଲ୍‌ର ଅବ୍ୟବସ୍ଥା ମଧ୍ୟ କାହାକୁ ଅଗୋଚର ନାହିଁ । ବ୍ରହ୍ମପୁର ତଥା ଗଂଜାମକୁ ରାଜଧାନୀ ବାରଣ କରିବା ପରେ ଯେଉଁ ଅସନ୍ତୋଷ ଦାନା ବାନ୍ଧିଥିଲା ତା’ର କ୍ଷୋଭ ଦିନକୁ ଦିନ ଉଗ୍ର  ରୂପ ଧାରଣ କରୁଛି । କୋଭିଡ଼୍ ହସ୍‌ପିଟାଲ୍‌ରେ ସେବା ଠିକ୍ ନାହିଁ । ପ୍ରଶାସନ କେବଳ ଟ୍ୱିଟର ହେଣ୍ଡଲ ଖେଳରେ ମତୁଆଲା ହୋଇଛି। ଏଠାରେ ରୋଗୀକୁ ସ୍ୱାସ୍ଥ୍ୟସେବା ନାହିଁ କି ଔଷଧ ନାହିଁ । ଡ଼ାକ୍ତରମାନେ ଲକ୍ଷାଧିକ ଟଙ୍କାର କୋଭିଡ଼୍ ଯୋଦ୍ଧା ମାନ୍ୟତା ପାଇଥିଲେ ବି ସେମାନଙ୍କୁ ଆଜି ଜୀବନ ଭୟ ଘାରିଛି । ପୋଲିସ୍ ବାବୁମାନଙ୍କ ଅବସ୍ଥା ମଧ୍ୟ ଶୋଚନୀୟ । ଏସବୁ ଭିତରେ କରୋନାର ଗଡ଼ ଗଂଜାମର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟୟ ଚିତ୍ର ପାଇଁ ସରକାର ମୁଖ୍ୟତଃ ଦାୟୀ ନ ରହିବେ କାହିଁକି ବୋଲି ପ୍ରଶ୍ନ ଉଠୁଛି । ଆଜିର ସମୟରେ ଗଞ୍ଜାମ ଜିଲ୍ଲାର କରୋନା ହଟସ୍ପଟ ହେବା ସହିତ ଦିନକୁ ଦିନକୁ ଚିନ୍ତା ବଢାଇ ଚାଲିଛି । ଏଠାରେ ସାଧାରଣ ଜନତା କେବଳ ଈଶ୍ବରଙ୍କୁ ଡାକି ଘରେ ରହିବା ଛଡା ତାଙ୍କ ପାଖରେ ଆଉ କୌଣସି ଉପାୟ ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ପାଇଁ କ୍ୟାବିନେଟ ଫର୍ମୁଲା ସ୍ଥିର, ନୀତିଶ ହେବେ ମୁଖ୍ୟମନ୍ତ୍ରୀ, ବିଜେପି ପାଇବ ଦୁଇ ଉପମୁଖ୍ୟମନ୍ତ୍ରୀ!

November 17, 2025

ଗୋଆରେ ଦୃଢ଼ ବିଶ୍ୱସ୍ତରୀୟ ସହ-ପ୍ରଯୋଜନା ବଜାର ଉପସ୍ଥାପନ କରିବ ୱେଭ୍ସ ଫିଲ୍ମ ବଜାର

November 17, 2025

Electric Vehicle Market: ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଚାଇନା କଂପାନୀ ଇଭି ଗାଡି

November 16, 2025

ପୁଣି ଶ୍ରୀମୟୀ ମିଶ୍ରଙ୍କ ଧମକା, ଏଥର ବିଜେଡି ନେତା ସନ୍ତୃପ୍ତ ମିଶ୍ରଙ୍କୁ କଲେ ଟାର୍ଗେଟ

November 16, 2025
Latest News

ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ – ୨୦୨୫ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

November 17, 2025

BSNL ର ବଡ଼ ଧମକା!: ଛାତ୍ରମାନଙ୍କ ପାଇଁ ଅସୀମିତ କଲିଙ୍ଗ ସହିତ ମିଳୁଛି 100GB ଡାଟା 

November 17, 2025

ଏବେ ସପ୍ତାହରେ ତିନି ଦିନ ଚାଲିବ ଉଧନା–ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌

November 17, 2025

ପୂର୍ବତଟ ରେଳପଥରେ ୪୭ତମ ସର୍ବଭାରତୀୟ ରେଲୱେ ବ୍ରିଜ୍ ଚାମ୍ପିଅନସିପ୍ ଉଦଘାଟିତ

November 17, 2025

ଅନାଥ ଆଶ୍ରମରେ ‘ଉତ୍ତର ମୂଖୀ ଫାଉଣ୍ଡେସନ’ ର ସମାଜସେବା ଉଦ୍ୟମ

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.