Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନିଆରା ପକ୍ଷୀ ପ୍ରେମ : ପକ୍ଷୀ ପାଇଁ 35 ଦିନ ଅନ୍ଧାରରେ ରହିଲେ ଗ୍ରାମବାସୀ
ଜାତୀୟ ଖବର

ନିଆରା ପକ୍ଷୀ ପ୍ରେମ : ପକ୍ଷୀ ପାଇଁ 35 ଦିନ ଅନ୍ଧାରରେ ରହିଲେ ଗ୍ରାମବାସୀ

July 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ତାମିଲନାଡୁ :  ପକ୍ଷୀରାଜନ୍‌ଙ୍କ କାହାଣୀ କାହାକୁ ଅଜଣା ନାହିଁ । ଯିଏ ପକ୍ଷୀମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାମିଲନାଡୁର ଏକ ଗ୍ରାମରେ ଏବେ ପକ୍ଷୀପ୍ରେମକୁ ନେଇ ବହୁତ ଚର୍ଚ୍ଚା ହୋଇଛି । ପକ୍ଷୀଙ୍କୁ ବଞ୍ଚାଇବାକୁ ଯାଇ ଏହି ଗ୍ରାମବାସୀମାନେ 35 ଦିନ ଧରି ଅନ୍ଧାରରେ ରହିଛନ୍ତି । ପକ୍ଷୀଙ୍କ ପ୍ରତି ଗ୍ରାମବାସୀଙ୍କ ଅହେତୁକ ଭଲପାଇବା ଓ ଶ୍ରଦ୍ଧାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ପକ୍ଷୀ ପ୍ରେମର ନିଆରା ନିଦର୍ଶନ ସୃଷ୍ଟି କରିଛନ୍ତି ତାମିଲନାଡୁର ଶିବଗଙ୍ଗା ଜିଲ୍ଲାର ପୋଥାଗାଡି ଗ୍ରାମବାସୀ । ଏହି ଜିଲ୍ଲାର ପୋଥାଗଡୀ ଗ୍ରାମବାସୀଙ୍କ ଅଦ୍ଭୁତ ପକ୍ଷୀ ପ୍ରେମ ଦେଖିବାକୁ ମିଳିଛି । ଏଠାରେ ଏକ ପକ୍ଷୀର ବସାକୁ ବଞ୍ଚାଇବା ପାଇଁ ଗ୍ରାମବାସୀମାନେ 35 ଦିନ ଧରି ଅନ୍ଧାରରେ ରହିଛନ୍ତି ।

ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏହି ଅଞ୍ଚଳର ଷ୍ଟ୍ରିଟ୍‌ ଲାଇଟ୍‌ ସଂଚାଳକ କରୁପା ରାଜା ଏକ ପକ୍ଷୀକୁ ମୁଖ୍ୟ ସୁଇଚ୍‌ ବୋର୍ଡ ବାହାରକୁ ଉଡିବାର ଦେଖିଥିଲେ ।

ରାଜାଙ୍କ କହିବାନୁସାରେ ତାଙ୍କ ଘର ଆଗରେ ଥିବା ସ୍ବିଚ୍‌ ବୋର୍ଡରୁ 35ଟି ଷ୍ଟ୍ରିଟ୍‌ ଲାଇଟ୍ରର କନେକସନ୍‌ ରହିଛି । ଲକ୍‌ଡାଉନ୍‌ ଆରମ୍ଭରୁ ଏକ ପକ୍ଷୀ ଏହି ସ୍ବିଚ୍‌ ବୋର୍ଡ ଚାରିପଟେ ଘୂରୁଥିବାର ଦେଖାଯାଇଥିଲା । ଲାଇଟ୍‌ ଚାଲୁ କରିବା ଯୋଗୁଁ ପକ୍ଷୀଙ୍କ ବସା, ପର ୟାଡେ ସାଡେ ପଡୁଥିଲା । ଚତୁର୍ଥ ଦିନ ଯେତେବଳେ ସ୍ବିଚ୍‌ ବୋର୍ଡକୁ ଭଲ ସେ ନିରୀକ୍ଷଣ କରାଗଲା, ସେତେବେଳେ ସ୍ବିଚ୍‌ ବୋର୍ଡ ଭିତରେ ଥିବା ଏକ ପକ୍ଷୀ ବସାରେ ଅଣ୍ଡା ରହିଛି । ଏହି ଘଟଣାକୁ ସେ ହ୍ବାଟସ୍‌ ଆପ୍‌ ଜରିଆରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଅଣ୍ଡାରୁ ଶାବକ ଜନ୍ମ ହେବା ପର୍ଯ୍ୟନ୍ତ ଲାଇଟ୍‌ ଚାଲୁ ନ କରିବା ପାଇଁ ସେ ଗ୍ରାମବାସୀଙ୍କୁ ଅପିଲ୍‌ କରିଥିଲେ ।

ତେବେ କିଛି ଲୋକ ଏହାର ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ପଞ୍ଚାୟତ ମୁଖ୍ୟଙ୍କ ଜଣାଇଥିଲେ । ମୁଖିଆ ଜଣକ ଘଟଣାସ୍ଥଳରେ ପକ୍ଷୀ ଓ ପକ୍ଷୀର ବସା ଦେଖିଥିଲେ । ଲକ୍‌ଡାଉନ୍‌ ସମୟରେ ଲୋକମାନେ ଘର ବିନା ସଡକରେ ସଂଘର୍ଷ କରୁଥିବାବେଳେ ପକ୍ଷୀଟି ସନ୍ତାନକୁ ଦୁନିଆକୁ ଆଣିବା ପାଇଁ ବସାଟିଏ ବନାଇଥିଲା । ଏହାକୁ ଦେଖି ବିଜୁଳି ଚାଲୁ ନ କରିବା ପାଇଁ ରାଜି ହୋଇଥିଲେ । ମୁ୍ଖିଆ ଓ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ଗ୍ରାମଟି ପ୍ରାୟ 35 ଦିନ ଅନ୍ଧାରରେ ରହିଥିଲେ । ପକ୍ଷୀଟି ତା’ ଶାବକଙ୍କ ସହ ବସାରୁ ବାହାରିବା ପରେ ବିଜୁଳି କାର୍ଯ୍ୟକ୍ଷମ ହୋଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.