Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୩୦ ହଜାର ମୃତ ଲୋକଙ୍କ ଶବ ଓ ୧୨ କୋଟି ଜୀବିକା ଚାଲିଯିବାର ଅନୁଭବ- କରୋନା ମୁକାବିଲାରେ ଏଯାବତ  ଆମର ସଫଳତା ଏତିକି ମାତ୍ର!!
ବିଶେଷ ଖବର

୩୦ ହଜାର ମୃତ ଲୋକଙ୍କ ଶବ ଓ ୧୨ କୋଟି ଜୀବିକା ଚାଲିଯିବାର ଅନୁଭବ- କରୋନା ମୁକାବିଲାରେ ଏଯାବତ  ଆମର ସଫଳତା ଏତିକି ମାତ୍ର!!

July 25, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଦେଶରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ଟପିଛି। ଗତ ଦୁଇ ଦିନ ଭିତରେ ପ୍ରାୟ ଲକ୍ଷେ ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମିତ କରିଛି। ମହାରାଷ୍ଟ୍ର ଓ ତାମିଲନାଡୁ ପରେ ଦେଶର ନୂଆ ହଟସ୍ପଟ ରାଜ୍ୟ ଭାବରେ ଗତ ଦୁଇଦିନରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ଦୁଇ ଦିନରେ ଆନ୍ଧ୍ର ପ୍ରଦେଶରେ ୧୬ ହଜାର ଓ କର୍ଣ୍ଣାଟକରେ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ଆରମ୍ଭରୁ ଓଡିଶା ସବୁବେଳେ ଭଲ ସ୍ଥିତିରେ ରହି ଆସିଥିଲା। ହେଲେ ଗତ ତିନି ଦିନରେ ରାଜ୍ୟରେ ପ୍ରାୟ ଚାରି ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାରାଦେଶରେ ମୃତ୍ୟୁ ସଂଖ୍ୟା ବଢୁଛି।୩୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ମାର୍ଚ୍ଚ ମାସରେ ଯେତେବେଳେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କହୁଥିଲେ ଯେ, ପ୍ରତିଟି ଜୀବନ ଆମ ଲାଗି ଗୁରୁତ୍ଵପୂର୍ଣ୍ଣ, ସେତେବେଳେ ଆମେ ଭାବୁଥିଲୁ ବୋଧହୁଏ ଲୋକଙ୍କ ଜୀବନକୁ ନେଇ ଆମ ସରକାର ସତରେ ଚିନ୍ତିତ। ଲୋକଙ୍କ ଜୀବନ ବଞ୍ଚିବା ବୋଲି କୋଟି କୋଟି ଲୋକ ନିଜର ଜୀବିକା ହରାଇଲେ। ହେଲେ ଚାରି ମାସ  ପରେ ଆଜି ଜୀବନ ଯେତିକି ବିପନ୍ନ, ଜୀବିକା ତାଠୁ ବେଶୀ ବିପଦରେ।

ହୁଏତ ସରକାରୀ ଖାତାରେ ମୃତ୍ୟୁ ବରଣ କରୁଥିବା ଲୋକେ, କେବଳ ଏକ ଏକ ସଂଖ୍ୟା। ସେମାନଙ୍କର ପରିଚୟ ପ୍ରତିଦିନ କୋଭିଡ ଗ୍ରାଫରେ ନାଲି କାଳିରେ ଅଙ୍କା ହେଉଥିବା ସଂଖ୍ୟା ମାତ୍ର। ସେମାନଙ୍କୁ ବଞ୍ଚାଇବା ସହଜ ନଥିଲା କି? ସରକାରୀ ବିଶେଷଜ୍ଞମାନେ କହୁଛନ୍ତି, ଆହୁରି ଲୋକ ମରିଥାନ୍ତେ। ଆମେ ସଂଖ୍ୟା କମାଇ ଦେଇଛୁ। ହେଲେ ବହୁ ରାଜ୍ୟରୁ ରିପୋର୍ଟ ଆସୁଛି, ଲୋକଙ୍କର ପରୀକ୍ଷା ହେଉନାହିଁ। ମୃତ ଲୋକଙ୍କର ରେକର୍ଡ ରଖିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ମନା କରୁଛନ୍ତି। ଏ କଥା ଖାଲି ଆମ ଦେଶରେ ଘଟୁନାହିଁ। ଆମେରିକା ଓ ବ୍ରାଜିଲରେ ମଧ୍ୟ ଏ ପ୍ରକାର ଘଟଣା ଘଟୁଛି। ବ୍ରାଜିଲରେ ଶବ ପୋତିବା ଲାଗି ଏବେ କଫିନ ର ଅଭାବ ପଡିଲାଣି। ଆମ ଦେଶରେ ଶବ ପୋତିବାକୁ ବା ପୋଡିବାକୁ ମଡା ଚଣ୍ଡିଆ ମିଳୁନାହାନ୍ତି। ଏମିତି ଏକ ସ୍ଥିତି ହେବ ବୋଲି ଆମେ କଣ ଜାଣି ନଥିଲେ?

ଅନ୍ୟ ଦେଶ ତୁଳନାରେ ଭାରତ ପାଖରେ ନିଜକୁ ପ୍ରସ୍ତୁତ କରିବା ଲାଗି ବହୁତ ସମୟ ଥିଲା। ଦେଶର ସବୁଠୁ କଠୋର ଓ ପୀଡାଦାୟକ “ଲକଡାଉନ” କୁ ଲୋକେ ମାଣିଥିଲେ, କେବଳ ଏଇ ଆଶାରେ ଯେ ସଂକ୍ରମଣର ଶ୍ରୁଙ୍ଖଳା ଭାଙ୍ଗିବ। ଲୋକଙ୍କ ଜୀବନ ବଞ୍ଚିଯିବ। କେବଳ ଏପ୍ରିଲ ଓ ମଇ ମାସରେ ଦେଶର ୧୨ କୋଟି ଲୋକଙ୍କର ଜୀବିକା ଚାଲିଗଲା। ଲକ ଡାଉନର ପ୍ରଭାବ ଯୋଗୁଁ ଜୀବନ ଓ ଜୀବିକା ଦୁଇଟା ଯାକ ନଷ୍ଟ ହୋଇଥିଲା। ତେବେ ସେତେବେଳେ ଗୋଟେ ଆଶ୍ଵାସନା ଥିଲା ଯେ, ଲୋକଙ୍କ ଜୀବନ ବଞ୍ଚିଯିବ। ଆଜି ଜୀବନ ସବୁଠୁ ବେଶୀ ବିପନ୍ନ। ପ୍ରତି ଦୁଇ ଦିନରେ ୧୫୦୦ ଲୋକ ମୃତ୍ୟୁବରଣ କରିବା, ଆମକୁ ବିଚଳିତ କରୁନି କେମିତି? ଏତେ ବଡ ସଙ୍କଟ ସମୟରେ କ୍ଷମତା ଦଖଲର ଉଗ୍ର ଓ ଅଶ୍ଳୀଳ ନାଟକ ଚାଲିଛି। କରୋନା ଆରମ୍ଭ ବେଳକୁ ମଧ୍ୟ ପ୍ରଦେଶ ଓ ଆଜି ଯେତେବେଳେ କରୋନାର ହାହାକାର ବଢି ଚାଲିଛି, ସେତେବେଳେ ରାଜସ୍ଥାନରେ ସରକାର ବଦଳାଇବାର ନାଟକ ଚାଲିଛି।

ସାରା ଦେଶର ରାଜନୀତି ଓ ଗଣମାଧ୍ୟମ ଏବେ ରାଜସ୍ଥାନକୁ ନେଇ ଚିନ୍ତିତ। ସେଥିରେ ଲୋକେ ଯଦି ମରୁଛନ୍ତି, ସେଟା ତାଙ୍କର ଭାଗ୍ୟ ବୋଲି ଭାବିନେବାକୁ ପଡିବ!! ଯେଉଁ ମାତ୍ରାରେ ସଂକ୍ରମଣ ବାଢୁଛି, ଆଗାମୀ ସମୟରେ ଲୋକଙ୍କୁ ଔଷଧ ଟୋପେ ଦେବାକୁ ହୁଏତ ଆମର ସମ୍ବଳ ନଥିବ। ଓଡିଶାରେ ଗତ ତିନି ଦିନ ଭିତରେ ସ୍ଥିତି କେମିତି ବଦଳୁଛି, ତାହା ଆମେ ଦେଖୁଛୁ।ଅନ୍ତତଃ ଗତ ସପ୍ତାହ ପର୍ୟନ୍ତ ଓଡିଶା ସରକାର ସବୁ ଆକ୍ରାନ୍ତଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରୁଥିଲେ। ଏବେ ସେତେକ ଆଉ ସମ୍ଭବ ନୁହେଁ। ସଙ୍କ୍ରମିତଙ୍କ ସଂଖ୍ୟା ତୁଳନାରେ ଡାକ୍ତରଖାନାରେ ଭିତ୍ତିଭୂମିର ଅଭାବ ଏବେ ଆରମ୍ଭ ହୋଇଛି। ଏବେ ଘରେ ରହି ଆକ୍ରାନ୍ତଙ୍କର ଚିକିତ୍ସା ବ୍ୟବସ୍ଥା କରିବାକୁ ସରକାର କହୁଛନ୍ତି। ହେଲେ ଓଡିଶାରେ ସମସ୍ଯା ହେଉଛି, ଆମର ସର୍ବାଧିକ ଆକ୍ରାନ୍ତ ଗ୍ରାମାଞ୍ଚଳରେ ଚିହ୍ନଟ ହେଉଛନ୍ତି। ଏପରିକି ରାଜଧାନୀ ଭୁବନେଶ୍ୱର ଓ କଟକର ବସ୍ତି ଅଞ୍ଚଳ ଗୁଡିକ ଏବେ ସଂକ୍ରମଣ ର କେନ୍ଦ୍ରସ୍ଥଳ ପାଲଟିଛି। ସେଥିରେ ଘରେ ରଖି ଆକ୍ରାନ୍ତଙ୍କର ଚିକିତ୍ସା ର ଅର୍ଥ ହେଉଛି ବ୍ୟାପକ ସଂକ୍ରମଣ ର ସୁଯୋଗ ତିଆରି କରିବା।

ଗଞ୍ଜାମ, କଟକ ଓ ଭୁବନେଶ୍ୱର ଗତ ସପ୍ତାହେ ହେଲା ପୂରା ବନ୍ଦ ରହିଛି। ତେବେ ଗଞ୍ଜାମ ଓ କଟକରେ ଲକ ଡାଉନ ର ସମୟ ସୀମା ଆହୁରି ଅଧିକ। ଜାତୀୟ ସ୍ତରରେ ଲକ ଡାଉନ ଖୋଲିଥିଲେ ମଧ୍ୟ ଓଡିଶା ନିଜକୁ ଗତ ଚାରିମାସ ହେଲା ଲକ ଡାଉନରେ ରଖିଛି। ତା ସତ୍ତ୍ୱେ ସଂକ୍ରମଣ ଏତେ ବଢିବାର କାରଣ କଣ? ଦେଶର ସ୍ଥିତି ଠାରୁ ରାଜ୍ୟକୁ ଅଲଗା କରି ରଖିବା ଓ ସ୍ଥାନୀୟ ରଣନୀତି ମାଧ୍ୟମରେ କରୋନା ମୁକାବିଲା ସମ୍ଭବ ନୁହେଁ। ସାରା ଦେଶରେ କରୋନା ମୁକାବିଲା ଏବେ ଆଉ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇ ରହିନାହିଁ। ସଂକ୍ରମଣ କେବେ ଶୀର୍ଷକୁ ପହଞ୍ଚିବ, ଲକ୍ଷାଧିକ ସଂକ୍ରମିତ ପ୍ରତିଦିନ ଚିହ୍ନଟ ହେବା ପରେ ସେମାନଙ୍କର ଚିକିତ୍ସା କେମିତି କରାଯିବ, ଅତ୍ୟଧିକ ଗୁରୁତର ରୋଗୀଙ୍କ ଲାଗି କି ବ୍ୟବସ୍ଥା କରାଯିବ- ସେ ସମ୍ପର୍କରେ କୌଣସି ଜାତୀୟ ରଣନୀତିର ସୁରାକ ଆମ ପାଖରେ ନାହିଁ। ଆମେ କେବଳ କରୋନା ଗ୍ରାଫରେ ଜୀବନ କୁ ଏକ ନମ୍ବର ବୋଲି ଭାବି ଚୁପ ରହୁଛୁ।

Share. Facebook Twitter LinkedIn Email WhatsApp Copy Link

Related Posts

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026

ମମତା ବାନାର୍ଜୀ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି: ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 

May 7, 2026

ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

May 7, 2026

ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ

May 7, 2026
Latest News

ବାଲିଅନ୍ତାରେ ଯୁବକଙ୍କୁ ହତ୍ୟା ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

May 7, 2026

ବ୍ରଜପାତରେ ଚାଲିଗଲା ଶାଶୁ- ବୋହୁଙ୍କ ଜୀବନ

May 7, 2026

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.