Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅର୍ଥନୀତିର ରୂପକଥା, ସାଧାରଣ ଜନତା ଲାଗି ବେକାରି ଓ ଓପାସ-ଅମ୍ବାନୀ ମୁଣ୍ଡରେ ସୁନା କଳସ
ବିଶେଷ ଖବର

ଅର୍ଥନୀତିର ରୂପକଥା, ସାଧାରଣ ଜନତା ଲାଗି ବେକାରି ଓ ଓପାସ-ଅମ୍ବାନୀ ମୁଣ୍ଡରେ ସୁନା କଳସ

July 26, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଜାତୀୟ ଅର୍ଥନୀତି ଓ ବ୍ୟବସାୟ-ବାଣିଜ୍ୟ ବେଳେ ବେଳେ ଉପନ୍ୟାସର କାହାଣୀ ଭଳି ଲାଗେ। ଖାଲି ଉପନ୍ୟାସ ନୁହେଁ, ଏହା ଅନେକ ସମୟରେ ରୂପକଥା ଭଳି ହଠାତ ଆମକୁ ଚମକାଇ ଦିଏ। ରାଜକୁମାର, ରାଜକୁମାରୀ ଓ ବୁଢୀ ଅସୁରୁଣୀ ର ଗପରେ ଯେମିତି ରହସ୍ୟ ରୋମାଞ୍ଚ ଭରି ରହିଥାଏ, ଆମର ଅର୍ଥନୀତିରେ ମଧ୍ୟ ରହସ୍ୟ-ରୋମାଞ୍ଚ କିଛି କମ ନୁହେଁ। ଏ କଥା କୁ ସ୍ପଷ୍ଟ କରିବା ଲାଗି ଆଉ କିଛି ତଥ୍ୟ ପରୀକ୍ଷା କରାଯାଉ। ଗତ ମାର୍ଚ୍ଚ ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁର ସଂକ୍ରମଣ ରୋକିବାକୁ ଜାତୀୟ ଲକ ଡାଉନ ଘୋଷଣା କଲେ। ଅର୍ଥନୀତି ଲାଗି ଏହା ଗୋଟେ ପ୍ରକାର ମାର୍ମିକ ଝଟକା ଥିଲା। ଠିକ ସେହିଦିନ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିଲା ଯେ ଅର୍ଥନୀତିର ଦୁର୍ଦ୍ଦଶା କାରଣରୁ ଭାରତର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ପୃଥିବୀର ପ୍ରଥମ ୨୦ଜଣ ସର୍ବଶ୍ରେଷ୍ଠ ଧନୀ ତାଲିକାରୁ ବାଦ ପଡିଛନ୍ତି। ପୃଥିବୀର ପୁଞ୍ଜିପତିମାନଙ୍କର ଗତିବିଧି ଆକଳନ କରୁଥିବା “ବ୍ଲୁମବର୍ଗ ବିଲିଓନାୟାର ଇଣ୍ଡେକ୍ସ” ଅନୁଯାୟୀ , ଜାନୁଆରୀ ରୁ ମାର୍ଚ୍ଚ ମାସ ଭିତରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀ ୪୨% କ୍ଷତି ସହିଥିଲା। ଏହାର ଅର୍ଥ ହେଉଛି ପ୍ରତି ଶହେ ଟଙ୍କାରେ ମୁକେଶ ଅମ୍ବାନୀ ୪୨ ଟଙ୍କାର କ୍ଷତି ସହୁଥିଲେ। ଏହି ସୂତ୍ର ଅନୁଯାୟୀ ୧, ଜାନୁଆରୀ, ୨୦୨୦ ବେଳକୁ ମୁକେଶଙ୍କର ସମ୍ପତ୍ତି ୪,୩୬,୫୨୦ କୋଟି ଟଙ୍କା ଥିବା ବେଳେ ମାର୍ଚ୍ଚ ୨୦ ତାରିଖ ବେଳକୁ ଏହା ୨,୫୬,୨୮୦ କୋଟି ଟଙ୍କାକୁ ଖସି ଆସିଥିଲା।

ମାର୍ଚ୍ଚ ମାସରେ ଅର୍ଥନୀତିକୁ ନେଇ ଗଣମାଧ୍ୟମରେ ହାହାକାରର ଚିତ୍ର ଆମେ ଦେଖୁଥିଲେ। ମାର୍ଚ୍ଚ ରୁ ଜୁଲାଇ ମାସ ଭିତରେ ବଜାର ଓ ଅର୍ଥନୀତିର ସ୍ଥିତି ଖରାପରୁ ଖରାପ ଦିଗକୁ ଗତି କରିଛି। ହେଲେ ମାର୍ଚ୍ଚ ମାସରେ ଲକ୍ଷେ କୋଟି ରୁ ଅଧିକ କ୍ଷତି ସହିଥିବା ମୁକେଶ ଅମ୍ବାନୀ ଗତ ତିନିମାସରେ ପୃଥିବୀର ଷଷ୍ଠ ଧନୀ ବ୍ୟକ୍ତି ପାଲଟି ଯାଇଛନ୍ତି। ବର୍ତ୍ତମାନ ମୁକେଶଙ୍କ ସମ୍ପତ୍ତି ୱାରେନ ବୁଫେ, ଏଲନ ମସ୍କଙ୍କ ସମ୍ପତ୍ତିକୁ ଟପି ଯାଇଛି। ଅମ୍ବାନୀଙ୍କ ଡିଜିଟାଲ ବ୍ରାଣ୍ଡ “ରିଲାଏନ୍ସ  ଜିଓ” ରେ ଫେସବୁକ, ସିଲଭର ଲେକ ଭଳି ପୃଥିବୀର ବଡ କମ୍ପାନୀ ଅର୍ବୁଦ ଡଲାରର ପୁଞ୍ଜି ବିନିଯୋଗ କରିବା ପରେ ହଠାତ ଅମ୍ବାନୀଙ୍କର ଏ ପ୍ରକାର ଉନ୍ନତି ହୋଇଛି।

ବାସ୍ତବରେ ଅର୍ଥନୀତିର ଏହାହିଁ ସେଇ ରହସ୍ୟ-ରୋମାଞ୍ଚ। ଯେତେବେଳେ ଦେଶର ୧୩୦ ଲୋକଙ୍କ ଜୀବନ ଓ ଜୀବିକା ବିପନ୍ନ ହୋଇଛି, ସେତେବେଳେ ଗୋଟିଏ ଲୋକର ସମ୍ପତ୍ତି ଦୁଇଗୁଣ ବଢୁଛି କେମିତି?  “ବ୍ଲୁମବର୍ଗ ବିଲିଓନାୟାର ଇଣ୍ଡେକ୍ସ” ରେ ଜଣେ ବ୍ୟକ୍ତିଙ୍କ ସମ୍ପତ୍ତି ରାତାରାତି ଦୁଇଗୁଣ ହୋଇଯିବାର ସୂଚନା ଆମକୁ ମିଳୁଛି। ଏହି ସମାନ ସମୟରେ ଆଉ ଏକ ସଂସ୍ଥା ଦେଶର ସାଧାରଣ ଓ ମଧ୍ୟବିତ୍ତ ଲୋକଙ୍କ ଅର୍ଥନୈତିକ ସ୍ଥିତି ବିଷୟରେ ଯେଉଁ ତଥ୍ୟ ରଖୁଛି, ତାହା ଆହୁରି ଚିନ୍ତାଜନକ। ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ ଇକନମି ତରଫରୁ କୁହା ଯାଇଛି ଯେ ମାର୍ଚ୍ଚ ରୁ ଜୁନ ମାସ ଭିତରେ ଦେଶର ସାଧାରଣ ଜନତାଙ୍କର ଆୟ କମି ଯାଉଛି। ଚଳିତ ବର୍ଷ ଏପ୍ରିଲ ମାସରେ ୧୨ କୋଟି ୨୦ ଲୋକ ଜୀବିକା ହରାଇଛନ୍ତି ବୋଲି ଏହି ସଂସ୍ଥା ନିର୍ଦ୍ଦିଷ୍ଟ ତଥ୍ୟ ରଖିଛି। ଏପ୍ରିଲ-ମଇ ଲକ ଡାଉନ ଯୋଗୁଁ ଏହା ଘଟିଛି। ତେବେ ଜୁନ ମାସରେ ପ୍ରାୟ ୯ କୋଟି ୧୦ ଲକ୍ଷ ଲୋକ ନିଜ ଜୀବିକା ଫେରି ପାଇଥିବା ବେଳେ ଏବେ ମଧ୍ୟ ୩ କୋଟି ୧୦ ଲକ୍ଷ ଲୋକଙ୍କର ଜୀବିକା ଉଜୁଡି ଯାଇଛି। ଯେଉଁମାନେ ଚାକିରି ବା ଜୀବିକା ଫେରି ପାଇଛନ୍ତି ସେମାନଙ୍କର ରୋଜଗାର କିନ୍ତୁ କମିଛି। ପୂର୍ବ ବର୍ଷ ଦେଶର ସାଧାରଣ ଜନତାର ଆୟ ୯.୬% ବଢୁଥିବା ବେଳେ ଚଳିତ ବର୍ଷ ଏହା ୪.୪% କୁ କମି ଆସିଛି। ବର୍ଷକୁ ୬ ରୁ ୧୦ ଲକ୍ଷ ଟଙ୍କା ଆୟ କରୁଥିବା ମଧ୍ୟବିତ୍ତଙ୍କ ଆୟ ଏହି ସମୟରେ ଢେର କମିଛି।

ଲୋକଙ୍କ ଆୟ କମିଲେ ବ୍ୟୟ କମିବା ସ୍ଵାଭାବିକ। ଲକ ଡାଉନ ଯୋଗୁଁ ବ୍ୟବସାୟ ପ୍ରତିଷ୍ଠାନ ଓ କିଣାବିକା ନିମ୍ନଗାମୀ ହେଉଛନ୍ତି। ସେହି କାରଣରୁ ସରକାରଙ୍କର ରାଜସ୍ୱ କମୁଛି। ଏବେ ନିଜ ବଜେଟ ଖାତାରେ ଆର୍ଥିକ କ୍ଷତିକୁ ନିୟନ୍ତ୍ରିତ କରିବା ଲାଗି ସରକାର ନିଜର ସମ୍ପତ୍ତି ବିକ୍ରି କରିବା ଆରମ୍ଭ କରିଛନ୍ତି। ଯେହେତୁ ନିୟମିତ ଆୟ କମିଯାଉଛି, ତେଣୁ ସରକାର ନିଜ ପାଖରେ ଥିବା କମ୍ପାନୀ, ଜମି ଓ ଭିତ୍ତିଭୂମି ବିକ୍ରି କରି ଆୟ-ବ୍ୟୟକୁ ସମତୁଲ ଦେଖାଇବାକୁ ଚେଷ୍ଟା କରୁଛନ୍ତି। ରାଷ୍ଟ୍ରୀୟ ସମ୍ପତ୍ତି ବିକି ଆର୍ଥିକ କ୍ଷତିକୁ ସମ୍ଭାଳିବାକୁ ସରକାର ଚେଷ୍ଟା କରୁଥିବା ବେଳେ ଅମ୍ବାନୀ କମ୍ପାନୀର ଏ ବିଶାଳ ଭାଗ୍ୟୋଦୟ ଅନେକଙ୍କୁ ଚକିତ କରୁଛି।

ତେବେ ବଜାର ଉପରେ ସଂପୂର୍ଣ୍ଣ ନିର୍ଭର କରି ବଢୁଥିବା ଭାରତୀୟ ଅର୍ଥନୀତିରେ ଏହା ହିଁ ହେବାର ଥିଲା। ୧୩୦ କୋଟି ଲୋକଙ୍କ ବିପତ୍ତିରେ ଜଣେ ଲୋକର ସମ୍ପତ୍ତି ବଢିବାର ବାଟ ତିଆରି ହୋଇଗଲା। ଏହାର ଗଣିତ ଅତ୍ୟନ୍ତ ସହଜ। ଧରନ୍ତୁ, ଲକ ଡାଉନ ଓ ଶଟ ଡାଉନ ସମୟରେ ସ୍ଥାନୀୟ ବଜାର ବନ୍ଦ ରହିବ, ହେଲେ ରିଲାଏନ୍ସ ଫ୍ରେଶ ର କାରବାର ଅବ୍ଯାହତ ରହିବ। ଲୋକେ ମାସ ମାସ ଧରି ଘରେ ରହିବାକୁ ବାଧ୍ୟ ହେଲେ ସେମାନେ ଜିଓ ର ଡାଟା ତଥା ଟେଲି କାର୍ୟକ୍ରମ ଦେଖିବାକୁ ବାଧ୍ୟ। ସ୍ଵାଭାବିକ ଭାବରେ ଏହି ଲକ ଡାଉନ ମୁକେଶ ଅମ୍ବାନୀଙ୍କ ମୁଣ୍ଡରେ ସୁନା କଳସ ଢାଳିଛି।

ଆଗକୁ ଏହି ଧାରା ଅବ୍ଯାହତ ରହିବ। କରୋନା ସଂକ୍ରମଣ ବଢିବା ସହିତ ଲକ ଡାଉନ ଓ ଭୟର ବାତାବରଣ ଅବ୍ଯାହତ ରହିବ। ସେହି ବାତାବରଣ ଅମ୍ବାନୀଙ୍କ ପୁଞ୍ଜିକୁ ଶହେ କି ହଜାରେ ଗୁଣ ବଢାଇବାରେ ସହାୟକ ମଧ୍ୟ ହେବ। ତେଣୁ ଆଗାମୀ ଦିନରେ ସାଧାରଣ ଭାରତୀୟଙ୍କର ଦୁର୍ଦ୍ଦିନ ବଢି ଚାଲିବ, କିନ୍ତୁ ଅମ୍ବାନୀମାନଙ୍କ “ଅଚ୍ଛେଦିନ” ଆହୁରି ବଢି ଚାଲିବ।

corona economy jio relience
Share. Facebook Twitter LinkedIn Email WhatsApp Copy Link

Related Posts

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

ଇରାନରେ କିଛି ବଡ଼ ଘଟଣା ଘଟିବ?: ନିଜ ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ଅନୁରୋଧ କଲା ଭାରତ

July 20, 2026

୧୬ ବର୍ଷ ପରେ ବିଶ୍ୱ ଚାମ୍ପିଅନ୍ ହେଲା ସ୍ପେନ: ଫିଫା ବିଶ୍ୱକପ୍ ଫାଇନାଲରେ ପରାସ୍ତ ହେଲା ଆର୍ଜେଣ୍ଟିନା

July 20, 2026
Latest News

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ଆତ୍ମହତ୍ୟା!: ପୋଲିସ ମୁଖ୍ୟାଳୟରୁ ମୃତଦେହ ଉଦ୍ଧାର

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

CJP ର ସଂସଦ ପଦଯାତ୍ରା ମଧ୍ୟରେ ବଡ଼ ନିଷ୍ପତ୍ତି: ଅନଶନ ସମାପ୍ତ କଲେ ତିନି AISA ଛାତ୍ରଛାତ୍ରୀ

July 20, 2026

ଦେଶରେ ଚାଲିବ B-28 ବୁଲେଟ୍ ଟ୍ରେନ୍: ଜାଣନ୍ତୁ ଏହାର ଗତି ଏବଂ ରୁଟ୍

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.