Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାନବିକତାର ଅପମୃତ୍ୟୁ, ଆମ୍ବୁଲାନସ୍ ପାଇଁ ନାବାଳକ ପୁଅ ଆଗରେ ଗଲା ବାପାର ଜୀବନ, ଦାୟୀ କିଏ
ବିଶେଷ ଖବର

ମାନବିକତାର ଅପମୃତ୍ୟୁ, ଆମ୍ବୁଲାନସ୍ ପାଇଁ ନାବାଳକ ପୁଅ ଆଗରେ ଗଲା ବାପାର ଜୀବନ, ଦାୟୀ କିଏ

July 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର, କରୋନା ସମୟରେ  ରୋଗୀକୁ ହସ୍ପିଟାଲ ନେବା ଲାଗି ଆମ୍ବୁଲାନସ ମନା କରିଦେବାରୁ ମୃତ୍ୟୁ। ଏଭଳି ଅମାନବିକତା ଘଟଣା ଘଟିଯାଇଛି ବ୍ରହ୍ମପୁର ସହରରେ। ଆମ୍ବୁଲାନସ ରୋଗୀକୁ ନେବାକୁ ଆସିଲା, କିନ୍ତୁ ନେଲା ନାହିଁ। ପୁଅ ବାପାର ଗୁରୁତର ଅବସ୍ଥାକୁ ଦେଖି ନପାରି ଆମ୍ବୁଲାନସ ଡ଼୍ରାଇଭର ନିକଟରେ କେତେ କାକୁତିମିନତି ହୋଇଥିଲେ ମଧ୍ୟ ନିୟମର ଦ୍ୱାହି ଦେଇ ଆମ୍ବୁଲାନସ ଡ଼୍ରାଇଭର ରୋଗୀକୁ ନନେବାରୁ ଘର ଦ୍ୱାର ମୁହଁରେ ରୋଗୀର ଜୀବନ ଚାଲିଯାଇଥିଲା।

ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସହରର ପ୍ରହ୍ଲାଦ ନଗର ଦ୍ୱିତୀୟ ଗଳିରେ। ପ୍ରଥମେ ପୁଅର ଆମ୍ବୁଲାନସ ଡ଼୍ରାଇଭରଙ୍କ ନିକଟରେ ନେହୁରା ହେଉଥିôବା ଭିଡ଼ିଓ ଭାଇରାଲ୍ ହେବା ହେବା ପରେ ମଧ୍ୟ ପ୍ରଶାସନ କିମ୍ବା କୌଣସି ତଥାକଥିକ ବୁଦ୍ଧିଜୀବୀ କିମ୍ବା ସାମ୍ବାଦିକ ତତ୍ପରତା ଦେଖାଇନଥିଲେ। ଘୁରି ବୁଲିଥିଲା ଉକ୍ତ ହୃଦୟ ବିଦାରକ ଛୁଆଟିର କାନ୍ଦିବାର ଭିଡ଼ିଓ। ଯଦି ସେହି ସମୟରେ କୌଣସି ସାମ୍ବାଦିକ କିମ୍ବା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥାନ୍ତେ ହୁଏତ ଛୁଆଟି ବାପଛେଉଣ୍ଡ ହୋଇନଥାନ୍ତା।

ଅତି ଲଜ୍ଜାଜନକ ବିଷୟ ଏହିକି ଯେ, ପ୍ରଶାସନର ଟୁଇଟର ଏବଂ ୱାଟସ୍‌ଅପ୍ କାହାକୁ ଆବଶ୍ୟକ। ପ୍ରଶାସନ କ’ଣ ଏଥିପ୍ରତି ଦୃଷ୍ଟି ଦେଉନାହିଁ ନା’ ପ୍ରଶାସନ ଅଧିକାରୀମାନଙ୍କ କର୍ମଚାରୀମାନେ ସବୁ ଜାଣି ନିରବ ? ମୃତ୍ୟୁପରର ଘଟଣାର ଭିଡ଼ିଓ ଭାଇରାଲ୍ ହେବାପରେ ସମସ୍ତେ ଆକ୍ଟିଭ୍ ହୋଇ ପଡିଥିଲେ। ସାମ୍ବାଦିକ ନିଜ କ୍ୟାମେରା ଧରି ଏବଂ କିଛି ପ୍ରଶାସନ ଅଧିକାରୀ, ସହରର ବୁଦ୍ଧିଜୀବୀ ଏବଂ ରାଜନେତାମାନେ ଘଟଣାସ୍ଥଳରେ ପହଞ୍ଚି ଫେସ୍‌ବୁକ୍ ଏବଂ ୱାଟସ୍‌ଅପ୍‌ରେ ନିଜର ବେଦନାକୁ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଥିଲା।

କୁଆଡ଼େ ଗଲା ସେ ମଣିଷ ପଣିଆ ? ଘଟଣାରୁ ପ୍ରକାଶ ଯେ ପ୍ରହ୍ଲାଦ ନଗର ଦ୍ୱିତୀୟ ଗଳିରେ ମନୋଜ ପ୍ରହରାଜ ତାଙ୍କର ଦୁଇ ଛୋଟ ପୁଅ, ଝିଅ ଏବଂ ସ୍ତ୍ରୀଙ୍କ ସହ ରହୁଥିଲେ। ସେ ଜଣେ ମଧୁମେହ ରୋଗୀ। ପୂର୍ବରୁ ଚିକିତ୍ସା ହୋଇ ଘରକୁ ଫେରିଥିଲେ। କିନ୍ତୁ ଆଜି ସକାଳୁ ସେ ଅଧିକ ଗୁରୁତର ହେବାରୁ ଘରଲୋକ ୧୦୮ ଆମ୍ବୁଲାନସ ଡ଼ାକିଥିଲେ। ଆମ୍ବୁଲାନସ ଡ଼୍ରାଇଭର ଘର ସାମ୍ନାକୁ ଆସି କରୋନା ସନ୍ଦିଗ୍ଧ ଭାବି ମନୋଜଙ୍କୁ ନେବାକୁ ମନା କରିଦେଇଥିଲା। ମନୋଜର ନାବାଳକ ପୁଅ ଡ଼୍ରାଇଭରର ଗୋଡ଼ହାତ ଧରି କାକୁନି ମିନତି ହୋଇଥିଲେ ମଧ୍ୟ ସେ ନିୟମର ଦ୍ୱାହି ଦେଇ ତାଙ୍କୁ ମେଡ଼ିକାଲ୍ ନେବାକୁ ମନା କରିଦେଇଥିଲା।

ଫଳରେ ପରିବାର ଲୋକ ଅନ୍ୟ ବ୍ୟବସ୍ଥା କରିବା ବେଳକୁ ବହୁତ ଡ଼େରି ହୋଇଗଲା ଏବଂ ମନୋଜର ପ୍ରାଣବାୟୁ ଉଡ଼ିଯାଇଥିଲା। ଘଟଣା ପରେ ମିଡ଼ିଆ ଏବଂ ବୁଦ୍ଧିଜୀବୀ ଆକ୍ଟିଭ୍ ହୋଇ ଏହାର ଦୃଢ଼ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିନ୍ତୁ ଯେତେବେଳେ ପ୍ରଥମ ଭିଡ଼ିଓରେ ପିଲାଟି କାକୁତି ମିନତି ହେବାର ଭାଇରାଲ୍ ହୋଇଥିଲା ସେତେବେଳେ ଯଦି ପ୍ରଶାସନ କିମ୍ବା ମିଡ଼ିଆ ଏବଂ ବୁଦ୍ଧିଜୀବୀ ଚଳଚଞ୍ଚଳ ହୋଇଥାନ୍ତେ ବୋଧେ ପିଲା ଦୁଇଟି ବାପଛେଉଣ୍ଡ ହୋଇନଥାନ୍ତେ।

ଏଭଳି ଘଟଣାର ପାଇଁ ମୁଖ୍ୟତଃ ଜିଲ୍ଲାପାଳ ଦାୟୀ କହିଲେ କିଛି ଭୁଲ୍ ହେବ ନାହିଁ। ଏଥିପୂର୍ବରୁ ଜିଲ୍ଲାପାଳ ଆଦେଶ ଦେଇଥିଲେ ଯେ ୧୦୮ ଆମ୍ବୁଲାନସ ଯୋଗେ କୌଣସି କରୋନା ରୋଗୀ କିମ୍ବା ସନ୍ଦିଗ୍ଧ ଯାଇପାରିବେ ନାହିଁ। ତେଣୁ ଏଭଳି ଘଟଣା ଘଟିଲା। ପୂର୍ବରୁ ମଧ୍ୟ ଜନୈକ ବ୍ୟକ୍ତିଙ୍କୁ ୧୦୮ ଆମ୍ବୁଲାନସ ଆସିଥିଲେ ମଧ୍ୟ ନେଇନଥିଲା।

ଗଂଜାମ ଜିଲ୍ଲାପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026

ପୁରୁଣାଗଡ଼ରେ ପ୍ରତ୍ନତାତ୍ୱିକ ଗବେଷଣା କାର୍ଯ୍ୟ ଆରମ୍ଭ

May 14, 2026

ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରି ସ୍ଵାମୀ ଗିରଫ

May 14, 2026

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

May 14, 2026
Latest News

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.