Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନାରୁ ମୁକ୍ତି, ସ୍ଲୋଗାନ ନୁହେଁ, ନିର୍ଦ୍ଦିଷ୍ଟ ଯୋଜନା ଦରକାର!!
ବିଶେଷ ଖବର

କରୋନାରୁ ମୁକ୍ତି, ସ୍ଲୋଗାନ ନୁହେଁ, ନିର୍ଦ୍ଦିଷ୍ଟ ଯୋଜନା ଦରକାର!!

July 28, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଗାମୀ ସ୍ଵାଧୀନତା ଦିବସରେ କରୋନା ଭୂତାଣୁଠାରୁ ମୁକ୍ତ ହେବାକୁ ପ୍ରତ୍ଯେକ ଭାରତୀୟ ସଂକଳ୍ପ ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗତ ଚାରି ମାସ ଭିତରେ ପ୍ରଧାନମନ୍ତ୍ରୀ କରୋନା ମୁକ୍ତିର ବହୁ ଉପାୟ ଆମକୁ ବତାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ବିଶେଷ ଭଲ ପାଉଥିବା ଆମର ଜନ ସାଧାରଣ ତାଙ୍କର ସବୁ କଥାକୁ ବିଶ୍ଵାସ କରିଛନ୍ତି ଓ ମାନିଛନ୍ତି। ମାର୍ଚ୍ଚ ତୃତୀୟ ସପ୍ତାହର ଜନତା କର୍ଫ୍ଯୁଠାରୁ ଆରମ୍ଭ କରି ଆଜି ଯାଏଁ ପ୍ରଧାନମନ୍ତ୍ରୀଙ୍କ ସବୁ କଥା ମାନି ଆସିଥିବା ଲୋକେ ତାଙ୍କୁ ପ୍ରଶ୍ନ ପଚାରି ନାହାନ୍ତି। ଗୋଟେ ଗଣତନ୍ତ୍ରରେ ତାହା ହିଁ ବିଡମ୍ବନା। କରୋନା ମୁକାବିଲା ଲାଗି ଯେଉଁ ତ୍ୟାଗ ଓ ବଳିଦାନ ଏ ଦେଶର ସାଧାରଣ ଜନତା କରୁଛି, ତାର ମୂଲ୍ୟ କେବଳ ସ୍ଲୋଗାନ ନୁହେଁ। ମାସ ମାସ ଧରି ଆମେ କେବଳ ସ୍ଲୋଗାନ ଓ ଭାଷଣ ଶୁଣୁଛୁ, ହେଲେ କରୋନା ସଂକ୍ରମଣ ରୋକିବାରେ ଭାରତ ସରକାର ସଫଳ ହୋଇନାହାନ୍ତି।

କେହି କେହି କହି ପାରନ୍ତି, ଏହା ସାରା ପୃଥିବୀର ସଙ୍କଟ। ଏଥିଲାଗି କେବଳ ଭାରତ ସରକାରଙ୍କୁ ଦାୟୀ କରିହେବ ନାହିଁ। ବାସ୍ତବରେ କରୋନା ଭୂତାଣୁର ଉପସ୍ଥିତି ପୃଥିବୀର ସବୁ ଦେଶରେ ରହିଥିଲେ ମଧ୍ୟ, ନବେ ଭାଗରୁ ଅଧିକ ଦେଶ ଏହାର ସଂକ୍ରମଣ ରୋକିବାରେ ସଫଳ ହୋଇଛନ୍ତି। ଭିଏତନାମ ଓ ଦକ୍ଷିଣ କୋରିଆ ସଂକ୍ରମଣ ରୋକିବା କ୍ଷେତ୍ରରେ ଉଦାହରଣ ତିଆରି କରିଛନ୍ତି। ୟୁରୋପୀୟ ଦେଶଗୁଡିକ ପ୍ରାରମ୍ଭିକ ଭାବରେ ଭୂତାଣୁ ଦ୍ଵାରା ପ୍ରବଳ ଆକ୍ରାନ୍ତ ହୋଇଛନ୍ତି, ହେଲେ ସମୟ କ୍ରମେ ସେମାନେ ସଂକ୍ରମଣକୁ ଆୟତ୍ତ କରିଛନ୍ତି। ସମ୍ପ୍ରତି ୟୁରୋପରେ ସଂକ୍ରମଣ ହାର ନ୍ୟୂନତମ ସ୍ତରକୁ ଖସି ଆସିଛି। ଆମର ପଡୋଶୀ ଦେଶ ପାକିସ୍ତାନ, ଯାହାକୁ ଆମେ ସବୁବେଳେ ଆମଠୁ ଗରିବ ଓ ହତାଶିଆ ବୋଲି ଭାବି ଆସିଛୁ, ସେଠାରେ ମଧ୍ୟ ସଂକ୍ରମଣ ଆୟତ୍ତରେ ରହିଛି। ଶେଷତମ ତଥ୍ୟ ଅନୁଯାୟୀ ପାକିସ୍ତାନରେ ଦୈନିକ ସଂକ୍ରମଣ ସଂଖ୍ୟା ୬୮୦୦ ରୁ ଏବେ ୧୨୦୦ କୁ ଖସି ଆସିଛି। ତେଣୁ ଏହା ଯେ ସବୁଠି ସମାନ ସଙ୍କଟ ତିଆରି କରୁଛି, ତାହା ଆଦୌ ସତ ନୁହେଁ।

ପୃଥିବୀରେ ବର୍ତ୍ତମାନ ଦୈନିକ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ଜୁଲାଇ ୨୫ ତାରିଖରେ ବିଶ୍ବରେ ସମୁଦାୟ ୨,୫୭, ୮୦୫ ଓ ଜୁଲାଇ ୨୬ ତାରିଖରେ ୨,୨୧, ୬୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ଭାରତରେ ଏହି ଦୁଇ ଦିନର ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ପ୍ରାୟ ୭୦ ଭାଗ ବାହାରିଛନ୍ତି। ଏକ ଲକ୍ଷ ସତୁରୀ ହଜାରରୁ ଅଧିକ ଆକ୍ରାନ୍ତ କେବଳ ଏହି ତିନୋଟି ଦେଶରୁ ଦୈନିକ ଚିହ୍ନଟ ହେଉଛନ୍ତି। ଏହି ତିନୋଟି ଦେଶର ଜନସ୍ୱାସ୍ଥ୍ୟ ନୀତି, ରାଜନୈତିକ ନେତୃତ୍ଵ ଓ ଲୋକଙ୍କ ଭିତରେ ସଂକ୍ରମଣକୁ ମୁକାବିଲା କରିବାର ବୈଜ୍ଞାନିକ ମାନସିକତା ଉପରେ ଆଜି ବଡ ପ୍ରଶ୍ନବାଚୀ ଲାଗିଛି। ଆମେରିକା ଭଳି ପୃଥିବୀର ସବୁଠୁ ସମ୍ପନ୍ନ ଓ ବିକଶିତ ରାଷ୍ଟ୍ରରେ ରାଜନୈତିକ ନେତୃତ୍ବର ଅପରିଣାମଦର୍ଶିତା କାରଣରୁ ସେଠାରେ ସଂକ୍ରମଣ କମିବାର ନାଁ ଧରୁନାହିଁ।

ବ୍ରାଜିଲ ଏବଂ ଆମେରିକା ତୁଳନାରେ ଭାରତର ଅର୍ଥନୈତିକ ସ୍ଥିତି ଦୁର୍ବଳ। ହେଲେ ଦକ୍ଷିଣ ଏସିଆରେ କରୋନା ଭୂତାଣୁର ସଂକ୍ରମଣ ଚରିତ୍ରକୁ ଦେଖି, ଏହାକୁ ଆରମ୍ଭରୁ ପ୍ରତିହତ କରାଯାଇ ପାରିଥାନ୍ତା।ପୃଥିବୀର ସବୁଠୁ ଦୀର୍ଘକାଳୀନ ଓ କଠୋର ଲକ ଡାଉନ ଲାଗୁ କରିଥିବା ଭାରତ ମୂଳରୁ ନିଜର ପରୀକ୍ଷା ନୀତିକୁ ନେଇ ଦ୍ଵନ୍ଦ୍ଵ ରେ ରହିଆସିଛି।ଆମେରିକା ପ୍ରତି ଦଶ ଲକ୍ଷ ଲୋକରେ ୧.୬୨ ଲକ୍ଷ ପରୀକ୍ଷା କରୁଛି ଓ ସେଥିରେ ତାଙ୍କର ଦୈନିକ ସଂକ୍ରମଣ ପ୍ରାୟ ୬୦ ହଜାର ରହିଛି। ସେହି ତୁଳନାରେ ଆମେ ଆଜି ଯାଏ ପ୍ରତି ଦଶ ଲକ୍ଷରେ ମାତ୍ର ୧୨,୧୭୧ ପରୀକ୍ଷା କରୁଛୁ। ପରୀକ୍ଷା ସଂଖ୍ୟା ବଢୁଥିବାରୁ  ଆମର ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ସରକାର କହୁଛନ୍ତି। ତେବେ ପରୀକ୍ଷା ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ବହୁତ ଅଧିକ। ଗତ ୨୧ ଜୁଲାଇ ରୁ ୨୭ ଜୁଲାଇ ପର୍ୟନ୍ତ ଆମେ ୩ ରୁ ୫ ଲକ୍ଷ ପରୀକ୍ଷା କରୁଛେ। ଏହି ସମୟ ଭିତରେ ଆମର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହାରାହାରି ୪୫ ହଜାର ରହୁଛି। ଏଥିରୁ ଆମର ସଂକ୍ରମଣ ସ୍ଥିତି ଯେ ଅତ୍ୟନ୍ତ ଗମ୍ଭୀର ସେ କଥା ସରକାରଙ୍କୁ ମାନିବାକୁ ପଡିବ।

ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦିନରେ ଦିନକୁ ୧୦ ଲକ୍ଷ ପରୀକ୍ଷା କରିବାକୁ କହିଛନ୍ତି। ଆଜିର ସ୍ଥିତିରୁ ଆହୁରି ଦୁଇ ଗୁଣ ଅଧିକ ସଂଖ୍ୟା ବଢିଲେ ଯାଇ ଆମେ ୧୦ ଲକ୍ଷ ଧାର୍ୟ ପୂରଣ କରିପାରିବା। ଆମ ଜନସଂଖ୍ୟା ତୁଳନାରେ ପରୀକ୍ଷା ହାର ଯଥେଷ୍ଟ କମ ରହିବା, କରୋନା ସଙ୍କଟକୁ ପ୍ରଲମ୍ବିତ କରି ଚାଲିଛି। ଯଦି ଦୈନିକ ୧୦ ଲକ୍ଷ ହାରରେ ମଧ୍ୟ ଆମର ପରୀକ୍ଷା ହୁଏ ତା ହେଲେ ଅଗଷ୍ଟ ୧୫ ସୁଦ୍ଧା ୧ କୋଟି ୫୦ ଲକ୍ଷ ପରୀକ୍ଷା ହୋଇପାରିବ। ଅଧିକ ପରୀକ୍ଷା ର ଅର୍ଥ ଦୈନିକ ଅତିକମରେ ୨ ରୁ ଅଢେଇ ଲକ୍ଷ ଆକ୍ରାନ୍ତ ଆମର ଚିହ୍ନଟ ହେବେ। ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କେମିତି କରାଯିବ? ଦେଶରେ ସଂକ୍ରମଣ ରୋକିବା ଲାଗି ଯୁଦ୍ଧକାଳୀନ ସ୍ଥିତିରେ ଦେଶକୁ କାମ କରିବାକୁ ପଡିବ। ସେକଥା ଭାବିବା ଅପେକ୍ଷା ଆମେ ଏବେ ବି ସଂକ୍ରମଣ ରୋକିବାର ପ୍ରକ୍ରିୟାକୁ ଏକ ସ୍ଲୋଗାନ ବୋଲି ଭାବୁଛୁ। କେବଳ ଅନ୍ୟ ଦେଶ ତୁଳନାରେ ଆମେ ଭଲରେ ଅଛୁ ବୋଲି କହିବା ବେଳେ, ଆମର ପ୍ରଧାନମନ୍ତ୍ରୀ ଅନ୍ୟ ଦେଶର ତଥ୍ୟ ମଧ୍ୟ ଆମ ଆଗରେ ରଖିବା ଉଚିତ ହେବନାହିଁ କି??

Share. Facebook Twitter LinkedIn Email WhatsApp Copy Link

Related Posts

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026

ଆସନ୍ତାକାଲି ଲୋକସଭାରେ ଛାତ୍ରଙ୍କ ସମ୍ପର୍କରେ ଉତ୍ତର ରଖିବେ ଅମିତ ଶାହ!

August 11, 2026

ଅଜିତ ଡୋଭାଲଙ୍କୁ ଭେଟିଲେ ଆମେରିକାର ରାଷ୍ଟ୍ରଦୂତ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026
Latest News

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

August 11, 2026

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା

August 11, 2026

ଭଗବତୀ ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.