Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଉଦ୍‌ଘାଟିତ ହେଲା ନୂଆ ସୁପ୍ରିମକୋର୍ଟ ଭବନ, ମୋଦୀ ଏବଂ ମରିସସ୍‌ ପ୍ରଧାନମନ୍ତ୍ରୀ ମିଳିତ ଭାବେ କଲେ ଉଦଘାଟନ
ଅନ୍ତରାଷ୍ଟ୍ରୀୟ

ଉଦ୍‌ଘାଟିତ ହେଲା ନୂଆ ସୁପ୍ରିମକୋର୍ଟ ଭବନ, ମୋଦୀ ଏବଂ ମରିସସ୍‌ ପ୍ରଧାନମନ୍ତ୍ରୀ ମିଳିତ ଭାବେ କଲେ ଉଦଘାଟନ

July 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ଦ୍ୱାରା ଆଜି ମିଳିତଭାବେ ମରିସସ୍ ର ନୂଆ ସୁପ୍ରିମକୋର୍ଟ ଭବନ ଉଦ୍‌ଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପାଦନ କରାଯାଇଛି। ଭାରତର ଆର୍ଥିକ ସହାୟତାରେ ନିର୍ମିତ ଏହି ସୁପ୍ରିମକୋର୍ଟ ଭବନ ରାଜଧାନୀ ପୋର୍ଟଲୁଇରେ ନିର୍ମାଣ କରାଯାଇଛି। ଏଥିପାଇଁ ଭାରତ ସରକାର 28.12 ନିୟୁତ ଆମେରିକୀୟ ଡଲାର ଅନୁଦାନ ଆକାରରେ ଯୋଗାଇ ଦେଇଛନ୍ତି। କୋଭିଡ୍‌ ମହାମାରୀ ସମୟରେ ପୋର୍ଟ ଲୁଇଠାରେ ଭାରତ ସହାୟତାରେ ନିର୍ମିତ ଓ ଉଦ୍‌ଘାଟିତ ହେବାରେ ମରିସସ୍‌ର ଏହା ପ୍ରଥମ ପ୍ରକଳ୍ପ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଉନ୍ନୟନମୂଳକ ସହଯୋଗିତା ପଛରେ ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଓ ଦର୍ଶନ ରହିଛି। ଏଭଳି ଲୋକ କଲ୍ୟାଣକାରୀ ପ୍ରକଳ୍ପମାନ ମିଳିତ ସହଯୋଗରେ ନିର୍ମିତ ହେଲେ ଦୁଇଦେଶ ମଧ୍ୟରେ ସଂପର୍କ ଅଧିକ ନିବିଡ଼ ହେବ। ସେ କହିଛନ୍ତି ଯେ ନୂଆ ସୁପ୍ରିମକୋର୍ଟ ଭବନର ଆଧୁନିକ ଡିଜାଇନ ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗ ବ୍ୟବସ୍ଥା ମରିସସ୍‌ ନ୍ୟାୟପାଳିକାକୁ ଏକ ଯଥାର୍ଥ ଆସନ ଯୋଗାଇବ। ଏହା ମଧ୍ୟ ଭାରତ ଓ ମରିସସ୍‌ ମଧ୍ୟରେ ସହଯୋଗ ଏବଂ ମିଳିତ ମୂଲ୍ୟବୋଧର ଏକ ପ୍ରତୀକଭାବେ ରହିବ। ପ୍ରାରମ୍ଭିକ ଖର୍ଚ୍ଚ ଅଟକଳ ମଧ୍ୟରେ ନିର୍ଦ୍ଧାରିତ ସମୟରେ ଏହି ଭବନ ନିର୍ମାଣ ଶେଷ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମରିସସ୍‌ ସହ ବିକାଶମୂଳକ ସହଯୋଗ ଭାରତର ଅଂଶୀଦାରୀଭିତ୍ତିକ ପଦକ୍ଷେପର ହୃଦୟ ସଦୃଶ୍ୟ। ସେ କହିଛନ୍ତି ଯେ ଭାରତର ବିକାଶ ସହଯୋଗ ପ୍ରୟାସରେ କୌଣସି ସର୍ତ୍ତ ବା କୌଣସି ରାଜନୈତିକ ଅଥବା ବ୍ୟାବସାୟିକ ବିଚାର ନଥାଏ। ମିତ୍ର ପ୍ରତି ସମ୍ମାନ ପ୍ରଦର୍ଶନ କରି ତାହାର ବିକାଶରେ ସହଯୋଗ କରିବା ଭାରତୀୟ ନୀତିର ମୂଳମନ୍ତ୍ର। ସେ କହିଛନ୍ତି ଯେ ସମ୍ମାନ, ବିବିଧତା, ଭବିଷ୍ୟତ ପାଇଁ ଯତ୍ନ ଏବଂ ନିରନ୍ତର ବିକାଶ ଉପରେ ଭାରତର ବିକାଶମୂଳକ ସହଯୋଗିତା ନୀତି ଗଢ଼ି ଉଠିଛି। ମରିସସ୍‌ର ବିକାଶରେ ଭାରତ ଗର୍ବ ଅନୁଭବ କରେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଦ୍ୱିପାକ୍ଷିକ ସହଯୋଗ ଓ ସଂପର୍କ ଅଧିକ ନିବିଡ଼ ହୋଇ ନୂଆ ଶିଖରରେ ପହଞ୍ଚିବା ଘେନି ସେ ଦୃଢ଼ ଆଶାବାଦୀ।

ମରିସସ୍‌ ପ୍ରଧାନମନ୍ତ୍ରୀ ଜଗନ୍ନାଥ ଏହି ପ୍ରକଳ୍ପରେ ଭାରତର ସହଯୋଗ ଓ ସହାୟତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଦୁଇଦେଶ ମଧ୍ୟରେ ସୁସଂପର୍କ ଓ ସହଯୋଗିତା ବୃଦ୍ଧିର ଏହା ଏକ ଉଜ୍ଜ୍ୱଳ ନମୁନା ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଭାରତର ଆଥିର୍କ ସହାୟତାରେ ନିର୍ମିତ ସୁପ୍ରିମକୋର୍ଟର ନୂଆ ଭବନ ମରିସସ୍‌ରେ ଭିତ୍ତିଭୂମି ଆଧୁନିକୀକରଣ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହାଦ୍ୱାରା ମରିସସ୍‌ର ନ୍ୟାୟ ବ୍ୟବସ୍ଥା ଅଧିକ ଦକ୍ଷ, ସମାବେଶୀ ଏବଂ ସମସ୍ତଙ୍କ ପାଖରେ ପହଞ୍ଚିବାରେ ସମର୍ଥ ହେବ। ‘ସାଗର’ ନୀତି ବା ଏକ ଅଞ୍ଚଳର ସବୁ ରାଷ୍ଟ୍ରଙ୍କ ନିରାପତ୍ତା ତଥା ଅଭିବୃଦ୍ଧି ଦୃଷ୍ଟିକୋଣ ଆଧାରରେ ମରିସସ୍‌ ନୂଆ ସୁପ୍ରିମକୋର୍ଟ ଭବନ ନିର୍ମାଣ ଭାରତ ମହାସାଗର ଅଞ୍ଚଳରେ ଭାରତର ଭୂମିକାର ଏକ ବଳିଷ୍ଠ ନିଦର୍ଶନ। ଏହା ଦୁଇଦେଶର ସଂପର୍କ ଓ ଅଂଶୀଦାରୀକୁ ଅଧିକ ବିଶ୍ୱସନୀୟ ଓ ନିକଟତର କରିବ ବୋଲି ସେ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.