Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜଣେ ଅଭିନେତାଙ୍କର ଆତ୍ମହତ୍ୟା ପରେ, ରାଜନୈତିକ ଶାଗୁଣାମାନଙ୍କର ବଣଭୋଜି!!
ବିଶେଷ ଖବର

ଜଣେ ଅଭିନେତାଙ୍କର ଆତ୍ମହତ୍ୟା ପରେ, ରାଜନୈତିକ ଶାଗୁଣାମାନଙ୍କର ବଣଭୋଜି!!

August 1, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତ ସରକାରଙ୍କର ଅପରାଧ ରେକର୍ଡ ବ୍ଯୁରୋ ର ତଥ୍ୟ ଅନୁଯାୟୀ ଗତ ପାଞ୍ଚ ବର୍ଷରେ (୨୦୧୪-୨୦୧୮) ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ୩୦ ହଜାର ଲୋକ ଆତ୍ମହତ୍ୟା କରନ୍ତି। ୨୦୧୮ ମସିହାରେ ୧,୩୪,୫୧୬ ଭାରତୀୟ ଆତ୍ମହତ୍ୟା କରିଥିବାର ରେକର୍ଡ ରହିଛି। ତେବେ ରେକର୍ଡ ହେଉଥିବା ଆତ୍ମହତ୍ୟା ତୁଳନାରେ ଅଣରେକର୍ଡଭୁକ୍ତ ଆତ୍ମହତ୍ୟା ସଂଖ୍ୟା କିଛି କମ ନୁହେଁ। ଲକ୍ଷାଧିକ ଲୋକ ଆତ୍ମହତ୍ୟା କରୁଥିବା ଗୋଟେ ଦେଶରେ ଗୋଟିଏ ଆତ୍ମହତ୍ୟାକୁ ନେଇ ଭାରତର ଗଣମାଧ୍ୟମ, କିଛି  ରାଜନୈତିକ ନେତା ଓ ସିନେମା ତାରକା ଉନ୍ମାଦ ଭଳି ବ୍ୟବହାର କରିବାର କାରଣ କଣ? ଗତ ଦେଢ ମାସ ହେଲା ଭାରତର ଟେଲିଭିଜନ ଚ୍ୟାନେଲଗୁଡିକରେ ଲୋକପ୍ରିୟ ସିନେମା ତାରକା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବରକୁ ନେଇ ପ୍ରତିଦିନ କିଛି କିଛି ନୂଆ କାହାଣୀ ଗଢା ଯାଉଛି। କେବଳ ଟେଲିଭିଜନ ଚ୍ଯାନେଲ ନୁହଁ, ଏହାକୁ ନେଇ କେତେକ ନିର୍ଦ୍ଦିଷ୍ଟ ରାଜନେତା ଓ ସିନେମା ତାରକା ନିଜର ଗୁପ୍ତଚର ସଂସ୍ଥା ଖୋଲିକି ବସିଛନ୍ତି। ସବୁଦିନ ଘଟଣାରେ ନୂଆ “ଟୁଇଷ୍ଟ” ଦେବାକୁ ଉଦ୍ୟମ ଚାଲିଛି। ଦେଶର ଭୟଙ୍କର ସଙ୍କଟ କାଳରେ, ଯେତେବେଳେ ପ୍ରତିଦିନ ୮୦୦ ରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି, ସେତେବେଳେ ଜଣେ ଅଭିନେତାଙ୍କ ଆତ୍ମହତ୍ୟାକୁ ନେଇ ବାକି ସବୁ ସଙ୍କଟକୁ ଢାଙ୍କି ଦେବାର ଏକ ଜଘନ୍ୟ ଉଦ୍ୟମ ଚାଲିଛି।

କୁଳବୃଦ୍ଧ ମଧୁସୂଦନ ଦାସଙ୍କର କବିତାରେ ଗୋଟେ ଚମତ୍କାର ଧାଡି ଅଛି- “ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ। ଏବେ ଶାଗୁଣା ବିଲୁଆ ମାନେ ବିଭିନ୍ନ ଅବତାରରେ ଶବର ଚିକିତ୍ସା କରୁଛନ୍ତି। କେତେବେଳେ ସେମାନେ ସାମ୍ବାଦିକ, କେବେ ପୁଣି ରାଜନେତା ଓ ଅନେକ ସମୟରେ ସ୍ଵାର୍ଥପର ସିନେମା ତାରକା। ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ତାଙ୍କର ବହୁ ଶୁଭ ଚିନ୍ତକ ଏବେ ଟେଲିଭିଜନରେ ଦେଖିବାକୁ ମିଳୁଛନ୍ତି। ଯଦି ବଞ୍ଚିଥିବା ବେଳେ ତାଙ୍କୁ ଏତେ ଶୁଭେଛୁ ମିଳିଥାନ୍ତେ, ତାହେଲେ ସେ ହୁଏତ ଆତ୍ମହତ୍ୟା କରିନଥାନ୍ତେ। ଯେଉଁମାନେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପଛରେ ପ୍ରତିଦିନ ନୂଆ ତତ୍ତ୍ଵ ଓ କାହାଣୀ ତିଆରି କରୁଛନ୍ତି, ସେମାନେ ଯଦି ଜୀବିତାବସ୍ଥାରେ ସୁଶାନ୍ତଙ୍କର ସାଙ୍ଗରେ ରହିଥାନ୍ତେ, ତାହେଲେ ହୁଏତ ଏହି ପ୍ରତିଭାବାନ ଅଭିନେତାଙ୍କୁ ଏତେ ଅଳ୍ପ ବୟସରେ ଆତ୍ମହତ୍ୟା କରିବାକୁ ପଡିନଥାନ୍ତା।

ପ୍ରଥମେ ଏହି ଆତ୍ମହତ୍ୟା ଘଟଣାକୁ ଏକ ରାଜନୈତିକ ପ୍ରସଙ୍ଗ ଭାବେ ଉପସ୍ଥାପନ କରିବାକୁ ବଲିଉଡ ଜଗତର କେତେଜଣ ତାରକା ସୁଚିନ୍ତିତ ଅଭିଯାନ ଆରମ୍ଭ କଲେ, ଯାହାଙ୍କର ନେତା ଥିଲେ ଅଭିନେତ୍ରୀ କଙ୍ଗନା ରଣାବତ। ସୁଶାନ୍ତ ସିଂ ରାଜପୁତଙ୍କ ଜୀବନକାଳରେ କଙ୍ଗନା ତାଙ୍କ ସହିତ କେବେ ଅଭିନୟ କରିନାହାନ୍ତି। ସୁଶାନ୍ତ ଜୀବିତ ଥିବା ସମୟରେ କଙ୍ଗନା ତାଙ୍କୁ କେବେ ନିଜର ପ୍ରିୟ ଅଭିନେତା ବୋଲି କହି ନାହାନ୍ତି। ତେବେ ହଠାତ ସୁଶାନ୍ତ ଆତ୍ମହତ୍ୟା କରିବା ପରେ କଙ୍ଗନା ତାଙ୍କର ଶୁଭଚିନ୍ତକ ହୋଇଗଲେ କେମିତି? “ନେପୋଟିଜମ” ବା ପ୍ରିୟା ପ୍ରୀତି ତୋଷଣର କଥା ଉଠାଇ କଙ୍ଗନା ହଠାତ ଯେଉଁ ଯୁଦ୍ଧ ଡାକରା ଦେଲେ, ସେଥିରେ ସୁଶାନ୍ତଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଅପେକ୍ଷା ନିଜ ରାଜନୀତି ଓ ନିଜର ପ୍ରତିଶୋଧପରାୟଣତା ହିଁ ମୁଖ୍ୟକଥା ଥିଲା। ବଲିଉଡରେ ନିଜକୁ ଏକ ବିକଳ୍ପ କ୍ଷମତା କେନ୍ଦ୍ର ଭାବେ ଦେଖିବାକୁ ଚାହୁଁଥିବା କଙ୍ଗନାଙ୍କ ଲାଗି ସୁଶାନ୍ତଙ୍କ ଆତ୍ମହତ୍ୟା ଏକ ସୁଯୋଗ ଭଳି କାମ କଲା।ସେ ବିଭିନ୍ନ ଟେଲିଭିଜନ ଚ୍ଯାନେଲରେ ବୁଲି ବୁଲି ଏହି ଆତ୍ମହତ୍ୟାକୁ ଏକ ହତ୍ୟା ବୋଲି କହିବାର ଉଦ୍ୟମ କଲେ। ତେବେ କୌଣସି ଅଭିଯୋଗକୁ ପ୍ରମାଣିତ କରିବା ପୂର୍ବରୁ, ସେଥିଲାଗି ତଥ୍ୟ ଓ ପ୍ରମାଣ ଆବଶ୍ୟକତା ପଡେ। କଙ୍ଗନାଙ୍କ ଲାଗି ତାଙ୍କ ନିଜ କାହାଣୀ ହିଁ ପ୍ରମାଣ ଥିଲା।

ସୁଶାନ୍ତଙ୍କ ଆତ୍ମହତ୍ୟାର ପ୍ରାୟ ଚାଳିଶ ଦିନପରେ ହଠାତ ତାଙ୍କ ପରିବାର ତରଫରୁ ଏ କ୍ଷେତ୍ରରେ ସୁଶାନ୍ତଙ୍କର ବାନ୍ଧବୀ ରିଆ ଚକ୍ରବର୍ତ୍ତୀଙ୍କ ନାମରେ ପୋଲିସ ଅଭିଯୋଗ ଦାଖଲ କରାଗଲା। ଇତି ମଧ୍ୟରେ ଏହି ମାମଲାରେ ଦିଲ୍ଲୀ ରାଜନୀତିର ବିଚକ୍ଷଣ ଚରିତ୍ର ସୁବ୍ରମନ୍ଯମ ସ୍ଵାମୀ ମୁଣ୍ଡ ପୂରାଇବା ଆରମ୍ଭ କରିଛନ୍ତି। ଡକ୍ଟର ସ୍ଵାମୀ ଯେ କୌଣସି ଘଟଣାକୁ ଦୁର୍ଘଟଣାର ରୂପ ଦେବାରେ ବେଶ ଅଭିଜ୍ଞ। ତାଙ୍କର ରାଜନୀତିରେ ସବୁବେଳେ ଏମିତି ଘଟଣାର ଚମତ୍କାର ସଦୁପଯୋଗ ସେ କରି ଆସିଛନ୍ତି। ବଲିଉଡ ତାରକାଙ୍କ ଅହଂକାର ଯୁଦ୍ଧ, ଆସନ୍ନ ବିହାର ନିର୍ବାଚନ ଓ ମହାରାଷ୍ଟ୍ରର ଅଣବିଜେପି ସରକାର- ଏହି ତିନୋଟି ପ୍ରସଙ୍ଗ ମିଶି ଏବେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ଏକ ବିରାଟ ରାଜନୈତିକ ପ୍ରସଙ୍ଗ ଭାବେ ଠିଆ କଲାଣି।

ମୁମ୍ବାଇ ପୋଲିସ ବଣା ପାଟଣା ପୋଲିସ, କଙ୍ଗନା ଶିବିର ବନାମ କରନ ଜୋହର ଶିବିର, ମୁମ୍ବାଇ ରାଜନୀତି ବନାମ ଦିଲ୍ଲୀ ରାଜନୀତିର ଜଟିଳ ଚକ୍ରବ୍ୟୁହ ରେ ବେଚାରା ସୁଶାନ୍ତ ରାଜପୁତଙ୍କ ଆତ୍ମା ଆଉ ଶାନ୍ତି ପାଇବାର ନାହିଁ। ଟେଲିଭିଜନ ଆଙ୍କରମାନେ ଏବେ  ପ୍ରତିଦିନ ତାଙ୍କ ଆତ୍ମାକୁ ଡାକି ଭୂତଲୀଳା ତିଆରି କରୁଛନ୍ତି। ସୁବ୍ରମନ୍ୟମ ସ୍ଵାମୀ ଟୁଇଟର ଜରିଆରେ ପ୍ରତିଦିନ ନୂଆ ନୂଆ ଫନ୍ଦି ଫିକର  ଯୋଡୁଛନ୍ତି। ଏ ସବୁ ରାଜନୀତିର ଖେଳ ଭିତରେ ଅସଲ ପ୍ରଶ୍ନ ହଜିଯାଉଛି। ଏତେ ଅଳ୍ପ ବୟସରେ, ଏତେ ଅଧିକ ସଫଳତା ପାଇବା ପରେ ବି ମାନସିକ ଭାରସାମ୍ୟ ହରାଇ ଜଣେ ତାରକା ଆତ୍ମହତ୍ୟା କଲା କାହିଁକି? ବଲିଉଡରେ ଏହା ଆଦୌ ପ୍ରଥମ ଆତ୍ମହତ୍ୟା ନୁହେଁ। ବାହାରକୁ ଚକ ଚକ ଲାଗୁଥିବା ଏ ଜଗତରେ ମାନସିକ ଶାନ୍ତି ହଜିଯିବାର କାରଣ କଣ? ଅନେକ ମୌଳିକ ପ୍ରଶ୍ନ ଓ ପ୍ରସଙ୍ଗ ବଲିଉଡ ପାଇଁ ରହିଛି। ତାକୁ ଛାଡି ରାଜନେତାଙ୍କ ଶାଗୁଣା ହେବାର ଲୋଭକୁ ଆମେ ଅଯଥାରେ  ଦେଖିଚାଲିଛୁ।

Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

କାଜାଖସ୍ତାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.