Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯେତେବେଳେ ଲକ୍ଷ ଲକ୍ଷ ଧର୍ମାନୁଷ୍ଠାନରେ ତାଲା ପଡିଛି, ସେତେବେଳେ ନୂଆ ଏକ ମନ୍ଦିରକୁ ନେଇ ଏ ଉନ୍ମାଦନା କାହିଁକି?
ବିଶେଷ ଖବର

ଯେତେବେଳେ ଲକ୍ଷ ଲକ୍ଷ ଧର୍ମାନୁଷ୍ଠାନରେ ତାଲା ପଡିଛି, ସେତେବେଳେ ନୂଆ ଏକ ମନ୍ଦିରକୁ ନେଇ ଏ ଉନ୍ମାଦନା କାହିଁକି?

August 2, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ ମାର୍ଚ୍ଚ ୨୫ ତାରିଖରୁ ଦେଶର ପ୍ରାୟ ସବୁ ଧର୍ମାନୁଷ୍ଠାନରେ ତାଲା ପଡିଛି। ମନ୍ଦିରକୁ ଭକ୍ତ ଯାଉନାହାନ୍ତି। ମସଜିଦରେ ସମୂହ ନମାଜ ପାଠ ହେଉନି। ଗୀର୍ଜାରେ ଶୁକ୍ରବାର ପ୍ରାର୍ଥନା ବନ୍ଦ ରହିଛି। ଗୁରୁଦ୍ୱାର ବି ବନ୍ଦ। ଆମେ ଜାଣୁ, ବର୍ତ୍ତମାନର ମହାମାରୀ କୁ ମୁକାବିଲା କରିବାକୁ ହେଲେ, ଧାର୍ମିକ ଭାବ ପ୍ରବଣତା ଅପେକ୍ଷା ଆମକୁ ବୈଜ୍ଞାନିକ ଚିନ୍ତନର ଆବଶ୍ୟକତା ବେଶୀ। ଈଶ୍ଵର ଭାବରେ ଆମକୁ ଡାକ୍ତର ଓ ବୈଜ୍ଞାନିକମାନେ ହିଁ ବଞ୍ଚାଇ ପାରିବେ। କରୋନା ମହାମାରୀର ମୁକାବିଲା କରିବାକୁ ଯାଇ ଏବେ ପୃଥିବୀର ସବୁ ବୃହତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ଜୁଲାଇ ମାସରୁ ଭାରତ ସରକାର କିଛି କିଛି ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅନେକ ରାଜ୍ୟ ସରକାର ସେ କଥାକୁ ମାନି ନାହାନ୍ତି। ଓଡିଶାରେ ଗତ ମାର୍ଚ୍ଚ ମାସରୁ ଆମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ କରାଯାଇଛି। ଏମିତି ଲକ୍ଷ ଲକ୍ଷ ଧର୍ମାନୁଷ୍ଠାନ ଆଜି ସାଧାରଣ ଲୋକଙ୍କ ପାଇଁ ବନ୍ଦ ପଡିଛି। ତେବେ ଏହା ଆଜିର ସମୟର ଆବଶ୍ୟକତା। ଯଦି ବି କେଉଁଠି ଧାର୍ମିକସ୍ଥଳ ଖୋଲିଛି, ସେଠାରେ ମହାମାରୀର ବ୍ୟାପକତା ବଢିଛି। ତାର ସହଜ ଉଦାହରଣ ଭାବେ ଆମେ ଆନ୍ଧ୍ରପ୍ରଦେଶକୁ ଗ୍ରହଣ କରିପାରିବା। ମହାପ୍ରଭୁ ତିରୁପତି ବାଲାଜିଙ୍କ ମନ୍ଦିରରେ ସାଧାରଣ ଦର୍ଶନ ଖୋଲିବା ପରେ, ମନ୍ଦିରରେ ବ୍ୟାପକ ସଂକ୍ରମଣ ଆରମ୍ଭ ହୋଇଥିଲା। ମନ୍ଦିରର ବହୁ ପୂଜକ, କର୍ମକର୍ତ୍ତା ଓ ସୁରକ୍ଷାକର୍ମୀ କରୋନା ଆକ୍ରାନ୍ତ ହୋଇଥିଲେ। ଗତ ଦୁଇ ସପ୍ତାହ ହେଲା ଆନ୍ଧ୍ର ପ୍ରଦେଶରେ ସଂକ୍ରମଣ ଅତ୍ୟଧିକ ପ୍ରବଳ ହେବା ଆରମ୍ଭ କରିଛି। ବର୍ତ୍ତମାନ ସ୍ଥିତିରେ ଧାର୍ମିକ ଅନୁଷ୍ଠାନ ଖୋଲିବାର ଅର୍ଥ ହେଉଛି, ସଂକ୍ରମଣ କୁ ଖୋଲା ଆମନ୍ତ୍ରଣ। ସେହି ଦୃଷ୍ଟିରୁ ଯେଉଁ ରାଜ୍ୟ ସରକାର ଗୁଡିକ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ବାରଣ କରୁଛନ୍ତି, ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ସେମାନେ ଉଚିତ ପଦକ୍ଷେପ ନେଉଛନ୍ତି।

ଏମିତି ଏକ ସଙ୍କଟଜନକ ସମୟରେ ହଠାତ ଅଯୋଧ୍ୟାଠାରେ ନୂତନ ରାମ ମନ୍ଦିରର ଶିଳାନ୍ୟାସକୁ ନେଇ ପୂରା ଗଣମାଧ୍ୟମ ଯେଉଁ ପ୍ରକାର ପ୍ରଚାର ଆରମ୍ଭ କରିଛନ୍ତି, ତାକୁ ଦେଖିଲେ ମାନବିକତା ପ୍ରତି ଆମର ଯେ ସଂବେଦନା ନାହିଁ, ସେ କଥା ସ୍ପଷ୍ଟ ବାରି ହୋଇ ପଡୁଛି। ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ଲାଗି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି, ତେଣୁ ମନ୍ଦିର ସେଠି ନିର୍ମାଣ ହେବ। ହେଲେ ମହାମାରୀ ସମୟରେ ହିଁ ରାମ ମନ୍ଦିରର ଭୂମି ପୂଜନ ହେବା ଜରୁରୀ କାହିଁକି? ଏକ ଭଲ ଓ ଶୁଭ ସମୟକୁ ଅପେକ୍ଷା ନ କରି ଅଗଷ୍ଟ ୫ ତାରିଖରେ ଭୂମିପୂଜା କରିବାକୁ ସରକାର ଓ ସରକାରୀ ଦଳ ଏତେ ତତ୍ପର ହେବା ପଛର କାରଣ କଣ? ହିନ୍ଦୁ ଧର୍ମର ଆସ୍ଥା କେନ୍ଦ୍ର ଭାବରେ ପରିଚିତ ଆମର ତୀର୍ଥଭୂମି ଓ ମନ୍ଦିର ଗୁଡିକ ଆଜି ବନ୍ଦ ରହିଛି। ସାଧରଣ ଜନତା ଆଜି ଗୃହ ଭିତରେ ବନ୍ଦୀ ହୋଇ ରହିଛି। ସେତେବେଳେ ଆଉ ଏକ ନୂଆ ମନ୍ଦିର ଗଢିବା ପାଇଁ ସରକାରଙ୍କର ଏ ମାତ୍ରାଧିକ ଉତ୍ସାହ କାହିଁକି?

ଗତ କିଛି ଦିନ ହେଲାଣି ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ବଢି ଚାଲିଛି। ଉତ୍ତର ପ୍ରଦେଶ ସରକାର ଆରମ୍ଭରୁ କରୋନା ପରୀକ୍ଷା କମ କରିଚାଲିଛନ୍ତି। ଦେଶର ସବୁଠୁ ଜନ ବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ଆଜି ମଧ୍ୟ ପ୍ରତି ଦଶ ଲକ୍ଷ ଲୋକଙ୍କ ଭିତରୁ ମାତ୍ର ୧୦ ହଜାର ପରୀକ୍ଷା ହେଉଛି।ଏହା ଜାତୀୟ ହାର ଠାରୁ ୪ ହଜାର କମ। ୨୨ କୋଟି ଲୋକଙ୍କର ରାଜ୍ୟ ଉତ୍ତର ପ୍ରଦେଶରେ ଦୈନିକ ମାତ୍ର ୧୫/୧୬ ହଜାର ପରୀକ୍ଷା ହେଉଛି। ରାଜ୍ୟରେ ମୃତ୍ୟୁ ସଂଖ୍ୟା ପ୍ରାୟ ୨%। ଏ ପର୍ୟନ୍ତ ରାଜ୍ୟରେ ୧୬୭୭ ଲୋକ ପ୍ରାଣ ହରାଇଲେଣି। ଅଳ୍ପ ପରୀକ୍ଷା ସତ୍ତ୍ୱେ ପ୍ରତିଦିନ ଉତ୍ତର ପ୍ରଦେଶରେ ସାଢେ ତିନି ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଉତ୍ତର ପ୍ରଦେଶର କରୋନା ସ୍ଥିତିକୁ ଦେଖି, ଏହି ସମୟକୁ ରାମ ମନ୍ଦିର ଭୂମି ପୂଜା  ଲାଗି ଉତ୍କୃଷ୍ଟ ସମୟ ବୋଲି ଆମେ କହି ପାରିବା କି? ଯଦି ମନ୍ଦିର ପ୍ରତିଷ୍ଠା କାମ କରିବା ଜରୁରୀ ସେ କାମ ସ୍ଥାନୀୟ ଭାବରେ କରା ଯାଇପାରିବ। ହେଲେ ଏଥିରେ ଖୋଦ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଦେଶକୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ଲୋକଙ୍କ ଜୀବନ ଯାଉଥିବା ସମୟରେ ଧାର୍ମିକ ଉନ୍ମାଦନା ପ୍ରଧାନମନ୍ତ୍ରୀଙ୍କର ପ୍ରାଥମିକତା ହେବା ଉଚିତ କି? ଆଜିର ସମୟରେ ପ୍ରଧାନମନ୍ତ୍ରୀ ସ୍ଵତନ୍ତ୍ର କୋଭିଡ ଡାକ୍ତରଖାନା ବା ନୂଆ ଟୀକାଦାନ ବ୍ୟବସ୍ଥାର ଉଦ୍ଘାଟନ କରିବା ବିଶେଷ ଉଚିତ ହୁଅନ୍ତା।

ଆଜିର ସ୍ଥିତିରେ ସାଧାରଣ ଜନତା ଚାହିଁଲେ ମଧ୍ୟ ତୀର୍ଥକୁ ଯାଇପାରିବ ନାହିଁ କି ମନ୍ଦିର ଭିତରେ ଦେବତା ଦର୍ଶନ କରିପାରିବ ନାହିଁ। ସେହି ସମୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଶାସକ ଦଳର ନେତାମାନେ ରାମ ମନ୍ଦିର ପାଇଁ ଶିଳାନ୍ୟାସ ଉତ୍ସବ ପାଳିବା କେତେ ଦୂର ଯଥାର୍ଥ? ଦୈନିକ ୫୫-୬୦ ହଜାର କରୋନା ଆକ୍ରାନ୍ତଙ୍କର ଯନ୍ତ୍ରଣାଦାୟକ ଜୀବନ ପ୍ରତି ଏହା କୃର ଉପହାସ ନୁହେଁ କି? ସବୁଠୁ ଚିନ୍ତାର ବିଷୟ ହେଉଛି, ଆମର ଜାତୀୟ ଗଣମାଧ୍ୟମ ଏହାକୁ ନେଇ ୨୪ ଘଣ୍ଟା ପ୍ରବଚନ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। ଆଜି ସାଧାରଣ ଭାରତୀୟର ଜୀବନ ଅପେକ୍ଷା ଏକ ଉତ୍ସବ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026

ଆସନ୍ତାକାଲି ଲୋକସଭାରେ ଛାତ୍ରଙ୍କ ସମ୍ପର୍କରେ ଉତ୍ତର ରଖିବେ ଅମିତ ଶାହ!

August 11, 2026

ଅଜିତ ଡୋଭାଲଙ୍କୁ ଭେଟିଲେ ଆମେରିକାର ରାଷ୍ଟ୍ରଦୂତ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୨ ତାରିଖରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

August 12, 2026

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

August 11, 2026

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା

August 11, 2026

ଭଗବତୀ ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.