Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତୀୟ ରଙ୍ଗମଞ୍ଚର ପ୍ରବାଦ ପୁରୁଷ ଇବ୍ରାହିମ ଅଲକାଜି ଆଉ ନାହାନ୍ତି
ବିଶେଷ ଖବର

ଭାରତୀୟ ରଙ୍ଗମଞ୍ଚର ପ୍ରବାଦ ପୁରୁଷ ଇବ୍ରାହିମ ଅଲକାଜି ଆଉ ନାହାନ୍ତି

August 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

 

ସମୀକ୍ଷା ବ୍ୟୁରୋ

ଭାରତୀୟ ସିନେମା ହେଉ ବା ରଙ୍ଗମଞ୍ଚ, ବିଜ୍ଞାପନ ହେଉ ବା ମଞ୍ଚକଳାରେ ନୂତନ ପ୍ରୟୋଗ, ଅଭିନୟ କଳାର ପ୍ରତ୍ୟେକ କ୍ଷେତ୍ରରେ ସେ ଥିଲେ ଅନନ୍ୟ ଶିଳ୍ପୀ। ଭାରତର ସବୁଠୁ ଭଲ ଅଭିନେତା ନାସିରୁଦ୍ଦିନ ଶାହ, ଓମ ପୁରୀ, ପଙ୍କଜ କପୁର, ସୁରେଖା ସିକ୍ରି ପ୍ରମୁଖଙ୍କର ସେ ଥିଲେ ପରମପୂଜ୍ୟ ଗୁରୁ। ଦେଶର ସର୍ବଶ୍ରେଷ୍ଠ ନାଟ୍ୟ ଅନୁଷ୍ଠାନ ନେସନାଲ ସ୍କୁଲ ଅଫ ଡ୍ରାମାର ସେ ଥିଲେ ସର୍ବ ବରିଷ୍ଠ ନିର୍ଦ୍ଦେଶକ। ୧୯୬୨ରୁ ଏହି ଅନୁଷ୍ଠାନକୁ ବିଶ୍ଵ ସ୍ତରୀୟ କରି ଗଢିବାରେ ତାଙ୍କର ଅବଦାନ ଅତୁଳନୀୟ। ସେ ଇବ୍ରାହିମ ଅଳକାଜି, ଭାରତୀୟ ରଙ୍ଗମଞ୍ଚର କିମ୍ବଦନ୍ତୀ ପୁରୁଷ। ଶହ ଶହ ଅଭିନେତାଙ୍କୁ ସେ ନିଜ ହାତରେ ଗଢିଛନ୍ତି। କୁହାଯାଏ, ଅଲକାଜି ସାହେବ ଗୋଟେ ନଜରରେ ଅଭିନେତାର ପ୍ରତିଭାକୁ ଚିହ୍ନଟ କରି ପାରୁଥିଲେ। ଦିଲ୍ଲୀର ନେସନାଲ ସ୍କୁଲ ଅଫ ଡ୍ରାମାରେ ତାଙ୍କର ବହୁ ନାଟକ ସ୍ମୃତିର କିମ୍ବଦନ୍ତୀ ହୋଇ ରହିଛି। ଗିରୀଶ କର୍ଣ୍ଣାଡଙ୍କର “ତୁଗଲକ” ହେଉ କି ଧର୍ମବୀର ଭାରତୀଙ୍କର “ଅନ୍ଧାୟୁଗ”, ନାଟ୍ୟ ପରିବେଷଣ କଳାକୁ ସେ ନୂଆ ଏକ ସ୍ତର ପ୍ରଦାନ କରିଥିଲେ।

ଭାରତୀୟ ଅଭିନୟ ଜଗତର ଏହି ପ୍ରବାଦ ପୁରୁଷଙ୍କର ଆଜି ୯୪ ବର୍ଷ ବୟସରେ ପରଲୋକ ଘଟିଛି। ଇବ୍ରାହିମ ଆଲକାଜି ୧୮, ଅକ୍ଟୋବର, ୧୯୨୫ରେ ପୁନେ ସହରରେ ଜନ୍ମଗ୍ରହଣ କରିଥିଲେ। ଲଣ୍ଡନର ଖ୍ୟାତନାମା ନାଟ୍ୟ ବିଦ୍ୟାଳୟ ରୟାଲ ଏକାଡେମି ଅଫ ଡ୍ରାମାଟିକ ଆର୍ଟ ରୁ ତାଲିମ ପାଇ ସେ କିଛିଦିନ ବିବିସି ରେ କାମ କରିଥିଲେ। ୧୯୬୨ ରୁ ୧୯୭୭ ପର୍ୟନ୍ତ ସେ ଥିଲେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ନିର୍ଦ୍ଦେଶକ। ଏହି ସମୟକୁ ଏନଏସଡିର ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ।

ମଞ୍ଚକଳାରେ ବହୁ ନୂତନ ପ୍ରୟୋଗ ସହିତ ଅଭିନୟରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଶୈଳୀ ର ଅପୂର୍ବ ମିଶ୍ରଣ ତାଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା। ଗୋଟେ ସମୟରେ ଦେଶର ସବୁଠୁ ଉପାନ୍ତ ଅଞ୍ଚଳରୁ କଳାକାରମାନଙ୍କର ପରୀକ୍ଷା କରି ସେମାନଙ୍କୁ ସେ ଏନଏସଡିରେ ପାଠ ପଢାଇଛନ୍ତି। ଓଡିଶାରୁ ବିଜୟ ମହାନ୍ତି, ଅଜିତ ଦାସ, ସୂର୍ୟ ମହାନ୍ତି, ଦୋଳଗୋବିନ୍ଦ ରଥ, ନାରାୟଣ ପତିଙ୍କ ପରି ସିନେମା ଓ ରଙ୍ଗମଞ୍ଚର ବିଶାଳ ବ୍ୟକ୍ତିତ୍ବମାନେ ଆଲକାଜିଙ୍କ ଛାତ୍ର ଥିଲେ।

ଭାରତୀୟ ଅଭିନୟ ଓ ରଙ୍ଗମଞ୍ଚ ବ୍ୟତୀତ, ଚିତ୍ରକଳା କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଅବଦାନ ରହିଥିଲା। ଭାରତରେ ବିଜ୍ଞାପନ ସିନେମାର ସେ ଥିଲେ ଅନ୍ୟତମ ମାର୍ଗଦର୍ଶକ। ଇବ୍ରାହିମ ଆଲକାଜିଙ୍କ ଦେହାବସାନ ପରେ ଭାରତୀୟ ରଙ୍ଗମଞ୍ଚରେ ଗୋଟେ ଯୁଗର ଅବସାନ ଘଟିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ଆୟୋଜିତ ଚନ୍ଦନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ..

May 31, 2026

ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

May 31, 2026

ଗୁଜରାଟର ଭୁଜରେ ସୀମା ସଂପର୍କିତ ସମସ୍ୟା ନେଇ ସମୀକ୍ଷା ବୈଠକ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

May 31, 2026

ବନତାରା ପୁଣି ମିଳିଲା ନ୍ୟାୟ, ନୂତନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

May 30, 2026
Latest News

ଅଭିଷେକ ବାନାର୍ଜୀଙ୍କ ପରେ ମମତା ବାନାର୍ଜୀଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀ ଉପରେ ଆକ୍ରମଣ

May 31, 2026

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

May 31, 2026

NLC RIL MoU: ଗୁଜୁରାଟରେ ଭୂତଳ ଗ୍ୟାସିଫିକେସନ ପାଇଁ ଏନଏଲସି ଓ ଆରଆଇଏଲ ମଧ୍ୟରେ ଚୁକ୍ତି

May 31, 2026

ମରାଠା ସଂରକ୍ଷଣ ଆନ୍ଦୋଳନ ମଧ୍ୟରେ ମନୋଜ ଜରାଙ୍ଗେଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟ: ଭାଙ୍ଗିଲେ ଅନଶନ

May 31, 2026

ଭୁବନେଶ୍ବରରେ ଆୟୋଜିତ ଚନ୍ଦନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ..

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.