Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାବିଥିଲେ ଗାଁ ଭିତରେ ଭୋଜି କରି ଖାଇଲେ କେହି ଜାଣିପାରିବେ ନାହିଁ, ହେଲେ ସବୁ ଗଲା ଫସର ଫାଟି
ଜାତୀୟ ଖବର

ଭାବିଥିଲେ ଗାଁ ଭିତରେ ଭୋଜି କରି ଖାଇଲେ କେହି ଜାଣିପାରିବେ ନାହିଁ, ହେଲେ ସବୁ ଗଲା ଫସର ଫାଟି

August 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Community feast food seized at Olamba Village under Dharakote, penalty imposed & FIR lodged against the organizer.

ବ୍ରହ୍ମପୁର, ଗାଁରେ ଭୋଜି କଲେ କେହି ଜାଣିପାରିବେ ନାହିଁ। ଏହା ଭାବି ତିନି ଦିନ ତଳେ ସମସ୍ତେ ଯୋଜନା କଲେ ଶନିବାର ଦିନ ଭୋଜି କରିବେ। ସେହି ଅନୁସାରେ ସବୁ ଯୋଗାଡ ହେଲା, ପରିବାପତ୍ର ମଧ୍ୟ କିଣାହେଲା। ଆଜି ସକାଳୁ ସକାଳୁ ଚୁଲି ଲାଗି ରନ୍ଧାରନ୍ଧି ମଧ୍ୟ ଆରମ୍ଭ ହେଲା। ରନ୍ଧା ଶେଷ ହେବାକୁ ଅଳ୍ପ କିଛି ସମୟ ବାକିଥିବା ବେଳେ ସମସ୍ତଙ୍କୁ ଡକାଗଲା ଖାଇବା ପାଇଁ। ହେଲେ ସବୁ କିଛି ଓଲଟପାଲଟ ହୋଇଗଲା। ଠିକ୍ ଖାଇବା ପୂର୍ବରୁ ପୋଲିସ ଆସି ସବୁ ଖାଦ୍ୟ ଜବତ କରି ଦେଲେ।

ଏହିପରି ଏକ ଅପ୍ରୀତିକର ଘଟଣା ଭଂଜନଗର ଧରାକୋଟ ନିକଟସ୍ଥ ଓଳମ୍ବା ଗ୍ରାମରେ ଘଟିଛି। ଗ୍ରାମବାସୀମାନେ ଭାବିଥିଲେ ଯେ, ଗାଁ ଭିତରକୁ ପୋଲିସ ଆସିବ ନାହିଁ। ଚୁପଚାପ ଭୋଜି କରି ଖାଇ ଦେବେ। କରୋନା କଟକଣାରେ ଭୋଜିଭାତ କରିବା, ଏକାଠି ଖାଇବା ପ୍ରଭୃତି ବାରଣ କରାଯାଇଛି। ସେସବୁ ନିୟମ ସଂପର୍କରେ ଗ୍ରାମବାସୀମାନେ ମଧ୍ୟ ଭଲରେ ଜାଣିଛନ୍ତି। ତଥାପି ଭୋଜି ଖାଇବା ଲୋଭରେ ସେ ନିୟମକୁ ସେମାନେ ଫୁ କରିଦେଲେ।

ଖାଇବା ପୂର୍ବରୁ ସେଠାରେ ପୋଲିସ ପହଁଚି ଖାଦ୍ୟ ପଦାର୍ଥ ଜବତ କରି ଥାନାକୁ ଆଣିବା ସହିତ ଭୋଜି କର୍ତ୍ତାଙ୍କୁ ଫାଇନ କରାଯାଇଛି। ସେତିକି ନୁହେଁ ତାଙ୍କ ନାମରେ ମଧ୍ୟ ପୋଲିସ ସ୍ବତଃପ୍ରୁତ ଏକ ମାମଲା ଋଜୁ କରିଛି। ଏହାପରେ ପ୍ରଶାସନ ତରଫରୁ ସେଠାରେ ମାଇକ ଲଗାଇ ପୁଣି ଥରେ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛି। ଏହି ଘଟଣା ଜଣାପଡିବା ପରେ ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ ସଚେତନତାକୁ ଆହୁରି ଜୋରଦାର କରିବ ବୋଲି ଜଣାପଡିଛି।

ବାର୍ତ୍ତମାନା ଗଂଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। କ୍ବାରଣ୍ଟାଇନ କେନ୍ଦ୍ରରୁ ଯେତିକି ରୋଗୀ ବାହାରୁଛନ୍ତି ସ୍ଥାନୀୟରୁ ମଧ୍ୟ ସେତିକି ବାହାରୁଛନ୍ତି। ବର୍ତ୍ତମାନ ରାଜ୍ୟରେ ଗଂଜାମ ଜିଲ୍ଲାରୁ ସର୍ବାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଗଂଜାମରୁ 9 ହଜାର 7ଶହ 46 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 6 ହଜାର 3ଶହ 3 ଜଣ ସୁସ୍ଥ ହୋଇଥିବା ବେଳେ 125 ଜଣ ମୃତ୍ୟୁବରଣ କରିଛନ୍ତି। ଓଡିଶାରେ ବର୍ତ୍ତମାନ ସୁଦ୍ଧା 259 ଜଣ ମୃତ୍ୟୁବରଣ କରିଥିବା ବେଳେ କେବଳ ଗଂଜାମରେ 125 ଜଣ ଅଛନ୍ତି।

କଥାରେ ଅଛି: ରନ୍ଧା ହେଲା କାହା ପାଇଁ, ନେଲା କିଏ, ଖାଇଥାଆନ୍ତା କିଏ ସେ ଏବେ ଖାଇଲା କିଏ। ଭାଗ୍ୟରେ ନ ଥିଲେ ସବୁବେଳେ ଖାଇବା ସମ୍ଭବ ହୋଇ ନ ଥାଏ ତାହା ଏହିଠାରେ ପ୍ରମାଣିତ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.