Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିମାନ ଦୁର୍ଘଟଣାରେ ମୃତ କୋ-ପାଇଲଟ ପତ୍ନୀଙ୍କୁ ଏ ପର୍ଯ୍ୟନ୍ତ ମୃତ୍ୟୁ ଖବର ଦିଆଯାଇ ନାହିଁ, କାରଣ ??
ଜାତୀୟ ଖବର

ବିମାନ ଦୁର୍ଘଟଣାରେ ମୃତ କୋ-ପାଇଲଟ ପତ୍ନୀଙ୍କୁ ଏ ପର୍ଯ୍ୟନ୍ତ ମୃତ୍ୟୁ ଖବର ଦିଆଯାଇ ନାହିଁ, କାରଣ ??

August 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିମାନ ଦୁର୍ଘଟଣାରେ ମୃତ କୋପାଇଲଟ ପତ୍ନୀଙ୍କୁ ଏ ପର୍ଯ୍ୟନ୍ତ ମୃତ୍ୟୁ ଖବର ଦିଆଯାଇ ନାହିଁ, କାରଣ ବଡ ଦୁଃଖଦାୟକ

ମଥୁରା, ନିକଟରେ କେରଳର କୋଝିକୋଡି ବିମାନ ବନ୍ଦରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 20 ଜଣ ଯାତ୍ରୀଙ୍କ ସହ ଦୁଇ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହି ବିମାନରେ ଥିଲେ ପାଇଲଟ୍ କ୍ୟାପେଟନ ଦୀପକ ସେଟ୍ ଏବଂ କୋ ପାଇଲଟ୍ ଅଖିଲେଶ ଶର୍ମା। ତେବେ ଅଖିଲେଶଙ୍କ ପତ୍ନୀଙ୍କୁ ଏ ପର୍ଯ୍ୟନ୍ତ ସ୍ବାମୀଙ୍କ ମୃତ୍ୟୁ ଖବର ଦିଆଯାଇ ନାହିଁ। ତାହାର କାରଣ ହେଲା ତାଙ୍କ ପତ୍ନୀ ମେଘା ବର୍ତ୍ତମାନ ଗର୍ଭବତୀ। ତାଙ୍କର ଡେଲିଭରୀ ଆଉ 15 ଦିନ ଭିତରେ ହେବ ବୋଲି ଡାକ୍ତର କହିଛନ୍ତି। ଫଳରେ ଏପରି ଅବସ୍ଥାରେ ତାଙ୍କ ପରିବାର ବର୍ଗ ମେଘାଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏପରି ଦୁଃସମ୍ବାଦ ଦେଇ ନାହିଁନ୍ତି।

ତେବେ ମେଘା ଜାଣିଛନ୍ତି ଯେ ତାଙ୍କ ସ୍ବାମୀ ଯେଉଁ ଫ୍ଲାଇଟ୍ ଉଡାଇ ଆଣୁଥିଲେ ତାହା ଦୁର୍ଘଟଣା ହୋଇଛି। ହେଲେ ତାଙ୍କ ସ୍ବାମୀଙ୍କର କିଛି ହୋଇ ନାହିଁ। ଏପରି ପରିସ୍ଥିତିରେ ଅଖିଳେଶଙ୍କ ପରିବାର ଏ ଖବର କିପିରି ମେଘାଙ୍କୁ କହିବେ ସେ ନେଇ ବଡ ଚିନ୍ତାରେ ଅଛନ୍ତି। ଡେଲିଭରୀ ପରେ ଏ ଖବର ଜଣାଇବେ ନା ତା ପୂର୍ବରୁ କହିବେ କିଛି ଭାବି ପାରୁ ନାହାଁନ୍ତି। ତେବେ ଅଖିଲେଶଙ୍କ ଶବ ଆସିଲେ ପରିବାର ବର୍ଗଙ୍କ ଏହି ଚିନ୍ତା ଆହୁରି ବଢିଯିବ। କାରଣ ଶବ ସତ୍କାର ପୂର୍ବରୁ ସ୍ତ୍ରୀ ହିସାବରେ ଯେଉଁ ବିଧିବିଧାନ ରହିଛି, ତାହା କିପରି ହେବ ସେ ନେଇ ସମସ୍ତେ ଚିନ୍ତାରେ। ଯଦି ସତ୍କାର ପୂର୍ବରୁ ଯେଉଁ ବିଧି ରହିଛି ତାହା କରାଯିବ ତେବେ ମେଘା ସବୁକିଛି ଜାଣିପାରିବେ। ଏସବୁ ଚିନ୍ତା କରି ପରିବାର ବର୍ଗ ଭୋ ଭୋ ହୋଇ କାନ୍ଦିବାରେ ଲାଗିଛନ୍ତି।

ଅଖିଲେଶଙ୍କ ପରିବାର ଉତ୍ତର ପ୍ରଦେଶର ମଥୁରା ନିକଟସ୍ଥ ଗୋବିନ୍ଦ ନଗର ଗ୍ରାମରେ ରହୁଛନ୍ତି। ଅଖିଲେଶଙ୍କର ଦୁଇ ଭାଇ ଅଛନ୍ତି। ସେମାନେ ହେଲେ ଭୁବନେଶ ଶର୍ମା ଏବଂ ଲୋକେଶ ଶର୍ମା। ଅଖିଲେଶ 2017 ମସିହାରେ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ। ସେ 2018 ମସିହାରେ ମେଘାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ତାଙ୍କ ପରିବାର ଅଖିଲେଶଙ୍କ ଶବଙ୍କୁ ଅପେକ୍ଷା କରି ବସିଛନ୍ତି।

ବିମାନ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026

ରାଶିଫଳ: ଜୁଲାଇ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

July 28, 2026

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026
Latest News

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026

ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ

July 28, 2026

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026

ରାଶିଫଳ: ଜୁଲାଇ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

July 28, 2026

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.