Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମାତ୍ର ମାସକ ମଧ୍ୟରେ ୨୩ ଲକ୍ଷ ପିପିଇ ରପ୍ତାନି କରି ବିଶ୍ଵ ବଜାରରେ ଭାରତ ଜାହିର କଲା ନିଜର ସ୍ଥିତି
ଅନ୍ତରାଷ୍ଟ୍ରୀୟ

ମାତ୍ର ମାସକ ମଧ୍ୟରେ ୨୩ ଲକ୍ଷ ପିପିଇ ରପ୍ତାନି କରି ବିଶ୍ଵ ବଜାରରେ ଭାରତ ଜାହିର କଲା ନିଜର ସ୍ଥିତି

August 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାତ୍ର ମାସକ ମଧ୍ୟରେ ୨୩ ଲକ୍ଷ ପିପିଇ ରପ୍ତାନି କରି ବିଶ୍ଵ ବଜାରରେ ଭାରତ ଜାହିର କଲା ନିଜର ସ୍ଥିତି

ନୂଆଦିଲ୍ଲୀ, କୋଭିଡ-୧୯ର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସମନ୍ଵୟରେ ମୂଳରୁ କାଯ୍ୟ କରି ଆସୁଛନ୍ତି। ସେଥିପାଇଁ ଦେଶବ୍ୟାପୀ ମେଡିକାଲ ଭିତ୍ତିଭୂମିର ଉନ୍ନତି ସହ କେତେକ ନୀତିଗତ ନିଷ୍ପତ୍ତି ମଧ୍ୟ ନିୟମିତ ଭାବେ ନିଆଯାଉଛି।

ବୈଶ୍ଵିକ ମହାମାରୀ କେତେବେଳେ ତାହାର କାୟା ବିସ୍ତାର କରିବା ଆରମ୍ଭ କଲା ସେତେବେଳେ ବିଶ୍ଵବ୍ୟାପୀ ଏନ-୯୫ ମାସ୍କ, ପିପିଇ କିଟ୍ସ ଓ ଭେଣ୍ଟିଲେଟର ସହିତ ଅନ୍ୟାନ୍ୟ ଡାକ୍ତରୀ ଉପକରଣର ଘୋର ଅଭାବ ପରିଲକ୍ଷିତ ହୋଇଥିଲା। ପ୍ରଥମତଃ ଅଧିକାଂଶ ସାମଗ୍ରୀ ଦେଶରେ ତିଆରି ହେଉନଥିଲା। ଏଥିପାଇଁ ଆବଶ୍ୟକ ଯନ୍ତ୍ରାଂଶ ବାହାରୁ ଆମଦାନୀ କରିବାକୁ ପଡୁଥିଲା। ବୈଶ୍ଵିକ ମହାମାରୀ ଯୋଗୁଁ ବୈଦେଶିକ ବଜାରରେ ମଧ୍ୟ ସେ ସମସ୍ତ ଉପକରଣର ଚାହିଦା ବୃଦ୍ଧି ପାଇଲା।

ବୈଶ୍ଵିକ ମହାମାରୀକୁ ଏକ ସୁଯୋଗ ଭାବେ ବିବେଚନା କରି ଦେଶରେ ଏହି ମେଡିକାଲ ଉପକରଣମାନ ପ୍ରସ୍ତୁତ କରିବାକୁ ସ୍ଥିର ହେଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବୟନ ଓ ଫର୍ମାସ୍ୟୁଟିକାଲ ମନ୍ତ୍ରଣାଳୟ, ଶିଳ୍ପ ପ୍ରସାର ଏବଂ ଆନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ବିଭାଗ, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଅନ୍ୟମାନେ ମିଳିମିଶି ନିଜର ନିର୍ମାଣ ଦକ୍ଷତା ଉପଯୋଗ କରିବା ପାଇଁ ନିଷ୍ପତ୍ତି ନେଲେ।

ପିପିଇ କିଟ୍ସ ଉତ୍ପାଦନ ଦକ୍ଷତା ସହ ଘରୋଇ ଚାହିଦା ପୂରଣ ପରେ ବିଦେଶକୁ ପିପିଇ କିଟ୍ସ ରପ୍ତାନି କରିବାକୁ ନେଇ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ (ଡିଜିଏଫଟି) ଗତ ଜୁଲାଇ ୨୦ ତାରିଖ ଦିନ ଏଥିନେଇ ବିଜ୍ଞପ୍ତି ଜାରି କଲେ। ଏହାର ଫଳସ୍ଵରୂପ ଜୁଲାଇ ମାସରେ ହିଁ ୨୩ ଲକ୍ଷ ପିପିଇ କିଟ୍ସ ୫ଟି ଦେଶକୁ ରପ୍ତାନି କରାଗଲା। ଏହି ଦେଶଗୁଡିକ ହେଲେ ୟୁଏସଏ, ୟୁକେ, ୟୁଏଇ, ସେନେଗାଲ ଏବଂ ସ୍ଲୋଭାନିଆ। ଏହା ବିଶ୍ଵ ରପ୍ତାନି ବଜାରରେ ଭାରତର ସ୍ଥିତି ଜାହିର କରିବାରେ ସକ୍ଷମ ହୋଇଛି।

ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ମେକ ଇନ ଇଣ୍ଡିଆର ସଂକଳ୍ପ ଯୋଗୁଁ ଭାରତ ପିପିଇ କିଟ୍ସ ସମେତ ଡାକ୍ତରୀ ଉପକରଣ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି। କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପିପିଇ, ଏନ-୯୫ ମାସ୍କ, ଭେଣ୍ଟିଲେଟର ଇତ୍ୟାଦି ଯୋଗାଉଥିବା ବେଳେ କେତେକ ରାଜ୍ୟ ଏହା ସିଧାସଳଖ ମଗାଉଛନ୍ତି। ସେମାନେ ଗତ ମାର୍ଚ୍ଚରୁ ଅଗଷ୍ଟ ମାସ ମଧ୍ୟରେ ୧.୪୦ କୋଟି ସ୍ଵଦେଶୀ ପିପିଇ କିଟ୍ସ ନିଜସ୍ଵ ବଜେଟ ଅର୍ଥରୁ କିଣିଛନ୍ତି। ଏହି ସମୟ ମଧ୍ୟରେ କେନ୍ଦ୍ର, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ବିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ୧.୨୮ କୋଟି ମାଗଣା ପ୍ରଦାନ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026
Latest News

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.