Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୁକାବିଲା, ମୃତ୍ୟୁ ସଂଖ୍ୟା ପଚାଶ ହଜାର, ଆଉ କେତେ ମୃତ୍ୟୁକୁ ଆମେ ଅପେକ୍ଷା କରିବା??
ବିଶେଷ ଖବର

କରୋନା ମୁକାବିଲା, ମୃତ୍ୟୁ ସଂଖ୍ୟା ପଚାଶ ହଜାର, ଆଉ କେତେ ମୃତ୍ୟୁକୁ ଆମେ ଅପେକ୍ଷା କରିବା??

August 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲି ସ୍ଵାଧୀନତା ଦିବସ ପାଳନ କଲାବେଳେ, ଆମେ ନିଜେ ନିଜକୁ ଅନେକ ପ୍ରଶ୍ନ ପଚାରିବା ଉଚିତ ଥିଲା। ହେଲେ ପ୍ରଶ୍ନ ପଚାରିବାର କଳା ଆମେ ଭୁଲି ସାରିଛୁ। ଆମର କିଛି  ପ୍ରଶ୍ନ ନଥିବା କାରଣରୁ ଆମକୁ ଆମର ନେତାମାନେ ପୁଣି ଭାଷଣ ଶୁଣାଇ ଭୁଲାଇବାରେ ସଫଳ ହେଲେ। ଗତକାଲି ଦେଶରେ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ୨୫ ଲକ୍ଷ ଟପିଥିଲା।ଗତକାଲି କରୋନା କାରଣରୁ ଦେଶରେ ମରିଥିବା ଲୋକଙ୍କ ସଂଖ୍ୟା ୫୦ ହଜାରରେ ପହଞ୍ଚିଥିଲା। ଗତ ଦଶଦିନ ହେଲା ପୃଥିବୀର ସର୍ବାଧିକ କରୋନା ଆକ୍ରାନ୍ତ ଆମ ଦେଶରୁ ବାହାରୁଛନ୍ତି। ଗତକାଲି ଓଡିଶାରେ ସର୍ବାଧିକ ପ୍ରାୟ ଅଢେଇ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁଲାଇ ଓ ଅଗଷ୍ଟ ପୂରା ଦେଶରେ ସଂକ୍ରମଣ ତଥା ମୃତ୍ୟୁର ସମୟ ପାଲଟିଛି। ୟାରି ଭିତରେ ଆମେ କିନ୍ତୁ ଏମିତି ଦେଖେଇ ହେଉଛୁ, ଯେମିତି ଆମର ସବୁକିଛି ଠିକ ଚାଲିଛି।

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ସରକାରୀ ସ୍ତରରେ ଏକ ପ୍ରକାର ଆତ୍ମା ସନ୍ତୋଷର ଭାବନା ଏବେ ଅଧିକ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲାପାଳ ପର୍ୟନ୍ତ, ସମସ୍ତେ କହୁଛନ୍ତି, ଆମର ସବୁ ଠିକ ଚାଲିଛି। ସବୁ ଠିକ ଚାଲିଛି ତ, ପାଞ୍ଚ ମାସରେ ପଚାଶ ହଜାର ଲୋକ କେବଳ କରୋନାରେ ମୃତ୍ୟୁ ବରଣ କଲେଣି କେମିତି? ଏହି ପଚାଶ ହଜାର ଲୋକଙ୍କ ମୃତ୍ୟୁ ଚୂଡାନ୍ତ ସଂଖ୍ୟା ନୁହେଁ। ଏହା କରୋନା ସଙ୍ଘର୍ଷର ମଧ୍ୟାନ୍ତର ବି ନୁହେଁ। ଆଗକୁ ଏ ସଂଖ୍ୟା ଢେର ବଢିବ। କରୋନା ସଂକ୍ରମଣକୁ ବଢିବାକୁ ଦେବୁନାହିଁ ବୋଲି ଆମର ଯେଉଁ ଅମାନବୀୟ ଓ ଅଗଣତାନ୍ତ୍ରିକ “ଲକ ଡାଉନ” ବ୍ୟବସ୍ଥା ଲାଗୁ ହୋଇଛି, ତା ସତ୍ତ୍ୱେ ଏତେ ପରିମାଣରେ ସଂକ୍ରମଣ ଓ ମୃତ୍ୟୁର ଉତ୍ତରଦାୟିତ୍ଵ କିଏ ନେବ? ରାଜନୀତିରେ ଅନେକ ସମୟରେ ଲୋକଙ୍କୁ ସନ୍ତୁଷ୍ଟ କରି ରଖିବାକୁ ଆଶାବାଦ ତିଆରି କରିବାକୁ ପଡେ। ତେବେ ମିଛ ଆଶାରେ ନାଗରିକମାନେ କେତେ ଦିନ ଆଉ ନିର୍ୟାତନା ସହିବେ?

ଦେଶରେ ସବୁ କିଛି ଠିକ ଚାଲିଛି, ହେଲେ ଗତ ପାଞ୍ଚ ମାସ ହେଲା ଆମର ବସ, ଟ୍ରେନ ବା ବିମାନ ସ୍ଵାଭାବିକ ଚାଲୁନାହିଁ। କେବଳ କିଛି ସ୍ଵତନ୍ତ୍ର ବିମାନ ଓ ଟ୍ରେନ ଚାଲିବା ସ୍ଵାଭାବିକ ଅବସ୍ଥା ନୁହେଁ। ଇତିହାସରେ କୌଣସି ସମୟରେ ମଧ୍ୟ ଗୋଟେ ଦେଶର ପରିବହନ ବ୍ୟବସ୍ଥା ଏତେ ଲମ୍ବା ସମୟ ଲାଗି ବନ୍ଦ ହୋଇନଥିଲା। ପାଞ୍ଚମାସରୁ ଅଧିକ ସମୟ ହେଲାଣି ଦେଶର ଧର୍ମାନୁଷ୍ଠାନ ଓ ପ୍ରାର୍ଥନାଗୃହ ବନ୍ଦ ରହିଛି। ସିନେମା ହଲ ଓ ସାଂସ୍କୃତିକ ସଂସ୍ଥା ବନ୍ଦ ରହିଛି। ସ୍ବାଧିନତାର ଏତେ ବର୍ଷ ଭିତରେ ୨୦୨୦ ବୋଧେ ଏମିତି ଗୋଟେ ବର୍ଷ ଯେଉଁଠି ସ୍କୁଲ ପିଲା ସ୍ଵାଧୀନତା ଦିବସ ପାଳି ନାହାନ୍ତି। ତା ସତ୍ତ୍ୱେ, ଆମେ ଏହାକୁ ସ୍ଵାଭାବିକ ବୋଲି କହୁଛୁ କେମିତି? ଗୋଟେ ଭୟଙ୍କର ଅସ୍ଵାଭାବିକ ସ୍ଥିତିକୁ ସ୍ଵାଭାବିକ ବୋଲି ଭାବିନେବା ଗୋଟେ ଦେଶ ଲାଗି ସବୁଠୁ ଖରାପ ସମୟର ସୂଚନା ଦେଇଥାଏ। ଆଜି ସତରେ ଆମେ ଏକ ଖରାପ ସମୟ ଭିତରେ ଅଛୁ।

ଗୋଟେ ଖରାପ ସମୟକୁ ଭଲ ସମୟ ବୋଲି ଦେଖେଇ ହେବାର ନାଟକ କରି, ଆମେ କେବଳ ସଂକ୍ରମଣ ଓ ମୃତ୍ୟୁ କୁ ହାଲୁକା କରୁନାହୁଁ, ପୂରା ସମାଜକୁ ଏକ ମିଛ ସ୍ଵପ୍ନରେ ବୁଡିରହିବାକୁ ବାଧ୍ୟ କରୁଛୁ। ଲକ ଡାଉନ ଏକ ସ୍ଵାଭାବିକ ବ୍ୟବସ୍ଥା ପାଲଟି ଯାଉଛି। ସରକାରୀ କଟକଣା ଆମ ଜୀବନରେ ଏକ ଗ୍ରହଣୀୟ ଅଙ୍ଗ ହୋଇଗଲାଣି। ସଂକ୍ରମଣ ରୋକିବାକୁ ଯାଇ ସରକାର ଅନେକ ସମୟରେ ଏମିତି କିଛି ନୀତି ନିୟମ ତିଆରି କରୁଛନ୍ତି, ଯାହାକି ସାଧାରଣ ନାଗରିକକୁ ନିରନ୍ତର ଅପରାଧୀ କରି ରଖିବ। ଏହାର ଏକ ଛୋଟ ଉଦାହରଣ ଭାବରେ ଆମେ କୋଭିଡ ନିୟମ ପାଳନ ପାଇଁ ହୋଇଥିବା ଦଣ୍ଡ ବିଧାନକୁ ବିଚାର କରିପାରିବା। ମୁଖା ନ ପିନ୍ଧି ସାଧାରଣ ସ୍ଥାନକୁ ଯିବା କିମ୍ବା ସାମାଜିକ ଦୂରତାର ନିୟମ ପାଳନ ନ କଲେ, ଲକ୍ଷେ ଟଙ୍କା ପର୍ୟନ୍ତ ଜରିମାନା ଓ କାରାଦଣ୍ଡ ଦେବାର ବ୍ୟବସ୍ଥା, ଏକ ସଭ୍ଯ ଗଣତାନ୍ତ୍ରିକ ବ୍ୟବସ୍ଥା କି?

ନାଗରିକଙ୍କୁ ସରକାର ସବୁବେଳେ ସନ୍ଦେହ କରିବା ଅପେକ୍ଷା ସହଯୋଗୀ ଭାବନା ରଖି କାମ କରିବା ଅଧିକ ଉପଯୋଗୀ ହୁଅନ୍ତା।ସରକାର ଗତ ପାଞ୍ଚମାସ ହେଲା ମୁଖା ପିନ୍ଧିବା ଓ ହାତ ଧୋଇବା କଥା କହୁଛନ୍ତି। ତେବେ ଲୋକଙ୍କୁ ସାହାଯ୍ୟ କରିବାକୁ କେତୋଟି ସର୍ବସାଧାରଣ ସ୍ଥାନରେ ହାତ ଧୋଇବା ବ୍ୟବସ୍ଥା ହୋଇଛି ବା ସାନିଟାଇଜର ମେସିନ ଥୁଆ ହୋଇଛି? ଲୋକଙ୍କୁ ମୁଖା ନ ପିନ୍ଧିଲେ ଜରିମାନା ଆଦାୟ କରିବାର ନିୟମ କରିଥିବା ସରକାର ଲୋକଙ୍କ ପାଇଁ “ମାସ୍କ ଏଟିଏମ” ଖୋଲିବା କଥା କାହିଁ ଭାବୁ ନାହାନ୍ତି? ସବୁ କଥାରେ ଲୋକଙ୍କୁ ଦୋଷୀ ସଜାଇବା ଅପେକ୍ଷା ଲୋକଙ୍କ ପାଇଁ ଚିନ୍ତା କରିବା ବର୍ତ୍ତମାନର ସବୁଠୁ ବଡ ଆବଶ୍ୟକତା। ପାଞ୍ଚମାସ ବିତିଗଲା ପରେ ମଧ୍ୟ ଆମେ ପୂରା ଦେଶରେ ୧% ଲୋକଙ୍କର କରୋନା ପରୀକ୍ଷା କରି ପାରିନୁ। କେବେ ଆମେ ଆମେରିକା ଭଳି ୨୧% ପରୀକ୍ଷା ଲକ୍ଷ୍ୟ ରେ ପହଞ୍ଚିପାରିବା କି?

ଲୋକଙ୍କ ଜୀବନ ସୁରକ୍ଷିତ କରିବାକୁ ଯାଇ ଲୋକଙ୍କୁ ଡରାଇ ରଖିବାର କୌଶଳ ଓ ମିଛ ଆଶା ଦେଖାଇ ଭଣ୍ଡାଇବାର କୌଶଳ, ଆମକୁ ଅଧିକ ବିପଦ ଆଡକୁ ଟାଣି ନେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପତନ ଦ୍ୱାରରେ ଆମେରିକୀୟ ଡଲାରର ପ୍ରାଧାନ୍ୟ!: କ’ଣ ଭାରତକୁ ମିଳିବ ଲାଭ?

August 12, 2026

“ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

August 12, 2026

ଛଅ ବର୍ଷ ପରେ ପୁଣି ଥରେ LAC ରେ ଉତ୍ତେଜନା: ମୁହାଁମୁହିଁ ହେଲେ ଭାରତ ଏବଂ ଚୀନ୍ ସୈନିକ 

August 12, 2026

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026
Latest News

ପତନ ଦ୍ୱାରରେ ଆମେରିକୀୟ ଡଲାରର ପ୍ରାଧାନ୍ୟ!: କ’ଣ ଭାରତକୁ ମିଳିବ ଲାଭ?

August 12, 2026

କୋର୍ଟ ଚାଲାଣ ପାଇଁ ଏକ ନୂତନ ପଦ୍ଧତି: ୧୦ ଦିନ ମଧ୍ୟରେ ହେବ ସମାଧାନ

August 12, 2026

ବାଂଲାଦେଶ ଗସ୍ତ ବାତିଲ?: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ସୂଚୀ ଘୋଷଣା କଲା ବିସିସିଆଇ

August 12, 2026

“FCRA ବିଲ୍ ପ୍ରତ୍ୟାହାର କରାଯିବା ଉଚିତ”: କେନ୍ଦ୍ର ଉପରେ ଆକ୍ରମଣ କଲେ ଚିଦମ୍ବରମ୍

August 12, 2026

“ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.