Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଦେଶର ୧୭୩ଟି ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାକୁ ଏନ୍‌ସିସି ସଂପ୍ରସାରିତ ହେବ, ପ୍ରତିରକ୍ଷା ବିଭାଗ ଦେଲା ଅନୁମତି
ଅନ୍ତରାଷ୍ଟ୍ରୀୟ

ଦେଶର ୧୭୩ଟି ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାକୁ ଏନ୍‌ସିସି ସଂପ୍ରସାରିତ ହେବ, ପ୍ରତିରକ୍ଷା ବିଭାଗ ଦେଲା ଅନୁମତି

August 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Defence minister approves proposal to expand NCC in 173 border, coastal districts

ନୂଆଦିଲ୍ଲୀ, ଦେଶର ସମସ୍ତ ସୀମାନ୍ତବର୍ତ୍ତୀ ଓ ତଟବର୍ତ୍ତୀ ଜିଲ୍ଲାଗୁଡିକର ଯୁବ ସମାଜର ଆକାଂକ୍ଷା ପୂରଣ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍‌ସିସିର ଏକ ବୃହତ୍ ସଂପ୍ରସାରଣ ଯୋଜନାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି। ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍‌ସିସିର ଏହି ସଂପ୍ରସାରଣ ସଂପର୍କରେ ସୂଚନା ଦେଇଥିଲେ।

ଏହି ସଂପ୍ରସାରିତ ଯୋଜନା ଅନୁସାରେ ଦେଶର ୧୭୩ଟି ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାରୁ ଏକ ଲକ୍ଷ କ୍ୟାଡଟଙ୍କୁ ଏନ୍‌ସିସିରେ ଭର୍ତ୍ତି କରାଯିବ। ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା କ୍ୟାଡେଟ ରହିବେ। ଏହିସବୁ ଜିଲ୍ଲାଗୁଡିକରେ ଏକ ହଜାରରୁ ଅଧିକ ସ୍କୁଲ ଓ କଲେଜକୁ ଏଥିପାଇଁ ଚିହ୍ନଟ କରାଯାଇଛି। ଏହିସବୁ ଶିକ୍ଷାନୁଷ୍ଠାନରେ ଏନ୍‌ସିସି ଆରମ୍ଭ କରାଯିବ। ଯୋଜନା ଅନୁସାରେ ବର୍ତ୍ତମାନର ୮୩ଟି ଏନସିସି ୟୁନିଟ ଉନ୍ନୀତ ହେବ। ସେଥିମଧ୍ୟରେ ସ୍ଥଳବାହିନୀର ୫୩, ନୌବାହିନୀର ୨୦ ଓ ବିମାନ ବାହିନୀର ୧୦ଟି ଲେଖାଏଁ ୟୁନିଟ ଅନ୍ତର୍ଭୁକ୍ତ। ଏହିସବୁ ୟୁନିଟ ସଂପୃକ୍ତ ସୀମାବର୍ତ୍ତୀ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଏନ୍‌ସିସି ତାଲିମ ପ୍ରଦାନ କରିବେ।

ସ୍ଥଳସେନା ପକ୍ଷରୁ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ ଏନ୍‌ସିସି ୟୁନିଟଗୁଡିକୁ ତାଲିମ ଏବଂ ପ୍ରଶାସନିକ ସହାୟତା ଯୋଗାଇ ଦିଆଯିବ। ସେହିଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ନୌବାହିନୀ ପକ୍ଷରୁ ସଂପୃକ୍ତ ଏନସିସି ୟୁନିଟକୁ ସହାୟତା ଯୋଗାଇ ଦିଆଯିବ। ଯେଉଁ ଏନ୍‌ସିସି ୟୁନିଟଗୁଡିକ ବାୟୁସେନା ଘାଟିର ଆଖପାଖରେ ଥିବେ ସେଗୁଡିକୁ ବାୟୁସେନା ପକ୍ଷରୁ ସହାୟତା ପ୍ରଦାନ କରାଯିବ।

ଏହା ଫଳରେ ଦେଶର ସୀମାନ୍ତ ଓ ତଟବର୍ତ୍ତୀ ଇଲାକାର ଯୁବକ ଯୁବତୀମାନେ ସାମରିକ ତାଲିମ ପାଇବାର ସୁଯୋଗ ପାଇବେ ଏବଂ ଏକ ଶୃଙ୍ଖଳିତ ଜୀବନଯାପନରେ ଏହା ସେମାନଙ୍କ ପାଇଁ ସହାୟକ ହେବ। ପ୍ରତିରକ୍ଷା ବାହିନୀରେ ଯୋଗଦେବାକୁ ଏହି ତାଲିମ ସେମାନଙ୍କୁ ଅନୁପ୍ରାଣିତ କରିବ। ରାଜ୍ୟଗୁଡିକ ସହ ଅଂଶୀଦାର ଭିତ୍ତିରେ ଏନ୍‌ସିସିର ସଂପ୍ରସାରଣ ଯୋଜନା କାର‌୍ୟ୍ୟକାରୀ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.