Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଣ୍ଡିତ ଯଶରାଜ, ସଙ୍ଗୀତରେ ଭାବ, ମାଧୁର୍ୟ ଓ ମୂର୍ଚ୍ଛନା ର ମହାସଙ୍ଗମ
ବିଶେଷ ଖବର

ପଣ୍ଡିତ ଯଶରାଜ, ସଙ୍ଗୀତରେ ଭାବ, ମାଧୁର୍ୟ ଓ ମୂର୍ଚ୍ଛନା ର ମହାସଙ୍ଗମ

August 17, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

“ଜୟ ହୋ”‘ ଏ ବାଣୀ, ମୂଳତଃ ଗୁଲଜାର ସାହେବଙ୍କର ନୁହଁ। ଯେଉଁମାନେ ପଣ୍ଡିତ ଯଶରାଜଙ୍କର ଗୁଣୀ ଗ୍ରାହକ ସେମାନେ ଜାଣନ୍ତି, ଏ ବାଣୀର ଉଦଗାତା ପଣ୍ଡିତ ଯଶରାଜ। ପଣ୍ଡିତଜୀଙ୍କର ସବୁ ସଙ୍ଗୀତର ଆରମ୍ଭ ଜୟ ହୋ ଉଚ୍ଚାରଣରୁ ହୋଇଥାଏ। ତାଙ୍କ ସଙ୍ଗୀତ ମାଧୁର୍ୟର ମହୋତ୍ସବ।ସମକାଳୀନ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀଙ୍କ ମଧ୍ୟରେ ତାଙ୍କ ଗଳାଟି ସବୁଠୁ ମିଠା। ସୁର ଓ ତାନର କଠୋର ତାରକସି ରଚନା କରିବାରେ ସେ ଯେତିକି ସଫଳ, ଭାବର ମଧୁରତା କୁ ମୂର୍ଛନାରେ ରୂପାନ୍ତରିତ କରିବାରେ ସେ ସେତିକି ଅନନ୍ୟ। ପଣ୍ଡିତ ଯଶରାଜଙ୍କୁ ଗୀତା ଗାଇବା ଯିଏ ଦେଖିଛି, ସେ ତାଙ୍କ ପ୍ରେମରେ ପଡିବାକୁ ବାଧ୍ୟ। ଅତ୍ୟନ୍ତ ସୌମ୍ୟ ଓ ସୁଦର୍ଶନ ପୁରୁଷ। ବ୍ୟକ୍ତିତ୍ବ ଅତ୍ୟନ୍ତ ପ୍ରଭାବଶାଳୀ। ସ୍ଵର, ଭାବ ଓ ଲୟକୁ ଏକତ୍ର କରି ଯାଦୁକରୀ ପରିବେଶ ତିଆରି କରିବାରେ ତାଙ୍କ ଭଳି ଉସ୍ତାଦ ବହୁତ କମ ମିଳିବେ। ରୂପା ଭଳି ଚିକ ଚିକ ବାବୁରି ବାଳକୁ ଛାଟି ଦେଇ ସେ ଯେତେବେଳେ ତାଙ୍କର “ଆଳାପ” ଆରମ୍ଭ କରନ୍ତି, ସେତେବେଳେ ପୂରା ପରିବେଶରେ କେବଳ ସେ ହିଁ ଛାଇ କି ରହିଥାନ୍ତି।

ମାତ୍ର ୧୨ ବର୍ଷ ବୟସରେ ସଙ୍ଗୀତ ସାଧନା ଆରମ୍ଭ କରିଥିବା ପଣ୍ଡିତ ଯଶରାଜଙ୍କ ଜୀବନ ବହୁ ସଙ୍ଘର୍ଷ ଭରା। ମାତ୍ର ୪ ବର୍ଷ ବୟସରେ ନିଜ ପିତା ପଣ୍ଡିତ ମୋତିରାମଙ୍କୁ ସେ ହରାଇଥିଲେ। ୨୮, ଜାନୁଆରୀ, ୧୯୩୦ ରେ ହରିୟାନାର ହିସାର ଜିଲା ପିଲି ମଣ୍ଡୋରିରେ ରେ ତାଙ୍କର ଜନ୍ମ। ଦୁଇ ବଡ ଭାଇ ପଣ୍ଡିତ ମଣିରାମ ଓ ପଣ୍ଡିତ ପ୍ରତାପ ନାରାୟଣଙ୍କ ଠାରୁ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ମେୱାତି ଘରାନାର ଶିଳ୍ପୀ ଭାବରେ ସେ ନିଜର ସ୍ଵର ଓ ମାଧୁର୍ୟକୁ ଆୟତ୍ତ କରିଥିଲେ। ପ୍ରଥମେ ଜଣେ ତବଲା ବାଦକ ଭାବରେ ସେ ବଡ ଭାଇ ପଣ୍ଡିତ ପ୍ରତାପ ନାରାୟଣଙ୍କ ସହିତ ସଙ୍ଗତ କରୁଥିଲେ। ଏହି ସମୟରେ ଓଡିଶାର ଖ୍ୟାତନାମା ସଙ୍ଗୀତଜ୍ଞ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସହିତ ମଧ୍ୟ ସେ ସହଯୋଗୀ ତବଲା ବାଦକ ଭାବେ ସଙ୍ଗତ କରିଛନ୍ତି।

ପଣ୍ଡିତ ଯଶରାଜ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ର ଶିଳ୍ପୀ ଭାବେ ଶିଖରକୁ ସ୍ପର୍ଶ କରିଥିଲେ ମଧ୍ୟ, ଓଡିଶୀ ସଙ୍ଗୀତ ସହିତ ତାଙ୍କର ସଖ୍ୟ ଓ ସଂପ୍ରୀତି ରହିଥିଲା। ଓଡିଶୀ ନୃତ୍ୟର ମହାନାୟକ ମହାଗୁରୁ କେଲୁଚରଣ ମହାପାତ୍ରଙ୍କର ସେ ଥିଲେ ଅତ୍ୟନ୍ତ ଘନିଷ୍ଠ ବନ୍ଧୁ। ସେହି ବନ୍ଧୁତା ସୂତ୍ରରେ ଓଡିଶୀ ନୃତ୍ୟ ଲାଗି ତାଙ୍କ ସଙ୍ଗୀତ ବ୍ୟବହାର ଲାଗି ସେ ଅନୁମତି ଦେଇଥିଲେ।

ନୂଆ ପ୍ରଜନ୍ମର ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀଙ୍କ ଭିତରେ ତାଙ୍କର ଉପସ୍ଥିତି ସବୁବେଳେ ବାରି ହୋଇ ପଡିଛି। ମେୱାତି ଘରାନାର ବିଶୁଦ୍ଧ ଶାସ୍ତ୍ରୀୟ ପରମ୍ପରା ସହିତ ନୂଆ ସମୟର ଆହ୍ଵାନକୁ ଏକତ୍ରିତ କରିବାରେ ସେ ସଫଳ ହୋଇଥିଲେ। ତାଙ୍କ ରାଗ ପରିବେଷଣରେ ଶୁଦ୍ଧ ସ୍ଵରର ଏକ ଭିନ୍ନ ମାଧୁର୍ୟ ରହିଥିଲା। ଶାସ୍ତ୍ରୀୟ ଗାୟନରେ ଶୁଦ୍ଧ ସ୍ଵର ଲଗେଇଲା ବେଳେ ମୁଖ ବିକୃତିର ପରମ୍ପରାକୁ ପଣ୍ଡିତଜୀ ଭାଙ୍ଗିଥିଲେ। ସବୁଠୁ ତୀବ୍ର ସ୍ଵରକୁ ଅତ୍ୟନ୍ତ ସ୍ଵାଭାବିକ ଶୈଳୀ ପରିବେଷଣ କରିବାର ଅପୂର୍ବ ଦକ୍ଷତା ତାଙ୍କର ରହିଥିଲା। ସ୍ଵର ସହିତ ଶବ୍ଦ ଉଚ୍ଚାରଣ ର ଶୁଦ୍ଧତାକୁ ସେ ସର୍ବାଧିକ ଗୁରୁତ୍ଵ ଦେଉଥିଲେ। ଅନେକ ସମୟରେ ସ୍ଵର ଉପରେ ଗୁରୁତ୍ଵ ଦେବାକୁ ଯାଇ ବଡ ବଡ ସଙ୍ଗୀତଜ୍ଞ ଶବ୍ଦକୁ ବିକୃତ କରିଦିଅନ୍ତି। ପଣ୍ଡିତ ଯଶରାଜ ଥିଲେ ତାର ବିରଳ ବ୍ୟତିକ୍ରମ। ତାଙ୍କ ସ୍ଵର ଯେତିକି ଶୁଦ୍ଧ, ଶବ୍ଦ ବି ସେତିକି ସ୍ପଷ୍ଟ। ତାଙ୍କର ରାଗ ଦୂର୍ଗା, ରାଗ ଅହିର ଭୈରବ ଇତ୍ଯାଦିର ଭାବ ସମ୍ପ୍ରେଷଣ ସବୁବେଳେ ଅନନ୍ୟ।

ଶୁଦ୍ଧ ରାଗ ବ୍ଯତୀତ ଭଜନ ଓ ସ୍ତୋତ୍ର ଗାୟନ ରେ ତାଙ୍କର ଲୋକପ୍ରିୟତା ରହିଥିଲା। ତାଙ୍କ ଗାୟନରେ “ଅଧରମ ମଧୁରମ ବଦନମ ମଧୁରମ” କିମ୍ବା “ଓମ ନମୋ ଭଗବତେ ବାସୁଦେବାୟ” ଯେ ଶୁଣିଛି, ସେ ଜାଣିଛି, ଭକ୍ତିର କେଉଁ ସ୍ତରକୁ ନେବାରେ ସେ ଥିଲେ ସମର୍ଥ ଶିଳ୍ପୀ।ଉତ୍ତର ଭାରତୀୟ ଗାୟନ ସହିତ ମରାଠୀ ଅଭଙ୍ଗ ପରମ୍ପରାକୁ ଯୋଡି ସେ ଚମତ୍କାରିତା ସୃଷ୍ଟି  କରିଛନ୍ତି।

ପଣ୍ଡିତଜୀ ଥିଲେ ନିଜେ ଏକ ପରମ୍ପରା। ପୂରା ପରିବାର ତାଙ୍କର ସଙ୍ଗୀତର ସାଧକ। ଭାରତୀୟ ସିନେମାର ପ୍ରବାଦ ପୁରୁଷ ଭି. ଶାନ୍ତାରାମଙ୍କ ଜୋଇଁ, ସଙ୍ଗୀତ ନିର୍ଦ୍ଦେଶକ ଯତୀନ-ଲଲିତଙ୍କର କାକା ଇତ୍ୟାଦି ଏମିତି ବହୁ ପାରିବାରିକ ପରିଚୟ ତାଙ୍କର ରହିଥିଲା। ଦେଶର ଦ୍ଵିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ “ପଦ୍ମ ବିଭୂଷଣ” ସମେତ ବହୁ ପୁରସ୍କାର ତାଙ୍କୁ ମିଳିଥିଲା। ତେବେ ତାଙ୍କର ସବୁଠୁ ବଡ ପୁରସ୍କାର ଥିଲା, ସେ ଥିଲେ ଆମ ସମୟର ସର୍ବୋଚ୍ଚ ଲୋକପ୍ରିୟ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ।

୯୦ ବର୍ଷ ବୟସରେ ଭାରତୀୟ ସଙ୍ଗୀତର ଏହି ମହାନ ସାଧକଙ୍କ ବିୟୋଗ ସହିତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ଗୋଟିଏ ଯୁଗର ସମାପ୍ତି ଘଟିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ପତନ ଦ୍ୱାରରେ ଆମେରିକୀୟ ଡଲାରର ପ୍ରାଧାନ୍ୟ!: କ’ଣ ଭାରତକୁ ମିଳିବ ଲାଭ?

August 12, 2026

“ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

August 12, 2026

ଛଅ ବର୍ଷ ପରେ ପୁଣି ଥରେ LAC ରେ ଉତ୍ତେଜନା: ମୁହାଁମୁହିଁ ହେଲେ ଭାରତ ଏବଂ ଚୀନ୍ ସୈନିକ 

August 12, 2026

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026
Latest News

ପତନ ଦ୍ୱାରରେ ଆମେରିକୀୟ ଡଲାରର ପ୍ରାଧାନ୍ୟ!: କ’ଣ ଭାରତକୁ ମିଳିବ ଲାଭ?

August 12, 2026

କୋର୍ଟ ଚାଲାଣ ପାଇଁ ଏକ ନୂତନ ପଦ୍ଧତି: ୧୦ ଦିନ ମଧ୍ୟରେ ହେବ ସମାଧାନ

August 12, 2026

ବାଂଲାଦେଶ ଗସ୍ତ ବାତିଲ?: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ସୂଚୀ ଘୋଷଣା କଲା ବିସିସିଆଇ

August 12, 2026

“FCRA ବିଲ୍ ପ୍ରତ୍ୟାହାର କରାଯିବା ଉଚିତ”: କେନ୍ଦ୍ର ଉପରେ ଆକ୍ରମଣ କଲେ ଚିଦମ୍ବରମ୍

August 12, 2026

“ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.