ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, କୋଲକାତା ଯାଉଥିବା କେତେକ ଟ୍ରେନକୁ ବାତିଲ ଏବଂ ରହଣି ପ୍ରତ୍ୟାହାର କରାଯାଇଛି

Published: Aug 18, 2020, 6:59 pm IST

ଭୁବନେଶ୍ବର, ଅଗଷ୍ଟ ମାସରେ ପଶ୍ଚିମବଙ୍ଗର କିଛି ସ୍ଥାନ ରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି। ପଶ୍ଚିମବଙ୍ଗରେ ଅଗଷ୍ଟ ୨୦, ୨୧, ଓ ୨୭ ତାରିଖରେ ସମ୍ପୂର୍ଣ୍ଣ ଲକ୍ ଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ ପ୍ରଭାବିତ ହେବ –

ବାତିଲ ହେଉଥିବା ଟ୍ରେନ :

୧- ହାଓଡ଼ାରୁ ଛାଡୁଥିବା ୦୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ପେସିଆଲକୁ ୨୧ ଅଗଷ୍ଟ , ୨୦୨୦ ତାରିଖ ଦିନ ବାତିଲ କରାଯିବ।

୨- ଯଶୋବନ୍ତପୁରରୁ ଛାଡୁଥିବା ୦୨୨୪୬ ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ ୨୦ ଅଗଷ୍ଟ ୨୦୨୦ ତାରିଖ ଦିନ ବାତିଲ କରାଯିବ।

୩- ସିଆଲଦାରୁ ଛାଡୁଥିବା ୦୨୨୦୧ ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ ୨୧, ୨୮ ଓ ୩୧ ଅଗଷ୍ଟ ୨୦୨୦ ତାରିଖ ଦିନ ବାତିଲ କରାଯିବ।

୪-ଭୁବନେଶ୍ୱରରୁ ଛାଡୁଥିବା ୦୨୨୦୨ ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ ୨୨, ୨୯ ଅଗଷ୍ଟ ଏବଂ ସେପ୍ଟେମ୍ବର ପହିଲା ୨୦୨୦ ତାରିଖ ଦିନ ବାତିଲ କରାଯିବ।

୫- ୦୨୦୭୪/୦୨୦୭୩ ଭୁବନେଶ୍ୱର -ହାଓଡ଼ା -ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲକୁ ୨୦, ୨୧ ଓ ୨୭ ଅଗଷ୍ଟ , ୨୦୨୦ ତାରିଖ ଗୁଡିକରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ।

ଆଂଶିକ ବାତିଲ ହେଉଥିବା ଟ୍ରେନ :

୧-୧୯, ୨୦ ଓ ୨୬ ଅଗଷ୍ଟ , ୨୦୨୦ ତାରିଖ ମାନଙ୍କରେ ସିକନ୍ଦରାବାଦରୁ ଛାଡୁଥିବା ୦୨୭୦୪ ସିକନ୍ଦରାବାଦ -ହାଓଡ଼ା ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ଏହାର ଯାତ୍ରା ଭୁବନେଶ୍ୱର ଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର‌୍ୟ୍ୟନ୍ତ ଯିବ ନାହିଁ।

୨-୨୦, ୨୧ ଓ ୨୭ ଅଗଷ୍ଟ ୨୦୨୦ ତାରିଖ ମାନଙ୍କରେ ହାଓଡ଼ା ରୁ ଛାଡୁଥିବା ୦୨୭୦୩ ହାଓଡ଼ା -ସିକନ୍ଦରାବାଦ ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡିବ ଏବଂ ଏହି ତାରିଖ ଗୁଡିକରେ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର‌୍ୟ୍ୟନ୍ତ ବାତିଲ ରହିବ।

ପ୍ରତ୍ୟାହାର କରାଯାଉଥିବା ରହଣି :

୧-ଭୁବନେଶ୍ୱରରୁ ଛାଡୁଥିବା ୦୨୮୦୧ ଭୁବନେଶ୍ୱର -ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀରୁ ଆସୁଥିବା ୦୨୮୦୨ ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ୧୯, ୨୦ ଓ ୨୬ ଅଗଷ୍ଟ , ୨୦୨୦ ରେ ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀ ଠାରେ ରହଣି କରିବ ନାହିଁ ।

୨-ଭୁବନେଶ୍ୱରରୁ ଛାଡୁଥିବା ୦୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ୨୦, ୨୧ ଓ ୨୭ ଅଗଷ୍ଟ , ୨୦୨୦ ରେ ଏବଂ ନୂଆଦିଲ୍ଲୀରୁ ଆସୁଥିବା ୦୨୮୨୪ ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ୧୯, ୨୦ ଓ ୨୬ ଅଗଷ୍ଟ , ୨୦୨୦ରେ ଉଭୟ ଦିଗରୁ ହିଜଲୀ ଠାରେ ରହଣି କରିବ ନାହିଁ।

ଉପରୋକ୍ତ ଟ୍ରେନ ଗୁଡିକର ଯାତ୍ରୀମାନେ ଏଥି ପ୍ରତି ଧ୍ୟାନ ଦେବା ଉଚିତ ଏବଂ ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆ ଯାଉଛି।

Related posts