Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତ ପୃଥିବୀର ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ହେବାର ସମ୍ଭାବନା
ବିଶେଷ ଖବର

ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତ ପୃଥିବୀର ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ହେବାର ସମ୍ଭାବନା

August 19, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଦେଖୁ ଦେଖୁ ପାଞ୍ଚମାସ ସମୟ ବିତିଗଲାଣି। ମାର୍ଚ୍ଚ ମାସର ତୃତୀୟ ସପ୍ତାହ ବେଳକୁ ଆମେ କରୋନା ଭୂତାଣୁକୁ ନୂଆ କରି ଜାଣୁଥିଲୁ। ସେତେବେଳେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଦୈନିକ ବୁଲେଟିନ ବାହାର କରୁଥିଲେ ସେଇଠି ଆମେ ଦେଖୁଥିଲୁ କରୋନାକୁ ନେଇ ତିନୋଟି ଦେଶ ବେଶୀ ଆକ୍ରାନ୍ତ- ଚୀନ, ଦକ୍ଷିଣ କୋରିଆ ଓ ଇରାନ। ଏହି ତିନୋଟି ଦେଶରେ ଯେତିକି ସଂଖ୍ୟକ ଆକ୍ରାନ୍ତ ସେତେବେଳେ ବାହାରୁଥିଲେ,ଏବେ ଗୋଟିଏ ଦିନରେ ତାଠୁ ଢେର ଗୁଣ ଅଧିକ ଆକ୍ରାନ୍ତ ଆମ ଦେଶରେ ବାହାରୁଛନ୍ତି। ଚୀନରେ ଆରମ୍ଭ ହୋଇଥିବା ଏହି ଭୂତାଣୁ ସେଠାରେ ମାତ୍ର ୮୪,୮୭୧ ଲୋକଙ୍କ୍ଜୁ ଆକ୍ରାନ୍ତ କରିଥିଲ।। ଆମ ଦେଶରେ ଏବେ ଦିନକୁ ୫୫ ରୁ ୬୫ ହଜାର ଆକ୍ରାନ୍ତ ବାହାରୁଛନ୍ତି। ମାର୍ଚ୍ଚ ମାସରେଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଏକ ନମ୍ବର ଥିବା ଚୀନ ଅଗଷ୍ଟ ମାସ ବେଳକୁ ୩୪ ନମ୍ବର ସ୍ଥାନକୁ ଖସି ଆସିଛି। ସେହିପରି ଦକ୍ଷିଣ କୋରିଆ ୭୪ ଓ ଇରାନ ୧୧ ସ୍ଥାନକୁ ଖସିଛନ୍ତି। ମାର୍ଚ୍ଚ ପରେ ଏପ୍ରିଲ ରେ କରୋନା ଚିତ୍ର ବଦଳିଗଲା ଓ ଚୀନ, ଇରାନ, ଦକ୍ଷିଣ କୋରିଆ ବଦଳରେ ଇଟାଲୀ, ସ୍ପେନ, ଫ୍ରାନ୍ସ, ଇଂଲଣ୍ଡ ଓ ଜର୍ମାନୀରେ ସଂକ୍ରମଣ ବଢିଲା। ଏହି ସମୟରେ ଆମେରିକା ସ୍ଥିତି ମଧ୍ୟ ଜଟିଳ ହେବା ଆରମ୍ଭ କରିଥିଲା। ସମୟକ୍ରମେ ୟୁରୋପୀୟ ଦେଶଙ୍କ ସ୍ଥାନ ଆମେରିକା,ବ୍ରାଜିଲ ଓ ଭାରତ ନେଇଛନ୍ତି।

ଆଜିର ତାରିଖରେ କାରୋନାର ସତ୍ୟ ହେଉଛି, ପୃଥିବୀର ସବୁଠୁ ଅଧିକ ଆକ୍ରାନ୍ତ ଭାରତରେ ଚିହ୍ନଟ ହେଉଛନ୍ତି। ଅଗଷ୍ଟ ୧୭ ତାରିଖ ଦିନ ପୃଥିବୀରେ ନୂଆ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ଥିଲା ୧.୯୮,୫୩୫। ସେଥିରୁ ଭାରତରେ ଆକ୍ରାନ୍ତ ଥିଲେ ୫୪,୨୮୮। ଅର୍ଥାତ ପୃଥିବୀର ୨୭.୩% ନୂଆ ଆକ୍ରାନ୍ତ କେବଳ ଭାରତରୁ ଚିହ୍ନଟ ହେଉଛନ୍ତି। ଏହି ଦିନ ଆମେରିକାରେ ପ୍ରାୟ ୪୦ ହଜାର ଓ ବ୍ରାଜିଲରେ ୨୩ ହଜାର ଆକ୍ରାନ୍ତ ବଢିଛନ୍ତି। ଏହି ସଂଖ୍ୟା ସତ୍ତ୍ୱେ ଭାରତ ସରକାର ଆମକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆମ ଦେଶରେ ପରୀକ୍ଷା ତୁଳନାରେ ଆକ୍ରାନ୍ତଙ୍କ ହାର କମ ରହିଛି। ଗତ ପନ୍ଦର ଦିନରେ ଦେଶରେ ପ୍ରାୟ ଏକ କୋଟି ଲୋକଙ୍କର କରୋନା ପରୀକ୍ଷା ହୋଇଛି ଓ ସେଥିରୁ ୧୦ ଲକ୍ଷ ୧୧ ହଜାର ନୂଆ ଆକ୍ରାନ୍ତ ବାହାରିଛନ୍ତି। ଅର୍ଥାତ ୧୫ ଦିନରେ ଦେଶରେ ନୂଆ ପୋଜିଟିଭ ହାର ୧୦% ରହିଛି। ଏହା ଉଦବେଗଜନକ ସଂଖ୍ୟା ନୁହେଁ କି?

ମୃତ୍ୟୁ ସଂଖ୍ୟା ବଢୁଛି ହେଲେ ମୃତ୍ୟୁହାର କମ ରହିଛି ବୋଲି ଭାରତ ସରକାରଙ୍କ ଯୁକ୍ତି ରେ ମଧ୍ୟ ଅନେକ ପ୍ରଶ୍ନବାଚୀ ରହିଛି। ଗତ ୧୫ ଦିନ ଭିତରେ ଦେଶରେ ପ୍ରାୟ ୧୫ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ଏବେ ମୃତ୍ୟୁ ସଂଖ୍ୟା ଦୈନିକ ପ୍ରାୟ ୧୦୦୦ ରେ ପହଞ୍ଚିଛି। ଅଧିକ ସଂଖ୍ୟକ ନୂଆ ଆକ୍ରାନ୍ତ ଯେହେତୁ ଗତ ୧୫ ଦିନରେ ବାହାରିଛନ୍ତି, ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ତେବେ ଅଧିକ ଆକ୍ରାନ୍ତ ବାହାରିବା ସହିତ ଅଧିକ ଆରୋଗ୍ୟ ହାର ବଢୁଛି। ଏମାନଙ୍କ ଭିତରୁ ଜଟିଳ ସ୍ଥିତିରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ଆଗାମୀ ସମୟର ମୃତ୍ୟୁହାର ନିର୍ଭର କରିବ।

ଗଣିତ ମାଧ୍ୟମରେ ହୁଏତ ଆମେ କହିବାକୁ ଚେଷ୍ଟା କରୁଛୁ ଯେ, ଆମ ଲୋକ ସଂଖ୍ୟା ଦୃଷ୍ଟିରୁ ଏତେ ଲୋକ ମରିବା ସ୍ଵାଭାବିକ। ଏହି ଯୁକ୍ତି ସଂପୂର୍ଣ୍ଣ ଅମାନବୀୟ। ୟୁରୋପୀୟ ଦେଶ ସମୂହ ଓ ଆମେରିକାରେ ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ। ସେହି ସବୁ ଦେଶରେ ଜରା ନିବାସ ଓ ବୟସ୍କ ଲୋକଙ୍କ ଜୀବନ ହାନି ଘଟୁଛି। ଭାରତ ଅପେକ୍ଷାକୃତ ତରୁଣମାନଙ୍କର ଦେଶ। ଏସିଆ ମହାଦେଶରେ ଇରାନ କୁ ବାଦ ଦେଲେ ଅନ୍ୟ କୌଣସି ଦେଶରେ ମୃତ୍ୟୁହାର ସେତେବେଶୀ ନୁହଁ। ଆମର ପଡୋଶୀ ପାକିସ୍ତାନରେ ଏବେ ଆରୋଗ୍ୟ ହାର ୯୩% ରୁ ଅଧିକ। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାକିସ୍ତାନରେ ଗତ ୧୫ ଦିନରେ ପ୍ରାୟ ୯୦୦୦। ଏସିଆର ଅନ୍ୟାନ୍ୟ ଦେଶ ସଂକ୍ରମଣ ଓ ମୃତ୍ୟୁହାର ରୋକିବାରେ ସଫଳ ହୋଇ ଚାଲିଛନ୍ତି। ଆମେ ସେମାନଙ୍କ ତୁଳନାରେ ଭଲ ସ୍ଥିତି ରେ ସତରେ ରହିଛୁ କି?

ବର୍ତ୍ତମାନ ସଂକ୍ରମଣ ସ୍ଥିତି ଦେଖି ସହଜରେ ଅନୁମାନ କରିହେବ ଯେ ଅଗଷ୍ଟ ଶେଷ ବେଳକୁ ଆମେ ହୁଏତ ବ୍ରାଜିଲକୁ ପଛରେ ପକାଇ ଦ୍ଵିତୀୟ ସର୍ବାଧିକ ସଂକ୍ରମିତ ଦେଶ ଭାବରେ ଉଭା ହେବୁ। ଆମ ଆଗକୁ କେବଳ ଆମେରିକା ରହିବ। ତେବେ ଆମେରିକାରେ ସଂକ୍ରମଣ ସ୍ଥିତି ଏବେ ସୁଧୁରୁଛି ଓ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୪୦ ହଜାର ଭିତରେ ରହୁଛି। ସେପ୍ଟେମ୍ବର ମାସରେ ଯଦି ଆମର ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରିତ ନ ହୁଏ ତାହେଲେ ଆମେ ହୁଏତ ସେପ୍ଟମ୍ବର ଶେଷ ସୁଦ୍ଧା ଆମେରିକାକୁ ଟପି ଏକ ନମ୍ବର କରୋନା ଆକ୍ରାନ୍ତ ଦେଶ ହେବାର ରେକର୍ଡ କରିବାର ସମ୍ଭାବନା ବହୁ ଅଧିକ।

ଏହି ସ୍ଥିତି ଆମକୁ ଅଧିକ ସଂକ୍ରମଣ ଓ ମରଣ କେବଳ ଦେବ ନାହିଁ, ଏହା ଆମର ଆର୍ଥିକ ସ୍ଥିତିକୁ ଅଧିକ ଦୁର୍ବଳ କରିବ। ପୃଥିବୀର ଅନ୍ୟ ଦେଶ ସବୁ କରୋନା ମୁକ୍ତ ହୋଇ ନିଜକୁ ସଜାଡିବା ଆରମ୍ଭ କରୁଥିବା ବେଳେ ଭାରତ ସଂକ୍ରମଣର ଶିକାର ରେ ପହଞ୍ଚିବା। ଏହା ଆଦୌ ଭଲ ସୂଚନା ନୁହେଁ।

america brazil corona possitive india who
Share. Facebook Twitter LinkedIn Email WhatsApp Copy Link

Related Posts

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ: ସେମିଫାଇନାଲ ପାଇଁ ହେବ ବଡ଼ ଲଢେଇ

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.