ଦିନକରେ ରେକର୍ଡ ସଂଖ୍ୟକ 9 ଲକ୍ଷରୁ ଊର୍ଦ୍ଧ୍ଵ ନମୁନା ପରୀକ୍ଷଣ, ନିୟୁତ ପିଛା ପରୀକ୍ଷଣ 23,668ରେ ପହଞ୍ଚିଲା

Published: Aug 20, 2020, 9:11 pm IST

ନୂଆଦିଲ୍ଲୀ, ଦୈନିକ ନମୁନା ପରୀକ୍ଷଣରେ ଭାରତ ଆଜି ଆଉ ଏକ ସଫଳତାର ମାଇଲଖୁଣ୍ଟ ଛୁଇଁଛି। ପ୍ରଥମଥର ପାଇଁ ଗୋଟିଏ ଦିନରେ 9 ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ 9,18,470 ନମୁନା ପରୀକ୍ଷା କରାଯିବା ଯୋଗୁଁ ଦେଶ ଖୁବଶୀଘ୍ର ଦିନକୁ 10 ଲକ୍ଷ ନମୁନା ପରିକ୍ଷଣର ନିକଟତର ହୋଇପାରିଛି। ଏଥିପାଇଁ ମୋଟ ନମୁନା ପରୀକ୍ଷା ସଂଖ୍ୟା 3.25 କୋଟିରୁ ଊର୍ଦ୍ଧ୍ଵ ଅର୍ଥାତ 3,26,61,252 ରେ ପହଞ୍ଚିଛି।

ରୋଗ ନିରୂପଣ ପାଇଁ ଅଧିକ ନମୁନା ପରୀକ୍ଷାଗାର ପ୍ରତିଷ୍ଠା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଫଳତଃ 1 ନିୟୁତ ଜନସଂଖ୍ୟାରେ ନମୁନା ପରୀକ୍ଷଣ 23,668ରେ ପହଞ୍ଚିଛି ଏହି ଧାରା କ୍ରମଶଃ ଅଧିକରୁ ଅଧିକ ହେବାରେ ଲାଗିଛି। ଅଧିକରୁ ଅଧିକ ପରୀକ୍ଷା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କ୍ରମଶଃ ହ୍ରାସ ପାଉଛି। ଯଦିଓ ଅଧିକ ପରୀକ୍ଷା ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ଆରମ୍ଭରୁ ବୃଦ୍ଧି ପାଉଛି, ତେବେ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଭିଜ୍ଞାତା ଅନୁସାରେ ଏହା ଶୀଘ୍ର ଏକାନ୍ତବାସ, ସକ୍ରିୟଙ୍କୁ ଚିହ୍ନଟ କରିବା ଓ ଉତ୍ତମ ଉପଚାର ଯୋଗୁଁ କ୍ରମଶଃ ହ୍ରାସ ପାଇବା ଲକ୍ଷ୍ୟ କରାଯାଇଛି।

ଜାତୀୟ ସଂକ୍ରମଣ ହାର ଶତକଡା 8 ଥିବା ବେଳେ 26ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହା ଜାତୀୟ ହାରଠାରୁ ମଧ୍ୟ ନିମ୍ନରେ ରହିଛି। ଦେଶବ୍ୟାପୀ ନମୁନା ପରୀକ୍ଷାଗାର ମଧ୍ୟ ବୃଦ୍ଧି ପାଉଛି। 977ଟି ସରକାରୀ ଓ 517ଟି ଘରୋଇକୁ ମିଶାଇ 1494ଟି ପରୀକ୍ଷାଗାରରେ ଆଜି ନମୁନା ପରୀକ୍ଷଣ କରାଯାଉଛି।

Related posts