Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏକ ନୂଆ କଥା, ଜାତୀୟ ରାଜପଥରେ ଥିବା ବୃକ୍ଷରାଜିକୁ ନଜର ରଖିବ ମୋବାଇଲ ଆପ୍- ହରିତ ପଥ
ଜାତୀୟ ଖବର

ଏକ ନୂଆ କଥା, ଜାତୀୟ ରାଜପଥରେ ଥିବା ବୃକ୍ଷରାଜିକୁ ନଜର ରଖିବ ମୋବାଇଲ ଆପ୍- ହରିତ ପଥ

August 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Shri @nitin_gadkari today reviewed road projects using modern and green technology. He launched the ‘Harit Path', a mobile App of NHAI and instructed to ensure E-tagging of plants. Read more

ଭୁବନେଶ୍ବର, ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ହରିତ ପଥ ନାମକ ଏକ ମୋବାଇଲ ଆପ ବିକଶିତ ହୋଇଛି। ଏହି ଆପ ଜରିଆରେ ଏହାର ବିଭିନ୍ନ କ୍ଷେତ୍ରୀୟ ସଂସ୍ଥା ଅଧୀନରେ ଥିବା ବୃକ୍ଷ ପ୍ରକଳ୍ପ, ଏହାର ଲକ୍ଷ୍ୟ, ପ୍ରଗତି ଓ ରକ୍ଷଣାବେକ୍ଷଣ ଇତ୍ୟାଦି ଉପରେ ନଜର ରଖାଯିବ। ବିଭାଗୀୟ ମନ୍ତ୍ରୀ ନିତିନ ଗଡକରୀ ଆଜି ଏହି ଆପର ଉଦଘାଟନ କରିଛନ୍ତି।

ଦେଶରେ ୨୫ ବର୍ଷ ଧରି ସେବା ଯୋଗାଉଥିବା ଏନଏଚଏଆଇ ହରିତ ଭାରତ ସଂକଳ୍ପ ଯୋଜନା ହାତକୁ ନେଇଛି । ଏହି ଯୋଜନା ଅଧୀନରେ ଦେଶବ୍ୟାପୀ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା କରାଯିବ ବୋଲି ଏନଏଚଏଆଇ ପକ୍ଷରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଏହି ଯୋଜନା ଅଧୀନରେ ଏନଏଚଏଆଇ ୨୫ ଦିନରେ ୨୫ ଲକ୍ଷ ଚାରା ରୋପଣ କରିଛି। ଦେଶର ବିଭିନ୍ନ ରାଜପଥର କଡେ କଡେ ଜୁଲାଇ ୨୧ରୁ ଅଗଷ୍ଟ ୧୫ ମଧ୍ୟରେ ଏହି ଚାରା ରୋପଣ କାର୍ଯ୍ୟ କରାଯାଇଛି। ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ୩୫.୨୨ ଲକ୍ଷ ଚାରା ରୋପଣ କରାଯାଇଛି।

ଜାତୀୟ ରାଜପଥଗୁଡିକୁ ସବୁଜିମାରେ ଭରିବା ପାଇଁ ଏନଏଚଏଆଇ ଆଞ୍ଚଳିକ କାର‌୍ୟ୍ୟଳୟ ପକ୍ଷରୁ ଏହି ଦେଶବ୍ୟାପୀ ଚାରା ରୋପଣ କାର‌୍ୟ୍ୟ ହାତକୁ ନିଆଯାଇଛି । ଉତ୍ତରପ୍ରଦେଶରେ ସର୍ବାଧିକ ୫ ଲକ୍ଷ ଚାରା ରୋପଣ କରାଯାଇଥିବା ବେଳେ, ରାଜସ୍ଥାନରେ ୩ ଲକ୍ଷ ଓ ମଧ୍ୟପ୍ରଦେଶରେ ୨.୬୭ ଲକ୍ଷ ଚାରା ରୋପଣ କରାଯାଇଛି। ସବୁ ଗଛ ଯେପରି ବଞ୍ଚି ରହେ ସେଥିପାଇଁ ଗଛ ଚାରିପଟେ ୧.୫ମିଟର ଉଚ୍ଚତାର ବାଡ ମଧ୍ୟ ଦିଆଯାଇଛି।

ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ, ଗଛଗୁଡ଼ିକର ଅଭିବୃଦ୍ଧି ଉପରେ ନଜର ରଖିବା ପାଇଁ ଏହାର ଚିତ୍ର ଓ ଅନ୍ୟାନ୍ୟ ତଥ୍ୟାବଳି ହରିତ ପଥ ଆପରେ ପ୍ରତି ତିନିମାସରେ ଲୋଡ କରାଯାଉଛି। ରାଜପଥ ଠିକାଦାରମାନେ ଏହିସବୁ ଗଛର ରକ୍ଷଣାବେକ୍ଷଣ ଦାୟିତ୍ଵରେ ଅଛନ୍ତି। ଗଛଗୁଡ଼ିକର ଅଭିବୃଦ୍ଧି ଉପରେ ସେମାନଙ୍କର ଦେୟ ପଇଠକୁ ଯୋଡା ଯାଇଛି। ଏହି ଆପ ଉଦଘାଟନ ଠିକ ପରେ ପରେ ୧୫୦ରୁ ଉର୍ଦ୍ଧ୍ଵ ଆଞ୍ଚଳିକ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ ଓ ଉଦ୍ୟାନ କୃଷି ବିଶେଷଜ୍ଞ ଏହାର ୟୁଜର ଆଇଡି ଦ୍ଵାରା କାମ ଆରମ୍ଭ କରିଛନ୍ତି।

ଜାତୀୟ ରାଜପଥଗୁଡିକରେ ପରିବେଶ ଭାରସାମ୍ୟ ରଖିବା ପାଇଁ ଏନଏଚଏଆଇ ପକ୍ଷରୁ ବ୍ୟାପକ ଚାରା ରୋପଣ କାର୍ଯ୍ୟ ହାତକୁ ନିଆଯାଇଛି। ଚଳିତ ବର୍ଷ ଏନଏଚଏଆଇ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଓ ଘରୋଇ ସଂସ୍ଥାର ସହଯୋଗରେ ୭୨ ଲକ୍ଷ ଚାରା ରୋପଣ ପାଇଁ ଯୋଜନା କରିଛି । ଏନଏଚଏଆଇ ବୃକ୍ଷ, ଜଙ୍ଗଲ, କୃଷି ଓ ଉଦ୍ୟାନକୃଷି ବିଶେଷଜ୍ଞମାନଙ୍କୁ ଏକ୍ଷେତ୍ରରେ ନିୟୋଜିତ କରିଛି । ବିଭିନ୍ନ ଆଞ୍ଚଳିକ କାଯ୍ୟାଳୟରେ ବୃକ୍ଷରାଜିର ରକ୍ଷଣାବେକ୍ଷଣ ପାଇଁ ଦୁଇ ଜଣ ଲେଖାଏଁ ଉଦ୍ୟାନକୃଷି ବିଶେଷଜ୍ଞଙ୍କୁ ନିୟୋଜିତ କରିଛି।

ଏନଏଚଏଆଇ ବୃକ୍ଷ ରୋପଣକୁ ଛାଡି ରାଜପଥ କଡରେ ଯେଉଁଠି ଆବଶ୍ୟକ ଗଛଗୁଡିକର ପ୍ରତିରୋପଣ ଉପରେ ମଧ୍ୟ ଧ୍ୟାନ ଦେଉଛି । ବୃକ୍ଷ ରୋପଣ ହୋଇଥିବା ସମସ୍ତ ଅଞ୍ଚଳ ଓ ହେବାକୁ ଥିବା ଅଞ୍ଚଳଗୁଡିକ ପାଇଁ ମଧ୍ୟ ଏକ ଡାଟାବେସ ମଧ୍ୟ ପ୍ରସ୍ତୁତ କରିଛି। ରାଜପଥଗୁଡିକୁ ସବୁଜିମାରେ ଭରିବା ପାଇଁ ହରିତ ପଥ ମୋବାଇଲ ଆପ ବିଶେଷଭାବେ ସହାୟକ ହୋଇପାରିବ।

nhai Nitin Gadkari
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.