Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବ୍ରହ୍ମପୁର ଆଇଟିଆଇର ସଫଳତା, କୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ କଲା ଆବେଦନ
ଜାତୀୟ ଖବର

ବ୍ରହ୍ମପୁର ଆଇଟିଆଇର ସଫଳତା, କୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ କଲା ଆବେଦନ

August 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁର ଆଇଟିଆଇର ସଫଳତା, କୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ କଲା ଆବେଦନ

ଭୁବନେଶ୍ବର, କୋଭିଡ-୧୯ର ମୁକାବିଲା ନିମନ୍ତେ ବୈଷୟିକ ଜ୍ଞାନ ପ୍ରୟୋଗ କରି ଉଦ୍ଭାବନ କରିଥିବା ୩ଟି ସାମଗ୍ରୀ ପାଇଁ ଆଇଟିଆଇ ବ୍ରହ୍ମପୁର ପ୍ୟାଟେଣ୍ଟକୁ ପଞ୍ଜୀକୃତ କରିବା ପାଇଁ ଆବେଦନ କରିଛି । ଏହି ଉଦ୍ଭାବନ ଉପରେ ଆଇଟିଆଇ ବ୍ରହ୍ମପୁରର ଅଗ୍ରାଧିକାର ରହିବ । ଦେଶର ଅନ୍ୟାନ୍ୟ ଆଇଟିଆଇ ଓ ଏନଆଇଟିଗୁଡିକର ପଦାଙ୍କ ଅନୁସରଣ କରି ଆଇଟିଆଇ ବ୍ରହ୍ମପୁର ଦେଶର ଏହି ପ୍ୟାଟେଣ୍ଟ କ୍ଲବରେ ସାମିଲ ଦେଇଛି ।

ଯେଉଁ ୩ଟି ଉଦ୍ଭାବନ ପ୍ରତିଷ୍ଠାନ କରିଛି, ସେଥିରେ ରହିଛି –

1-ଭ୍ରାମ୍ୟମାଣ ସ୍ଵାବ ସଂଗ୍ରହ କିଓସ୍କ – ନିକଟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୂତାଣୁ ବାୟୁ ଦ୍ଵାରା ବ୍ୟାପିବାର ଘୋଷଣା କରିଛି। ଜଳୀୟ କଣାଗୁଡିକ ଅଧିକ ସମୟ ବାୟୁ ମଣ୍ଡଳରେ ତିଷ୍ଠି ରହୁଥିବାରୁ ସ୍ଵାବ ସଂଗ୍ରହ ସମୟରେ ସନ୍ଦିଗ୍ଧ ରୋଗୀ ହସ୍ପିଟାଲ ବା ଭ୍ରାମ୍ୟମାଣ କିଓସ୍କର ବାହାରେ ରହିଥାଏ। ସ୍ଵାବ ସଂଗ୍ରହକାରୀ ଟେକନିସିଆନକୁ କିଓସ୍କ ଭିତରେ ରହିବାକୁ ପଡେ । ସେଥିପାଇଁ ସଂକ୍ରମିତ ଜଳୀୟକଣା ପାଖାପାଖି ଅଞ୍ଚଳକୁ ସଂକ୍ରମିତ କରିବାର ସମ୍ଭାବନା ରହିଥାଏ। ସେହିସ୍ଥାନରୁ କରୋନା ଭୂତାଣୁ ସଂକ୍ରମିତ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଇଟିଆଇ ବ୍ରହ୍ମପୁର ଏକ ସମାଧାନର ସୂତ୍ର ବାହାର କରିଛି । ଏଥିରେ ସଦିଗ୍ଧ ରୋଗୀ କ୍ୟାବିନ ଭିତରେ ରହୁଥିବା ବେଳେ ଟେକନିସିଆନ ବାହାରେ ରହିବେ । ଏକ ବୈଷୟିକ କୌଶଳ ହେପା ଫିଲ୍ଟର ଦ୍ଵାରା ଜଳକଣାଗୁଡିକ ଛାଣି ହୋଇଯିବା ଫଳରେ ସେହିସ୍ଥାନ ଭୁତାଣୁମୁକ୍ତ ହୋଇଯିବ ।

2-ଯୁଭିସି ଏକକ ସାନିଟାଇଜର – ଏହି ସାନିଟାଇଜର ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଉଥିବା ଭଳି ଏକ ସାମଗ୍ରୀ। ଏଥିରେ ହଳେ ଜୋତା ସୋଲ ବ୍ୟବହୃତ ହୋଇଥାଏ । ଏହି ସୋଲକୁ ଏକ ୟୁଭିସି ଆଲୋକ ଦ୍ଵାରା ନିୟନ୍ତ୍ରଣ କରାଯାଏ । ଯୁଭିସି ରଶ୍ମି ଅଣୁ ଜୋତା ସୋଲରେ ଥିବା ଅଣୁଗୁଡିକୁ ନିଷ୍କ୍ରିୟ କରିଦିଏ। ୮ ସେକେଣ୍ଡ ଧରି ଏହି ଯୁଭିସି ଲାଇଟ ଜଳି ତା’ପରେ ବନ୍ଦ ହୋଇଯାଏ। ଏଥିରେ ଶତକଡା ୮୦ ଭାଗ ଭୂତାଣୁ ନିଷ୍କ୍ରିୟ ହୋଇଯାନ୍ତି । ସମାଜରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦ୍ଧତି ଆମର ଜୋତା ସୋଲଗୁଡିକୁ କୋଭିଡ ଭୂତାଣୁ ସଂକ୍ରମଣରୁ ରକ୍ଷା କରିଥାଏ। ଏହାକୁ ହସ୍ପିଟାଲ, ଅଫିସ, ବିମାନବନ୍ଦର, ରେଳ ଷ୍ଟେସନ, ସପିଙ୍ଗ ମଲ, ହୋଟେଲ ଏବଂ ଶିକ୍ଷାନୁଷ୍ଠାନ ଇତ୍ୟାଦିର ପ୍ରବେଶ ପଥରେ ରଖିଲେ ଏହା ଜୋତା ସୋଲକୁ ସଂକ୍ରମଣ ମୁକ୍ତ କରିଥାଏ। ଏହାର ସହଜ ପରିବହନକ୍ଷମ ଛୋଟ ମେନିସକୁ ଘରର ପ୍ରବେଶ ପଥରେ ମଧ୍ୟ ରଖା ଯାଇପାରିବ।

3-ଯୁଭିସି ରୋବୋ ୱାରିୟର – ଯୁଭିସି ରୋବୋ ୱାରିୟର ମେସିନରେ ଥିବା ଯୁଭିସି ଲାଇଟ ଏକ ବିଶୋଧନ ଯନ୍ତ୍ରର କାର‌୍ୟ୍ୟ କରିଥାଏ। ଏହା ସାଧାରଣ ଯାନବାହାନ ଓ କରୋନା ସଂକ୍ରମିତ ବା ସଦିଗ୍ଧ ରୋଗୀଙ୍କ ରହୁଥିବା ପ୍ରକୋଷ୍ଠର ଚଟାଣକୁ ଜୀବାଣୁମୁକ୍ତ କରିଥାଏ । ଏହି ଯନ୍ତ୍ରରୁ ନିର୍ଗତ ୟୁଭି ରଶ୍ମି ସହଜରେ ପ୍ରୋଟିନ, ଜୀବାଣୁର ନ୍ୟୁକ୍ଲିକ ଏସିଡ ଓ ଭୂତାଣୁକୁ ନିଷ୍କ୍ରିୟ କରିବାରେ ସମର୍ଥ। ଏହା ବିଭିନ୍ନ ଜୀବାଣୁର ଡିଏନଏ ଓ ଆରଏନଏ ପରିପାଠିକୁ ସଂପୂର୍ଣ୍ଣ ଧ୍ଵଂଶ କରିଦେଇପାରେ।

ଏହି ଯୁଭିସି ଲାଇଟ ବିଶୋଧନ କରିବା ସମୟରେ ଏକ ରୋବର୍ଟର ସହାୟତା ନିଆଯାଇଥାଏ। ରୋବୋର୍ଟର ଗତିବିଧିକୁ ଏକ ଆଣ୍ଡ୍ରଏଡ ମୋବାଇଲରେ ଥିବା ବ୍ଲୁଟୁଥ ସାହାଯ୍ୟରେ ବିଶୋଧନ ହେବାକୁ ଥିବା ପ୍ରକୋଷ୍ଠର ବାହାରୁ ନିୟନ୍ତ୍ରଣ କରାଯାଏ । ଏହି ରୋବର୍ଟ ସମସ୍ତ ସ୍ଥାନକୁ ଯୁଭିସି ରଶ୍ମି ଦ୍ଵାରା ବିଶୋଧନ କରିପାରେ। ରୋବର୍ଟ ଆଖିରେ ଖଞ୍ଜା ହୋଇଥିବା ବ୍ଲୁଟୁଥ କ୍ୟାମେରା ବିଶୋଧିତ ଅଞ୍ଚଳର ଫଟୋ ମୋବାଇଲକୁ ପଠାଇଥାଏ। ରୋବର୍ଟର ଶରୀରରେ ଖଞ୍ଜା ଯାଇଥିବା ସେନ୍ସର ଯୋଗୁଁ ଏହାର ଗତିବିଧି ଉପରେ ମଧ୍ୟ ନିୟନ୍ତ୍ରଣ ରଖାଯାଇପାରେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026
Latest News

ଅମରାବତୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁ ମୃତ, ୬ ଗୁରୁତର

August 24, 2026

କାହାକୁ ଅଧିକ କାମୁଡ଼େ ମଶା? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

August 24, 2026

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.