Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା କାଳରେ ସରକାରୀ ପ୍ରଚାର ପାଇଁ ନୂଆ ପ୍ୟାକେଜ , ଭାବମୂର୍ତ୍ତି ସଜାଡିବା ଲାଗି ଗଣମାଧ୍ୟମକୁ ଦାନ ଓ ଦକ୍ଷିଣା!!
ବିଶେଷ ଖବର

କରୋନା କାଳରେ ସରକାରୀ ପ୍ରଚାର ପାଇଁ ନୂଆ ପ୍ୟାକେଜ , ଭାବମୂର୍ତ୍ତି ସଜାଡିବା ଲାଗି ଗଣମାଧ୍ୟମକୁ ଦାନ ଓ ଦକ୍ଷିଣା!!

August 22, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

 କେଦାର ମିଶ୍ର

ନିଜ ସରକାରର ଭାବମୂର୍ତ୍ତି ବଢାଇବାକୁ ଏକ ବିରାଟ “ମିଡିଆ ପ୍ଯାକେଜ” ଏବେ ସରକାରୀ ସ୍ତରରେ  ପ୍ରସ୍ତୁତ ହେଉଛି ବୋଲି ଏବେ ଖବର ମିଳିଛି। ପ୍ରତିଦିନ ହାରାହାରି ହଜାରେ ଲୋକ କରୋନା ଭୂତାଣୁର ଶିକାର ହୋଇ ପ୍ରାଣ ହରାଉଥିବା ବେଳେ, ଏ ପ୍ରକାର ପ୍ରଚାରର ଆବଶ୍ୟକତାକୁ ନେଇ ଅନେକ ପ୍ରଶ୍ନବାଚୀ ଅବଶ୍ୟ ଉଠିବ। ତେବେ କୌଣସି ପ୍ରଶ୍ନବାଚୀ ବା ସମାଲୋଚନାକୁ ଖାତିର କରିବା ଭଳି ଅବସ୍ଥା ମୋଦୀ ସରକାରଙ୍କର ନାହିଁ। ମୋଦୀ ସରକାରର ଗୋଟେ ବିଶିଷ୍ଟ ଗୁଣ ହେଉଛି, ସମାଲୋଚନା କୁ ଆଦୌ ଗୁରୁତ୍ଵ ନଦେବା। ସରକାର ଯାହା କରୁଛନ୍ତି ତାହା ହିଁ ଠିକ ଓ ତାକୁ ଗ୍ରହଣ କରିବାକୁ ଜନତା ବାଧ୍ୟ- ଏମିତି ଏକ ଧାରଣା ଉପରେ ମୋଦୀ ସରକାରର ଅସ୍ତିତ୍ଵ ଗଢା ହୋଇଛି। ଏହା ଏକ ପ୍ରକାର ପ୍ରଚଣ୍ଡ ଆତ୍ମବିଶ୍ଵାସ ବୋଲି କୁହାଯାଇ ପାରିବ।

ତେବେ କରୋନା ସମୟରେ କି ପ୍ରକାର ପ୍ରଚାର ବା ସରକାରୀ ଭାବମୂର୍ତ୍ତିର କି ପ୍ରକାର ବିସ୍ତାର ହୋଇପାରିବ? କରୋନା ସଂକ୍ରମଣ ସମୟରେ ପ୍ରଚାରର ପ୍ରବଳ ଆବଶ୍ୟକତା ରହିଛି ଏହା ସତ। ତେବେ ସେ ପ୍ରଚାରର ପରିସର କଣ? ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ଡାକ୍ତର ଟେଦ୍ରୋସ ବାରମ୍ବାର କରୋନା ମୁକାବିଲା କଥା କହିବା ବେଳେ ଦୁଇଟି ଶବ୍ଦର ପ୍ରୟୋଗ କରୁଛନ୍ତି- ପାଣ୍ଡେମିକ ଏବଂ ଇନ୍ଫୋଡେମିକ୍ସ। ଆମେ ସମସ୍ତେ ଜାଣୁ ଇଂରାଜୀ ଭାଷାରେ ଯେ କୌଣସି ସାମୟିକ ସ୍ଥିତିକୁ ନେଇ ତୁରନ୍ତ ଶବ୍ଦ ତିଆରି ହୋଇଯାଏ। ପାଣ୍ଡେମିକ୍ସ ବା ମହାମାରୀ ସମୟରେ ହଠାତ “ଇନ୍ଫୋଡେମିକ୍ସ” ଶବ୍ଦଟି ତିଆରି ହେବା ପଛର କାରଣଟି କେବଳ ଏକ ସାମ୍ବାଦିକ ଆବଶ୍ୟକତା ନୁହେଁ, ଏହା ଅନେକାଂଶରେ ଆମ ସମୟର ଏକ ଭୟଙ୍କର ଆବଶ୍ୟକତା। ଆଜିର ସମୟରେ ମହାମାରୀ ଯେତିକି ସାଂଘାତିକ ନୁହେଁ, ତାଠୁ ଅଧିକ ସାଂଘାତିକ ହେଉଛି ମହାମାରୀକୁ ନେଇ ତିଆରି ହେଉଥିବା ରାଜନୈତିକ ସୂଚନା। ନିଜ ନିଜର ରାଜନୀତିକୁ ବଞ୍ଚାଇ ରଖିବାଲାଗି ସବୁଠୁ କ୍ଷତିଗ୍ରସ୍ତ ଦେଶର ମୁଖିଆମାନେ କରୋନା କୁ କେନ୍ଦ୍ର କରି ବିଭିନ୍ନ କାହାଣୀ ପ୍ରଚାର କରି ଚାଲିଛନ୍ତି।

ଏହି ପ୍ରଚାର ପ୍ୟାକେଜରେ ପାଣ୍ଡେମିକ୍ସ ନା ଇନ୍ଫୋଡେମିକ୍ସ କିଏ ବେଶୀ ଗୁରୁତ୍ଵ ପାଇବ? ସରକାର ହୁଏତ ଆମକୁ କହିବାକୁ ଚାହାନ୍ତି ଯେ, କରୋନା ମୁକାବିଲାରେ ଭାରତ ସଫଳ ହୋଇଛି। ଦିନକୁ ପ୍ରାୟ ସତୁରୀ ହଜାର ଆକ୍ରାନ୍ତ ଓ ୧ ହଜାର ହଜାର ମୃତ ଲୋକଙ୍କ ଗ୍ରାଫ କୁ ସଫଳତା ବୋଲି ଦେଖାଇବା ଗୋଟେ ଆହ୍ୱାନର ବିଷୟ ନିଶ୍ଚୟ । ତେବେ ସରକାର ଏହାକୁ ସଫଳତା ବୋଲି ଦେଖାଇବାରେ ଗୋଟେ ନୂଆ ରଣନୀତି ନିଶ୍ଚୟ ତୟାର କରିଥିବେ।   

ଏଠି ଆଉ ଗୋଟେ କଥା କହିବା ଉଚିତ ହେବ ଯେ, ଯେଉଁ ଦେଶର ନେତୃତ୍ଵ ବୈଜ୍ଞାନିକ ଚିନ୍ତାନକୁ ଆଧାର କରି ବାସ୍ତବାଭିମୁଖୀ ପଦକ୍ଷେପ ନେଇଛନ୍ତି, ସେ ଦେଶ କରୋନା ମୁକାବିଲା ରେ ସଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡ ଓ ଜର୍ମାନୀ ଏହାର ଉଦାହରଣ।  ଭିଏତନାମ ଓ ଦକ୍ଷିଣ କୋରିଆ ମଧ୍ୟ ଅନ୍ଯତମ ଉଦାହରଣ । ସତ କହିବାକୁ ଗଲେ ପୃଥିବୀର ମୋଟ ଆକ୍ରାନ୍ତ ସଂଖ୍ୟା ୨,୨୯,୨୧୬୬୮ ହୋଇଥିବା ବେଳେ ଏହାର ପ୍ରାୟ ୬୦% କେବଳ ପାଞ୍ଚୋଟି ଦେଶରେ ରହିଛନ୍ତି। ଆମେରିକା, ବ୍ରାଜିଲ, ଭାରତ, ଋଷିଆ ଓ ଦକ୍ଷିଣ ଆଫ୍ରିକା ରେ ମୋଟ ୧.୩୬କୋଟି ଆକ୍ରାନ୍ତ ଅଛନ୍ତି।

ବ୍ରାଜିଲ ଓ ଆମେରିକା ତୁଳନାରେ ଆମ ଦେଶରେ ସୂଚନା-ମହାମାରୀର ସ୍ତର ଆହୁରି ଭୟଙ୍କର। ମାର୍ଚ୍ଚ ମାସରୁ ଆମକୁ କରୋନା ସଂକ୍ରମଣ କୁ ନେଇ ପ୍ରତିଦିନ ଗାଲୁଗପ ଶୁଣିବାକୁ ପଡୁଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ୨୧ ଦିନିଆ ମହାଭାରତ ଯୁଦ୍ଧ ବୋଲି କହି ଏକ ହାସ୍ୟାସ୍ପଦ ଅଭିଯାନ ଆରମ୍ଭ କରିଥିଲେ। ବିଭିନ୍ନ ପର୍ୟାୟ ରେ ମହାମାରୀକୁ ନେଇ ଧର୍ମ ସହିତ ଯୋଡିବାର ଉଦ୍ୟମ ମଧ୍ୟ ହୋଇଥିଲା। ମାର୍ଚ୍ଚ ମାସର ଶେଷ ବେଳକୁ ଏକ ନିର୍ଦ୍ଦିଷ୍ଟ ଧର୍ମ ସହିତ ମହାମାରୀକୁ ଯୋଡିବାର ପ୍ରୟାସ ଦେଶର ଶାସକ ଦଳ ଆରମ୍ଭ କରିଥିଲେ। ମାର୍ଚ୍ଚ ଓ ଏପ୍ରିଲ ମାସରେ ବୈଜ୍ଞାନିକ ମାନସିକତାର ପ୍ରଚାର ଅପେକ୍ଷା ଅଧିକ ନାଟକବାଜି ଉପରେ ଆମେ ଗୁରୁତ୍ଵ ଦେଲେ। ଆଜି ଯେତେବେଳେ ଦେଶରେ ସଂକ୍ରମଣ ସଂଖ୍ୟା ପାଖାପାଖି ୩୦ ଲକ୍ଷ ରେ ପହଞ୍ଚିଛି ଓ ପ୍ରତି ଦୁଇ ଦିନରେ ଲକ୍ଷେ ରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେତେବେଳେ ମଧ୍ୟ ଆମେ ସଫଳତାର ମିଛ ବାହାନା ଖୋଜୁଛୁ। ପ୍ରତି ଦିନ ହଜାରେ ଭାରତୀୟ କରୋନା ଯୋଗୁଁ ପ୍ରାଣ ହରାଉଥିବା ବେଳେ ଆମର ପ୍ରଧାନମନ୍ତ୍ରୀ ୧୨୦ ଟି ଦେଶକୁ କରୋନା କବଳରୁ ରକ୍ଷା କରିବାରେ ସହାୟକ ହୋଇଥିବାର ଦାବି କରୁଛନ୍ତି।

ଏ ପ୍ରକାର ତଥ୍ୟ ଆଜି ଲୋକଙ୍କ ପାଖରୁ ଲୁଚାଇବା ସମ୍ଭବ କି? ଗଣମାଧ୍ୟମରେ ସରକାରୀ ପ୍ରଚାର ଏହି ବାସ୍ତବତାକୁ ସତରେ ଲୁଚାଇବାରେ ସହାୟକ ହେବ କି? ତେବେ କରୋନା ଲକ ଡାଉନ ଯୋଗୁଁ ବିପର୍ୟସ୍ତ ଗଣମାଧ୍ୟମ ଏଥିରୁ କିଛି ଲାଭ ପାଇବ ନିଶ୍ଚୟ। ସରକାରୀ ସେବାରେ ନିଜକୁ ନିୟୋଜିତ କରିଥିବା କେତେକ ଟେଲିଭିଜନ ଚାନେଲ ଓ ଖବର କାଗଜ ଲାଗି ଏହା ଅବଶ୍ୟ ଏକ ନୂଆ ସୁଯୋଗ।   

କରୋନା ଗଣମାଧ୍ୟମ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆଦିଲ୍ଲୀ ଘୋଷଣା ଗୃହୀତ ହେବା ସହ ସମ୍ପନ୍ନ ହେଲା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬

February 22, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026
Latest News

ଥାଇଲାଣ୍ଡରେ ଫସିଥିବା ୬ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ ଫେରିଲେ ଓଡ଼ିଶା

February 22, 2026

ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର

February 22, 2026

“ଜାଇକା” ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପର ସମୀକ୍ଷା ବୈଠକ

February 22, 2026

ରାଜ୍ୟରେ ହ୍ରାସ ପାଉଛି ଶିଶୁ ଜନ୍ମ ହାର, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

February 22, 2026

ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ମାଛ ଧରା: ଓଡ଼ିଶାର ଦୁଇ ମତ୍ସ୍ୟଜୀବୀ ପାଇଲେ ପ୍ରବେଶ ପାସ୍

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.