Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାତୀୟ ନିଯୁକ୍ତି ଏଜେନ୍ସି: ସମ୍ଭାବନା, ଆଶା ଓ ଆଶଙ୍କା
ବିଶେଷ ଖବର

ଜାତୀୟ ନିଯୁକ୍ତି ଏଜେନ୍ସି: ସମ୍ଭାବନା, ଆଶା ଓ ଆଶଙ୍କା

August 25, 2020No Comments5 Mins Read
Share Facebook Twitter LinkedIn Email WhatsApp Copy Link

ସହସ୍ରାଂଶୁ ମହାପାତ୍ର

ଜାତୀୟ ନିଯୁକ୍ତି ଏଜେନ୍ସି ପ୍ରତିଷ୍ଠା ପ୍ରସ୍ତାବକୁ ଅଗଷ୍ଟ ୧୯ ରେ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ ମିଳିସାରିଛି ଓ ଏହା ସରକାରୀ ଚାକିରୀ ଖୋଜୁଥିବା ଯୁବଗୋଷ୍ଠୀ ପାଇଁ ମୋଦି ସରକାର ଦ୍ୱାରା ଏକ ଐତିହାସିକ ପଦକ୍ଷେପ ବୋଲି ବିଚାର କରା ଯାଉଛି। ଏହି କେନ୍ଦ୍ରୀୟ ଏଜେନସି ଏକକ ଯୋଗ୍ୟତା ପରୀକ୍ଷା ପରିଚାଳନା କରିବ ଯାହାଦ୍ୱାରା କେନ୍ଦ୍ର ସରକାରଙ୍କ ଗୃପ ବି ଏବଂ ସି (ଅଣ-ବୈଷୟିକ) ପଦବୀ ପାଇଁ ପ୍ରାର୍ଥୀଙ୍କୁ ଅନେକ ସୁବିଧା ମିଳି ପାରିବ।

ଜାତୀୟ ନିଯୁକ୍ତି ଏଜେନ୍ସି ପାଇଁ  ତିନି ବର୍ଷ ର ବ୍ୟୟ ଅଟକଳ ୧୫୧୭.୫୭ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ଜାତୀୟ ନିଯୁକ୍ତି ଏଜେନସି କୁ ଯେଉଁଭଳି ଭାବରେ କେନ୍ଦ୍ରୀୟ ସରକାରୀ ଚାକିରୀ ଅନ୍ଵେଷୁଙ୍କ ପାଇଁ ସଞ୍ଜିବନୀ  ରୂପେ ଚିତ୍ରଣ କରା ଯାଉଛି ତାହା କେତେଦୂର ସଫଳ ହେବ ତାହା ଏବେଠାରୁ ଆକଳନ କରିବା ହୁଏତ ଅପରିପକ୍ଵ ଲାଗିପାରେ!

ଜାତୀୟ ନିଯୁକ୍ତି ଏଜେନସି – କଣ ଓ କାହିଁକି

-ଜାତୀୟ ନିଯୁକ୍ତି ଏଜେନସି କୁ ନେଇ ସୃଷ୍ଟି ହୋଇଥିବା ସମ୍ଭାବନା, ପ୍ରତିଶ୍ରୁତି ଓ ଆଶଙ୍କା ର ସଠିକ ଆକଳନ କରିବାକୁ ହେଲେ ଏହାର ଲକ୍ଷ୍ୟ ଓ କାର୍ଯ୍ୟ ପ୍ରଣାଳୀ କୁ ବୁଝିବା ଆବଶ୍ୟକ।

-ଜାତୀୟ ନିଯୁକ୍ତି ଏଜେନସି ଏକକ ପରୀକ୍ଷା (କମନ ଏଲିଜିବିଲିଟି ଟେଷ୍ଟ – CET) ମାଧ୍ୟମ ରେ ଅଣ ବୈଷୟିକ ଗୃପ ବି ଓ ସି ପଦବୀ ପାଇଁ ପ୍ରାର୍ଥୀ ମାନଙ୍କର ପ୍ରାରମ୍ଭିକ ଚୟନ କରିବ।

-ଏହି ଏଜେନସି ରେ କେନ୍ଦ୍ର ସରକାରଙ୍କର ରେଳ ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ, ଏସଏସସି, ଆରଆରବି, ଏବଂ ଆଇବିପିଏସର ପ୍ରତିନିଧି ରହିବେ ଓ ଏହାର ମୁଖ୍ୟାଳୟ ଦିଲ୍ଲୀ ହେବ

-ଦେଶରେ ପ୍ରାୟ ୨୦ ନିଯୁକ୍ତି ଏଜେନ୍ସି ରହିଛି ଓ ଏହି ସବୁ ଏଜେନ୍ସି ବିଭିନ୍ନ ପଦବୀ ପାଇଁ ନିଜ ନିଜ ପରୀକ୍ଷା କରିଥାନ୍ତି। ବର୍ତମାନ ଏ ସମସ୍ତ ସଂସ୍ଥା ପାଇଁ ଏକମାତ୍ର CET ପରୀକ୍ଷା ହେବ।

-CET ପରୀକ୍ଷା ବର୍ଷକୁ ଦୁଇଥର ହେବ ଓ ପରୀକ୍ଷା ୧୨ଟି ଭାଷାରେ ହେବ।

-ସ୍ନାତକ, ଉଚ୍ଚ ମାଧ୍ୟମିକ (ଦ୍ଵାଦଶ ଉତ୍ତୀର୍ଣ୍ଣ) ଏବଂ ମାଟ୍ରିକ (ଦଶମ ଉତ୍ତୀର୍ଣ୍ଣ) ପ୍ରାର୍ଥୀଙ୍କ ଲାଗି କମ୍ପ୍ୟୁଟର ଆଧାରିତ ଅନଲାଇନ ପରୀକ୍ଷା ହେବ

-ଏହି ଏଜେନସି ପ୍ରଥମ ସ୍ତର (ଟିୟର-1) ପରୀକ୍ଷା ପରିଚାଳନା କରିବ ଯାହା ଅନ୍ୟ କୌଣସି ଚୟନ ନିମନ୍ତେ ପ୍ରାରମ୍ଭିକ ଯୋଗ୍ୟତା ପରୀକ୍ଷା ଭାବେ କାମ କରିବ

ଚାକିରୀ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସୁବିଧା ଓ ସୁଯୋଗ

-୧୧୭ଟି ଜିଲ୍ଲାରେ ଏକ ହଜାର ପରୀକ୍ଷା କେନ୍ଦ୍ର ନିର୍ମାଣ କରାଯିବ, ପ୍ରାର୍ଥୀମାନେ ନିଜ ରହୁଥିବା ସହର ବା ଗାଁ ର ସବୁଠାରୁ ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇ ପାରିବେ, ସେମାନଙ୍କୁ ଦୂରକୁ ଯିବାକୁ ପଡିବ ନାହିଁ।

-ପ୍ରାର୍ଥୀଙ୍କର ଏକକ ଯୋଗ୍ୟତା ପରୀକ୍ଷାର ଫଳାଫଳ ଘୋଷଣା ତାରିଖ ଠାରୁ ତାହା ତିନି ବର୍ଷ ପାଇଁ ବୈଧ ରହିବ।

-ପ୍ରାର୍ଥୀ ମାନେ ସର୍ବୋଚ୍ଚ ବୟସ ସୀମା ଅନୁଯାୟୀ ଏକକ ଯୋଗ୍ୟତା ପରୀକ୍ଷା ଦେବାର ପ୍ରୟାସ ସଂଖ୍ୟା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

-ପ୍ରାର୍ଥୀମାନେ ଏକ ସାଧାରଣ ପୋର୍ଟାଲରେ ପଞ୍ଜୀକରଣ କରିବାର ସୁବିଧା ପାଇବେ ଏବଂ କେନ୍ଦ୍ର ଚୟନ କରି ପାରିବେ।

-ପ୍ରାର୍ଥୀ ମାନଙ୍କୁ ସମାନ ସ୍ତର ର ଚାକିରୀ ପାଇଁ ଅଲଗା ଅଲଗା ପରୀକ୍ଷା ଦେବାକୁ ପଡିବ ନାହିଁ ।

-ପ୍ରାର୍ଥୀ ମାନଙ୍କ ର ସମୟ ବଞ୍ଚିବ ଓ ପରୀକ୍ଷା ଜନିତ ଅଯଥା ବ୍ୟୟ ରୁ ମୁକ୍ତି ମିଳିବ।

ନିଯୁକ୍ତି ପ୍ରକ୍ରିୟାରେ ସୁଧାରର ବାସ୍ତବିକତା

ସରକାରୀ ଚାକିରି ଲାଗି ଇଚ୍ଚୁକ ପ୍ରାର୍ଥୀଙ୍କୁ ଭିନ୍ନ ଭିନ୍ନ ପଦବୀ ନିମନ୍ତେ ପୃଥକ ନିଯୁକ୍ତି ସଂସ୍ଥାଗୁଡ଼ିକ ଦ୍ଵାରା ପରିଚାଳିତ ଭିନ୍ନ ଭିନ୍ନ ପରୀକ୍ଷା ଦେବାକୁ ପଡ଼ୁଛି। ପ୍ରାର୍ଥୀମାନଙ୍କୁ ଭିନ୍ନ ଭିନ୍ନ ନିଯୁକ୍ତି ସଂସ୍ଥାଗୁଡ଼ିକୁ ଶୁଳ୍କ ପୈଠ କରିବାକୁ ପଡ଼ୁଛି ଏବଂ ଏସବୁ ପରୀକ୍ଷାରେ ଭାଗ ନେବା ନିମନ୍ତେ ବହୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ୁଛି।  ଏସବୁ ପରୀକ୍ଷାରେ ପୃଥକ ପୃଥକ ଭାବେ ୨.୫ କୋଟିରୁ ୩ କୋଟି ପ୍ରାର୍ଥୀ ସାମିଲ ହୋଇଥାନ୍ତି। ବର୍ତ୍ତମାନ ସମସ୍ତ ପ୍ରାର୍ଥୀଙ୍କୁ କେବଳ ଥରେ ଏକକ ଯୋଗ୍ୟତା ପରୀକ୍ଷା ଦେବାକୁ ହେବ।

ପ୍ରାଥମିକ ସ୍ତରରେ ଏକକ ଯୋଗ୍ୟତା ପରୀକ୍ଷା ଆଶାୟୀ ପ୍ରାର୍ଥୀଙ୍କ ଉପରେ ଚାପ କମ କରିବା ସ୍ଥଳେ ଏକ ନୂଆ ମାନସିକ ଚାପ ସୃଷ୍ଟି କରିବାର ସମ୍ଭାବନା ଅଛି। ବିଭିନ୍ନ ସଂସ୍ଥା ଦ୍ୱାରା ବିଭିନ୍ନ ପଦବୀ ପାଇଁ କରା ଯାଉଥିବା ପରୀକ୍ଷା ର ବିଷୟ ଓ ପରୀକ୍ଷା ର ପ୍ରଶ୍ନପତ୍ରର ଶୈଳୀ ଅଲଗା ଅଲଗା ହୋଇଥାଏ ଏବଂ ପ୍ରାର୍ଥୀମାନେ ନିଜ ନିଜ ପସନ୍ଦ ଓ ଦକ୍ଷତା ଅନୁଯାୟୀ ପରୀକ୍ଷା ଚୟନ କରିଥାନ୍ତି । ବର୍ତ୍ତମାନ ଏକକ ଯୋଗ୍ୟତା ପରୀକ୍ଷାର ବିଷୟ ଓ ପ୍ରଶ୍ନପତ୍ର ର ଶୈଳୀ କଣ ରହିବ ତାହା ଜଣା ନାହିଁ। ଯଦି ଏକ ନୂଆ ପ୍ରକାର ର ପ୍ରଶ୍ନପତ୍ର ଓ ବିଷୟବସ୍ତୁ ଚୟନ କରାଯାଏ ତା ହେଲେ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ହୋଇପାରେ। କାରଣ ଯେହେତୁ ମୁଖ୍ୟ ପରୀକ୍ଷା ଅଲଗା ଅଲଗା ସଂସ୍ଥା ଦ୍ୱାରା ହିଁ କରାଯିବ, ସେଥିପାଇଁ ଜଣେ ପ୍ରାର୍ଥୀଙ୍କୁ ବିଭିନ୍ନ ପରୀକ୍ଷା ର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ନିଜକୁ ପ୍ରସ୍ତୁତ କରିବାକୁ ପଡିବ। ଉଦାହରଣ ସ୍ୱରୂପ ବ୍ୟାଙ୍କିଙ୍ଗ ପାଇଁ ଗଣିତ ଓ ରେଲୱେ ପାଇଁ ଇଂରାଜୀ ବିଷୟ ର ପ୍ରାଧାନ୍ୟ ରହିଥାଏ। ଏକକ ପରୀକ୍ଷା ରେ ଗଣିତ ଓ ଇଂରାଜୀ କୁ କେତେ ଗୁରୁତ୍ୱ ମିଳିବ ଓ ଜଣେ ପ୍ରାର୍ଥୀ କେଉଁ ବିଷୟ କୁ କେତେ ପ୍ରାଧାନ୍ୟ ଦେବ ତାହା ଏକ ନୂଆ ମାନସିକ ଚାପ ସୃଷ୍ଟି କରିପାରେ।

ଏକକ ପରୀକ୍ଷା କେବଳ ୧୨ଟି ଭାଷା ରେ ହେବ, ଅନ୍ୟ ଭାଷାଭାଷୀ ପ୍ରାର୍ଥୀଙ୍କୁ ଏହାର ଲାଭ ମିଳିବ ନାହିଁ। ସରକାରଙ୍କୁ ଯେତେ ଶୀଘ୍ର ସମ୍ଭବ ସମ୍ବିଧାନ ଅନୁମୋଦିତ ସମସ୍ତ ଭାଷା ରେ ଏକକ ପରୀକ୍ଷା କରିବାକୁ ପଡିବ, ଅନ୍ୟଥା ଜାତୀୟ ନିଯୁକ୍ତି ଏଜେନସି ର ଲକ୍ଷ୍ୟ ପୁରଣ ହେବ ନାହିଁ।

ପ୍ରାରମ୍ଭିକ ସ୍ତରରେ ସିଇଟିରୁ ପ୍ରାପ୍ତ ସ୍କୋରକୁ ତିନୋଟି ପ୍ରମୁଖ ନିଯୁକ୍ତି ଏଜେନ୍ସି ଉପଯୋଗ କରିବେ କିନ୍ତୁ ଅନ୍ୟ ସଂସ୍ଥା ମାନଙ୍କ ରେ ଚାକିରୀ ଆଶାୟୀ ପ୍ରାର୍ଥୀଙ୍କୁ ପୁଣି ପରୀକ୍ଷା ପାଇଁ ଅଲଗା ପ୍ରସ୍ତୁତି କରିବାକୁ ପଡିବ। ଯଦି ସମସ୍ତ ସଂସ୍ଥା କୁ ଏକକ ପରୀକ୍ଷା ଅଧୀନ କୁ ନ ଅଣାଯାଏ ତା ହେଲେ ସରକାରୀ ଚାକିରୀ ଆଶାୟୀ ପ୍ରାର୍ଥୀଙ୍କ ପାଇଁ CET କେବଳ ଆଉ ଏକ ନୂଆ ପରୀକ୍ଷା ରୂପେ ରହିଯିବ, କୌଣସି ପ୍ରକାର ର ଚାପ କମ ହେବ ନାହିଁ।

ଏକକ ପରୀକ୍ଷା ଦ୍ୱାରା ପ୍ରାର୍ଥୀ ମାନଙ୍କର ପରୀକ୍ଷା ଆବେଦନ ଜନିତ ଖର୍ଚ କମ ହେବାର ପ୍ରତିଶ୍ରୁତି ଦିଆ ଯାଇଛି। କିନ୍ତୁ ଏକକ ପରୀକ୍ଷା ସମ୍ପୂର୍ଣ ରୂପେ ଅନଲାଇନ ହେବ ଓ ଏହା କୌଣସି ଘରୋଇ ଆଇଟି ସଂସ୍ଥା ଦ୍ୱାରା ପରିଚାଳିତ ହେବ। ଏଥିପାଇଁ ଦେଶର ବଡ ବଡ ଆଇଟି ସଂସ୍ଥା ପ୍ରସ୍ତୁତି ଆରମ୍ଭ କରିବା ର ମଧ୍ୟ ଶୁଣା ଯାଉଛି। ହୁଏତ ଆଶାୟୀ ପ୍ରାର୍ଥୀ ମାନେ ଅଲଗା ଅଲଗା ପରୀକ୍ଷା ପାଇଁ ଆବେଦନ କରିବାର ଖର୍ଚ ରୁ ମୁକ୍ତି ପାଇ ଯାଇ ପାରନ୍ତି କିନ୍ତୁ ଏକକ ପରୀକ୍ଷାର ଶୁଳ୍କ କେତେ ହେବ? ଘରୋଇ ସଂସ୍ଥା ପରୀକ୍ଷା ପରିଚାଳନା, ଅନଲାଇନ ପରୀକ୍ଷା କେନ୍ଦ୍ର ରେ କମ୍ପ୍ୟୁଟର ର ଉପଲବ୍ଧତା ଓ ଆନୁସଙ୍ଗିକ ସୁବିଧା ନିମିତ୍ତ କେତେ ଅର୍ଥ ଆଦାୟ କରିବ ତାହା ସ୍ପଷ୍ଟ ନୁହେଁ। ବର୍ତ୍ତମାନ ଦେଶରେ ଅନେକ ସରକାରୀ ପ୍ରବେଶିକା ଓ ଚାକିରୀ ନିମିତ୍ତ ପରୀକ୍ଷା ଘରୋଇ ଠିକା ସଂସ୍ଥା ଦ୍ୱାରା କରା ଯାଉଛି ଓ ପରୀକ୍ଷା ଶୁଳ୍କ ପ୍ରାର୍ଥୀ ଓ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ କରା ଯାଉଛି।

ଜାତୀୟ ନିଯୁକ୍ତି ଏଜେନସି ପ୍ରତିଷ୍ଠା ପରେ ସରକାରୀ ଚାକିରୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଅଲଗା ଅଲଗା ପରୀକ୍ଷା ପାଇଁ ଅଲଗା ଅଲଗା ସହର କୁ ଯାତ୍ରା ରୁ ମୁକ୍ତି ମିଳିବର ସମ୍ଭାବନା ଅଛି। କିନ୍ତୁ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ସମସ୍ତ ସଂସ୍ଥା ଏକକ ପରୀକ୍ଷା ର ଅନ୍ତର୍ଭୁକ୍ତ ନୁହନ୍ତି, କେବଳ ତିନୋଟି ସଂସ୍ଥା ପ୍ରାରମ୍ଭିକ ସ୍ତର ରେ ଯୋଗ ଦେବେ। ତା ସହିତ ରାଜ୍ୟ ସରକାର ନିଜ ନିଜ ର ପରୀକ୍ଷା ପରିଚାଳନା କରିବେ, ଯାହା ଚିରାଚରିତ ଭାବେ ହେଇ ଆସିଛି। ଏପରି ସ୍ଥଳେ ପ୍ରାର୍ଥୀ ମାନଙ୍କୁ ଯେ ଅଲଗା ଅଲଗା ପରୀକ୍ଷା ପାଇଁ ବିଭିନ୍ନ ସହର କୁ ଯିବାକୁ ନ ପଡିବ ଏହାର କୌଣସି ନିଶ୍ଚିତତା ନାହିଁ। ରାଜ୍ୟ ସରକାରଙ୍କ ପରୀକ୍ଷା, ଏକକ ପରୀକ୍ଷା ଓ କେନ୍ଦ୍ର ସରକାରଙ୍କ ଅନ୍ୟ ସଂସ୍ଥା ର ପରୀକ୍ଷା- ଏ ସବୁ ପରୀକ୍ଷା ର ଧାର୍ଯ୍ୟ ଦିନ ଓ ସମୟ ଯେ ଏକାଠି ନ ପଡିବ ତାହା ଏ ପର୍ଯ୍ୟନ୍ତ ଜଣାନାହିଁ।

ଜାତୀୟ ନିଯୁକ୍ତି ଏଜେନସି ମୋଦି ସରକାର ଦ୍ୱାରା ଏକ ସମ୍ଭାବନାମୟ ପଦକ୍ଷେପ ନିଶ୍ଚୟ କିନ୍ତୁ ଏହାକୁ ଯେଉଁଭଳି ଭାବରେ ସରକାରୀ ଚାକିରୀ ପାଇଁ ନିଯୁକ୍ତି ପ୍ରକ୍ରିୟା ର ସମସ୍ଥ ପ୍ରତିବନ୍ଧକ ର ଏକମାତ୍ର ଉପାୟ ଭାବେ ଉପସ୍ଥାପିତ କରା ଯାଉଛି ତାହା କେବଳ ଏକ କଳ୍ପିତ ପ୍ରେକ୍ଷାପଟ ହୋଇପାରେ। ଏହାକୁ ସମ୍ପୂର୍ଣ ପ୍ରତ୍ୟାଖ୍ୟାନ କରିବା ବା ସରକାରଙ୍କ ପ୍ରତିଶ୍ରୁତି ରେ ଭଳିଯିବା ପୂର୍ବରୁ ଏହାର କାର୍ଯ୍ୟକାରିତା ଓ ବାସ୍ତବିକ ଉପଲବ୍ଧି କୁ ଅପେକ୍ଷା କରିବାକୁ ପଡିବ।

CET
Share. Facebook Twitter LinkedIn Email WhatsApp Copy Link

Related Posts

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026
Latest News

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.