Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ୍‌ ରୋଗୀ ପିଛା କେନ୍ଦ୍ର ସରକାର ଦେଉଛନ୍ତି ଦେଢଲକ୍ଷ ଟଙ୍କା: ଭାଇରାଲ୍‌ ଖବର ପଛର ଜାଣନ୍ତୁ ସତ୍ୟତା
ଜାତୀୟ ଖବର

କୋଭିଡ୍‌ ରୋଗୀ ପିଛା କେନ୍ଦ୍ର ସରକାର ଦେଉଛନ୍ତି ଦେଢଲକ୍ଷ ଟଙ୍କା: ଭାଇରାଲ୍‌ ଖବର ପଛର ଜାଣନ୍ତୁ ସତ୍ୟତା

August 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଅହେତୁକ ଭାବରେ ବୃଦ୍ଧି ପାଉଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଲାଗି ପଡିଛନ୍ତି। କରୋନା ସହ ଲଢେଇ ଚାଲିଥିବାବେଳେ ସୋସିଆଲ୍‌ ମିଡିଆରେ କରୋନା ଚିକିତ୍ସାକୁ ନେଇ ଏକ ବାର୍ତ୍ତା ଘୂରିବୁଲିଛି। ଯାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏହି ବାର୍ତ୍ତା ଅନୁସାରେ ପ୍ରତ୍ୟେକ କୋଭିଡ୍‌ ରୋଗୀଙ୍କ ପିଛା ସରକାର କୁଆଡେ ପ୍ରତ୍ୟେକ ମ୍ୟୁନିସପାଲିଟିକୁ  ୧.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ତେବେ ପ୍ରକୃତରେ ସତ କଣ ? ଆସନ୍ତୁ ଜାଣିବା ଏହି ଭାଇରାଲ୍‌ ହେଉଥିବା ବାର୍ତ୍ତା ପଛର ରହସ୍ୟ।

କଣ ହୋଇଛି ଭାଇରାଲ .

ବର୍ତ୍ତମାନ ଭାଇରାଲ୍‌ ହେଉଥିବା ଏହି ଖବରରେ କୁହାଯାଇଛି ଯେ, କେନ୍ଦ୍ର ସରକାର ପ୍ରତ୍ୟେକ କରୋନା ପଜିଟିଭ୍‌ଙ୍କ ବ୍ୟକ୍ତିଙ୍କ ଖର୍ଚ୍ଚ ପାଇଁ ଦେଢ ଲକ୍ଷ ଟଙ୍କା ସେହି ମହାନଗର ପାଳିକା ଓ ନଗର ପାଳିକାକୁ ଦେଉଛନ୍ତି। ଏଥିପାଇଁ ନଗରପାଳିକା, ପ୍ରାଇଭେଟ୍‌ ଡାକ୍ତର ଓ ଟେଷ୍ଟିଂ ଲ୍ୟାବ୍‌ ସମସ୍ତେ ମିଶି କରି ରାଜ୍ୟ ତଥା ସମ୍ପୃକ୍ତ ଅଞ୍ଚଳରେ ପଜିଟିଭ୍‌ କେସ୍‌କୁ ବଢାଉଛନ୍ତି। ଏପରିକି ସାଧାରଣ ଥଣ୍ଡା, ଜ୍ବରକୁ ମଧ୍ୟ କରୋନା ପଜିଟିଭ୍‌ ବୋଲି ପ୍ରମାଣିତ କରୁଛନ୍ତି। ଏହା ଫଳରେ କେନ୍ଦ୍ର ସରକାରଙ୍କଠାରୁ ରୋଗୀ ପିଛା ଟଙ୍କା ମିଳିଯିବା ପରେ ରୋଗୀଙ୍କୁ ଦୁଇ ଦିନ ରଖିବା ପରେ ଘରକୁ ପଠାଇ ଦେଉଛନ୍ତି।

ସେଥିରେ ପୁଣି ଏକ ମାରାତ୍ମକ କଥା ଲୋକଙ୍କୁ କୁହାଯାଇଛି । ତାହା ହେଉଛି ନିକଟସ୍ଥ ଡାକ୍ତର ତଥା ଟେଷ୍ଟିଂ ଲ୍ୟାବ୍‌କୁ ଯିବାକୁ ବନ୍ଦ କରନ୍ତୁ ବୋଲି ଉପଦେଶ ଦିଆଯାଇଛି। ଯଦି ଆପଣଙ୍କୁ ଥଣ୍ଡା କିମ୍ବା ଜ୍ବର ହୋଇଛି ତେବେ ଘରେ ରହି ଘରୋଇ ଉପଚାର  କରନ୍ତୁ ବୋଲି ଏକ ବାର୍ତ୍ତା ଭାଇରାଲ ହୋଇଛି। ଏହା ଜରିଆରେ ସାବଧାନ ରହିବା ସହିତ ସତର୍କ ରହିବାକୁ ମଧ୍ୟ କୁହାଯାଇଛି।

କିଛି ସରକାରୀ ଲୋକେ ନିଜ ଫାଇଦା ପାଇଁ ସରକାର ଅର୍ଥ ଆତ୍ମସାତ କରିବା ଉଦ୍ଦେଶ୍ୟରେ ଲୋକଙ୍କୁ ପଜିଟିଭ୍‌ କହି ଠକୁଥିବାରୁ ଏପରି କରିବା ଏହି ମେସେଜ୍‌ରେ କୁହାଯାଇଛି । ସରକାରୀ ସ୍ତରରେ ଚାଲିଥିବା ଏପରି କାର୍ଯ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିବାର ସମୟ ଆସିଛି ବୋଲି ଏହି ବାର୍ତ୍ତାରେ ସୂଚନା ଦିଆଯାଇଛି। ଏହି ବାର୍ତ୍ତା ବିଭିନ୍ନ ଲୋକଙ୍କ ପାଖରେ ପହଁଚିବା ପରେ ସେମାନେ ନିଜର କୋଭିଡ୍‌ ପରୀକ୍ଷା କରିବାକୁ ଅମଙ୍ଗ ହେଉଥିବାର ଦେଖାଯାଇଛି।

ତେବେ ଭାଇରାଲ୍‌ ହେଉଥିବା ବାର୍ତ୍ତାଟି କେତେ ସତ,କେତେ ମିଛ ?

କୋଭିଡ୍‌ ରୋଗୀ ପିଛା କେନ୍ଦ୍ର ସରକାର କେତେ ଟଙ୍କାର ଅନୁଦାନ ରାଶି ପ୍ରଦାନ କରୁଛନ୍ତି, ତାହା ନେଇ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ କିମ୍ବା ଏନେଇ କୌଣସି ସରକାରୀ ରିପୋର୍ଟ ମଧ୍ୟ ମିଳିନାହିଁ। ତେବେ ଭାଇରାଲ୍‌ ହେଉଥିବା ବାର୍ତ୍ତାଟି ସଂପୂର୍ଣ୍ଣ ମିଛ।

ଜଣେ କେତେବେଳେ ଜଣାପଡିବେ କୋଭିଡ୍‌ ଆକ୍ରାନ୍ତ ବୋଲି

ସରକାରୀ ସ୍ବୀକୃତିପ୍ରାପ୍ତ ଲ୍ୟାବ୍‌ରେ ଥ୍ରୋଟ୍‌ରୁ ନିଆଯାଇଥିବା ସ୍ବାବ୍‌ ଟେଷ୍ଟ ପରୀକ୍ଷଣରୁ ହିଁ ଜଣେ ସତରେ କୋଭିଡ୍‌ ଆକ୍ରାନ୍ତ କି ନୁହଁନ୍ତି, ତାହା ଜଣାପଡିବ।  ଯଦି କେହି ରାପିଡ୍‌ ଆଣ୍ଟିଜେନ୍‌ ଜରିଆରେ ନେଗେଟିଭ୍‌ ପ୍ରମାଣିତ ହେଉଛନ୍ତି, ତେବେ ତାଙ୍କୁ ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରମାଣପତ୍ର ମଧ୍ୟ ଦିଆଯିବ।

ଏପରି ଗୁଜବ ବାର୍ତ୍ତାକୁ ବିଶ୍ବାସ ନ କରି କୋଭିଡ୍‌ଠାରୁ ଦୂରେଇ ରହିବା ପାଇଁ ସତର୍କ ରହିବା ସହିତ ଲକ୍ଷଣ ଦେଖାଗଲେ ପରୀକ୍ଷା କରାଇନେବା ଆବଶ୍ୟକ।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଆକ୍ରମଣ କଲେ ଶଙ୍କରାଚାର୍ଯ୍ୟ: ଆଣିଲେ ଗୁରୁତର ଅଭିଯୋଗ

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026
Latest News

ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଆକ୍ରମଣ କଲେ ଶଙ୍କରାଚାର୍ଯ୍ୟ: ଆଣିଲେ ଗୁରୁତର ଅଭିଯୋଗ

July 28, 2026

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.