Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତା ୩୧ ତାରିଖରେ ଲୋକ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଦିଆଯିବ ପ୍ରଧାନମନ୍ତ୍ରୀ ପୁରସ୍କାର-2020
ଜାତୀୟ ଖବର

ଆସନ୍ତା ୩୧ ତାରିଖରେ ଲୋକ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଦିଆଯିବ ପ୍ରଧାନମନ୍ତ୍ରୀ ପୁରସ୍କାର-2020

August 25, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଲୋକ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପାଇଁ ଭାରତ ସରକାର ୨୦୦୬ରୁ ପ୍ରଧାନମନ୍ତ୍ରୀ ଉତ୍କର୍ଷ ପୁରସ୍କାର ପ୍ରବର୍ତ୍ତନ କରିଆସୁଛନ୍ତି।ସେହି ଅନୁସାରେ ଅସାଧାରଣ କାର୍ଯ୍ୟ, ନବସୃଜନ ଓ ଅନ୍ୟାନ୍ୟ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜିଲ୍ଲା/ପ୍ରତିଷ୍ଠାନଗୁଡିକ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ୨୦୧୪ରେ ଏହି ପୁରସ୍କାର ବ୍ୟବସ୍ଥାର ପୁର୍ନଗଠନ କରାଯାଇଥିଲା।

ସେଥିରେ ଅଗ୍ରାଧିକାର କାର୍ଯ୍ୟକ୍ରମ କ୍ଷେତ୍ରରେ ଉଲ୍ଲେଖନୀୟ କାର‌୍ୟ୍ୟ କରୁଥିବା ଜିଲ୍ଲାପାଳ, ନବସୃଜନ କାର‌୍ୟ୍ୟ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡିକୁ ଏହି ପୁରସ୍କାର ପ୍ରଦାନର ବ୍ୟବସ୍ଥା ହୋଇଥିଲା। ୨୦୨୦ରେ ଏହି ଯୋଜନାକୁ ଆହୁରି ପରିବର୍ତ୍ତନ ଓ ବ୍ୟାପକ କରାଯାଇଛି। ଯେଉଁ ଜିଲ୍ଲାର ଜିଲ୍ଲାପାଳ ନିଜ ଜିଲ୍ଲାର ଆର୍ଥିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଥିବେ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ୨୦୨୦ ବର୍ଷର ଏହି ପୁରସ୍କାର ଆସନ୍ତା ୩୧ ତାରିଖରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର କେୱାଡିଆଠାରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟଠାରେ ପ୍ରଦାନ କରାଯିବ।

୨୦୨୦ ବର୍ଷ ପାଇଁ ଲୋକ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରଧାନମନ୍ତ୍ରୀ ପୁରସ୍କାର ଯେଉଁମାନେ ପାଇବେ ସେମାନେ ପ୍ରାୟତଃ କେନ୍ଦ୍ରୀୟ ସିଭିଲ ସେବାର ଅଧିକାରୀ। ସେମାନଙ୍କୁ ନିମ୍ନ ବର୍ଗରେ ବିବେଚିତ କରାଯିବ।

୧. ଅଗ୍ରାଧିକାର କ୍ଷେତ୍ରକୁ ଋଣ ଯୋଗାଣ ବ୍ୟବସ୍ଥା କରି ଯେଉଁମାନେ ସମାବେଶୀ ବିକାଶରେ ସହାୟକ ହୋଇଛନ୍ତି ସେମାନେ ଏହି ପୁରସ୍କାର ପାଇବେ।

୨. ଜନଭାଗିଦାରୀ ଭିତ୍ତିରେ ଯେଉଁମାନେ ଜନ ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଉଭୟ ସହର ଓ ଗ୍ରାମାଞ୍ଚଳର ସ୍ୱଚ୍ଛ ଭାରତ ଅଭିଯାନରେ ନିଜ ଜିଲ୍ଲା ପାଇଁ ଉଲ୍ଲେଖନୀୟ କାର‌୍ୟ୍ୟ କରିଛନ୍ତି ସେମାନେ ମଧ୍ୟ ଏଥିପାଇଁ ବିବେଚିତ ହେବେ ।

୩. ନିଜ ଜିଲ୍ଲାରେ ସେବା ଯୋଗାଣ ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଆଣି ଲୋକଙ୍କ ଅଭାବ ଅସୁବିଧା ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜିଲ୍ଲାପାଳ ବା ଜିଲ୍ଲାସ୍ତରୀୟ ଅଧିକାରୀ ମଧ୍ୟ ଏହି ପୁରସ୍କାର ପାଇଁ ମନୋନୀତ ହୋଇପାରିବେ।

ଏହି ପୁରସ୍କାରର ପରିସରକୁ ବଢାଇ ଦିଆଯାଇ ଏଥିରେ ଜିଲ୍ଲାର ସବୁ ବିକଶମୂଳକ ଓ ଲୋକ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇଛି। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏହାକୁ ସଫଳ କରିବା ପାଇଁ ଉପରଲିଖିତ ସର୍ତ୍ତମତେ କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ବିଚାରକୁ ନିଆଯାଇ ପୁରସ୍କାର ନିମନ୍ତେ ତାଙ୍କ ନାମ ସୁପାରିସ କରାଯିବ।

ସେହିଭଳି ନମାମି ଗଙ୍ଗେ କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ କି ପ୍ରକାର ପଦକ୍ଷେପ ନେଇଛନ୍ତି ତାହାକୁ ବିଚାରକୁ ନିଆଯାଇ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଉତ୍କର୍ଷ ସମ୍ମାନ ପାଇଁ ମନୋନୀତ କରାଯିବାର ବ୍ୟବସ୍ଥା ରହିଛି।

ଆକାଂକ୍ଷୀ ଜିଲ୍ଲାଗୁଡିକ ପାଇଁ ଏହି ପୁରସ୍କାର ପ୍ରଦାନ କ୍ଷେତ୍ରରେ ଦୁଇ ବର୍ଷ ତଳେ ସଂପୃକ୍ତ ଜିଲ୍ଲାରେ ଆରମ୍ଭ ହୋଇଥିବା ବିକାଶମୂଳକ କାର‌୍ୟ୍ୟକ୍ରମର ସାମଗ୍ରିକ ପ୍ରଗତିକୁ ମାପଦଣ୍ଡଭାବେ ବିଚାରକୁ ନିଆଯିବ।

ନବସୃଜନ ବର୍ଗରେ ଏହି ପୁରସ୍କାର ପାଇଁ ପ୍ରତିବର୍ଷ ପାରମ୍ପରିକଭାବେ ସର୍ବାଧିକ ମନୋନୟନ ଆସିଥାଏ । ପୁରସ୍କାର ପାଇଁ ଅଧିକ ସୁପାରିସ ଆସୁଥିବାରୁ ଏହାକୁ ଏଥର ୩ଟି ବର୍ଗରେ ବିଭକ୍ତ କରାଯାଇଛି। ସେଗୁଡିକ ହେଲା- ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତର ବା ବର୍ଗ।

ପ୍ରଧାନମନ୍ତ୍ରୀ ପୁରସ୍କାର ପୋର୍ଟାଲ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ୧୭ ଜୁଲାଇ ୨୦୨୦ରେ ଉନ୍ମୋଚିତ ହୋଇଥିଲା। ସେବେଠାରୁ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ ବିଭିନ୍ନ ସ୍ତରରୁ ପୁରସ୍କାର ପାଇଁ ଉପଯୁକ୍ତ ବ୍ୟକ୍ତିଙ୍କ ନାମ ସଂଗ୍ରହ କରୁଛନ୍ତି। ରାଜ୍ୟର ମୁଖ୍ୟ ସଚିବ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକମାନଙ୍କଠାରୁ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ତଥ୍ୟାବଳୀ, ସଫଳତା ଏବଂ ଅନ୍ୟାନ୍ୟ ସୂଚନା ସଂଗ୍ରହ କରାଯାଉଛି। ଏହି ମନୋନୟନ ପାଇଁ ପଞ୍ଜୀକରଣର ଶେଷ ତାରିଖ କରୋନା ମହାମାରୀ ଦୃଷ୍ଟିରୁ ଘୁଞ୍ଚାଇ ଅଗଷ୍ଟ ୨୩ ରଖାଯାଇଥିଲା। ସାରା ଦେଶର ମୋଟ ୭୦୨ଟି ଜିଲ୍ଲା ଏହି ପୁରସ୍କାର ନିମନ୍ତେ ନିଜ ନାମ ପଞ୍ଜୀକରଣ କରି ଏଥିରେ ଭାଗ ନେଇଛନ୍ତି।

ଦେଶର ମୋଟ ଜିଲ୍ଲାରୁ ୯୫ ଶତାଂଶ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏସବୁ ଜିଲ୍ଲାଗୁଡିକ ମଧ୍ୟରୁ ୬୭୮ଟି ଜିଲ୍ଲା ପ୍ରଦର୍ଶନ ସୂଚକାଙ୍କ କାର‌୍ୟ୍ୟକ୍ରମ ଡିପିଆଇପି ଅନୁସାରେ ମନୋନୟନ ପତ୍ର ଦେଇଛନ୍ତି। ନବସୃଜନ ବର୍ଗରେ ୬୪୬ଟି ଆବେଦନପତ୍ର ମିଳିଛି। ସେଥିମଧ୍ୟରୁ ୧୦୪ଟି କେନ୍ଦ୍ର ସରକାରୀ ପ୍ରତିଷ୍ଠାନର। ରାଜ୍ୟସ୍ତରୀୟ ଇନୋଭେସନ ବର୍ଗରେ ୬୬୦ଟି ଆବେଦନପତ୍ର ମିଳିଛି। ନମାମିଗଙ୍ଗେ କାର‌୍ୟ୍ୟକ୍ରମରେ ୪୮ଟି ଜିଲ୍ଲା ଭାଗ ନେଇଥିବାବେଳେ ଦେଶର ୧୧୨ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ୮୧ଟି ଏହି ପୁରସ୍କାର ପାଇଁ ଆବେଦନ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.