Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରିଜର୍ଭ ବ୍ଯାଙ୍କର ବାର୍ଷିକ ବିବରଣୀ – ୧.୮୫ ଟ୍ରିଲିୟନ ବ୍ଯାଙ୍କ ଠକେଇ ଓ କ୍ଷମତାବିହୀନ ରାଜ୍ୟ ସରକାରର ପରିକଳ୍ପନା
ବିଶେଷ ଖବର

ରିଜର୍ଭ ବ୍ଯାଙ୍କର ବାର୍ଷିକ ବିବରଣୀ – ୧.୮୫ ଟ୍ରିଲିୟନ ବ୍ଯାଙ୍କ ଠକେଇ ଓ କ୍ଷମତାବିହୀନ ରାଜ୍ୟ ସରକାରର ପରିକଳ୍ପନା

August 27, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପ୍ରତି ବର୍ଷ ଭାରତର କେନ୍ଦ୍ରୀୟ ବ୍ଯାଙ୍କ ବା ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ଭାରତ ସରକାରଙ୍କ ନିକଟରେ ଏକ ବାର୍ଷିକ ରିପୋର୍ଟ ଦାଖଲ କରିଥାନ୍ତି। ଏହା ଦେଶର ଅର୍ଥନୀତି ଓ ତାର ଭବିଷ୍ୟତ ବିଷୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ବୋଲି କୁହାଯାଏ। ଏହି ରିପୋର୍ଟର ବ୍ୟାପକ ତର୍ଜମା କରିବା ଗଣମାଧ୍ୟମର ଏକ ପ୍ରାଥମିକ ଦାୟିତ୍ଵ। ତେବେ ଆଜିର ତାରିଖରେ ଆମର ଗଣମାଧ୍ୟମ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ କୁ ପୂରା ପଢିବ ଓ ତାର ବିଶ୍ଳେଷଣ କରିବ ବୋଲି ଭାବିବା ବୃଥା। ଅର୍ଥନୀତିର ଯେଉଁ ସବୁ ଅନ୍ଧାର ଦିଗ ବିଷୟରେ ରିଜର୍ଭ ବ୍ୟାଙ୍କର ଏହି ରିପୋର୍ଟ ସୂଚନା ଦେଇଛି, ତାକୁ ଜାଣିଶୁଣି ଆମର ଗଣମାଧ୍ୟମ ଅଣଦେଖା କରୁଛି। କରିବା ସ୍ଵାଭାବିକ। ସବୁକିଛି ଠିକ ଚାଲିଛି ବୋଲି ଯେଉଁ ସରକାରୀ ପ୍ରଚାର ଚାଲିଛି, ସେଥିରେ ଏହି ରିପୋର୍ଟ ଛୁଞ୍ଚି ଫୋଡି ଦେଇଛି। ସେପ୍ଟେମ୍ବର ମାସ ପର୍ୟନ୍ତ ଦେଶର ଋଣାତ୍ମକ ଅଭିବୃଦ୍ଧି ବା ନେଗେଟିଭ ଗ୍ରୋଥ ଅବ୍ଯାହତ ରହିବ ବୋଲି ରିଜର୍ଭ ବ୍ଯାଙ୍କ କହିଛି। ତେବେ ସେପ୍ଟେମ୍ବର ରୁ ଏହା ଆଗକୁ ମଧ୍ୟ ବଢିପାରେ।ଦେଶର ଅଭିବୃଦ୍ଧି ହାର ପାଖାପାଖି  ମାଇନସ ୪.୫% ରହିପାରେ ଓ ଅତି ଖରାପ ସ୍ଥିତିରେ ଏହା ମାଇନସ ୭.୩% ମଧ୍ୟ ଖସିପାରେ। ସ୍ଵାଧୀନତା ପରେ ଏହା ଦେଶର ସବୁଠୁ ଖରାପ ଅର୍ଥନୈତିକ ପ୍ରଦର୍ଶନ।

କରୋନା ମହାମାରୀର ପ୍ରଭାବ ଆମ ଅର୍ଥନୀତିରେ ସବୁଜ ଆଶାର କିରଣକୁ ପୋଛି ଦେଇଛି। ଅନ୍ତତଃ ଦୁଇଟି ତ୍ରୈମାସିକି ରେ ଦେଶର ଅଭିବୃଦ୍ଧି ଋଣାତ୍ମକ ହେବା ନିଶ୍ଚିତ। ଅର୍ଥନୀତିକୁ ବଞ୍ଚାଇ ରଖିବାକୁ ଯେଉଁ ଦୁଇଟି ମୌଳିକ ବିନ୍ଦୁ- ଚାହିଦା ଏବଂ ଯୋଗାଣ ବ୍ୟବସ୍ଥାରେ ବ୍ଯବଧାନ ବଢି ଚାଲିଛି। ବଜାରରେ ଚାହିଦା ନାହିଁ। ଲୋକଙ୍କର କିଣିବାର ଶକ୍ତି ବା କଞ୍ଜମ୍ପ୍ସନ କମି କମି ଯାଉଛି। ଲକ ଡାଉନ ସମୟରେ ଲୋକେ କିଣିବା ଏକ ପ୍ରକାର ବନ୍ଦ କରି ଦେଇଛନ୍ତି। ଖରିଦଦାର ନ ରହିଲେ ବଜାରର ମୂଲ୍ୟ କମିଯାଏ। ବର୍ତ୍ତମାନ କୋଭିଡ-୧୯ ର ସଂକ୍ରମଣ ଆମ ବଜାର ଓ ଅର୍ଥନୀତିକୁ ସ୍ଥାଣୁ କରି ଦେଇଛି ବୋଲି ରିଜର୍ଭ ବ୍ଯାଙ୍କ ସ୍ପଷ୍ଟ ସ୍ଵୀକାର କରିଛି।

ସରକାରୀ ସ୍ତରରେ କୋଭିଡର ଅର୍ଥନୈତିକ ପ୍ରଭାବକୁ ଢାଙ୍କିବା ଲାଗି ବାରମ୍ବାର ଉଦ୍ୟମ ହୋଇ ଆସୁଛି। ବିଭିନ୍ନ ପ୍ଯାକେଜ ଓ “ଆତ୍ମନିର୍ଭର ଭାରତ” ଭଳି ଚକଚକିଆ ସ୍ଲୋଗାନ ମାଧ୍ୟମରେ ଅର୍ଥନୀତିର ଦୁର୍ଗତିକୁ ଲୁଚାଇବାକୁ ସରକାର ଚେଷ୍ଟା କରୁଛନ୍ତି। ସେଥିଲାଗି ଏହି ରିପୋର୍ଟ ବାହାରିଲା ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ ଯାହା କହିଥିଲେ, ରିଜର୍ଭ ବ୍ଯାଙ୍କ ରିପୋର୍ଟ ରେ ତାହା ସତ୍ୟ ବୋଲି ପ୍ରମାଣିତ ହୋଇଛି।ବର୍ତ୍ତମାନ ସମୟରେ ଅର୍ଥନୀତି କେବଳ ସରକାରଙ୍କ ଖର୍ଚ୍ଚ କୁ ଆଧାର କରି ଚାଲିଛି। ଲୋକଙ୍କ ଖର୍ଚ୍ଚ ଅଧାରୁ ତଳକୁ ଖସି ଆସିଥିବା ବେଳେ କେବଳ ସରକାରୀ ଅର୍ଥ କୁ ଆଧାର କରି ଅର୍ଥନୀତି ନିଜର ଅମ୍ଳଜାନ ପାଉଛି। ତେଣୁ ଏହି ସମୟରେ ସରକାରୀ ଖର୍ଚ୍ଚ ଅଧିକ ହେବା ଜରୁରୀ। ଏକଥା ଅଭିଜିତ ମଜୁମଦାର ଓ ଅମର୍ତ୍ତ୍ୟ ସେନଙ୍କ ଭଳି ଅର୍ଥନୀତିଜ୍ଞ ବାରମ୍ବାର କହୁଛନ୍ତି।

ସରକାର ଲୋକଙ୍କ ହାତକୁ ଅଧିକ ପଇସା ଦେବା ଜରୁରୀ ବୋଲି ରିଜର୍ଭ ବ୍ଯାଙ୍କ ମଧ୍ୟ ପରୋକ୍ଷ ରେ କହିଛନ୍ତି। କ୍ରୟଶକ୍ତି ବଢାଇବାକୁ ହେଲେ ଲୋକଙ୍କ ହାତରେ ପଇସା ରହିବା ଦରକାର। ଲକ ଡାଉନ ଯୋଗୁଁ ଲୋକଙ୍କ ହାତରେ ପଇସା ନାହିଁ। ତେଣୁ ସରକାର ଲୋକଙ୍କୁ ପଇସା ଦେବା ଜରୁରୀ। ହେଲେ ସରକାର ଲୋକଙ୍କୁ ଋଣ ଦେବା କଥା କହୁଛନ୍ତି। ଋଣ ନେଇ ସାଧାରଣ ଲୋକ ନିଜର କ୍ରୟଶକ୍ତି କେବେହେଲେ ବଢାଇ ପାରିବ ନାହିଁ। ଅଧିକ ଋଣ ଅଧିକ ବ୍ଯାଙ୍କ ଠକେଇ ର ସୁଯୋଗ ତିଆରି କରିବ। ରିଜର୍ଭ ବ୍ଯାଙ୍କ ଗତ ବର୍ଷେ ଭିତରେ ବ୍ଯାଙ୍କ ଠକେଇ ୭୬% ବଢିଛି ବୋଲି କହିଛନ୍ତି। ବ୍ୟାଙ୍କିଙ୍ଗ ଠକେଇର ପରିମାଣ ୧.୮୨ ଟ୍ରିଲିୟନ ଟଙ୍କା ବୋଲି କୁହାଯାଉଛି।  ଏତେ ବ୍ୟାପକ ବ୍ଯାଙ୍କ ଠକେଇ କୁ ନେଇ ଆମର ଗଣମାଧ୍ୟମ, ରାଜନୈତିକ ଦଳ, ଅଡିଟ ସଂସ୍ଥା ଓ ନାଗରିକ ସମାଜ ଚୁପ ଅଛନ୍ତି କେମିତି?

ଏହି ରିପୋର୍ଟର ସବୁଠୁ ଭୟଙ୍କର ଦିଗଟି ହେଉଛି ଜିଏସଟି ଭଳି ଦେଶର ଜମିଜମା, ଶ୍ରମ ଓ ଶକ୍ତି କ୍ଷେତ୍ରରେ କେନ୍ଦ୍ରୀୟ ବ୍ୟବସ୍ଥା ଗ୍ରହଣ କରିବାକୁ କୁହା ଯାଇଛି। ଅର୍ଥାତ ଏହି ତିନୋଟି କ୍ଷେତ୍ର ଆଉ ରାଜ୍ଯମାନଙ୍କ ହାତରେ ରହିବ ନାହିଁ। ଦେଶର ସଙ୍ଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପୂର୍ବରୁ ଆମ ସମ୍ବିଧାନ ଯେଉଁ ରାଜ୍ୟ, କେନ୍ଦ୍ର ଓ ସଂଯୁକ୍ତ ତାଲିକାର କଥା କହିଛି, ତାହା ଆସ୍ତେ ଆସ୍ତେ ଅକାମୀ ହୋଇ ପଡୁଛି।ଜମିଜମା, ଶ୍ରମ ଓ ଶକ୍ତି ରାଜ୍ୟର ପ୍ରମୁଖ ଅଧିକାର। ଏହାକୁ ଯଦି କେନ୍ଦ୍ରୀୟ ବ୍ୟବସ୍ଥା ଅନ୍ତର୍ଗତ କରାଯାଏ, ତାହେଲେ ରାଜ୍ୟ ସରକାରଗୁଡିକର ଆବଶ୍ୟକତା ଆଉ ରହିବ କି? ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଅତ୍ୟାବଶ୍ୟକ ରାଜ୍ୟ ବ୍ୟବସ୍ଥା ଉପରେ ମଧ୍ୟ ଏବେ କେନ୍ଦ୍ର ହସ୍ତକ୍ଷେପ କରୁଛି। ରିଜର୍ଭ ବ୍ୟାଙ୍କର ଏହି ପ୍ରସ୍ତାବ ରାଜ୍ୟ ସରକାରମାନଙ୍କୁ ଭବିଷ୍ୟତରେ ପଙ୍ଗୁ କରିଦେବା ପାଇଁ ଏକ ସୁଚିନ୍ତିତ ପ୍ରସ୍ତାବ।

ଏହି ରିପୋର୍ଟରେ ଆଉ ଏକ ଅଦ୍ଭୁତ ପରାମର୍ଶ ଦିଆଯାଇଛି। ବ୍ଯାଙ୍କ ଜମାକାରୀଙ୍କ ସ୍ଵାର୍ଥ ଜଗିବାକୁ ୨୦୦୬ରେ ଗଠିତ ବ୍ୟାଙ୍କିଙ୍ଗ କୋଡ୍ସ ଆଣ୍ଡ ଷ୍ଟାଣ୍ଡାର୍ଡସ ବୋର୍ଡ ଅଫ ଇଣ୍ଡିଆକୁ ଭାଙ୍ଗି ଦିଆଯାଇଛି। ଏହା ଜମାକାରୀଙ୍କ ସ୍ଵାର୍ଥ ଜଗିବାକୁ ତିଆରି ହୋଇଥିଲା।ସେହିପରି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ରହିଥିବା ତିନୋଟି ଲୋକପାଳ ବ୍ୟବସ୍ଥାକୁ ଗୋଟିଏରେ ନିଶାୟ ଦିଆଯାଇଛି। ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ନିଜ ବାର୍ଷିକ ରିପୋର୍ଟ ରେ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ଦିନରେ ଦେଶର ବ୍ୟଙ୍କିଙ୍ଗ ବ୍ୟବସ୍ଥା ଆଉ ସାଧାରଣ ଲୋକଙ୍କର ହୋଇ ରହିବ ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ କୃଷି ରପ୍ତାନି ପାଇଁ ଅପାର ସମ୍ଭାବନା ରହିଛି: କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ

June 10, 2026

କେବେ ମମତାଙ୍କୁ ସୟାନୀ ଘୋଷ କହୁଥିଲେ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ, ଏବେ ନେଲେ ୟୁ-ଟର୍ଣ୍ଣ

June 10, 2026

୭୮ ଦିନ ପାଇଁ ଅପରିବର୍ତ୍ତିତ ରହିବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଜାଣନ୍ତୁ ସରକାରଙ୍କ ଯୋଜନା

June 10, 2026

କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ପାରିତ ହେଲା ଏକ ସଂକଳ୍ପ

June 10, 2026
Latest News

୧୯ ବିଦ୍ରୋହୀ ଟିଏମସି ସାଂସଦଙ୍କ ତାଲିକା ପ୍ରକାଶ: ରଚନା ବାନାର୍ଜୀ ଏବଂ ଶତ୍ରୁଘ୍ନ ସିହ୍ନା ମଧ୍ୟ ସାମିଲ

June 10, 2026

ଓଡ଼ିଶାରେ କୃଷି ରପ୍ତାନି ପାଇଁ ଅପାର ସମ୍ଭାବନା ରହିଛି: କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ

June 10, 2026

କେବେ ମମତାଙ୍କୁ ସୟାନୀ ଘୋଷ କହୁଥିଲେ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ, ଏବେ ନେଲେ ୟୁ-ଟର୍ଣ୍ଣ

June 10, 2026

୭୮ ଦିନ ପାଇଁ ଅପରିବର୍ତ୍ତିତ ରହିବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଜାଣନ୍ତୁ ସରକାରଙ୍କ ଯୋଜନା

June 10, 2026

କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ପାରିତ ହେଲା ଏକ ସଂକଳ୍ପ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.