Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଣିକି ଅନ ଲାଇନରେ ହେବ ଏନସିସି ତାଲିମ, ଏ ସଂକ୍ରାନ୍ତ ମୋବାଇଲ ଆପର ହେଲା ଶୁଭାରମ୍ଭ
ଜାତୀୟ ଖବର

ଏଣିକି ଅନ ଲାଇନରେ ହେବ ଏନସିସି ତାଲିମ, ଏ ସଂକ୍ରାନ୍ତ ମୋବାଇଲ ଆପର ହେଲା ଶୁଭାରମ୍ଭ

August 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଣିକି ଅନ ଲାଇନରେ ହେବ ଏନସିସି ତାଲିମ, ଏ ସଂକ୍ରାନ୍ତ ମୋବାଇଲ ଆପର ହେଲା ଶୁଭାରମ୍ଭ

ନୂଆଦିଲ୍ଲୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ମହାନିର୍ଦ୍ଦେଶକ (ଡିଜି ଏନସିସି) ମୋବାଇଲ ଟ୍ରେନିଂ ଆପର ଆଜି ଶୁଭାରମ୍ଭ କରିଛନ୍ତି । ଏହି ଆପ ଜରିଆରେ ଦେଶବ୍ୟାପୀ ସମର ଶିକ୍ଷାର୍ଥୀମାନଙ୍କୁ ଅନଲାଇନ ତାଲିମ ପ୍ରଦାନ କରାଯାଇ ପାରିବ ।

କୋଭିଡ-୧୯ ଯୋଗୁଁ ଦେଶବ୍ୟାପୀ କଟକଣା ଜାରି ଯୋଗୁଁ ଏନସିସି ତାଲିମ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ନିକଟ ଭବିଷ୍ୟତରେ ଖୋଲା ହେବା ସମ୍ଭାବନା ଖୁବ କମ ଥିବାରୁ ଏନସିସି କ୍ୟାଡେଟମାନଙ୍କୁ ଅନଲାଇନ ଯୋଗେ ତାଲିମ ପ୍ରଦାନ କରିବା ଆବଶ୍ୟକତା ଉପୁଜିଛି। ଏହି ଅବସରରେ ରକ୍ଷାମନ୍ତ୍ରୀ ଏନସିସି କ୍ୟାଡେଟମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ କଥାବାର୍ତ୍ତା ହେବା ସହ ସେମାନଙ୍କ ପ୍ରଶ୍ନଗୁଡିକର ଉତ୍ତର ଦେଇଥିଲେ। ସମର ଶିକ୍ଷାର୍ଥୀମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ନେଇ ସେ କାମନା କରିଥିଲେ।

ଆପର ଉଦ୍ଘାଟନ କାଳରେ ଉଦବୋଧନ ଦେଇ ସେ କହିଲେ ଯେ, କୋଭିଡ-୧୯ ଯୋଗୁଁ ପରସ୍ପର ସହ ବ୍ୟକ୍ତିଗତ ଯୋଗାଯୋଗ କଟକଣା ଦୃଷ୍ଟିରୁ ଏହି ଆପ ସେମାନଙ୍କ ପାଇଁ ବିଭିନ୍ନ ବିଷୟ ଶିଖିବାରେ ସହାୟକ ହେବ। ଜଣେ ଆତ୍ମବିଶ୍ଵାସ ଓ ସଂକଳ୍ପବଦ୍ଧ ହୋଇ ଆଗକୁ ଚାଲିଲେ ସେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସଫଳତାର ଶୀର୍ଷକୁ ପହଞ୍ଚିପାରିବ।

କୋଭିଡ ବୈଶ୍ଵିକ ମହାମାରୀ କାଳରେ କରୋନା ସମ୍ମୁଖ ଯୋଦ୍ଧା ଭାବେ କାର‌୍ୟ୍ୟ କରିଥିବା ଲକ୍ଷାଧିକ ସମର ଶିକ୍ଷାର୍ଥୀଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏନସିସି, ଏକଟା, ଶ୍ରୁଙ୍ଖଳା ଓ ଦେଶ ସେବାର ମନ୍ତ୍ର ଦେଇଥାଏ। ଏନସିସି କ୍ୟାଡେଟ ଭାବେ କାର‌୍ୟ୍ୟ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଏୟାର ମାର୍ଶଲ ଅର୍ଜନ ସିଂ, କ୍ରୀଡାବିତ ଅଞ୍ଜଳି ଭାଗବତ, ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ଓ ପୂର୍ବତନ ରକ୍ଷାମନ୍ତ୍ରୀ ମନୋହର ପାରିକର ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ। ନିଜେ ରକ୍ଷାମନ୍ତ୍ରୀ ମଧ୍ୟ ଜଣେ ଏନସିସି କ୍ୟାଡେଟ ଥିଲେ।

ଡିଜି ଏନସିସି ମୋବାଇଲ ତାଲିମ ଆପ ଏନସିସି କ୍ୟାଡେଟମାନଙ୍କୁ ସମସ୍ତ ତାଲିମ ସାମଗ୍ରୀ (ସିଲାବସ, ପ୍ରେସି, ତାଲିମ ଭିଡିଓ ଓ ବାରମ୍ବାର ପଚାରା ଯାଉଥିବା ପ୍ରଶ୍ନ) ଗୋଟିଏ ପ୍ଲାଟଫର୍ମରେ ପ୍ରଦାନ କରିଥାଏ। ଏହି ଆପରେ ପ୍ରଶ୍ନ ପଚାରିବା ବ୍ୟବସ୍ଥା ଯୋଗୁଁ ଓ ଏହା ପାରସ୍ପାରିକ ଆଲୋଚନାର ମଧ୍ୟ ସୁବିଧା ପ୍ରଦାନ କରିଥାଏ।

ଏହି ଅପସନର ବ୍ୟବହାର କରି ଜଣେ କ୍ୟାଡେଟ ତାହାର ପ୍ରଶ୍ନ ପଚାରିପାରିବ ଏବଂ ଏକ ପ୍ରଶିକ୍ଷିତ ବ୍ୟକ୍ତିମାନେ ତାହାର ଉତ୍ତର ଦେଇପାରିବେ। ଏନସିସି ତାଲିମ ପାଇଁ ଏହି ଆପ ଏକ ସ୍ଵୟଂକ୍ରିୟ ବ୍ୟବସ୍ଥା ଭାବେ କାର‌୍ୟ୍ୟ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଭିଜନ ଲକ୍ଷ୍ୟକୁ ମଧ୍ୟ ସାକାର କରିପାରିବ।

ପ୍ରତିରକ୍ଷା ସଚିବ ଡଃ ଅଜୟ କୁମାର, ଏନସିସି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୋପ୍ରା, ମନ୍ତ୍ରଣାଳୟର ଅନ୍ୟାନ୍ୟ ବେସାମରିକ ଓ ସାମରିକ ପଦାଧିକାରୀମାନେ ଏହି ଅବସରେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ‘ମହାନ ରେକର୍ଡ’ କରିବେ ଅଭିଷେକ ଶର୍ମା: ମାତ୍ର କିଛି ପାଦ ଦୂରରେ

July 1, 2026

ଆଜିଠାରୁ କମର୍ସିଆଲ LPG ସିଲିଣ୍ଡର ଦରରେ ବଡ଼ ହ୍ରାସ, ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ

July 1, 2026

ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

July 1, 2026
Latest News

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ମନରେଗା ଦୁର୍ନୀତିରେ ବଡ଼ କାର୍ଯ୍ୟାନୁଷ୍ଠାନ, ୪୨ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଦୁଇ ଯନ୍ତ୍ରୀ ଗିରଫ

July 1, 2026

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ନବରଙ୍ଗପୁର ୧୨ ଘଣ୍ଟିଆ ବନ୍ଦ: ମନ୍ତ୍ରୀଙ୍କ ଇସ୍ତଫା ଦାବି

July 1, 2026

ମହିଳାଙ୍କଠାରେ ଥାଇରଏଡ୍ ସମସ୍ୟା କାହିଁକି ଅଧିକ? ଜାଣନ୍ତୁ କାରଣ, ଲକ୍ଷଣ ଓ ସତର୍କତା

July 1, 2026

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ‘ମହାନ ରେକର୍ଡ’ କରିବେ ଅଭିଷେକ ଶର୍ମା: ମାତ୍ର କିଛି ପାଦ ଦୂରରେ

July 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.