Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗତ ୨୪ ଘଣ୍ଟା ମଧ୍ୟରେ ୯ ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷା; ଭାରତର ମୋଟ ପରୀକ୍ଷା ସଂଖ୍ୟା ୩.୯ କୋଟିରେ ପହଞ୍ଚିଲା
ଜାତୀୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ୯ ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷା; ଭାରତର ମୋଟ ପରୀକ୍ଷା ସଂଖ୍ୟା ୩.୯ କୋଟିରେ ପହଞ୍ଚିଲା

August 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପରୀକ୍ଷା, ଚିହ୍ନଟ ଓ ଚିକିତ୍ସାକୁ ଆଧାରକରି ଅଧିକ ପରୀକ୍ଷା ଯୋଗୁଁ ଶୀଘ୍ର ରୋଗ ନିରୂପଣ ସମ୍ଭବ ହୋଇଛି। ରୋଗ ଶୀଘ୍ର ନିରୂପିତ ହେଉଥିବାରୁ ସଂକ୍ରମିତ ରୋଗୀଙ୍କୁ ଅଲଗା କରାଯାଇ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ଏହାଫଳରେ ତୁରନ୍ତ ଆରୋଗ୍ୟ ହେବା ସହ ମୃତ୍ୟୁ ହାର ହ୍ରାସ ପାଇଛି । ଏସବୁ ଦୃଷ୍ଟିରୁ ଦେଖିଲେ ଦେଶର ମୋଟ ନମୁନା ପରୀକ୍ଷା ସଂଖ୍ୟା ଆଜି ପାଖାପାଖି ୩.୯ କୋଟିରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯,୨୪,୯୯୮ ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ନମୁନା ପରୀକ୍ଷା ୩,୮୫,୭୬,୫୧୦ରେ ପହଞ୍ଚିଛି ।

ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ଦେଶର ମୋଟ ଆରୋଗ୍ୟଙ୍କ ସଂଖ୍ୟା ଆଜି ୨୫ ଲକ୍ଷରେ ପହଞ୍ଚିଛି। କୋଭିଡ ପରିଚାଳନା ପାଇଁ ଉପଯୁକ୍ତ ରଣନୀତି ଓ କେନ୍ଦ୍ର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସମନ୍ଵିତ ପଦକ୍ଷେପ ଯୋଗୁଁ ମୋଟ ୨୫,୨୩,୭୭୧ ଜଣ ସୁସ୍ଥ ହେବା ସମ୍ଭବପର ହୋଇପାରିଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୫୬,୦୧୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ଦେଶରେ ସୁସ୍ଥତା ହାର ୭୬.୨୪ ପ୍ରତିଶତ ରହିଛି ।

ଦେଶରେ ସକ୍ରିୟ କରୋନା ମାମଲା ୭,୨୫,୯୯୧ ଥିବା ବେଳେ ପାଖାପାଖି ୧୮ ଲକ୍ଷ (୧୭,୯୭,୭୮୦) ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଅଧିକରୁ ଅଧିକ ରୋଗୀ କ୍ରମାଗତ ଭାବେ ଆରୋଗ୍ୟ ଲାଭ କରୁଥିବାବେଳେ ମୋଟ ସଂକ୍ରମିତଙ୍କ ଶତକତା ୨୧.୯୩ ରୋଗୀ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିୟମାନୁଯାୟୀ ହସ୍ପିଟାଲ ଓ ଆଇସିୟୁରେ ଦକ୍ଷ ଚିକିତ୍ସକ, ଉତ୍ତମ ଆମ୍ବୁଲାନ୍ସ ସେବା ଓ ଅନୁସନ୍ଧାନମୂଳକ ଥେରାପି ଯୋଗୁଁ ଜାତୀୟ ମୃତ୍ୟୁହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ଏହି ସଂଖ୍ୟା ୧.୮୩ ପ୍ରତିଶତରେ ପହଞ୍ଚିଛି। ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥତା ହାର ଜାତୀୟ ହାର ତୁଳନାରେ ମଧ୍ୟ ଅଧିକ ରହିଛି ।

ସଂକ୍ରମଣ ନିରୂପଣ ନିମନ୍ତେ ପରୀକ୍ଷାଗାରଗୁଡିକର କ୍ରମାଗତ ବୃଦ୍ଧି ଯୋଗୁଁ ଏଭଳି ସଫଳତା ହାସଲ ହୋଇପାରିଛି । ୯୯୩ ସରକାରୀ ଓ ୫୫୭ ଘରୋଇ ଏହିପରି ମୋଟ ୧୫୫୦ଟି ପରୀକ୍ଷାଗାରରେ ନମୁନା ପରିକ୍ଷଣ କରାଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସେବା ଭବନ ଏବେ ‘ତମାଖୁମୁକ୍ତ ଅଞ୍ଚଳ’: ନିୟମ ଅମାନ୍ୟ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

September 18, 2026

ନିଠାରି ହତ୍ୟାକାଣ୍ଡ ମାମଲାରୁ ଖଲାସ ହୋଇଥିବା ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026
Latest News

ଲୋକସେବା ଭବନ ଏବେ ‘ତମାଖୁମୁକ୍ତ ଅଞ୍ଚଳ’: ନିୟମ ଅମାନ୍ୟ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

September 18, 2026

ନିଠାରି ହତ୍ୟାକାଣ୍ଡ ମାମଲାରୁ ଖଲାସ ହୋଇଥିବା ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା

September 18, 2026

ଉମରକୋଟରେ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶ ମୃତ,୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

September 18, 2026

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.