Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ ସଂକ୍ରମଣ ନିୟନ୍ତ୍ରଣ ସହ ମୃତ୍ୟୁହାର ଶତକଡା ୧ ପ୍ରତିଶତରୁ କମ କର, ରାଜ୍ୟଗୁଡିକୁ କେନ୍ଦ୍ରର ତାଗିଦ୍
ଜାତୀୟ ଖବର

କୋଭିଡ ସଂକ୍ରମଣ ନିୟନ୍ତ୍ରଣ ସହ ମୃତ୍ୟୁହାର ଶତକଡା ୧ ପ୍ରତିଶତରୁ କମ କର, ରାଜ୍ୟଗୁଡିକୁ କେନ୍ଦ୍ରର ତାଗିଦ୍

August 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Cabinet Secretary, Govt. of India interacted with the State Chief Secretaries and other Senior Officials from States on #COVID19 situation in the country, using #NICMeitY's Video Conferencing Service.

ନୂଆଦିଲ୍ଲୀ, କେନ୍ଦ୍ର କ୍ୟାବିନେଟ ସଚିବ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ଆଜି ଭିଡିଓ କନଫ୍ରେନେସିଂ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ତେଲଙ୍ଗାନା, ଗୁଜରାଟ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପଞ୍ଜାବ, ଆନ୍ଧ୍ରପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀର। ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଆଇସିଏମଆର ମହାନିର୍ଦ୍ଦେଶକ ଓ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ମଧ୍ୟ ଯୋଗଦେଇଥିଲେ।

ଏହି ରାଜ୍ୟଗୁଡ଼ିକର କୋଭିଡ-୧୯ ସମ୍ପର୍କିତ ସ୍ଥିତି ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋକପାତ କରିଥିଲେ। ସେସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନମୁନା ପରିକ୍ଷାକୁ ଜୋରଦାର କରାଯିବା ସହ ଘରୋଇ ଏକାନ୍ତବାସ, ନିରୀକ୍ଷଣ, ଆବଦ୍ଧାଞ୍ଚଳ ପରିଚାଳନା, ଚିହ୍ନଟ, ଆମ୍ବୁଲାନ୍ସର ଉପଲବ୍ଧତା, ହସ୍ପିଟାଲ ଶଯ୍ୟା ଓ ଉପଚାର ନିୟମାବଳୀ ଅନୁପାଳନ କରାଯାଉଥିବା ଉପରେ ସୂଚନା ଦେଇଥିଲେ।

ଗତ ଦୁଇ ସପ୍ତାହ ମଧ୍ୟରେ ଶତକଡା ୮୯ ଭାଗ କୋଭିଡ-୧୯ ଜନିତ ମୃତ୍ୟୁ ଏହି ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ଲକ୍ଷ୍ୟ କରାଯାଇଥିବାରୁ ଏହାକୁ ରୋକିବା ପାଇଁ କେତେକ କଠୋର ପଦକ୍ଷେପ ନେବାର ଆବଶ୍ୟକତା ଉପୁଜିଛି । ମୃତ୍ୟୁହାର ଶତକଡା ୧ କୁ ହ୍ରାସ କରିବା ଲାଗି ନିମ୍ନଲିଖିତ ପଦକ୍ଷେପ ନେବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ସେଗୁଡିକ ହେଲା –

1-ଦକ୍ଷ ଆବଦ୍ଧାଞ୍ଚଳ ପରିଚାଳନା, ଚିହ୍ନଟ ଓ ନିରୀକ୍ଷଣ

2-ନୂଆକରି ସଂକ୍ରମିତ ହେଉଥିବା ଅନ୍ୟୁନ ଶତକଡା ୮୦ ଭାଗ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ୭୨ ଘଣ୍ଟା ମଧ୍ୟରେ ଚିହ୍ନଟ କରିବା

3-ସମସ୍ତ ଜିଲ୍ଲାରେ ଦିନକୁ ନିୟୁତ ପିଛା ଅନ୍ୟୁନ ୧୪୦ଟି ପରୀକ୍ଷା ସୁନିଶ୍ଚିତ କରିବା, ଯେପରି ସଂକ୍ରମଣ ହାର ଶତକଡା ୫ରୁ ନିମ୍ନରେ ରହେ, ତାହା ଦେଖିବାକୁ ହେବ

4-ଆବଦ୍ଧାଞ୍ଚଳରେ ଆଣ୍ଟିଜେନ ଟେଷ୍ଟ କରିବା ସହ ନେଗେଟିଭ ବାହାରୁଥିବା ସମସ୍ତ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କ ଆରଟିପିସିଆର କରିବା

5-ଘରୋଇ ଏକାନ୍ତବାସରେ ରହୁଥିବା ରୋଗୀମାନଙ୍କ ନିୟମିତ ଯାଞ୍ଚ (ଫୋନ ଓ ପରିଦର୍ଶନ ଜରିଆରେ) ଏବଂ ଅମ୍ଳଜାନ ସ୍ତର ନିର୍ଦ୍ଦିଷ୍ଟ ସ୍ତରରୁ ତଳକୁ ଖସିଲେ ଉପଯୁକ୍ତ ସମୟରେ ହସ୍ପିଟାଲରେ ଭର୍ତ୍ତି

6-ହସ୍ପିଟାଲ ବେଡ ଓ ଆମ୍ବୁଲାନ୍ସ ସୁବିଧା ସମ୍ପର୍କିତ ତଥ୍ୟ ନେଇ ଜନସାଧାରଣଙ୍କୁ ଅବଗତ କରାଇବା ଓ ଆମ୍ବୁଲାନ୍ସ ସେବା ଠିକ ସମୟରେ ଯୋଗାଇବା

7-ସମସ୍ତ ସକ୍ରିୟ ମାମଲାଗୁଡିକର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା

8-୬୦ ବର୍ଷରୁ ଉର୍ଦ୍ଧ୍ଵ ବା ଅନ୍ୟାନ୍ୟ ପୁରାତନ ରୋଗରେ ପୀଡିତ ରୋଗୀଙ୍କ ସମେତ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରତି ସପ୍ତାହରେ ବିଶ୍ଳେଷଣ କରିବା

9-ମାମଲା ବୃଦ୍ଧି ସହିତ ଉତ୍ସର୍ଗୀକୃତ ସେବା କେନ୍ଦ୍ରରେ ଆନୁସଙ୍ଗିକ ସୁବିଧା ଉନ୍ନୀତ କରିବା
ଆବଶ୍ୟକ ଔଷଧ, ମାସ୍କ, ପିପିଇ ଇତ୍ୟାଦିର ନିୟମିତ ଯାଞ୍ଚ

10-ବ୍ୟାବହାରିକ ପରିବର୍ତ୍ତନ ଯଥା – ସାମାଜିକ ଦୂରତ୍ଵ, ମାସ୍କ ପିନ୍ଧିବା, ହାତ ଧୋଇବା ଓ କାଶିବା ସଂକ୍ରାନ୍ତ ନିୟମଗୁଡିକ ପାଳନ

ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ସେମାନଙ୍କ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କିତ ସୂଚନା ଦେଇଥିଲେ। ମୃତ୍ୟୁହାର ରୋକିବା ସହ କରୋନା ସମ୍ପର୍କିତ ଜନସଚେତନତା ଉପରେ ନିଆଯାଉଥିବା ପଦକ୍ଷେପ ଉପରେ ମଧ୍ୟ ସୂଚନା ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026
Latest News

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026

ବୌଦ୍ଧରେ ଗଞ୍ଜେଇ କାରବାର ନେଇ ଭାଇରାଲ୍ ଅଡିଓ: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.