Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»“ଆଦିବାସୀ ସଙ୍ଗୀତ”ରେ ଓଡିଶାର ନୂଆ ପରିଚୟ; ନୀଳମାଧବ ପଣ୍ଡାଙ୍କ ପାଇଁ ଆଉ ଏକ ସିଦ୍ଧି
ବିଶେଷ ଖବର

“ଆଦିବାସୀ ସଙ୍ଗୀତ”ରେ ଓଡିଶାର ନୂଆ ପରିଚୟ; ନୀଳମାଧବ ପଣ୍ଡାଙ୍କ ପାଇଁ ଆଉ ଏକ ସିଦ୍ଧି

August 28, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର  

“ଆଃ, କି ଚମତ୍କାର ସେ ମୁହଁ ସବୁ”, ଗୋଟେ ପରେ ଗୋଟେ ହସ ହସ ଆଦିବାସୀ ମୁହଁ ସବୁକୁ ଦେଖି କେମିତି ଗୋଟେ ବିଭୋର ହୋଇଯାଉଥିବାର ନିର୍ମଳ ଆନନ୍ଦ ରିକ ସିଗଲଙ୍କ ଆଖିରେ  ବାରି ହୋଇ ପଡୁଥିଲା। ସେ ମୁହଁ ସବୁକୁ ଦେଖି ସେ ଖାଲି ବିଭୋର ହେଉନଥିଲେ, ଭାବୁକ ମଧ୍ୟ ହେଉଥିଲେ। ରିକ ସିଗଲ ଓ କୋର୍ବିନ ମାଇଲ୍ସ, ପୃଥିବୀର ସଙ୍ଗୀତ ଓ ନୃତ୍ୟକୁ ନେଇ କାମ କରନ୍ତି। ସହଜ ଏବଂ ସରଳ ଭାବରେ ଯେ କୌଣସି ୟୁଟ୍ୟୁବ ଭିଡିଓର ସମୀକ୍ଷା କରିବାରେ ତାଙ୍କର ପ୍ରସିଦ୍ଧି ରହିଛି। ହଠାତ ସେମାନଙ୍କ କାର୍ଯ୍ୟକ୍ରମରେ ଉଚ୍ଚ ପ୍ରଶଂସା ପାଇଛି  ନୀଳମାଧବ ପଣ୍ଡାଙ୍କର “ଆଦିବାସୀ ସଙ୍ଗୀତ”। ନୀଳମାଧବଙ୍କର ଏହି ପାଞ୍ଚ ମିନିଟର ଭିଡିଓରେ ଓଡିଶାର ସଙ୍ଗୀତ, ନୃତ୍ୟ, ଆଦିବାସୀ ଜୀବନ ଧାରା, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଧୁନିକ ବିକାଶର ଏକ ସାଙ୍ଗୀତିକ ମିଶ୍ରଣ ରହିଛି। ଆଦିବାସୀ ଜୀବନର ଉଦ୍ଦାମ ଆନନ୍ଦ ଓ ଆଦିବାସୀ ସଙ୍ଗୀତର ମଧୁର ମୂର୍ଚ୍ଛନା ଏହି କାର୍ଯ୍ୟକ୍ରମରେ ବେଶ ପ୍ରଶଂସା ପାଇଛି।

ୟୁଟ୍ଯୂବ ରେ ଆସୁଥିବା ପୃଥିବୀର ବିଶିଷ୍ଟ ଭିଡିଓ ସବୁର ସମୀକ୍ଷା କାର୍ଯ୍ୟକ୍ରମ “ଆୱାର ଷ୍ଟୁପିଡ୍‌ ରିଆକ୍ସନ୍ସ “ ରେ ଆଦିବାସୀ ସଙ୍ଗୀତର ଭୂରି ଭୂରି ପ୍ରଶଂସା କରାଯାଇଛି। ଏହି ସଙ୍ଗୀତର ତାଳେ ତାଳେ ସମୀକ୍ଷକ ଦ୍ୱୟ ବିଭୋର ହୋଇ ପଡିଥିବା ବେଳେ ଏହାକୁ ମାନବିକତାର ସର୍ବଶ୍ରେଷ୍ଠ ସଙ୍ଗୀତ ବୋଲି ସେମାନେ ତାରିଫ କରିଛନ୍ତି। ଓଡିଶାର ଗଛ, ପାତ୍ର, ପାଣି, ପବନ, ମାଛ, ଡଙ୍ଗା, ଡଙ୍ଗର ଓ ମଣିଷଙ୍କର ସୌନ୍ଦର୍ୟକୁ ଅତି ସୁନ୍ଦର ଭାବରେ ନୀଳମାଧବ ଚିହଣିଛନ୍ତି ଓ ତାର କଳାତ୍ମକ କୋଲାଜ ପ୍ରସ୍ତୁତ କରିଛନ୍ତି। ଗୋଟେ ପକ୍ଷରେ ଆଦିବାସୀ ଗୀତର ଉଦ୍ଦାମ ମୂର୍ଛନା ଓ ତାର ତାଳେ ତାଳେ ଆଦିବାସୀ ଜୀବନର ଗତିଶୀଳତା, ଏହାକୁ ସମନ୍ଵିତ କରିବାର ସିଦ୍ଧି ଯୋଗୁଁ, ଏହା ଏତେ ପ୍ରଶଂସା ଓ ଆଦର ପାଇଛି। ଆଦିବାସୀ କେବଳ ପ୍ରଦର୍ଶନୀ ର ପ୍ରତୀକ ନୁହେଁ, ସେ ଆମ ସମୟର ସବୁଠୁ ଅଗ୍ରଣୀ ମଣିଷ। ଏମିତି ଏକ ବାର୍ତ୍ତା ଦେବାକୁ ନୀଳମାଧବ ଏହି ଭିଡିଓରେ ପ୍ରଚେଷ୍ଟା କରିଛନ୍ତି।

ଓଡିଶା ସରକାରଙ୍କ ଲାଗି ପ୍ରସ୍ତୁତ ଏହି ଭିଡିଓଟି କେବଳ ସରକାରୀ ପ୍ରଚାର ନୁହେଁ, ବରଂ ଓଡ଼ିଶାକୁ ସବୁଠୁ ସୁନ୍ଦର ଭାବରେ ପ୍ରଦର୍ଶିତ କରିବାର କଳାତ୍ମକ ଉଦ୍ୟମ ହୋଇଥିବାରୁ ଏହାକୁ ପୃଥିବୀର ସବୁ ସ୍ତରର ଦର୍ଶକ ଓ ସମୀକ୍ଷକ ପ୍ରଶଂସା କରୁଛନ୍ତି।ଅନେକ ସମୟରେ ସରକାରୀ ପ୍ରଚାର ଲାଗି ପ୍ରସ୍ତୁତ ଭିଡିଓ ପ୍ରାଣହୀନ ଓ ନୀରସ ଲାଗେ। ଏହା କିନ୍ତୁ ଏକ ବ୍ୟତିକ୍ରମ। ଯେ କୌଣସି କଳାତ୍ମକ ସିନେମାର ସବୁ ଉତ୍କର୍ଷ ଏଥିରେ ରହିଛି। ପୂରା ଓଡ଼ିଶାକୁ ଅଳ୍ପରେ, କିନ୍ତୁ ପୂର୍ଣ୍ଣାଙ୍ଗ ଦେଖାଇବାର ପ୍ରଚେଷ୍ଟା ଏଥିରେ ସଫଳ ହୋଇଛି।

ଏହି ଭିଡିଓ ଲାଗି ସଙ୍ଗୀତ ପ୍ରେମ ଆନନ୍ଦ ଦେଇଥିବା ବେଳେ ମୂଳ ଗୀତଟିକୁ ଗାଇଛନ୍ତି ଋତୁରାଜ ମହାନ୍ତି ଓ ଦୀପ୍ତିରେଖା। ଓଡିଶାର ପ୍ରାୟ ସବୁ ଜନଜାତିର ଜୀବନ ଧାରା ଓ କଳାକୁ ଏଥିରେ ନିଖୁଣ ଭାବରେ ଉପସ୍ଥାପନ କରାଯାଇଛି। ଆଦିବାସୀ ସଙ୍ଗୀତର ମୌଳିକ ସ୍ଵର ଓ ବୋଲିକୁ ଅତି ସୁନ୍ଦର ଭାବରେ ଏଥିରେ ବ୍ୟବହାର କରା ଯାଇଥିବାରୁ ସଙ୍ଗୀତକୁ ପ୍ରବଳ ପ୍ରଶଂସା କରାଯାଇଛି।

ଯଦି ପ୍ରତିଭା ଓ କଳାର ପ୍ରୟୋଗ ସଠିକ ଭାବରେ ହୁଏ, ତାହେଲେ ଶୁଖିଲା କାଠରେ ବି ପ୍ରାଣ ସଂଚାର ହୋଇପାରେ। ସରକାରୀ ପ୍ରଚାର ଲାଗି ତିଆରି ହୋଇଥିବା ଏକ ଭିଡିଓ କଳାତ୍ମକ ଉତ୍କର୍ଷର ଚରମରେ ପହଞ୍ଚିଥିବାରୁ, ଆଜି ଏହାକୁ ନେଇ ଏତେ ଚର୍ଚ୍ଚା। ବହୁତ କମ ଶିଳ୍ପୀ ଓ ୟୁଟ୍ଯୂବ ନିର୍ମାତା ଏମିତି ସୁଯୋଗ ପାଇଥାନ୍ତି। ପୂର୍ବରୁ ନୀଳମାଧବ ବହୁ ଚର୍ଚ୍ଚିତ ସିନେମା ତିଆରି କରିଛନ୍ତି। “ଆଇ ଆମ କଲାମ”, “କଡୱି ହୱା”, “କୌନ କିତନେ ପାନି ମେ”,”ହଲକା” ଭଳି ବହୁ ଉଚ୍ଚ କୋଟୀର ସିନେମା ତାଙ୍କର ରହିଛି। ତେବେ ପାଞ୍ଚ ମିନିଟର ଏହି ଓଡିଆ ଭିଡିଓରେ ସେ ପୂରା ଓଡିଶାର ଛବିକୁ ସଜେଇ ଦେଇଛନ୍ତି।

ଓଡିଶାର ଆଦିବାସୀ ଜୀବନକୁ ନେଇ ପ୍ରଖ୍ୟାତ ଐତିହାସିକ ଆର.ବାଳକୃଷ୍ଣନଙ୍କର ମତ ହେଉଛି, ଓଡିଶାର ଆଦିବାସୀ ସଭ୍ୟତାରୁ ହିଁ ଭାରତର ପ୍ରଥମ ସଭ୍ୟତା ଜନ୍ମ ନେଇଥିଲା। ମହେଞ୍ଜୋଦାରୋ-ହରପ୍ପା ସଭ୍ୟତାକୁ ନେଇ ଲେଖିଥିବା ତାଙ୍କର ବିଶାଳ ବହିରେ ସେ ଓଡିଶାର ଆଦିବାସୀ ଜୀବନ ସହିତ ଆମ ସଭ୍ୟତାର ପ୍ରଥମ ବିକାଶ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି। ନୀଳମାଧବ ସେହି ବିଚାରକୁ ତାଙ୍କ ଭିଡିଓରେ ଏକ “ମେଟାଫର” ରେ ପରିଣତ କରିଛନ୍ତି।

ଜୀବନର ସୌନ୍ଦର୍ଯ୍ୟ ଓ ସଙ୍ଗୀତ ସହିତ ବିକାଶକୁ ଯୋଡି ଏକ ଉଚ୍ଚକୋଟୀର ଭିଡିଓ ସ୍ଵାଭାବିକ ଭାବରେ ରିକ ସିଗଲ ଓ କୋର୍ବିନ ମାଇଲ୍ସ ଙ୍କର ଦୃଷ୍ଟିରେ ପଡିଛି ଏବଂ ସେମାନଙ୍କ ପ୍ରଶଂସାରେ ଓଡିଶା ନିଜର ପରିଚୟକୁ ଅଧିକ ବ୍ୟାପକ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ କୃଷି ରପ୍ତାନି ପାଇଁ ଅପାର ସମ୍ଭାବନା ରହିଛି: କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ

June 10, 2026

କେବେ ମମତାଙ୍କୁ ସୟାନୀ ଘୋଷ କହୁଥିଲେ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ, ଏବେ ନେଲେ ୟୁ-ଟର୍ଣ୍ଣ

June 10, 2026

୭୮ ଦିନ ପାଇଁ ଅପରିବର୍ତ୍ତିତ ରହିବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଜାଣନ୍ତୁ ସରକାରଙ୍କ ଯୋଜନା

June 10, 2026

କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ପାରିତ ହେଲା ଏକ ସଂକଳ୍ପ

June 10, 2026
Latest News

୧୯ ବିଦ୍ରୋହୀ ଟିଏମସି ସାଂସଦଙ୍କ ତାଲିକା ପ୍ରକାଶ: ରଚନା ବାନାର୍ଜୀ ଏବଂ ଶତ୍ରୁଘ୍ନ ସିହ୍ନା ମଧ୍ୟ ସାମିଲ

June 10, 2026

ଓଡ଼ିଶାରେ କୃଷି ରପ୍ତାନି ପାଇଁ ଅପାର ସମ୍ଭାବନା ରହିଛି: କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ

June 10, 2026

କେବେ ମମତାଙ୍କୁ ସୟାନୀ ଘୋଷ କହୁଥିଲେ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ, ଏବେ ନେଲେ ୟୁ-ଟର୍ଣ୍ଣ

June 10, 2026

୭୮ ଦିନ ପାଇଁ ଅପରିବର୍ତ୍ତିତ ରହିବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଜାଣନ୍ତୁ ସରକାରଙ୍କ ଯୋଜନା

June 10, 2026

କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ପାରିତ ହେଲା ଏକ ସଂକଳ୍ପ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.