Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦିନିକିଆ ନମୁନା ପରୀକ୍ଷଣରେ ଭାରତର ଆଉ ଏକ ରେକର୍ଡ ଗତକାଲି ୧୦.୫ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା
ଜାତୀୟ ଖବର

ଦିନିକିଆ ନମୁନା ପରୀକ୍ଷଣରେ ଭାରତର ଆଉ ଏକ ରେକର୍ଡ ଗତକାଲି ୧୦.୫ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା

August 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କୋଭିଡ-୧୯ର ମୁକାବିଲା ଦିଗରେ ଦେଶ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଦିନକରେ ୧୦.୫ ଲକ୍ଷରୁ ଅଧିକ କରୋନା ପରୀକ୍ଷା ପ୍ରଥମ ଥର ପାଇଁ କରାଯାଇ ଏକ ରେକର୍ଡ ସୃଷ୍ଟି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୫,୦୨୭ଟି ନମୁନା ପରୀକ୍ଷା କରାଯାଇଛି, ଯାହାଫଳରେ ପ୍ରତ୍ୟେକ ଦିନ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷାର ଲକ୍ଷ୍ୟ ପୂରଣ ହୋଇପାରିଛି।

ଏହି ସଫଳତା ସହ ଦେଶରେ ମୋଟ ନମୁନା ପରୀକ୍ଷା ୪.୧୪ (୪,୧୪,୬୧,୬୩୬) କୋଟିରୁ ଅଧିକକୁ ଅତିକ୍ରମ କରିଛି। କେନ୍ଦ୍ର ସରକାର ବିଶ୍ଵର କୋଭିଡ-୧୯ ରଣନୀତି ପରୀକ୍ଷା, ଚିହ୍ନଟ ଓ ଉପଚାରକୁ ତ୍ୱରାନ୍ୱିତ କରିଛି। ଏଥିରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କେନ୍ଦ୍ର ସରକାରଙ୍କୁ ସଂପୂର୍ଣ୍ଣ ସହଯୋଗ କରିଛନ୍ତି। ବ୍ୟାପକ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରିଛି। ଏହାଫଳରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କମ ସମୟ ମଧ୍ୟରେ ଠାବ କରାଯାଇପାରିଛି।

ଏଥିଯୋଗୁଁ ମାମୁଲି ଲକ୍ଷଣ ଥିବା ରୋଗୀମାନଙ୍କୁ ଘରୋଇ ଏକାନ୍ତବାସରେ ରଖାଯିବା ସହ ଅଧିକ ଲକ୍ଷଣଯୁକ୍ତ ଓ ଜଟିଳ ମାମଲାଗୁଡିକର ହସ୍ପିଟାଲରେ ଉପଚାର କରାଯାଉଛି। ନମୁନା ପରୀକ୍ଷାର ସାମର୍ଥ୍ୟ ବୃଦ୍ଧି ତଥା ମୋଟ ପରୀକ୍ଷା ଅଧିକ ହେବା ଫଳରେ ନିୟୁତ ପିଛା ପରୀକ୍ଷା ବୃଦ୍ଧି ପାଇ ଆଜି ୩୦,୦୪୪ରେ ପହଞ୍ଚିଛି।

ଡବ୍ଲୁଏଚଓ ଏହାର ନିୟମାବଳୀରେ ଜନସ୍ୱାସ୍ଥ୍ୟ ଓ ସାମାଜିକ କଟକଣା ସମ୍ପର୍କରେ କୋଭିଡ ମାମଲାଗୁଡିକ ଉପରେ ବ୍ୟାପକ ନଜର ରଖିବାକୁ ପରାମର୍ଶ ଦେଇଛି। ପ୍ରତ୍ୟେକ ଦେଶ ଦିନକୁ ନିୟୁତ ପିଛା ଅନ୍ୟୁନ ୧୪୦ଟି ନମୁନା ପରୀକ୍ଷା କରିବା ପାଇଁ ଡବ୍ଲୁଏଚଓ ପରାମର୍ଶ ଦେଇଛି । ସେଦୃଷ୍ଟିରୁ ବିଚାର କଲେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ସଂଖ୍ୟାକୁ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି।

କେତେକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଜାତୀୟ ହାରଠାରୁ ମଧ୍ୟ କମ ରହିଛି। ବ୍ୟାପକ ନମୁନା ପରୀକ୍ଷା ସାମର୍ଥ୍ୟ ବୃଦ୍ଧି ସହ ପରୀକ୍ଷାଗାର ସଂଖ୍ୟାରେ ମଧ୍ୟ ଉନ୍ନତି ଘଟିଛି। ୧୦୦୩ଟି ସରକାରୀ ଓ ୫୮୦ଟି ଘରୋଇ ଏହିପରି ୧୫୮୩ଟି ପରୀକ୍ଷାଗାର ଆଜି ନମୁନା ପରୀକ୍ଷା କରିବାର ସୁବିଧା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ‘ମହାନ ରେକର୍ଡ’ କରିବେ ଅଭିଷେକ ଶର୍ମା: ମାତ୍ର କିଛି ପାଦ ଦୂରରେ

July 1, 2026

ଆଜିଠାରୁ କମର୍ସିଆଲ LPG ସିଲିଣ୍ଡର ଦରରେ ବଡ଼ ହ୍ରାସ, ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ

July 1, 2026

ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

July 1, 2026
Latest News

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ମନରେଗା ଦୁର୍ନୀତିରେ ବଡ଼ କାର୍ଯ୍ୟାନୁଷ୍ଠାନ, ୪୨ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଦୁଇ ଯନ୍ତ୍ରୀ ଗିରଫ

July 1, 2026

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ନବରଙ୍ଗପୁର ୧୨ ଘଣ୍ଟିଆ ବନ୍ଦ: ମନ୍ତ୍ରୀଙ୍କ ଇସ୍ତଫା ଦାବି

July 1, 2026

ମହିଳାଙ୍କଠାରେ ଥାଇରଏଡ୍ ସମସ୍ୟା କାହିଁକି ଅଧିକ? ଜାଣନ୍ତୁ କାରଣ, ଲକ୍ଷଣ ଓ ସତର୍କତା

July 1, 2026

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ‘ମହାନ ରେକର୍ଡ’ କରିବେ ଅଭିଷେକ ଶର୍ମା: ମାତ୍ର କିଛି ପାଦ ଦୂରରେ

July 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.