Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ19 ନିୟନ୍ତ୍ରଣ ସହାୟତା ପାଇଁ ଓଡିଶା ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବିଶେଷଜ୍ଞ ଟିମ
ଜାତୀୟ ଖବର

କୋଭିଡ19 ନିୟନ୍ତ୍ରଣ ସହାୟତା ପାଇଁ ଓଡିଶା ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବିଶେଷଜ୍ଞ ଟିମ

September 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,ଖୁବ୍ ଶିଘ୍ର ଓଡିଶା ଆସିବେ କେନ୍ଦ୍ରୀୟ ଟିମ। ଓଡିଶା ସହିତ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମିଶାଇ ଚାରିଟି ରାଜ୍ୟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ନିୟୋଜିତ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିଷ୍ପତ୍ତି ନେଇଛି । ଏସବୁ ରାଜ୍ୟରେ ହଠାତ କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ପାଇଛି ଏବଂ କେତେକ ରାଜ୍ୟରେ ମୃତ୍ୟୁହାର ଅଧିକ ରହିଛି।

ଏହି କେନ୍ଦ୍ରୀୟ ଦଳ ଆବଦ୍ଧାଞ୍ଚଳ ନିରୀକ୍ଷଣ, ନମୁନା ପରୀକ୍ଷା ଏବଂ କୋଭିଡ ପଜିଟିଭ ମାମଲାଗୁଡ଼ିକର ଦକ୍ଷ ଚିକିତ୍ସା ପରିଚାଳନାକୁ ସୁଦୃଢ଼ କରିବା ଲାଗି ରାଜ୍ୟଗୁଡ଼ିକ ପକ୍ଷରୁ ହେଉଥିବା ପ୍ରୟାସରେ ସହାୟତା କରିବେ। ଠିକଣା ସମୟରେ ରୋଗର ନିଦାନ ଓ ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତୀୟ ଆହ୍ବାନଗୁଡ଼ିକର ଦକ୍ଷତାପୂର୍ବକ ମୁକାବିଲା କ୍ଷେତ୍ରରେ ମଧ୍ୟ କେନ୍ଦ୍ରୀୟ ଦଳ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ କରିବେ।

ପ୍ରତ୍ୟେକ ବହୁକ୍ଷେତ୍ରୀୟ କେନ୍ଦ୍ରୀୟ ଦଳରେ ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ଏବଂ ଅନ୍ୟ ଜଣେ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ରହିବେ।

ଏହି ଚାରିଟି ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶରେ ସର୍ବାଧିକ ୫୪,୬୬୬ଟି ସକ୍ରିୟ କୋଭିଡ-୧୯ ସଂକ୍ରମିତ ମାମଲା ରହିଥିବା ବେଳେ ଏହାପଛକୁ ଓଡ଼ିଶାରେ ୨୭,୨୧୯, ଛତିଶଗଡ଼ରେ ୧୩,୫୨୦ ଏବଂ ଝାଡ଼ଖଣ୍ଡରେ ୧୧,୫୭୭ ରହିଛନ୍ତି। ଅନୁରୂପ ଭାବେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଉତ୍ତରପ୍ରଦେଶରେ ସର୍ବାଧିକ ୨,୨୫,୬୩୨, ଓଡ଼ିଶାରେ ୧,୦୦,୯୩୪, ଝାଡ଼ଖଣ୍ଡରେ ୩୮,୪୩୫ ଏବଂ ଛତିଶଗଡ଼ରେ ୩୦,୦୯୨ଟି ମାମଲା ରହିଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୩୪୨୩ ଜଣ ପ୍ରାଣ ହରାଇଥିବା ବେଳେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଯଥାକ୍ରମେ ୪୮୨, ୪୧୦ ଓ ୨୬୯ ଜଣ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି।

କୋଭିଡ ମୁକାବିଲା ନିମନ୍ତେ ଜାରି ରହିଥିବା ପ୍ରୟାସ କ୍ରମରେ କେନ୍ଦ୍ର ସରକାର ପର‌୍ୟ୍ୟାୟକ୍ରମେ ବିଭିନ୍ନ ରାଜ୍ୟକୁ କେନ୍ଦ୍ରୀୟ ଟିମ ପଠାଉଛନ୍ତି। ଏହି କେନ୍ଦ୍ରୀୟ ଦଳ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ପ୍ରାରମ୍ଭିକ ପର‌୍ୟ୍ୟାୟରେ ଆହ୍ବାନଗୁଡ଼ିକୁ ଅନୁଧ୍ୟାନ କରୁଛନ୍ତି। ଏହାପରେ ସେଗୁଡ଼ିକୁ ମୁକାବିଲା କରିବା ଦିଗରେ ହେଉଥିବା ପ୍ରୟାସରେ ସହାୟତା ଯୋଗାଇ ଦେଉଛନ୍ତି ଏବଂ କିଛି ବାଧା ରହିଥିଲେ ସେଗୁଡ଼ିକୁ ଦୂର କରୁଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଯୁବପିଢ଼ିଙ୍କୁ ଅନ୍ଧକାର ଆଡ଼କୁ ଠେଲି ଦେଉଛି ଅନଲାଇନ୍ ଗେମିଂ: ପ୍ରତି ବର୍ଷ ୨୦ ହଜାର କୋଟି କ୍ଷତି

August 22, 2025

ICC ଟି-୨୦ ବ୍ୟାଟିଂ ଏବଂ ବୋଲିଂ ରାଙ୍କିଙ୍ଗରେ ଭାରତୀୟଙ୍କ ପ୍ରାଧାନ୍ୟ, ଶୀର୍ଷ ୧୦ ରେ ୭ ଖେଳାଳି

August 22, 2025

ଆଜି ଶସ୍ତା ହେଲା ନା ମହଙ୍ଗା: ଜାଣନ୍ତୁ ଆଜିର ସୁନା ଦର

August 22, 2025

ଏଥର ୨୦ ବର୍ଷ ଯାଏଁ ଚଲାଇପାରିବେ ଗାଡ଼ି: କିନ୍ତୁ ଆପଣଙ୍କୁ ଏତେ ଦେବାକୁ ପଡିବ ପଞ୍ଜିକରଣ ଫି

August 22, 2025
Latest News

ଯୁବପିଢ଼ିଙ୍କୁ ଅନ୍ଧକାର ଆଡ଼କୁ ଠେଲି ଦେଉଛି ଅନଲାଇନ୍ ଗେମିଂ: ପ୍ରତି ବର୍ଷ ୨୦ ହଜାର କୋଟି କ୍ଷତି

August 22, 2025

ICC ଟି-୨୦ ବ୍ୟାଟିଂ ଏବଂ ବୋଲିଂ ରାଙ୍କିଙ୍ଗରେ ଭାରତୀୟଙ୍କ ପ୍ରାଧାନ୍ୟ, ଶୀର୍ଷ ୧୦ ରେ ୭ ଖେଳାଳି

August 22, 2025

ଆଜି ଶସ୍ତା ହେଲା ନା ମହଙ୍ଗା: ଜାଣନ୍ତୁ ଆଜିର ସୁନା ଦର

August 22, 2025

ଏଥର ୨୦ ବର୍ଷ ଯାଏଁ ଚଲାଇପାରିବେ ଗାଡ଼ି: କିନ୍ତୁ ଆପଣଙ୍କୁ ଏତେ ଦେବାକୁ ପଡିବ ପଞ୍ଜିକରଣ ଫି

August 22, 2025

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଗାଇଲେ ଆରଏସଏସ ସଙ୍ଗୀତ: କଂଗ୍ରେସକୁ କଟାକ୍ଷ କଲା ବିଜେପି

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.