Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ19 ନିୟନ୍ତ୍ରଣ ସହାୟତା ପାଇଁ ଓଡିଶା ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବିଶେଷଜ୍ଞ ଟିମ
ଜାତୀୟ ଖବର

କୋଭିଡ19 ନିୟନ୍ତ୍ରଣ ସହାୟତା ପାଇଁ ଓଡିଶା ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବିଶେଷଜ୍ଞ ଟିମ

September 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,ଖୁବ୍ ଶିଘ୍ର ଓଡିଶା ଆସିବେ କେନ୍ଦ୍ରୀୟ ଟିମ। ଓଡିଶା ସହିତ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମିଶାଇ ଚାରିଟି ରାଜ୍ୟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ନିୟୋଜିତ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିଷ୍ପତ୍ତି ନେଇଛି । ଏସବୁ ରାଜ୍ୟରେ ହଠାତ କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ପାଇଛି ଏବଂ କେତେକ ରାଜ୍ୟରେ ମୃତ୍ୟୁହାର ଅଧିକ ରହିଛି।

ଏହି କେନ୍ଦ୍ରୀୟ ଦଳ ଆବଦ୍ଧାଞ୍ଚଳ ନିରୀକ୍ଷଣ, ନମୁନା ପରୀକ୍ଷା ଏବଂ କୋଭିଡ ପଜିଟିଭ ମାମଲାଗୁଡ଼ିକର ଦକ୍ଷ ଚିକିତ୍ସା ପରିଚାଳନାକୁ ସୁଦୃଢ଼ କରିବା ଲାଗି ରାଜ୍ୟଗୁଡ଼ିକ ପକ୍ଷରୁ ହେଉଥିବା ପ୍ରୟାସରେ ସହାୟତା କରିବେ। ଠିକଣା ସମୟରେ ରୋଗର ନିଦାନ ଓ ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତୀୟ ଆହ୍ବାନଗୁଡ଼ିକର ଦକ୍ଷତାପୂର୍ବକ ମୁକାବିଲା କ୍ଷେତ୍ରରେ ମଧ୍ୟ କେନ୍ଦ୍ରୀୟ ଦଳ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ କରିବେ।

ପ୍ରତ୍ୟେକ ବହୁକ୍ଷେତ୍ରୀୟ କେନ୍ଦ୍ରୀୟ ଦଳରେ ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ଏବଂ ଅନ୍ୟ ଜଣେ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ରହିବେ।

ଏହି ଚାରିଟି ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶରେ ସର୍ବାଧିକ ୫୪,୬୬୬ଟି ସକ୍ରିୟ କୋଭିଡ-୧୯ ସଂକ୍ରମିତ ମାମଲା ରହିଥିବା ବେଳେ ଏହାପଛକୁ ଓଡ଼ିଶାରେ ୨୭,୨୧୯, ଛତିଶଗଡ଼ରେ ୧୩,୫୨୦ ଏବଂ ଝାଡ଼ଖଣ୍ଡରେ ୧୧,୫୭୭ ରହିଛନ୍ତି। ଅନୁରୂପ ଭାବେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଉତ୍ତରପ୍ରଦେଶରେ ସର୍ବାଧିକ ୨,୨୫,୬୩୨, ଓଡ଼ିଶାରେ ୧,୦୦,୯୩୪, ଝାଡ଼ଖଣ୍ଡରେ ୩୮,୪୩୫ ଏବଂ ଛତିଶଗଡ଼ରେ ୩୦,୦୯୨ଟି ମାମଲା ରହିଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୩୪୨୩ ଜଣ ପ୍ରାଣ ହରାଇଥିବା ବେଳେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଯଥାକ୍ରମେ ୪୮୨, ୪୧୦ ଓ ୨୬୯ ଜଣ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି।

କୋଭିଡ ମୁକାବିଲା ନିମନ୍ତେ ଜାରି ରହିଥିବା ପ୍ରୟାସ କ୍ରମରେ କେନ୍ଦ୍ର ସରକାର ପର‌୍ୟ୍ୟାୟକ୍ରମେ ବିଭିନ୍ନ ରାଜ୍ୟକୁ କେନ୍ଦ୍ରୀୟ ଟିମ ପଠାଉଛନ୍ତି। ଏହି କେନ୍ଦ୍ରୀୟ ଦଳ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ପ୍ରାରମ୍ଭିକ ପର‌୍ୟ୍ୟାୟରେ ଆହ୍ବାନଗୁଡ଼ିକୁ ଅନୁଧ୍ୟାନ କରୁଛନ୍ତି। ଏହାପରେ ସେଗୁଡ଼ିକୁ ମୁକାବିଲା କରିବା ଦିଗରେ ହେଉଥିବା ପ୍ରୟାସରେ ସହାୟତା ଯୋଗାଇ ଦେଉଛନ୍ତି ଏବଂ କିଛି ବାଧା ରହିଥିଲେ ସେଗୁଡ଼ିକୁ ଦୂର କରୁଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

‘ଅଗ୍ନି-୪’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

August 7, 2026

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026
Latest News

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026

ଇଞ୍ଜେକ୍ସନ୍‌ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍‌ ଷ୍ଟୋର କର୍ମଚାରୀ ଅଟକ

August 7, 2026

ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା

August 7, 2026

ବ୍ରିକ୍ସ ଶିକ୍ଷା: ଶିକ୍ଷା ବ୍ୟବସ୍ଥା ପାଇଁ ସହଯୋଗ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.