Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶର ୨୦ଟି ସ୍ଥାନରେ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ, କଣ ରହିଛି ସାରା ଭାରତର ବନ୍ୟା ସ୍ଥିତି
ଜାତୀୟ ଖବର

ଦେଶର ୨୦ଟି ସ୍ଥାନରେ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ, କଣ ରହିଛି ସାରା ଭାରତର ବନ୍ୟା ସ୍ଥିତି

September 1, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭାରତର 20ଟି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ, କଣ ରହିଛି ସାରା ଦେଶର ବନ୍ୟା ସ୍ଥିତି

ନୂଆଦିଲ୍ଲୀ, ସୋମବାର ସକାଳେ ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ରାଜସ୍ଥାନ, ଗୁଜରାଟ ଏବଂ ପଶ୍ଚିମବଂଗର ହିମାଳୟ ଉପାନ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତି ପ୍ରବଳରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିଭଳି ମଧ୍ୟମହାରାଷ୍ଟ୍ର ଆସାମ, କୋଙ୍କଣ ଓ ଗୋଆର କେତେକ ସ୍ଥାନରେ ମଧ୍ୟ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ପୂର୍ବ ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ଉପକୂଳବର୍ତ୍ତୀ  କର୍ଣ୍ଣାଟକର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଯାଇଛି ।

ଦେଶର 20ଟି ସ୍ଥାନରେ ବନ୍ୟା ଜଳସ୍ତର ବିପଦ ସଂକେତ ଉପରେ ରହିଛି । ସେଥିମଧ୍ୟରେ ବିହାରରୁ 7, ଉତ୍ତର ପ୍ରଦେଶର 4, ଓଡିଶା ଓ ମହାରାଷ୍ଟ୍ରରେ 2 ଏବଂ ଆସାମ, ଗୁଜରାଟ, ଝାଡଖଣ୍ଡ, ମଧ୍ୟପ୍ରଦେଶ ଓ ପଶ୍ଚିମବଂଗରେ ବନ୍ୟା ପରିସ୍ଥିତି ମଧ୍ୟ ଗୁରୁତର ଅଛି । ଏହି 20ଟି ସ୍ଥାନରେ ନଦୀଗୁଡିକ ବିପଦ ସଂକେତଠାରୁ ବହୁ ଊଦ୍ଧ୍ୱର୍ରେ ପ୍ରବାହିତ ହେଉଥିବାରୁ ବନ୍ୟା ପରିସ୍ଥିତି ଅତି ଜଟିଳ ରହିଛି । ଏହାଛଡା ବିହାରର 14, ଉତ୍ତର ପ୍ରଦେଶର 6, ଓଡିଶା ଓ ଆସାମର 2ଟି ଲେଖାଏଁ ସ୍ଥାନରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।  ସେସବୁ ସ୍ଥାନରେ ବନ୍ୟା ପରିସ୍ଥିତି ଭଲ ସ୍ଥିତିରେ ନାହିଁ ।

ଯାଜପୁର ଜିଲ୍ଲାର ବଡଚଣାରେ ହୋଇଥିବା ବନ୍ୟାରେ ଓଡ୍ରାଫ ଟିମର ସହାୟତା

ଗୁଜରାଟରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବୃଷ୍ଟିପାତ କ୍ରମଶଃ ହ୍ରାସ ପାଇବ। ସେହିଭଳି ପଶ୍ଚିମ ମଧ୍ୟପ୍ରଦେଶ, ଉତ୍ତର କୋଙ୍କଣ ଏବଂ ରାଜସ୍ଥାନରେ ଅଗଷ୍ଟ 31 ତାରିଖରେ ପ୍ରବଳ ବର୍ଷା ହୋଇ କ୍ରମଶଃ ଏହା ହ୍ରାସ ପାଇବ। ଏହାଛଡା ଉତ୍ତର ପଶ୍ଚିମ ଭାରତ ଓ ପଶ୍ଚିମ ହିମାଳୟ ଅଞ୍ଚଳର କେତେକ ସ୍ଥାନରେ ସେପ୍‌ଟେମ୍ବର 1ରୁ 3 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ବଜ୍ରପାତ ହେବାର ସମ୍ଭାବନା ରହିଛି।

ବର୍ଷା କ୍ରମଶଃ ହ୍ରାସ ପାଇଥିବାରୁ ଛତିଶଗଡ ଓ ଓଡିଶାରେ ପ୍ରବାହିତ ମହାନଦୀ ଓ ତାହାର ଉପନଦୀଗୁଡିକର ଜଳସ୍ତର କମିବ ବୋଲି ଆଶା କରାଯାଉଛି। ଏହାଫଳରେ ଏହି ନଦୀ ପ୍ରଣାଳୀରେ ଥିବା ଜଳଭଣ୍ଡାରଗୁଡିକୁ କମ୍‌ ପାଣି ପ୍ରବେଶ କରିବ। ତେବେ ଓଡିଶାର ବାଲେଶ୍ୱର, ସମ୍ବଲପୁର, ଭଦ୍ରକ, ଯାଜପୁର, କଟକ, ଅନଗୁଳ, ମୟୂରଭଞ୍ଜ ଓ କେନ୍ଦୁଝର ତଥା ଛତିଶଗଡର କୋରବା, ଧନତାରୀ, ରାୟପୁର, ମହାସମୁନ୍ଦ ଏବଂ ଚମ୍ପା ଜିଲାର ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ତୀକ୍ଷ୍ନ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି।

ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାର ବନ୍ୟା ସ୍ଥିତି ଦେଖୁଛନ୍ତି ଶିଳ୍ପମନ୍ତ୍ରୀ

ମଧ୍ୟପ୍ରଦେଶରେ ପ୍ରବାହିତ ନର୍ମଦା, ତାପ୍ତି, ଚମ୍ବଲ, ମହାରାଷ୍ଟ୍ରର ୱେନଗଙ୍ଗା ଓ ୱାର୍ଦ୍ଧା ନଦୀର ଉପର ମୁଣ୍ଡରେ ବନ୍ୟାଜଳ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ସେସବୁ ଅଞ୍ଚଳରେ ବର୍ଷା ପରିମାଣ ହ୍ରାସ ପାଇଛି। ଏହିସବୁ ଅଞ୍ଚଳରେ ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନ ଥିବାରୁ ସେସବୁ ନଦୀରେ ବନ୍ୟା ପରିସ୍ଥିତିର ଉନ୍ନତି ଘଟିବ । ମଧ୍ୟପ୍ରଦେଶ ଓ ପୂର୍ବ ରାଜସ୍ଥାନରେ ପ୍ରବାହିତ ଚମ୍ବଲ ଏବଂ ଏହାର ଉପନଦୀଗୁଡିକ ସହିତ ମାହିରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ସୂଚନା ମିଳିଛି।

ଏହିସବୁ ନଦୀର ଉପର ମୁଣ୍ଡରେ ଗତ 24 ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟା ଆଶଂକା ରହିଛି। ମଧ୍ୟପ୍ରଦେଶରେ ଥିବା ଗାନ୍ଧୀସାଗର ଡ୍ୟାମ୍‌, ସୋମକମଳା ଅମ୍ବା ଡ୍ୟାମ୍‌, କାଳୀସିନ୍ଧି ଡ୍ୟାମ୍‌, ମାହି ବଜାଜ ସାଗର ଡ୍ୟାମ୍‌, ପଞ୍ଚନା ଡ୍ୟାମ୍‌ ଓ ରାଜସ୍ଥାନର ରାଣାପ୍ରତାପ ସାଗର ଡ୍ୟାମ୍‌ ଓ କୋଟା ବ୍ୟାରେଜକୁ ବିପୁଳ ବନ୍ୟାଜଳ ପ୍ରବେଶ କରିବାର ସମ୍ଭାବନା ରହିଛି। ସେଥିପାଇଁ ମଧ୍ୟପ୍ରଦେଶର ଧର୍‌, ମଣ୍ଡାସୋର, ରାଜସ୍ଥାନର ଟୋଙ୍କ୍‌, ବନ୍‌ସୁଆରା, ଉଦୟପୁର, ଝାଲୁୱାର, ବରନ୍‌, ଚିତ୍ତୋଡଗଡ଼, କାରାଉଲି, ବୁଣ୍ଡି, ଢୋଲପୁର ଓ କୋଟା ଜିଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ହୋଇଥିବା ବନ୍ୟାରେ ଏନଡିଆରଏଫର ସହାୟତା

ଗୁଜରାଟରେ ନର୍ମଦା, ମାହି, ସାବରମତୀ ଏବଂ ଗୋଆ ଓ କୋଙ୍କଣର ସବୁ ଆରବ ସାଗରକୁ ପ୍ରବାହିତ ହେଉଥିବା ନଦୀ ଗତ 3 ଦିନଧରି ପ୍ରବଳ ବର୍ଷା ଯୋଗୁଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ବନ୍ୟାପ୍ଲାବିତ ହେବ। ଏସବୁ ନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଗୁଜରାଟର କଡ଼ନା, ଉକାଇ, ପାନମ୍‌, ମଧୁବନ, ସର୍ଦ୍ଦାର ସରୋବର ଓ ଧାରୋହି ଡ୍ୟାମ୍‌ ମଧ୍ୟକୁ ଅଧିକ ବନ୍ୟାଜଳ ପ୍ରବେଶ କରିବ। ଏଥିପାଇଁ ନର୍ମଦା, ଭାରୁଚ, ମହୀସାଗର, ତାପି, ୱାଲସାଦ୍‌, ପଞ୍ଚମହଲ୍‌, ଅହମ୍ମଦାବାଦ, ବନଶକଣ୍ଠା ଏବଂ ମେହଷଣା ଜିଲାରେ ସମ୍ଭାବ ବନ୍ୟା ପରିସ୍ଥିତି ନେଇ ସତର୍କ ରହିବାକୁ କର୍ତ୍ତୃପକ୍ଷଙ୍କୁ ସଜାଗ କରିଦିଆଯାଇଛି।

ଉପରଲିଖିତ ନଦୀ ବ୍ୟବସ୍ଥା ଏବଂ ସଂପୃକ୍ତ ଜିଲାଗୁଡିକରେ ଆସନ୍ତା 3-4 ଦିନ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ। ଆବଶ୍ୟକ ପଡିଲେ ଯେକୌଣସି ସମୟରେ ଏସବୁ ଜଳଭଣ୍ଡାରରୁ କର୍ଭରୁଲ୍‌ ଓ ଏସ୍‌ଓପି ଅନୁସାରେ ତଳିଆ ଅଞ୍ଚଳକୁ ସତର୍କ ସୂଚନା ଜାରିକରି ପାଣି ଛଡାଯାଇପାରେ। ଏହିସବୁ ନଦୀର ଅବବାହିକାର ଥିବା ରେଳ, ସଡ଼କପଥ ଓ ସେତୁଗୁଡିକ ଉପରେ ମଧ୍ୟ ସମ୍ଭାବ୍ୟ ବନ୍ୟା ଦୃଷ୍ଟିରୁ ତୀକ୍ଷ୍ନ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ରିଲିଫ ଶିବିରଗୁଡିକରେ ଲୋକେ ଯେପରି କୋଭିଡ୍‌ ନିୟମ ପାଳନ କରନ୍ତି ତାହା ନିଶ୍ଚିତ କରିବାକୁ ଜିଲା ପ୍ରଶାସନଗୁଡିକୁ କୁହାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026
Latest News

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.