Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତୀୟ ଜ୍ୟୋର୍ତିବିଜ୍ଞାନୀଙ୍କ ଦ୍ୱାରା ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ତାରକାପୁଞ୍ଜ ଆବିଷ୍କୃତ
ଜାତୀୟ ଖବର

ଭାରତୀୟ ଜ୍ୟୋର୍ତିବିଜ୍ଞାନୀଙ୍କ ଦ୍ୱାରା ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ତାରକାପୁଞ୍ଜ ଆବିଷ୍କୃତ

September 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ଜ୍ୟୋର୍ତିବିଜ୍ଞାନୀଙ୍କ ଦ୍ୱାରା ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ତାରକାପୁଞ୍ଜ ଆବିଷ୍କୃତ

ନୂଆଦିଲ୍ଲୀ, ଭାରତୀୟ ଜ୍ୟୋର୍ତିବିଜ୍ଞାନୀମାନଙ୍କୁ ଏକ ଉଲ୍ଲେଖନୀୟ ସଫଳତା ମିଳିଛି । ସୁଦୂର ଅନ୍ତରୀକ୍ଷରେ ଥିବା ବ୍ରହ୍ମାଣ୍ଡର ଅନ୍ୟତମ ଏକ ତାରକାପୁଞ୍ଜକୁ ଆବିଷ୍କାର କରିବାରେ ସେମାନେ ସଫଳ ହୋଇଛନ୍ତି । ଆଜି ଏଠାରେ ଏ ସଂପର୍କରେ ସୂଚନା ଦେଇଛନ୍ତି ମହାକାଶ ଏବଂ ପରମାଣୁ ଶକ୍ତି ବିଭାଗ ସ୍ୱାଧୀନ ଦାୟିତ୍ୱ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ। ସେ କହିଛନ୍ତି ଯେ ଭାରତର ମଲ୍ଟି ୱେବଲେନ୍ଥ ସ୍ପେସ ଅବଜରବେଟରି ଆଷ୍ଟ୍ରୋସାଟ୍ ପୃଥିବୀଠାରୁ ୯.୩ ବିଲିୟନ ଆଲୋକବର୍ଷ ଦୂରରେ ଥିବା ଏକ ତାରକାପୁଞ୍ଜର ଏକ୍ସଷ୍ଟ୍ରିମ୍‌-ୟୁଭି ଲାଇଟ ବା ଅଲ୍ଟ୍ରା ଭାୟୋଲେଟ ଆଲୋକ ଠାବ କରିବାରେ ସଫଳ ହୋଇଛି । ଏହି ତାରକାପୁଞ୍ଜର ନାମ ଏୟୁଡିଏଫ୍‌ଏସ୍‌୦୧ ରଖାଯାଇଛି। ପୁଣେସ୍ଥିତ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଷ୍ଟ୍ରୋନୋମି ଓ ଆଷ୍ଟ୍ରୋଫିଜିକ୍ସ କେନ୍ଦ୍ରର ଦଳେ ଜ୍ୟୋର୍ତିବିଜ୍ଞାନୀ ଡ. କନକ ଶାହାଙ୍କ ନେତୃତ୍ୱରେ ଏହି ତାରକାପୁଞ୍ଜକୁ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି ।

ଏ ସଂକ୍ରାନ୍ତ ତଥ୍ୟ ବ୍ରିଟେନରୁ ପ୍ରକାଶ ପାଉଥିବା ପ୍ରମୁଖ ଆନ୍ତର୍ଜାତିକ ପତ୍ରିକା ‘ନେଚର୍ ଆଷ୍ଟ୍ରୋନୋମି’ରେ ପ୍ରକାଶ ପାଇଛି । ଏଥିରୁ ଏହି ଆବିଷ୍କାରର ଅଦ୍ୱିତୀୟ ଉପଲବ୍‌ଧି ଓ ମୌଳିକତାର ଗୁରୁତ୍ୱ ପ୍ରମାଣିତ ହେଉଛି । ଆଷ୍ଟ୍ରୋସାଟ୍‌ର ଏହି ସଫଳତାର ବିଶେଷତ୍ୱ ହେଲା ଯେ ଏହା ଯେଉଁ ଅଲଟ୍ରା ଭାୟୋଲେଟ ରଶ୍ମିକୁ ଠାବ କରିଛି ତାହାର ପୃଷ୍ଠଭୂମିରେ ଖୁବ୍‌କମ୍ ଶବ୍ଦ ଓ ଧ୍ୱନି ରହିଛି । ଏହା ପୂର୍ବରୁ ଆମେରିକାର ନାସାସ୍ଥିତ ହବଲ୍ ସ୍ପେସ୍ ଟେଲିସ୍କୋପ୍ ଯେଉଁ ଚିତ୍ର ଉତ୍ତୋଳନ କରିଥିଲା ସେଥିରେ ପୃଷ୍ଠଭୂମିରେ ଅଧିକ ଧ୍ୱନି ରହୁଥିଲା ।

ଏହି ସଫଳତା ପାଇଁ ମନ୍ତ୍ରୀ ସିଂହ ଭାରତୀୟ ମହାକାଶ ବିଜ୍ଞାନୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ପୁଣି ଥରେ ଏହା ପ୍ରମାଣିତ ହୋଇଛି ଯେ ଭାରତର ମହାକାଶ ଜ୍ଞାନକୌଶଳ ଏକ ସମ୍ମାନଜନକ ସ୍ତରକୁ ଉନ୍ନୀତ ହୋଇଛି । ଏହି ସ୍ତରରୁ ଭାରତୀୟ ମହାକାଶ ବିଜ୍ଞାନୀମାନେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଖଗୋଳ ବିଶେଷଜ୍ଞମାନଙ୍କୁ ନୂଆ ନୂଆ ତଥ୍ୟ ପ୍ରଦାନ କରିବାକୁ ସମର୍ଥ ହେବେ ।

ପ୍ରଫେସର ଶ୍ୟାମ ଟଣ୍ଡନ କହିଛନ୍ତି ଯେ ଏହି ତାରକାପୁଞ୍ଜର ଚମକ୍ରାର ସ୍ପାସିଆଲ ରିଜୋଲେସନ ବା ସ୍ଥାନୀକ ସ୍ଥିର ଚିତ୍ର ଏବଂ ଉଚ୍ଚ ସମ୍ବେଦନଶୀଳ ଚିତ୍ର ଉତ୍ତୋଳନ ୟୁଭିଆଇଟିର କୋର ଟିମ୍‌ରେ ଥିବା ବେଜ୍ଞାନିକମାନଙ୍କର ବର୍ଷ ବର୍ଷର କଠିନ ପରିଶ୍ରମ ଯୋଗୁଁ ସଫଳ ହୋଇଛି । ଆଷ୍ଟ୍ରୋନୋମି ଓ ଆଷ୍ଟ୍ରୋଫିଜିକ୍ସ କେନ୍ଦ୍ରର ନିର୍ଦେଶକ ଡ. ଶୋମକ ରାୟଚୌଧୁରୀ କହିଛନ୍ତି ଯେ ଏହି ଆବିଷ୍କାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ରହ୍ମାଣ୍ଡରୁ ଅନ୍ଧାର ଯୁଗର ଅବସାନ ଘଟି ଆଲୋକ କିପରି ପ୍ରବେଶ କଲା ତାହାର ରହସ୍ୟ ଏହି ଆବିଷ୍କାରରୁ କ୍ରମଶଃ ଜାଣିହେବ । ବ୍ରହ୍ମାଣ୍ଡରୁ ଅନ୍ଧାର କେବେ ଦୂର ହେଲା ଏବଂ ଆଲୋକ ଆସିଲା ତାହା ଜାଣିବାକୁ ଆମେ ଆଗ୍ରହୀ ଏବଂ ସେଥିପାଇଁ ଉଦ୍ୟମ କରୁଛୁ । ଏହା ସତ୍ତ୍ୱେ ପ୍ରଥମେ କେଉଁ ସୂତ୍ରରୁ ଆଲୋକ ଆସି ବ୍ରହ୍ମାଣ୍ଡରେ ବିଛୁରିତ ହେଲା ତାହା ଠାବ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି ସେ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତର ପ୍ରଥମ ମହାକାଶ ପରୀକ୍ଷାଗାର ଆଷ୍ଟ୍ରୋସାଟ୍‌, ଯିଏକି ଏହି ଆବିଷ୍କାରରେ ସଫଳ ହୋଇଛି, ୨୦୧୫ ସେପ୍‌ଟେମ୍ବର ୨୮ ତାରିଖରେ ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଥିଲା । ଏହି ମହାକାଶ ପରୀକ୍ଷାଗାରକୁ ପୁଣେସ୍ଥିତ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଷ୍ଟ୍ରୋନୋମି ଏବଂ ଆଷ୍ଟ୍ରୋଫିଜିକ୍ସର ପୂର୍ବତନ ପ୍ରଫେସର ଶ୍ୟାମ ଟଣ୍ଡନଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଇସ୍ରୋର ପୂର୍ଣ୍ଣ ସହାୟତାରେ ତିଆରି କରିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026

ପଡ଼ିଆରେ ଲଢ଼େଇ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଦଣ୍ଡ: ଫର୍ଣ୍ଣାଣ୍ଡୋଙ୍କୁ ମଧ୍ୟ ଜରିମାନା କଲା ଆଇସିସି 

August 24, 2026

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026
Latest News

ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଏକ ଦଶନ୍ଧିର ସଫଳ ଯାତ୍ରା

August 24, 2026

ଆଇନ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା “ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ”

August 24, 2026

ପୁରୀ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ପରିବର୍ତ୍ତନ

August 24, 2026

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.