Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ଵଚ୍ଛ ଭାରତ ମିଶନ, କେତେ ସତ କେତେ ମିଛ
ବିଶେଷ ଖବର

ସ୍ଵଚ୍ଛ ଭାରତ ମିଶନ, କେତେ ସତ କେତେ ମିଛ

October 23, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସ୍ଵଚ୍ଛତା ହି ସେବା। ସ୍ବଚ୍ଛ ଭାରତ, ସୁନ୍ଦର ଭାରତ। ନିଜେ ପ୍ରଧାନମନ୍ତ୍ରୀ ଝାଡୁ ଧରି ସ୍ଵଚ୍ଛ ଭାରତ ମିଶନର ନେତୃତ୍ଵ ନେଉଛନ୍ତି। ଏଇଟା ନିଶ୍ଚିତ ଭାବରେ ଭଲ କଥା। ଗାନ୍ଧୀଙ୍କ ଚଷମାକୁ ଏଇ ମିଶନର ଲୋଗୋ ଭାବରେ ବ୍ୟବହାର କରାଯାଉଛି, ସେଇଟା ମଧ୍ୟ ଖୁସିର କଥା। କାରଣ ଗାନ୍ଧୀ ହେଉଛନ୍ତି ଦେଶର ପ୍ରଥମ ରାଜନେତା ଯିଏ ସ୍ବଚ୍ଛତା କୁ ରାଜନୈତିକ ଜୀବନରେ ସର୍ବାଧିକ ଗୁରୁତ୍ଵ ଦେଇଥିଲେ। ଗତ ଚାରି ବର୍ଷ ଭିତରେ ଏଇ ମିଶନ ପାଇଁ କମ ଅର୍ଥ ବରାଦ ହୋଇନାହିଁ। ସ୍ଵଚ୍ଛ ଭାରତ ମିଶନ ଲାଗି ୨୦୧୭-୧୮ ରେ ୧୯,୨୪୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଚଳିତ ବର୍ଷ ଏହାର ବ୍ୟୟ ବରାଦ ରହିଛି ୧୭,୮୪୩ କୋଟି ଟଙ୍କା। ଏଇ ସପ୍ତାହରେ ବିଲ ଗେଟ ଫାଉଣ୍ଡେସନର ମିଲିଣ୍ଡା ଗେଟ ଗୋଟେ ଆଲେଖ୍ୟରେ ମୋଦୀ ସରକାରର ଏହି ମିଶନକୁ ପ୍ରବଳ ପ୍ରଶଂସା କରିଛନ୍ତି। ଦେଶର ଆଠଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଖୋଲାରେ ଶୌଚ ହେବାର ଅପବାଦରୁ ମୁକୁଳି ପାରିଛନ୍ତି ବୋଲି କୁହାଯାଉଛି। ଦେଶର ୩ ୦୭୩୪୯ ଗାଁ ଏବେ ଆଉ ଶୌଚାଳୟ ପାଇଁ କ୍ଷେତ ବା ରାସ୍ତା ଉପରେ ନିର୍ଭର କରୁନାହାନ୍ତି। ସବୁଘରେ ଏବେ ଶୌଚାଳୟ ହୋଇଯାଇଛି ବୋଲି ଦାବି କରାଯାଉଛି। ସ୍ଵଚ୍ଛ ଭାରତ ମିଶନର ପ୍ରଚାର ଦେଖିଲେ ଲାଗୁଛି, ଏବେ ବୋଧହୁଏ ସବୁ କିଛି ସ୍ଵଚ୍ଛ ଓ ସୁନ୍ଦର ହୋଇସାରିଛି।

ତେବେ ସରକାରୀ ଚିତ୍ରରେ ସ୍ଵଚ୍ଛ ଭାରତର ଛବି ଯେତେ ସଫା ଦିଶୁଛି, ଅସଲ କ୍ଷେତ୍ରରେ ଏହା ସେତିକି ସ୍ଵଚ୍ଛ ତ!! ଖବର କାଗଜ ଓ ଟେଲିଭିଜନ ସ୍ଵଚ୍ଛ ଭାରତର ପ୍ରଶଂସା ରେ ଶତମୁଖ।ଏହାର  କାରଣ ହେଉଛି ଏହି ମିଶନର ବିଜ୍ଞାପନ ପାଇଁ ଭାରତ ସରକାର ଗତ ଚାରି ବର୍ଷ ଭିତରେ ୫୩୦ କୋଟି ଟଙ୍କା ବାଣ୍ଟି ସାରିଲେଣି। ବିଜ୍ଞାପନ ଲୋଭୀ ଗଣମାଧ୍ୟମକୁ ଏଇ ସବୁ ଚିତ୍ର ସୁନ୍ଦର ଦିଶିବା ନିଶ୍ଚୟ। ମୁହଁ ରେ ମାଉଁସ ହାଡ ରହିଲେ କୁକୁଡ଼ା ଯେ ଭୁକି ପାରିବନାହିଁ, ସେକଥା ଆମେ ଭଲ ଭାବରେ ଜାଣୁ। ତେଣୁ ଗଣମାଧ୍ୟମରେ ସରକାରୀ ଚିତ୍ରର ସତ୍ୟତାକୁ ନେଇ ପ୍ରଶ୍ନବାଚୀ ସହଜରେ ଉଠୁନାହିଁ। ତେବେ ଏହି ପ୍ରସଙ୍ଗରେ ଓଡିଶାର ଖ୍ୟାତନାମା ଲେଖକ ଓ ସମ୍ପାଦକ ଅସିତ ମହାନ୍ତି ଏକ ଚମତ୍କାର ପୋଷ୍ଟିଂ ତାଙ୍କ ଫେସବୁକ କାନ୍ଥରେ କରିଛନ୍ତି। କେତୋଟି ଅଳିଆ ଆବର୍ଜନାଭର୍ତ୍ତି ଫୋଟୋକୁ ପୋଷ୍ଟ କରିବା ସହିତ ଶ୍ରୀ ମହାନ୍ତି ଲେଖିଛନ୍ତି-

“ରାତି ପାହିଲେ ଗାନ୍ଧୀ ଜୟନ୍ତୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବଚ୍ଛ ଭାରତ ମିସନ୍ ର ୪ ବର୍ଷର ଅବଧି ପୂର୍ତ୍ତି।

ମୋର ସୈାଭାଗ୍ୟ ବା ଦୁର୍ଭାଗ୍ୟ ଯେ ମୁଁ ଏବେ ମୋଦୀଢୀଙ୍କ ସଂସଦୀୟ କ୍ଷେତ୍ର ବନାରସରେ ଅଛି।

ଏଠି ପାଞ୍ଚଟି ଫଟୋ ଦେଉଛି। ଏହା ବନାରସର ଏକ ପ୍ରମୁଖ କ୍ଷେତ୍ର ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ପଞ୍ଚକୋଶୀ ମାର୍ଗର ଆରମ୍ଭ ମଧ୍ୟରେ ଥିବା ଚିତଇପୁରର ରାସ୍ତା କଡର ଦୃଶ୍ୟ। ରାସ୍ତା କଡ ସାରା ଅଳିଆ ଭର୍ତ୍ତି। ନାଳ ସବୁ ଦଳ ଓ ଅଳିଆରେ ଭରା।ରାସ୍ତା ସାରା ଧୂଳି, ମଇଳା ଓ ଖୋଳା। ତା‘ ସାଙ୍ଗକୁ ଟ୍ରାଫିକ ଜାମ୍ ଏମିତି ଯେ କହିଲେ ନ ସରେ।

ମନେହେଲା ଆମ କଟକ ସହର ୟା‘ଠୁ ଶହେ ଗୁଣ ଭଲ।

ପ୍ରଧାନମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀର ଏ ଦୃଶ୍ୟ କହୁଛି, କଥା ଆଉ କାମ ଭିତରେ ଫରକ କେତେ।”

ଏହି ପୋଷ୍ଟ କୁ ଆମେ ଭାତ ହାଣ୍ଡିରୁ ଗୋଟିଏ ବୋଲି ଭାବି ପାରିବା। ଦେଶ ସାରା ୧୨ କୋଟି ଶୌଚାଳୟ ତିଆରି କରିଦେଲେ ବା ଏମିତି ହୋଇଛି ବୋଲି ପ୍ରଚାର କରିଦେଲେ ଭାରତ ସ୍ଵଚ୍ଛ ହୋଇଯିବନାହିଁ। ଅନେକ ଖବରରୁ ଜଣାପଡୁଛି ଯେ ଲୋକେ ସରକାରୀ ସାହାଯ୍ୟ ନେଇ ଶୌଚାଳୟ ନିର୍ମାଣ କରିଛନ୍ତି ସତ, ହେଲେ ଏହାର ବ୍ୟବହାର ହେଉନାହିଁ। ଜଳଯୋଗାଣ ଅବ୍ୟବସ୍ଥା ଓ ଶୌଚାଳୟ ନିର୍ମାଣରେ ନିମ୍ନ ମାନର କାମ ଯୋଗୁଁ ଏସବୁର ବ୍ୟବହାର ସମ୍ଭବ ହେଉନି। ଅନେକ ସମୟରେ ଶୌଚାଳୟ ଘରର ଗୋଦାମଘର ଭାବରେ ବ୍ୟବହୃତ ହେଉଛି।

ସବୁଠୁ ଦୁର୍ଭାଗ୍ୟର କଥା ହେଉଛି,  ସ୍ଵଚ୍ଛ ଭାରତ ମିଶନ ଲାଗି ହଜାର ହଜାର କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ଗତ ଚାରି ବର୍ଷ ଭିତରେ ଶୌଚାଳୟ କୁଣ୍ଡ ସଫା କରିବାକୁ ଯାଇ ୧୭୯୦ ଜଣ ସଫେଇ କର୍ମଚାରୀ ପ୍ରାଣ ହରାଇଲେଣି। ସ୍ଵଚ୍ଛ ଭାରତ ଅଭିଯାନରେ ଏ ଦେଶର ସଫେଇ କର୍ମଚାରୀଙ୍କ ଜୀବନ ବଞ୍ଚାଇବାର କିଛି ଉଦ୍ୟମ ହୋଇନାହିଁ ନିଶ୍ଚୟ। କୁଣ୍ଡରେ ପଶି ମଇଳା ସଫାକୁ ନିଷେଧ କରିବା ଉଦ୍ଦେଶ୍ୟରେ ୨୦୧୩ ମସିହାରେ ଯେଉଁ ଆଇନ ପ୍ରଣୟନ କରାଯାଇଥିଲା, ତାହାକୁ କାର୍ୟକାରୀ କରାଇବାରେ ବିଫଳ ହୋଇ ଆମେ ସ୍ଵଚ୍ଛ ଭାରତର ଜୟଗାନ କରିବା, ବୋଧେ ସବୁଠୁ ବଡ ଛଳନା। ସ୍ଵଚ୍ଛ ଭାରତ ମିଶନରେ ସିନେମା ତାରକା, କ୍ରୀଡାବିତ ଓ ବଡ ବଡ ନେତାଙ୍କର ପ୍ରଚାର ତ ବଢିଆ ହେଉଛି। ପ୍ରଧାନମନ୍ତ୍ରୀ ମଧ୍ୟ ଝାଡୁ ଧରି ବେଶ ଚମକୁଛନ୍ତି। ହେଲେ ବିଷ୍ଠା କୁଣ୍ଡରେ ପ୍ରାଣ ହରାଉଥିବା ସଫାଇ କର୍ମଚାରୀ ପାଇଁ ସ୍ଵଚ୍ଛ ଭାରତର ବାର୍ତ୍ତା କଣ, ସେ ବିଷୟରେ ପ୍ରଶ୍ନ ପଚାରିବାର ସମୟ ଆସି ନାହିଁ କି? 

ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.