Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପେଟ୍ରୋଲ ପକାଉଛନ୍ତି କି ! ହେଲେ ସାବଧାନ, ଟାଙ୍କି ଭିତରେ ଚିପ୍ସ ଖଞ୍ଜି ଠକୁଥିବା ଏକ ଦଳକୁ ଧରିଲା ପୋଲିସ
ଅପରାଧ

ପେଟ୍ରୋଲ ପକାଉଛନ୍ତି କି ! ହେଲେ ସାବଧାନ, ଟାଙ୍କି ଭିତରେ ଚିପ୍ସ ଖଞ୍ଜି ଠକୁଥିବା ଏକ ଦଳକୁ ଧରିଲା ପୋଲିସ

September 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହାଇଦ୍ରାବାଦ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ପୋଲିସ ମିଳିତ ଭାବେ ଚଢାଉ କରି ୩୩ଟି ତେଲ ଟାଙ୍କି ସିଲ୍ କରିଛନ୍ତି । ଏହି ଟାଙ୍କିରେ ଗ୍ରାହକମାନଙ୍କୁ ତେଲ ଦେବା ବେଳେ ଇଲେକ୍ଟ୍ରୋନିକ୍ ଚିପ୍ସ ବ୍ୟବହାର କରି ଠକେଇ କରୁଥିଲେ। ଉଭୟ ତେଲୁଗୁ ରାଜ୍ୟର ପୋଲିସ ଏବଂ ମେଟ୍ରୋଲୋଜି ବିଭାଗ ମିଳିତ ଚଢାଇ କରି ଏହି ଠକେଇର ପରଦା ଫାର୍ସ କରିବାରେ ସକ୍ଷମ ହୋଇଛନ୍ତି।

ଏକ ଗ୍ୟାଙ୍ଗ ଇନ୍ଧନ ଷ୍ଟେସନରେ ଇଣ୍ଟିଗ୍ରେଟେଡ୍ ଚିପ୍ସ ଲଗାଉଥିଲେ। ଯାହା ଫଳରେ ଫିଲିଂ ମେସିନ୍ ବୋର୍ଡରେ ଯାହା ଦେଖା ଯାଉଥିଲା ତା ଠାରୁ କମ୍ ଇନ୍ଧନ ବାହାରୁଥିଲା।  ଅର୍ଥାତ ପ୍ରତି ୧୦୦୦ ମିଲି ଲିଟର ପେଟ୍ରୋଲ କିମ୍ବା ଡିଜେଲ କିଣିଲେ ଏହି ଇନ୍ଧନ ଷ୍ଟେସନଗୁଡିକରୁ ୯୭୦ ମିଲି ଲିଟର ତେଲ ବାହାରୁ ଥିଲା ବୋଲି ପୋଲିସ କହିଛି।

ସାଇବରବାଦ ପୋଲିସ କମିଶନର ଭି.ସି. ସଜ୍ଜନ ଶନିବାର ଏହି ଗ୍ୟାଙ୍ଗର ଠକେଇ ସଂପର୍କରେ କହିଛନ୍ତି ଯେ ଏମାନେ ଏକ ମାନ୍ୟୁପେଲଟ ସଫ୍ଟୱେର୍ ପ୍ରୋଗ୍ରାମ ହୋଇଥିବା ଇଣ୍ଟିଗ୍ରେଟେଡ୍ ଚିପ୍ସ (ଆଇସି) ବିକଶିତ କରିଛନ୍ତି। ଯାହାକୁ ତେଲ ଟାଙ୍କି ସଫୱେର ସହିତ ଏହି ଚିପ୍ସ ସଂଯୋଗ କରି ଗ୍ରାହକଙ୍କୁ କୋଟି କୋଟି ଟଙ୍କା ଠକିଛନ୍ତି। ଏଥିରେ ତେଲ ଟାଙ୍କି ମାଲିକଙ୍କ ସହଯୋଗ ରହିଛି।

ଏହି ଠକେଇର ମୁଖ୍ୟ ଅଭିଯୁକ୍ତ ବାଶା, ବାବାଜୀ ବାବା, ମାଡାସୁଗୁରି ଶଙ୍କର ଏବଂ ଆଇ ମଲେଶ୍ୱର ରାଓକୁ ପୋଲିସ ଗିରଫ କରିଛି। ଏମାନେ ସମସ୍ତେ ଆନ୍ଧ୍ରପ୍ରଦେଶର ଏଲୁରୁ ସହରର ବୋଲି ଜଣାପଡିଛି।  ସାଇବରବାଦ ଏବଂ ନନ୍ଦିଗ୍ରାମ ପୋଲିସ ଏମାନଙ୍କଠାରୁ ୧୪ ଆଇସି, ୮ ଡିସପ୍ଲେ ୩ GBR କେବୁଲ,ଗୋଟିଏ ମଦରବୋର୍ଡ ଏବଂ ଗୋଟିଏ ହୁଣ୍ଡାଇ ଆଇ୨୦ କାର ଜବତ କରିଛି।

ଏହି ମାମଲାରେ ଦୁଇ ରାଜ୍ୟର ବିଭିନ୍ନ ଇନ୍ଧନ ଷ୍ଟେସନର ନଅ ଜଣ ମାଲିକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ବେଳେ ଆଉ ପାଞ୍ଚ ଜଣ ମାଲିକ ଫେରାର ଅଛନ୍ତି। ଏଥିସହିତ ମୁମ୍ବାଇର ଦୁଇଟି ଇଲେକ୍ଟ୍ରୋନିକ୍ ଚିପ୍ସ ଯନ୍ତ୍ର ଯୋଗାଣକାରୀ ଜୋସେଫ୍ ଏବଂ ଶିବୁ ଥୋମାସ୍ ମଧ୍ୟ ଏଥିରେ ସଂପୃକ୍ତ ଥିବାର ପ୍ରମାଣ ମିଳିଛି। ସେମାନେ ଫେରାର ଥିବାରୁ ପୋଲିସ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି।

ପୋଲିସର ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ବାଶା ଏକ ପେଟ୍ରୋଲ ଟାଙ୍କିର ମେକାନିକ ଭାବେ କାର୍ଯ୍ୟ କରୁଥିଲା। ସେହିଠାରୁ ସେ ଏହି ନୂଆ ଠକେଇ କରି ବଡଲୋକ ହେବାର ନିଶା ଘାରିଥିଲା। ଏହାପରେ ସେ ମୁମ୍ବାଇର ଜୋସେଫ ଏବଂ ଶିବୁ ଥୋମାସଙ୍କଠାରୁ ଚିପ୍ସ ଏବଂ ମନିପ୍ୟୁଲେଟଡେ ସଫ୍ଟୱେୟାର ମିଳୁଥିବାର ଜାଣିବାକୁ ପାଇଳା। ତାଙ୍କଠାରୁ ସେସବୁ ଆଣି ବିଭିନ୍ନ ଟାଙ୍କି ମାଲିକଙ୍କ ସହିତ ଯୋଗାଯୋଗ କରି ଏହି ଚିପ୍ସ ଟାଙ୍କି ଭିତରେ ଲଗାଉଥିଲା। ଏଥି୍ରେ ତାକୁ ଆଉ ଦୁଇଜଣ ସହଯୋଗ କରୁଥିଲେ। ଗୋଟିଏ ଗୋଟିଏ ଚିପ୍ସ ଲଗାଇବା ପାଇଁ ଏମାନେ ତେଲ ଟାଙ୍କି ମାଲିକଙ୍କଠାରୁ  ୮୦ ହଜାରରୁ ଲକ୍ଷେରୁ ଅଧିକ ଟଙ୍କା ନେଉଥିଲେ।

ତେବେ ଚତୁରତା ସହିତ ଧରା ନ ପଡିବା ପାଇଁ ଏମାନେ ଯଦି ଦୁଇଟି ଟାଙ୍କି ଅଛି ତେବେ ସେମାନେ କେବଳ ଗୋଟିଏ ଟାଙ୍କିରେ ଏହି ଆଇସି ଲଗାଉଥିଲେ। ଯେଉଁ ଟାଙ୍କିରେ ଏହି ଚିପ୍ସ ଲାଗୁ ନ ଥିଲା ସେଥିରେ କେବଳ ବୋତଲ କିମ୍ବା କ୍ୟାନ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ବ୍ୟବହାର କରାଯାଉଥିଲା। ହେଲେ ଯେଉଁ ଟାଙ୍କିରେ ଚିପ୍ସ ଲଗାଯାଉଥିଲା ସେଥିରେ କେବଳ ଯାନବାହନରେ ଇନ୍ଧନ ଭରିବା ପାଇଁ ବ୍ୟବହାର କରାଯାଉଥିଲା

ଏପରି ବଡ ଠକେଇ ଏବଂ ଅନିୟମିତତା ସଂପର୍କରେ ଭାରତୀୟ ତୈଳ ନିଗମ ଲିମିଟେଡ୍, ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡକୁ ଅବଗତ କରାଯାଇଛି ବୋଲି ପୋଲିସ କମିଶନର କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Latest News

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.