ବଲାଙ୍ଗିର ସହ ବଦଳିଲେ ଚାରୋଟି ଜିଲ୍ଲାର ଜିଲ୍ଲାପାଳ, ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ଦିଆଗଲା ଦାୟିତ୍ବ

Published: Sep 9, 2020, 9:26 pm IST

ଭୁବନେଶ୍ୱର, ଆଜି ରାଜ୍ୟ ସରକାର 4ଟି ଜିଲ୍ଲାର ଜିିଲ୍ଲାପାଳ ସହିତ 12 ଜଣ ଆଇଏଏସଙ୍କୁ ଅଦଳବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ଯେଉଁ ବଦଳି ହୋଇଛି ତାହା ହେଲା

1-ରଞ୍ଜନ କୁମାର ଦାସ-ଓଡିଶା ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ

2- ଅରବିନ୍ଦ ଡାକୁଆ- ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ

3- ମଧୁସ୍ମିତା ସାହୁ-ଜଳସମ୍ପଦ ବିଭାଗର ଉପସଚିବ

4-ଚଞ୍ଚଳ ରଣା-ବଲାଙ୍ଗିର ଜିଲ୍ଲାପାଳ

5-ଚକ୍ରବର୍ତ୍ତୀ ସିଂହ ରାଠୋର- ଯାଜପୁର ଜିଲ୍ଲାପାଳ

6-ସିଦ୍ଧାର୍ଥ ଶେଖର ସ୍ୱାଇଁ- ଅନୁଗୁଳ ଜିଲ୍ଲାପାଳ

7-ସ୍ୱାଧା ଦେବ ସିଂହ- ନୂଆପଡା ଜିଲ୍ଲାପାଳ

8-ମନୋଜ କୁମାର ମହାନ୍ତି- ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ

9-ଦତ୍ତାତ୍ରେୟ ବି ସିଂଧେ-ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ

10-ସିଧେଶ୍ୱର ବାଲିରାମ ବୋନ୍ଦାର-ବ୍ରହ୍ମପୁର ମହାନଗର ନିଗମ କମିଶନର

11-କିର୍ଥୀ ଭାସନ- ବ୍ରହ୍ମପୁର ଉପଜିଲ୍ଲାପାଳ

12-ଜେ ସୋନାଲ- ଗୁଣୁପୁର ଉପଜିଲ୍ଲାପାଳ

Related posts