Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ ଆରୋଗ୍ୟ ପରେ ମଧ୍ୟ ଶରୀର ଅସୁସ୍ଥ, ଜାଣନ୍ତୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ କଣ ଜାରି କଲେ ନିୟମାବଳୀ
ଜାତୀୟ ଖବର

କୋଭିଡ ଆରୋଗ୍ୟ ପରେ ମଧ୍ୟ ଶରୀର ଅସୁସ୍ଥ, ଜାଣନ୍ତୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ କଣ ଜାରି କଲେ ନିୟମାବଳୀ

September 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଗୁରୁତର କୋଭିଡ-19 ରୋଗରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଥକାପଣ, ଶରୀର ଯନ୍ତ୍ରଣା, କାଶ, ଗଳା ଦରଜ, ନିଶ୍ୱାସ ନେବାରେ ଅସୁବିଧା ସମେତ ବିଭିନ୍ନ ପ୍ରକାର ସଙ୍କେତ ଓ ଲକ୍ଷଣ ଦେଖିବାକୁ ମିଳୁଛି। କୋଭିଡ ରୋଗରେ ଅଧିକ ଗୁରୁତର ଭାବେ ପୀଡ଼ିତ ଏବଂ ପୂର୍ବରୁ କୌଣସି ରୋଗ ଥିବା ଲୋକମାନେ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିପାରେ।

କୋଭିଡ ପରେ ଠିକ ହେଉଥିବା ସମସ୍ତ ରୋଗୀଙ୍କ ପରବର୍ତ୍ତୀ ଯାଞ୍ଚ ଏବଂ ସେମାନଙ୍କର ସ୍ଵାସ୍ଥ୍ୟ ଯତ୍ନ ଲାଗି ଏକ ସାମଗ୍ରିକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ କୋଭିଡ ପରବର୍ତ୍ତୀ ଚିକିତ୍ସା ପରିଚାଳନା ନିୟମାବଳୀ ଜାରି କରାଯାଇଛି। ଯେଉଁ ରୋଗୀମାନେ କୋଭିଡରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଘରେ ସେମାନଙ୍କର ଯତ୍ନର ଆବଶ୍ୟକତା ରହିଛି ସେମାନଙ୍କ ପାଇଁ ଚିକିତ୍ସା ପରିଚାଳନା ନିମନ୍ତେ ଏକ ସାମଗ୍ରିକ ଦୃଷ୍ଟିକୋଣ ପ୍ରଦାନ କରିବାରେ ଏହା ସହାୟକ ହୋଇପାରିବ।

  1. ବ୍ୟକ୍ତିଗତ ସ୍ତରରେ
  • କୋଭିଡ ଲାଗି ନିର୍ଦ୍ଦିଷ୍ଟ ଉପଯୁକ୍ତ ଅଭ୍ୟାସ (ମୁହଁରେ ମାସ୍କ ଲଗାଇବା, ହାତ ଓ ବ୍ୟକ୍ତିଗତ ସ୍ଵଚ୍ଛତା, ଶାରୀରିକ ଦୂରତା ବଜାୟ ରଖିବା) ଜାରି ରଖନ୍ତୁ।
  • ଯଥେଷ୍ଟ ମାତ୍ରାରେ ଗରମ ପାଣି ପିଅନ୍ତୁ (ଯଦି କୌଣସି ବିପରୀତ ଲକ୍ଷଣ ଦେଖାଯାଉ ନାହିଁ)
  • ଯୋଗ୍ୟ ଆୟୁଷ ଚିକିତ୍ସଙ୍କ ପରାମର୍ଶକ୍ରମେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରୁଥିବା ଆୟୁଷ ଔଷଧ ସେବନ କରନ୍ତୁ।
  • ସ୍ଵାସ୍ଥ୍ୟ ଠିକ ରହୁଥିଲେ ନିୟମିତ ଭାବେ ଘରୋଇ କାମ କରନ୍ତୁ, ପେସାଦାର କାମକୁ ପର୍ଯ୍ୟାୟକ୍ରମେ ପୁଣିଥରେ ଆରମ୍ଭ କରିବା ଉଚିତ।
  • ହାଲୁକା/ମଧ୍ୟମ ବ୍ୟାୟାମ।
  • ଦୈନିକ ଯୋଗାସନ, ପ୍ରାଣାୟାମ ଓ ଧ୍ୟାନର ଅଭ୍ୟାସ।
  • ଚିକିତ୍ସକଙ୍କ ଦ୍ୱାରା ପରାମର୍ଶ ଦିଆଯାଇଥିବା ଶ୍ୱାସ ସମ୍ବନ୍ଧୀୟ ବ୍ୟାୟାମ କରନ୍ତୁ।
  • ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟାରେ ସହି ପାରିବା ଭଳି ଆରାମଦାୟକ ଗତିରେ ଚଲାବୁଲା କରନ୍ତୁ।
  • ସନ୍ତୁଳିତ ପୁଷ୍ଟିକର ଆହାର, ସତେଜ ରନ୍ଧା ହୋଇଥିବା ନରମ ଆହାର ଗ୍ରହଣ କରନ୍ତୁ ଯାହା ଶୀଘ୍ର ହଜମ ହୋଇଯିବ।
  • ଯଥେଷ୍ଟ ନିଦ୍ରା ଯାଆନ୍ତୁ ଏବଂ ବିଶ୍ରାମ କରନ୍ତୁ।
  • ଧୂମପାନ ଓ ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ।
  • କୋଭିଡ ଓ ସହ-ଅସୁସ୍ଥତା ଲାଗି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଔଷଧ ନିଅନ୍ତୁ, ଆପଣ ନେଉଥିବା ସମସ୍ତ ଔଷଧ (ଏଲୋପାଥିକ/ଆୟୁଷ) ସମ୍ପର୍କରେ ଡାକ୍ତରଙ୍କୁ ସୂଚନା ଦିଅନ୍ତୁ।
  • ଆତ୍ମ ସ୍ୱାସ୍ଥ୍ୟ ନିରୀକ୍ଷଣ – ତାପମାତ୍ରା, ରକ୍ତଚାପ, ରକ୍ତ ସର୍କରା (ବିଶେଷ କରି ମଧୁମେହରେ ପୀଡ଼ିତ ହୋଇଥିଲେ), ପଲ୍ସ ଅକ୍ସିମିଟର ଆଦି (ଚିକିତ୍ସକ ପରାମର୍ଶ ଦେଇଥିଲେ)।
  • ଲଗାତାର ଶୁଖିଲା କାଶ/ଗଳା ଦରଜ ଥିଲେ ଲୁଣ ମିଶା ଗରମ ପାଣିରେ କୁଳକୁଳି କରନ୍ତୁ ଏବଂ ବାମ୍ଫ ନିଅନ୍ତୁ। କୁଳକୁଳି କିମ୍ବା ବାମ୍ଫ ନେବା ଲାଗି ଆୟୁର୍ବେଦିକ ଔଷଧ/ମସଲାକୁ ସାମିଲ କରାଯାଇପାରିବ। ଡାକ୍ତର କିମ୍ବା ଯୋଗ୍ୟ ଆୟୁଷ ଚିକିତ୍ସକଙ୍କ ପରାମର୍ଶକ୍ରମେ କାଶ ଔଷଧ ସେବନ କରନ୍ତୁ।
  • ଅଧିକ ଜ୍ୱର, ନିଃଶ୍ୱାସ ନେବାରେ କଷ୍ଟ, ଏସପିଓ 2 <95, ଛାତିରେ ଅସହନୀୟ ଯନ୍ତ୍ରଣା, ଦ୍ୱନ୍ଦ୍ୱ ଭଳି ନୂଆ ଲକ୍ଷଣ, ଦୃଷ୍ଟିଶକ୍ତି କମିଯିବା ଭଳି ପ୍ରାରମ୍ଭିକ ସଂକେତ ପ୍ରତି ଧ୍ୟାନ ଦିଅନ୍ତୁ।

ଗୋଷ୍ଠୀ ସ୍ତରରେ:

  • କୋଭିଡରୁ ଆରୋଗ୍ୟ ଲାଭ କରୁଥିବା ଲୋକମାନେ ଏ ସମ୍ପର୍କରେ ସାଧାରଣ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ସୋଶାଲ ମିଡିଆ ଜରିଆରେ ନିଜ ବନ୍ଧୁ, ସମ୍ପର୍କୀୟ, ସମୁଦାୟର ପ୍ରଭାବଶାଳୀ ଲୋକ, ମତ ସୃଷ୍ଟିକାରୀ, ଧାର୍ମିକ ନେତାମାନଙ୍କୁ ନିଜ ସକାରାତ୍ମକ ଅଭିଜ୍ଞତା ବାଣ୍ଟନ୍ତୁ ଯାହାଫଳରେ ଏହାକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଏବଂ କଳଙ୍କ ଦୂର କରାଯାଇପାରିବ।
  • ଆରୋଗ୍ୟ ଲାଭ କରିବା ଏବଂ ପୁନର୍ବାସ ପ୍ରକ୍ରିୟା (ଚିକିତ୍ସା, ସାମାଜିକ, ବ୍ୟବସାୟିକ, ଜୀବିକା) ଲାଗି ସ୍ୱୟଂସହାୟକ ଗୋଷ୍ଠୀ, ନାଗରିକ ସମାଜ ସଂଗଠନ ଏବଂ ଯୋଗ୍ୟ ପେସାଦାରଙ୍କ ସହାୟତା ନିଅନ୍ତୁ।
  • ସହକର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମଚାରୀ, ପରାମର୍ଶଦାତାଙ୍କ ଠାରୁ ମାନସିକ-ସାମାଜିକ ସହାୟତା ନିଅନ୍ତୁ। ଆବଶ୍ୟକ ହେଲେ ମାନସିକ ସ୍ୱାସ୍ଥ୍ୟ ସହାୟତା ସେବା ନିଅନ୍ତୁ।
  • ପରସ୍ପର ସହ ଦୂରତା ବଜାୟ ରଖିବା ଭଳି ସମସ୍ତ ସାବଧାନତା ଅବଲମ୍ବନ କରି ଯୋଗ, ଧ୍ୟାନ ଆଦି ସାମଗ୍ରିକ ଅଧିବେଶନରେ ଅଂଶଗ୍ରହଣ କରନ୍ତୁ।

ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରରେ

  • ପ୍ରଥମ ପରବର୍ତ୍ତୀ ଯାଞ୍ଚ (ଫଲୋ ଅପ) (ଶାରୀରିକ/ଟେଲିଫୋନିକ) ଡାକ୍ତରଖାନାରୁ ଛାଡ଼ ପାଇବାର 7 ଦିନ ଭିତରେ ସେହି ଡାକ୍ତରଖାନାରେ କରନ୍ତୁ ଯେଉଁଠି ଆପଣଙ୍କର ଚିକିତ୍ସା ହୋଇଥିଲା।
  • ପ୍ରଥମ ଫଲୋଅପ ପରେ ଚିକିତ୍ସା/ପରବର୍ତ୍ତୀ ଯାଞ୍ଚ ନିକଟତମ ଯୋଗ୍ୟ ଏଲୋପାଥି/ଆୟୁଷ ଚିକିତ୍ସକ/ଚିକିତ୍ସା ପ୍ରଣାଳୀର ଅନ୍ୟ ଚିକିତ୍ସା କେନ୍ଦ୍ରରେ ହୋଇପାରିବ। ଅନେକ ପ୍ରକାରର ଚିକିତ୍ସା ପଦ୍ଧତି ପାଇଁ ଉଦ୍ଦିଷ୍ଟ ଔଷଧ ସହିତ ଏକସଙ୍ଗେ ନେବା ଅନୁଚିତ, କାରଣ ଏହା ଦ୍ୱାରା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।
  • ଯେଉଁ ରୋଗୀ ଘରେ ପୃଥକବାସରେ ରହି ଚିକିତ୍ସା କରାଇଛନ୍ତି ଯଦି ତାଙ୍କ ଠାରେ କୌଣସି ଲକ୍ଷଣ ଲଗାତାର ଦେଖିବାକୁ ମିଳୁଛି ତା’ହେଲେ ସେମାନେ ନିକଟତମ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରକୁ ଯାଇପାରିବେ।
  • ଗମ୍ଭୀର ଚିକିତ୍ସା ଯତ୍ନ ଆବଶ୍ୟକ କରୁଥିବା ଗୁରୁତର ମାମଲାରେ ଅଧିକ ସତର୍କତା ସହିତ ଫଲୋଅପ କରିବାର ଆବଶ୍ୟକତା ରହିଛି।

corona Top News କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.