Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»61ତମ ବର୍ଷରେ ଦୂରଦର୍ଶନ : ଦୂରଦର୍ଶନକୁ ନେଇ କିଛି ଜଣା ଅଜଣା କଥା
ବିଶେଷ ଖବର

61ତମ ବର୍ଷରେ ଦୂରଦର୍ଶନ : ଦୂରଦର୍ଶନକୁ ନେଇ କିଛି ଜଣା ଅଜଣା କଥା

September 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ଦୂରଦର୍ଶନ 61 ତମ ଜନ୍ମଦିବସ ପାଳନକରୁଛି । 1959 ମସିହା ସେପ୍ଟେମ୍ବର 15 ତାରିଖରେ ଦୂରଦର୍ଶନର ଆରମ୍ଭ ସହିତ ଭାରତରେ ମନୋରଞ୍ଜନ ଓ ସୂଚନା ପ୍ରସାରଣର ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା। ସେହି ସମୟରେ ଦୂରଦର୍ଶନକୁ ନେଇ ଲୋକଙ୍କ ଉତ୍ସାହ ଅଧିକ ରହିଥିଲା। ଦୂରଦର୍ଶନର ଲୋକପ୍ରିୟତା ଯେ କମିନାହିଁ ତାହା ପୁଣି ଥରେ ଚଳିତ ଲକ୍‌ଡାଉନ୍‌ ସମୟରେ ପ୍ରମାଣିତ ହୋଇଛି। ତେବେ ଦୂରଦର୍ଶନକୁ ନେଇ କିଛି ଅଜଣା କଥା।

ଦିଲ୍ଲୀର ଏକ ପ୍ରାୟୋଜକ ବ୍ରଡକାଷ୍ଟର ରୂପରେ ଦୂରଦର୍ଶନର ଆରମ୍ଭ ହୋଇଥିଲା। ସେହି ସମୟରେ ଏକ ଛୋଟ ଟ୍ରାନ୍ସମିଟର ରହିଥିଲା ଓ ଗୋଟ ମେକାସିପ୍ଟ ଷ୍ଟୁଡିଓ ରହିଥିଲା।

ୟୁନେସ୍କୋ ଦୂରଦର୍ଶନର ପ୍ରସାରଣ ପାଇଁ ଭାରତକୁ 20 ହଜାର ଡଲାର ଓ 180 ଫିଲପ୍ସ ଟିଭିର ସେଟ୍‌ ଦେଇଥିଲା ।

ପ୍ରାରମ୍ଭିକ ସମୟରେ ଚ୍ୟାନେଲ୍‌ ପାଖରେ ମୋଟ୍‌ 180ଟି ଟେଲିଭିଜନ୍‌ ସେଟ୍‌ ରହିଥିଲା । 1977 ମସିହାରେ ଏହି ସଂଖ୍ୟା ବଢି 2 ଲକ୍ଷ 25 ହଜାରେ ପହଞ୍ଚି ଥିଲା ।

ପ୍ରାରମ୍ଭ ରେ ଦୂରଦର୍ଶନ, ଅଲ୍‌ ଇଣ୍ଡିଆ ରେଡିଓର ଅଂଶବିଶେଷ ଥିଲା । ଅପ୍ରେଲ୍‌ 1, 1976 ମସିହାରେ ଟେଲିଭିଜନ ସର୍ଭିସ୍‌କୁ ଅଲଗା କରାଯାଇଥିଲା।

ଲୋକପ୍ରିୟ କବି ସୁମିତ୍ରାନନ୍ଦନ ପନ୍ଥ ଦୂରଦର୍ଶନର ନାମକରଣ କରିଥିଲେ। ଦୂରଦର୍ଶନର ଲୋଗୋ ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡିଜାଇନର ଛାତ୍ର ଦେବାଶିଷ୍‌ ଭଟ୍ଟାଚାର୍ଯ୍ୟ ପ୍ରସ୍ତୁତ କରିଥିଲେ।

1965 ମସିହାରେ ଦୂରଦର୍ଶନରେ ପାଞ୍ଚ ମିନିଟ୍‌ର ସମାଚାର ବୁଲେଟିନ୍‌ ସହିତ ଟେଲିଭିଜନ୍‌ ସେଟ୍‌ରେ ପହଞ୍ଚିଥିଲା । ବର୍ତ୍ତମାନ ଏହା 21ଟି ଚ୍ୟାନେଲ୍‌କୁ ସଞ୍ଚାଳିତ କରୁଛି।

1967 ମସିହା ଜାନୁଆରୀ 26 ତାରିଖରେ ଦୂରଦର୍ଶନରେ କୃଷି ଦର୍ଶନ କାର୍ଯ୍ୟକ୍ରମ ପ୍ରସାରିତ କରାଯାଇଥିଲା, ଯାହା ପରେ ଭାରତୀୟ ଟେଲିଭିଜନର ସବୁଠୁ ଦୀର୍ଘ ସମୟ ଧରି ଚାଲିଥିବା କାର୍ଯ୍ୟକ୍ରମ ରୂପେ ପରିଚିତ ପାଇଲା।

ଏପ୍ରିଲ୍‌ 25 ତାରିଖ 1982 ମସିହାରେ ଭାରତରେ ପ୍ରଥମ ରଙ୍ଗୀନ ଟେଲିକାଷ୍ଟ କରାଯାଇଥିଲା। ସେବେ ହିଁ ଡିଡି ନ୍ୟାସନାଲ୍‌ ଚ୍ୟାନେଲ୍‌ର ଆରମ୍ଭ କରାଯାଇଥିଲା।

ଦୂରଦର୍ଶନର ଧାରାବାହିକର ଲୋକପ୍ରିୟତା  ଏତେ ଅଧିକ ଥିଲା, ଲକ୍‌ଡାଉନ୍‌ ସମୟରେ ପୁନର୍ବାର ଉକ୍ତ ଧାରାବାହିକର ଟେଲିକାଷ୍ଟକୁ ଲୋକେ ବହୁତ ପସନ୍ଦ କରିଥିଲେ। ଏପରିକି ଦୂରଦର୍ଶନରେ ପ୍ରସାରିତ ହୋଇଥିବା ରାମାୟଣ ଲକ୍‌ଡାଉନ୍‌ ସମୟରେ ରେକର୍ଡ କରିଛି।

doordarshan
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟ୍ ପୂର୍ବରୁ ବଡ଼ ଝଟକା: ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ

February 1, 2026

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026
Latest News

ଆନ୍ତର୍ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ରାଜ୍ୟର ଚାରି କ୍ରୀଡ଼ାବିତ୍ ସମ୍ମାନିତ

February 1, 2026

କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

February 1, 2026

ଆଜି ଖୋଲିବ କି ସେୟାର ବଜାର?: ବଜେଟ୍ ଉପସ୍ଥାପନ ପୂର୍ବରୁ ଅଖିଳେଶ ଯାଦବଙ୍କ ତାଚ୍ଛଲ୍ୟ

February 1, 2026

ବଜେଟ୍ ପୂର୍ବରୁ ବଡ଼ ଝଟକା: ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ

February 1, 2026

ନୂଆ ସମବାୟ ନୀତି-2026 କୁ କ୍ୟାବିନେଟ୍ ଅନୁମୋଦନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.