Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»61ତମ ବର୍ଷରେ ଦୂରଦର୍ଶନ : ଦୂରଦର୍ଶନକୁ ନେଇ କିଛି ଜଣା ଅଜଣା କଥା
ବିଶେଷ ଖବର

61ତମ ବର୍ଷରେ ଦୂରଦର୍ଶନ : ଦୂରଦର୍ଶନକୁ ନେଇ କିଛି ଜଣା ଅଜଣା କଥା

September 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ଦୂରଦର୍ଶନ 61 ତମ ଜନ୍ମଦିବସ ପାଳନକରୁଛି । 1959 ମସିହା ସେପ୍ଟେମ୍ବର 15 ତାରିଖରେ ଦୂରଦର୍ଶନର ଆରମ୍ଭ ସହିତ ଭାରତରେ ମନୋରଞ୍ଜନ ଓ ସୂଚନା ପ୍ରସାରଣର ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା। ସେହି ସମୟରେ ଦୂରଦର୍ଶନକୁ ନେଇ ଲୋକଙ୍କ ଉତ୍ସାହ ଅଧିକ ରହିଥିଲା। ଦୂରଦର୍ଶନର ଲୋକପ୍ରିୟତା ଯେ କମିନାହିଁ ତାହା ପୁଣି ଥରେ ଚଳିତ ଲକ୍‌ଡାଉନ୍‌ ସମୟରେ ପ୍ରମାଣିତ ହୋଇଛି। ତେବେ ଦୂରଦର୍ଶନକୁ ନେଇ କିଛି ଅଜଣା କଥା।

ଦିଲ୍ଲୀର ଏକ ପ୍ରାୟୋଜକ ବ୍ରଡକାଷ୍ଟର ରୂପରେ ଦୂରଦର୍ଶନର ଆରମ୍ଭ ହୋଇଥିଲା। ସେହି ସମୟରେ ଏକ ଛୋଟ ଟ୍ରାନ୍ସମିଟର ରହିଥିଲା ଓ ଗୋଟ ମେକାସିପ୍ଟ ଷ୍ଟୁଡିଓ ରହିଥିଲା।

ୟୁନେସ୍କୋ ଦୂରଦର୍ଶନର ପ୍ରସାରଣ ପାଇଁ ଭାରତକୁ 20 ହଜାର ଡଲାର ଓ 180 ଫିଲପ୍ସ ଟିଭିର ସେଟ୍‌ ଦେଇଥିଲା ।

ପ୍ରାରମ୍ଭିକ ସମୟରେ ଚ୍ୟାନେଲ୍‌ ପାଖରେ ମୋଟ୍‌ 180ଟି ଟେଲିଭିଜନ୍‌ ସେଟ୍‌ ରହିଥିଲା । 1977 ମସିହାରେ ଏହି ସଂଖ୍ୟା ବଢି 2 ଲକ୍ଷ 25 ହଜାରେ ପହଞ୍ଚି ଥିଲା ।

ପ୍ରାରମ୍ଭ ରେ ଦୂରଦର୍ଶନ, ଅଲ୍‌ ଇଣ୍ଡିଆ ରେଡିଓର ଅଂଶବିଶେଷ ଥିଲା । ଅପ୍ରେଲ୍‌ 1, 1976 ମସିହାରେ ଟେଲିଭିଜନ ସର୍ଭିସ୍‌କୁ ଅଲଗା କରାଯାଇଥିଲା।

ଲୋକପ୍ରିୟ କବି ସୁମିତ୍ରାନନ୍ଦନ ପନ୍ଥ ଦୂରଦର୍ଶନର ନାମକରଣ କରିଥିଲେ। ଦୂରଦର୍ଶନର ଲୋଗୋ ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡିଜାଇନର ଛାତ୍ର ଦେବାଶିଷ୍‌ ଭଟ୍ଟାଚାର୍ଯ୍ୟ ପ୍ରସ୍ତୁତ କରିଥିଲେ।

1965 ମସିହାରେ ଦୂରଦର୍ଶନରେ ପାଞ୍ଚ ମିନିଟ୍‌ର ସମାଚାର ବୁଲେଟିନ୍‌ ସହିତ ଟେଲିଭିଜନ୍‌ ସେଟ୍‌ରେ ପହଞ୍ଚିଥିଲା । ବର୍ତ୍ତମାନ ଏହା 21ଟି ଚ୍ୟାନେଲ୍‌କୁ ସଞ୍ଚାଳିତ କରୁଛି।

1967 ମସିହା ଜାନୁଆରୀ 26 ତାରିଖରେ ଦୂରଦର୍ଶନରେ କୃଷି ଦର୍ଶନ କାର୍ଯ୍ୟକ୍ରମ ପ୍ରସାରିତ କରାଯାଇଥିଲା, ଯାହା ପରେ ଭାରତୀୟ ଟେଲିଭିଜନର ସବୁଠୁ ଦୀର୍ଘ ସମୟ ଧରି ଚାଲିଥିବା କାର୍ଯ୍ୟକ୍ରମ ରୂପେ ପରିଚିତ ପାଇଲା।

ଏପ୍ରିଲ୍‌ 25 ତାରିଖ 1982 ମସିହାରେ ଭାରତରେ ପ୍ରଥମ ରଙ୍ଗୀନ ଟେଲିକାଷ୍ଟ କରାଯାଇଥିଲା। ସେବେ ହିଁ ଡିଡି ନ୍ୟାସନାଲ୍‌ ଚ୍ୟାନେଲ୍‌ର ଆରମ୍ଭ କରାଯାଇଥିଲା।

ଦୂରଦର୍ଶନର ଧାରାବାହିକର ଲୋକପ୍ରିୟତା  ଏତେ ଅଧିକ ଥିଲା, ଲକ୍‌ଡାଉନ୍‌ ସମୟରେ ପୁନର୍ବାର ଉକ୍ତ ଧାରାବାହିକର ଟେଲିକାଷ୍ଟକୁ ଲୋକେ ବହୁତ ପସନ୍ଦ କରିଥିଲେ। ଏପରିକି ଦୂରଦର୍ଶନରେ ପ୍ରସାରିତ ହୋଇଥିବା ରାମାୟଣ ଲକ୍‌ଡାଉନ୍‌ ସମୟରେ ରେକର୍ଡ କରିଛି।

doordarshan
Share. Facebook Twitter LinkedIn Email WhatsApp Copy Link

Related Posts

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026

ଯଦି ଏବେ ନିର୍ବାଚନ ହୁଏ…,କିଏ ପିନ୍ଧିବ ମୁକୁଟ?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ସର୍ଭେ

August 28, 2026

ସୋନିଆ ଗାନ୍ଧୀଙ୍କ ପୁସ୍ତକ ପ୍ରକାଶ କରିବାକୁ ମନା କଲା ପେଙ୍ଗୁଇନ୍: ଜାଣନ୍ତୁ କାରଣ

August 28, 2026

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.