Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Huaweiର ନୂଆ ସ୍ମାର୍ଟୱାଚ୍‌କୁ ନେଇ ବଢ଼ିଲା ଉତ୍ସୁକତା, କେତେ ରହିବ ଦାମ୍?
ଆଜିର ଖବର

Huaweiର ନୂଆ ସ୍ମାର୍ଟୱାଚ୍‌କୁ ନେଇ ବଢ଼ିଲା ଉତ୍ସୁକତା, କେତେ ରହିବ ଦାମ୍?

November 21, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସ୍ମାର୍ଟୱାଚ୍ ବଜାରରେ ନୂଆ ଚମକ ଆଣିବାକୁ ଯାଉଛି ଟେକ୍ କମ୍ପାନୀ Huawei। ଆକର୍ଷଣୀୟ ଡିଜାଇନ୍, ଅତ୍ୟାଧୁନିକ ଡିସପ୍ଲେ ଏବଂ ଦମଦାର ବ୍ୟାଟେରୀ ବ୍ୟାକଅପ୍ ସହ ଆସୁଛି କମ୍ପାନୀର ନୂଆ ସ୍ମାର୍ଟୱାଚ୍ Huawei Watch Air। ଏହି ସ୍ମାର୍ଟୱାଚ୍‌ର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ଅଲ୍ଟ୍ରା-ସ୍ଲିମ୍ ଡିଜାଇନ୍। ମାତ୍ର ୬.୯ ମିମି ମୋଟା ଏହି ଘଣ୍ଟା ଦେଖିବାକୁ ଯେତିକି ଷ୍ଟାଇଲିସ୍, ସେତିକି ଆଧୁନିକ ଫିଚର୍ସରେ ଭରପୂର ହେବ ବୋଲି ଆଶା କରାଯାଉଛି। ନଭେମ୍ବର ୨୪ରେ ଚୀନ୍‌ରେ ଏହାର ଲଞ୍ଚ ହେବାକୁ ଥିବାବେଳେ ଏହାର ଦାମ୍ ଓ ସମ୍ପୂର୍ଣ୍ଣ ସ୍ପେସିଫିକେସନ୍‌କୁ ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

୬.୯ ମିମିର ପତଳା ଡିଜାଇନ୍, ଟାଇଟାନିୟମ୍ ବଡି

Huawei Watch Airର ଡିଜାଇନ୍ ଏହାକୁ ଅନ୍ୟ ସ୍ମାର୍ଟୱାଚ୍‌ଠାରୁ ଅଲଗା କରିବ। କମ୍ପାନୀର ଟିଜର ଅନୁଯାୟୀ, ଏହାର ମୋଟା ମାତ୍ର ୬.୯ ମିମି ରହିବ। ଏଥିରେ ବର୍ଗାକାର ଡିସପ୍ଲେ ସହ ଅତ୍ୟନ୍ତ ପତଳା ବେଜେଲ୍ ଦିଆଯାଇଛି। ସ୍କ୍ରିନ୍‌ର ଚାରିପାଖରେ ମାତ୍ର ୧.୪ ମିମିର ବର୍ଡର ରହିବ ବୋଲି କମ୍ପାନୀର ଟିଜରରୁ ସୂଚନା ମିଳିଛି।

ଘଣ୍ଟାର ବଡି ଗ୍ଲସି ଟାଇଟାନିୟମ୍‌ରେ ତିଆରି ହୋଇଥିବାବେଳେ ଡିସପ୍ଲେର ସୁରକ୍ଷା ପାଇଁ ବ୍ୟବହାର ହୋଇଛି ସାଫାୟାର ଗ୍ଲାସ୍। ଏହା ରୂପା, ହାଲୁକା ସୁନା ଏବଂ କଳା ଟାଇଟାନିୟମ୍‌ ଭଳି ତିନୋଟି ରଙ୍ଗରେ ଉପଲବ୍ଧ ହୋଇପାରେ। ଏଥିସହ ବିଭିନ୍ନ ଷ୍ଟ୍ରାପ୍ ବିକଳ୍ପ ମଧ୍ୟ ରହିବ।

୩,୫୦୦ ନିଟ୍ସ ଉଜ୍ଜ୍ୱଳତାର ଡିସପ୍ଲେ!

ଡିସପ୍ଲେ କ୍ଷେତ୍ରରେ ମଧ୍ୟ Huawei Watch Air ଆକର୍ଷଣୀୟ ହେବାକୁ ଯାଉଛି। ଲିକ୍ ରିପୋର୍ଟ ଅନୁଯାୟୀ, ଏଥିରେ LTPO 2.0 ଟେକ୍ନୋଲୋଜି ସହ ୧.୯୨ ଇଞ୍ଚର AMOLED ଡିସପ୍ଲେ ରହିପାରେ। ଏହାର ସର୍ବାଧିକ ଉଜ୍ଜ୍ୱଳତା ୩,୫୦୦ ନିଟ୍ସ ପର୍ଯ୍ୟନ୍ତ ହୋଇପାରେ। ଏହାଦ୍ୱାରା ଅଧିକ ଆଲୋକ ଥିବା ପରିବେଶରେ ମଧ୍ୟ ସ୍କ୍ରିନ୍‌କୁ ସ୍ପଷ୍ଟ ଭାବେ ଦେଖିବା ସମ୍ଭବ ହୋଇପାରେ।

ରିପୋର୍ଟରେ ଏହାର ସ୍କ୍ରିନ୍-ଟୁ-ବଡି ରେସିଓ ୮୬ ପ୍ରତିଶତ ବୋଲି ଦାବି କରାଯାଇଛି। ତେବେ ଏହି ସମସ୍ତ ଡିସପ୍ଲେ ସ୍ପେସିଫିକେସନ୍‌କୁ Huawei ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିନାହିଁ।

ସ୍ୱାସ୍ଥ୍ୟ ଓ ଫିଟନେସ୍ ଟ୍ରାକିଂରେ ମିଳିପାରେ ନୂଆ ସୁବିଧା

ସ୍ମାର୍ଟୱାଚ୍‌ରେ ହେଲ୍‌ଥ ମନିଟରିଂ ଓ ଫିଟନେସ୍ ଟ୍ରାକିଂ ଫିଚର୍ସ ଏବେ ଗ୍ରାହକଙ୍କ ପ୍ରମୁଖ ଆବଶ୍ୟକତା ପାଲଟିଛି। ଏହାକୁ ଦୃଷ୍ଟିରେ ରଖି Huawei Watch Airରେ ମଧ୍ୟ ଉନ୍ନତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୁବିଧା ମିଳିପାରେ।

ଲିକ୍ ଅନୁଯାୟୀ, ଏଥିରେ Huawei Watch 6 ପରି ହେଲ୍‌ଥ ଟ୍ରାକିଂ ଫିଚର୍ସ ଏବଂ Huawei Watch GT 7 Pro ପରି ସ୍ପୋର୍ଟସ୍ ଟ୍ରାକିଂ ସୁବିଧା ରହିପାରେ। ତେବେ ହୃଦ୍‌ସ୍ପନ୍ଦନ, ନିଦ୍ରା, ଶାରୀରିକ କାର୍ଯ୍ୟକଳାପ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ମନିଟରିଂ ସୁବିଧା ସମ୍ପର୍କରେ କମ୍ପାନୀ ଏପର୍ଯ୍ୟନ୍ତ ବିସ୍ତୃତ ସୂଚନା ଦେଇନାହିଁ।

ଥରେ ଚାର୍ଜ କଲେ ୭ ଦିନ ଚାଲିବ ବ୍ୟାଟେରୀ!

Huawei Watch Airର ଆଉ ଏକ ବଡ଼ ଆକର୍ଷଣ ହୋଇପାରେ ଏହାର ବ୍ୟାଟେରୀ ବ୍ୟାକଅପ୍। ଲିକ୍ ରିପୋର୍ଟ ଅନୁସାରେ, ଏଥିରେ ହାଇ-ସିଲିକନ୍ ଷ୍ଟାକ୍ଡ୍ ବ୍ୟାଟେରୀ ଟେକ୍ନୋଲୋଜି ବ୍ୟବହାର ହୋଇପାରେ। ଥରେ ଚାର୍ଜ କଲେ ଏହା ସାତ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଉଛି।

ତେବେ ପୂର୍ବରୁ ଏକ ଲିକ୍‌ରେ ଏହାର ବ୍ୟାଟେରୀ ବ୍ୟାକଅପ୍ ପ୍ରାୟ ପାଞ୍ଚ ଦିନ ବୋଲି କୁହାଯାଇଥିଲା। ତେଣୁ ପ୍ରକୃତ ବ୍ୟାଟେରୀ କ୍ଷମତା ଓ ବ୍ୟବହାର ଅନୁଯାୟୀ ବ୍ୟାକଅପ୍ କେତେ ରହିବ, ତାହା ଲଞ୍ଚ ପରେ ସ୍ପଷ୍ଟ ହେବ।

ନଭେମ୍ବର ୨୪ରେ ଲଞ୍ଚ, କେତେ ରହିବ ଦାମ୍?

Huawei ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ ନଭେମ୍ବର ୨୪ ତାରିଖରେ ଚୀନ୍‌ରେ Watch Air ଲଞ୍ଚ ହେବ। ଏହି ଇଭେଣ୍ଟରେ କମ୍ପାନୀ ନୂଆ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ Huawei Mate X8 ଏବଂ Mate 90 Air ମଧ୍ୟ ଉନ୍ମୋଚନ କରିବାର ସୂଚନା ରହିଛି।

ତେବେ Watch Airର ମୂଲ୍ୟ କେତେ ରହିବ, ଏହା ଭାରତୀୟ ବଜାରକୁ କେବେ ଆସିବ ଏବଂ ଏହାର ସମସ୍ତ ଫିଚର୍ସ କ’ଣ ରହିବ, ସେନେଇ କମ୍ପାନୀ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ଏବେ ନଜର ନଭେମ୍ବର ୨୪ର ଲଞ୍ଚ ଇଭେଣ୍ଟ ଉପରେ।

Share. Facebook Twitter LinkedIn Email WhatsApp Copy Link

Related Posts

620 କୋଟି ଦାନ କଲେ ଅମ୍ବାନୀ ପରିବାର: ଜାଣନ୍ତୁ ଶ୍ରେଷ୍ଠ 5 ତାଲିକା?

November 21, 2026

ପୋଲ ତଳକୁ ଖସିଲା ସ୍କୁଲ ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ଚାଳକ

November 21, 2026

ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାରଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା FBI: ଶ୍ରେଷ୍ଠ ୧୦ରେ ସାମିଲ

November 21, 2026

ସାତକୋଶିଆ ବନଖଣ୍ଡ ସିନିୟର ଆସିଷ୍ଟାଣ୍ଟ ଅଜୟ ନାଏକ ଗିରଫ

November 21, 2026
Latest News

620 କୋଟି ଦାନ କଲେ ଅମ୍ବାନୀ ପରିବାର: ଜାଣନ୍ତୁ ଶ୍ରେଷ୍ଠ 5 ତାଲିକା?

November 21, 2026

ପୋଲ ତଳକୁ ଖସିଲା ସ୍କୁଲ ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ଚାଳକ

November 21, 2026

ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାରଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କଲା FBI: ଶ୍ରେଷ୍ଠ ୧୦ରେ ସାମିଲ

November 21, 2026

ସାତକୋଶିଆ ବନଖଣ୍ଡ ସିନିୟର ଆସିଷ୍ଟାଣ୍ଟ ଅଜୟ ନାଏକ ଗିରଫ

November 21, 2026

Huaweiର ନୂଆ ସ୍ମାର୍ଟୱାଚ୍‌କୁ ନେଇ ବଢ଼ିଲା ଉତ୍ସୁକତା, କେତେ ରହିବ ଦାମ୍?

November 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.