Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଐତିହାସିକ କୋଶୀ ରେଳ ମହାସେତୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଜାତୀୟ ଖବର

ଐତିହାସିକ କୋଶୀ ରେଳ ମହାସେତୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

September 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Prime Minister @narendramodi shall inaugrate to the nation the historic Kosi Rail Mahasetu (mega bridge) to the Nation through VC on 18th Sept 20

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 18 ସେପ୍ଟେମ୍ବର 2020 ମଧ୍ୟାହ୍ନ 12ଟାରେ ଭିଡିଓ କନଫରେନ୍ସ ଜରିଆରେ କୋଶୀ ରେଳ ମହାସେତୁ (ବିଶାଳ ସେତୁ)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହା ବ୍ୟତୀତ ବିହାର ରାଜ୍ୟର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଯାତ୍ରୀ ସୁବିଧା ସହ ଜଡ଼ିତ 12ଟି ରେଳ ପ୍ରକଳ୍ପକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିମଧ୍ୟରେ ରହିଛି କିଉଲ ନଦୀ ଉପରେ ଏକ ନୂଆ ରେଳ ସେତୁ, ଦୁଇଟି ନୂଆ ରେଳ ଲାଇନ, 5ଟି ବିଦ୍ୟୁତିକରଣ ପ୍ରକଳ୍ପ, ଗୋଟିଏ ବିଦ୍ୟୁତ ଲୋକୋମୋଟିଭ ଶେଡ ଏବଂ ବାଡ଼-ବଖତିୟାରପୁର ମଧ୍ୟରେ ତୃତୀୟ ରେଳ ଲାଇନ ପ୍ରକଳ୍ପ।

କୋଶି ରେଳ ମହାସେତୁ କାର୍ଯ୍ୟକ୍ଷମ ହେବା ଫଳରେ ବିହାର ଏବଂ ଉତ୍ତର ପୂର୍ବାଞ୍ଚଳକୁ ଯୋଡ଼ୁଥିବା ସମଗ୍ର କ୍ଷେତ୍ରର ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ। 1887ରେ ଏକ ମିଟର ଗଜ ଲିଙ୍କ ନିର୍ମଲି ଓ ଭାପ୍ତିଆହି (ସାରାଇଗଡ଼) ମଧ୍ୟରେ ନିର୍ମାଣ କରାଯାଇଥିଲା। 1934ରେ ପ୍ରବଳ ବନ୍ୟା ଏବଂ ଭାରତ ନେପାଳ ଭୂମିକମ୍ପ କାରଣରୁ ଏହି ରେଳ ଲିଙ୍କ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଥିଲା। ସେବେଠାରୁ କୋଶୀ ନଦୀର ଅସ୍ଥିର ଗତି କାରଣରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ରେଳ ଲିଙ୍କର ପୁନରୁଦ୍ଧାର ଲାଗି କୌଣସି ଉଦ୍ୟମ କରାଯାଇନଥିଲା।

2003-04ରେ ଭାରତ ସରକାର କୋଶି ମହାସେତୁ ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲେ। କୋଶି ରେଳ ମହାସେତୁର ଲମ୍ବ 1.9 କିମି ଏବଂ ଏହାର ନିର୍ମାଣ ଖର୍ଚ୍ଚ 516 କୋଟି ଟଙ୍କା। ଭାରତ-ନେପାଳ ସୀମାରେ ଥିବା ଏହି ସେତୁର ରଣନୈତିକ ଗୁରୁତ୍ୱ ରହିଛି। ଏହି ପ୍ରକଳ୍ପ କୋଭିଡ-ମହାମାରୀ ସମୟରେ ସମ୍ପୂର୍ଣ୍ଣ ହୋଇଛି ଯେଉଁଠି ପ୍ରବାସୀ ଶ୍ରମିକମାନେ ସେତୁ ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଛନ୍ତି।

ଏହି ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବା ପରେ ସ୍ଥାନୀୟ ଲୋକମାନଙ୍କର ଦୀର୍ଘ ପ୍ରତୀକ୍ଷା ଏବଂ 86 ବର୍ଷ ପୁରୁଣା ସ୍ୱପ୍ନ ପୂରଣ ହେବ। ମହାସେତୁ ଉଦଘାଟନ କରିବା ସହିତ ସହର୍ଷ-ଅସନପୁର କୁଫା ଡେମୋ ଟ୍ରେନକୁ ସୁପଲ ଷ୍ଟେସନରୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ନିୟମିତ ରେଳ ସେବା ଆରମ୍ଭ ହେବା ପରେ ଏହା ସୁପଲ, ଆରାରିୟା ଏବଂ ସହର୍ଷ ଜିଲ୍ଲା ପାଇଁ ବିଶେଷ ଲାଭଜନକ ହେବ।

ଏହା ମଧ୍ୟ ଏହି ଅଞ୍ଚଳର ଲୋକମାନଙ୍କ ପାଇଁ କୋଲକାତା, ଦିଲ୍ଲୀ ଏବଂ ମୁମ୍ବାଇକୁ ଦୂରଯାତ୍ରା ସହଜ ହେବ। ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇଟି ନୂଆ ରେଳ ଲାଇନ ପ୍ରକଳ୍ପ ହାଜିପୁର-ଘୋସ୍ବର-ବୈଶାଳୀ ଏବଂ ଇସଲାମପୁର-ନଟେଶାରକୁ ଉଦଘାଟନ କରିବେ। ଏହାଛଡ଼ା ସେ କର୍ଣ୍ଣାଉଟି-ବଖତିୟାରପୁର ଲିଙ୍କ ବାଏପାସ ଏବଂ ବାଡ଼-ବଖତିୟାରପୁର ମଧ୍ୟରେ ତୃତୀୟ ଲାଇନକୁ ଉଦଘାଟନ କରିବେ।

ମୁଜାଫରପୁର-ସୀତାମାଢ଼ି, କଟିହାର-ନ୍ୟୁଜଲପାଇଗୁଡ଼ି, ସମସ୍ତିପୁର-ଦରଭଙ୍ଗା-ଜୟନଗର, ସମସ୍ତିପୁର-ଖଗଡ଼ିଆ, ଭାଗଲପୁର-ଶିବନାରାୟଣପୁର ସେକ୍ସନ ରେଳ ଲାଇନ ବିଦ୍ୟୁତିକରଣ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ସୁରତରେ ଭାରତର ହାଇସ୍ପିଡ୍‌ ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

November 17, 2025

ରାଶିଫଳ: ଆଜି ନଭେମ୍ବର ୧୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

November 17, 2025

ଜାତୀୟ ପ୍ରେସ୍ ଦିବସ ସମାରୋହରେ ଅଂଶଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

November 16, 2025

Electric Vehicle Market: ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଚାଇନା କଂପାନୀ ଇଭି ଗାଡି

November 16, 2025
Latest News

ସୁରତରେ ଭାରତର ହାଇସ୍ପିଡ୍‌ ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

November 17, 2025

ଓଡ଼ିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବିରେ ମହାସମ୍ମିଳନୀ

November 17, 2025

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

November 17, 2025

ଚିଲିକା ସେଲଡକ ଲୋକ ସଂସ୍କୃତି ଉତ୍ସବ ଦ୍ୱିତୀୟ ସନ୍ଧ୍ୟା

November 17, 2025

ରାଶିଫଳ: ଆଜି ନଭେମ୍ବର ୧୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.