Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଐତିହାସିକ କୋଶୀ ରେଳ ମହାସେତୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ, ଜାଣନ୍ତୁ କଣ ରହିଛି ଏହାର ସ୍ବତନ୍ତ୍ରତା
ଜାତୀୟ ଖବର

ଐତିହାସିକ କୋଶୀ ରେଳ ମହାସେତୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ, ଜାଣନ୍ତୁ କଣ ରହିଛି ଏହାର ସ୍ବତନ୍ତ୍ରତା

September 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଐତିହାସିକ କୋଶୀ ରେଳ ମହାସେତୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ, ଜାଣନ୍ତୁ କଣ ରହିଛି ଏହାର ସ୍ବତନ୍ତ୍ରତା

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେସିମ ମାଧ୍ୟମରେ ବିହାରର ବହୁ ପ୍ରତୀକ୍ଷିତ କୋଶୀ ରେଳ ମହାସେତୁ ଉଦଘାଟନ କରିଛନ୍ତି। ତେବେ ଏହାର ସ୍ବତନ୍ତ୍ରତା ହେଉଛି ଏହି ରେଳ ସଂଯୋଗ ଯୋଗୁଁ ବିହାର ରାଜ୍ୟରେ ରେଳ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି ହେଲା। କାରଣ ଏହି ରେଳ ମହାସେତୁ ଯୋଗୁଁ ବିହାରର ସମସତିପୁର ଏବଂ ଜୟନଗର ମଧ୍ୟରେ ଦୂରତା 3ଶହ କିଲୋମିଟର ହ୍ରାସ ପାଇଲା। ତେବେ ଏହି ସେତୁ କୋଶୀ ନଦୀ ଉପରେ ପ୍ରାୟ 1.9 କିଲୋମିଟର ଲମ୍ବାରେ ଯାଇଛି। ଏଥିପାଇଁ ମୋଟ ଖର୍ଚ୍ଚ ହୋଇଛି 5 ଶହ 16 କୋଟି ଟଙ୍କା।

ଏହି ରେଳ ମହାସେତୁ ନିର୍ମାଣ କରିବା ପାଇଁ 2003-2004 ମସିହାରେ ଅନୁମୋଦନ ହାସଲ କରିଥିଲେ। ହେଲେ ଏହା କାମ ଠିକ ଭାବରେ ହୋଇପାରିନ ଥିଲା। ବିଗତ ଚାରି ବର୍ଷ ମଧ୍ୟରେ ଏହି ସେତୁର କାମ ତୀବ୍ର ଗତିରେ ଆରମ୍ଭ କରାଯାଇଥିଲା।  ଏହା ବିହାର ରାଜ୍ୟ ମଧ୍ୟରେ ଦୂରତା ହ୍ରାସ କରିବା ସହିତ ପଶ୍ଚିମ ବଂଗ ଏବଂ ପୂର୍ବ ଭାରତ ସହିତ ସଂଯୋଗ ସ୍ଥାପନ କରିପାରିଛି। ବର୍ତ୍ତମାନ ଏହା ଇଣ୍ଡୋ ନେପାଳ ସୀମାଠାରୁ ମାତ୍ର 22 କିଲୋମିଟର ଦୂରରେ ରହିଛି।

ତେବେ ଏହି ମହାସେତୁ କାମ କୋଭିଡ19 ମହାମାରି ସମୟରେ ଶେଷ ହେବା ଅନ୍ୟ ଏକ ଗୁରୁତ୍ବ ପୂର୍ଣ୍ଣ କାମ। ଏହି ପ୍ରକଳଲ୍ପରେ ପ୍ରବାସୀ ଶ୍ରମିକଙ୍କୁ ନିୟୋଜିତ କରାଯାଇ କାମ ଶେଷ କରାଯାଇ ପାରିଛି। ଗୋଟିଏ ପଟେ ପ୍ରବାସୀ ଶ୍ରମିକଙ୍କୁ କାମ ଅନ୍ୟପଟେ ବିହାର ବାସୀଙ୍କ ସ୍ବପ୍ନକୁ ସାକାର କରିପାରିଛି ଏହି ରେଳ ପ୍ରକଳ୍ପ। ପ୍ରଧାନମନ୍ତ୍ରୀ ଏହି ମେଗା ସେତୁ ସହିତ ଆଉ କେତେକ ରେଳ ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିଛନ୍ତି। ସେଗୁଡିକ ହେଲା

1-କୁଲ ନଦୀ ଉପରେ ଅନ୍ୟ ଏକ ରେଳ ବ୍ରିଜର ଉଦଘାଟନ

2-ଦୁଇଟି ନୂଆ ରେଳ ଲାଇନର ଲୋକାର୍ପିତ

3-5ଟି ରେଳ ବିଦ୍ୟୁତକରଣ ପ୍ରକଳ୍ପର ଉଦଘାଟନ

4-ତୃତୀୟ ରେଳ ଲାଇନ ପ୍ରକଳ୍ପର ଉଦଘାଟନ କରିଛନ୍ତି।

ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ବିହାରରେ ବର୍ତ୍ତମାନ ପ୍ରାୟ 90 ଶତାଂଶ ରେଳପଥର ବିଦ୍ୟୁତ୍‌କରଣ କାର୍ଯ୍ୟ ଶେଷ ହୋଇଛି । ଗତ 6 ବର୍ଷ ମଧ୍ୟରେ 3 ହଜାର କିମି ଲମ୍ବର ରେଳପଥକୁ ବିଦ୍ୟୁତ୍‌ ସୁବିଧା ଯୋଗାଇ ଦିଆଯାଇଛି ।

ଏଥିସହିତ 2014 ପୂର୍ବରୁ 5 ବର୍ଷ ମଧ୍ୟରେ ବିହାରରେ 325 କିମି ନୂଆ ରେଳପଥ କାର୍ଯ୍ୟକ୍ଷମ ହୋଇଥିଲା। ତେବେ 2014 ପରେ ଗତ 5 ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 700 କିମି ରେଳଲାଇନ କାର୍ଯ୍ୟକ୍ଷମ ହୋଇଛି । ଏହାଛଡା ରାଜ୍ୟରେ ଆଉ 1 ହଜାର କିମି ରେଳପଥ ନିର୍ମାଣାଧୀନ ଅବସ୍ଥାରେ ରହିଛି।

pm modi
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ସନ୍ଧ୍ୟା ୫ଟା ସୁଦ୍ଧା ୧୦ଟି ଫିଲ୍ମର ରେକର୍ଡ ଭାଙ୍ଗିଲା “ୱେଲକମ୍ ଟୁ ଦି ଜଙ୍ଗଲ” 

June 26, 2026
Latest News

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.